Lalita Mohan Mishra

Tragedy Classics Others

4  

Lalita Mohan Mishra

Tragedy Classics Others

ବିବେକର ସମୀକରଣ

ବିବେକର ସମୀକରଣ

2 mins
13



ବିବେକକୁ ଜାଗ୍ରତ କରିବାକୁ ହେଲେ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଆସକ୍ତି । ଯେପର୍ଯ୍ୟନ୍ତ ଆମେ ଆସକ୍ତିକୁ ତ୍ୟାଗ କରି ନ ପାରିଛେ , ସେପର୍ଯ୍ୟନ୍ତ ଅବିବେକୀ ରୂପକ ଅଚେତନ ଆମକୁ ଛାଡି ପାରିବ ନାହିଁ । ଜୀବନରେ ସବୁ କିଛି କେତେ ପାଳନ କରିବା ଉଚିତ୍, ତାହା ନିଜର ଚିନ୍ତାଧାରା ଉପରେ ନିର୍ଭର କରେ । ବିବେକର ଆଧାର ହେଉଛି ଭଲକୁ ମନ୍ଦଠାରୁ ଅଲଗା କରିବା । ଯେଉଁ ବ୍ୟକ୍ତି ଆତ୍ମ ସଂଯମତାକୁ ଯେତେ ନିୟନ୍ତ୍ରଣରେ ରଖିପାରିଛି ସେ ସେତେ ବିବେକୀ । ଉଚ୍ଚ ଭାବନା ଓ ଦାୟିତ୍ବ ଦ୍ବାରା କର୍ତ୍ତବ୍ୟ । ବିବେକର ବୃଦ୍ଧି ଘଟେ କର୍ତ୍ତବ୍ୟ ଦ୍ବାରା । ଶକ୍ତି ଓ ସାମର୍ଥ୍ୟର ଉପଯୁକ୍ତ ବ୍ୟବହାର କେବଳ ଜଣେ ବିବେକବାନ୍ ବ୍ୟକ୍ତି ହିଁ କରିପାରିବ । ଯେତେବେଳେ ବ୍ୟକ୍ତିର ବିବେକ ଅଚେତନ, ସେତେବେଳେ ତାର ସତ୍ତା ଭୌତିକବାଦ ଉପରେ କେନ୍ଦ୍ରୀଭୂତ ହୋଇଯାଏ । ସ୍ପଷ୍ଟ ଓ ସରଳ ଭାଷାରେ କହିବାକୁ ଗଲେ ବିବେକ ହେଉଛି, ଏକ ସୁଖୀ ଜୀବନର ସୋପାନ , ଯାହା ଦ୍ଵାରା ବ୍ୟକ୍ତି ଆତ୍ମାନୁଭୂତି ପ୍ରାପ୍ତ କରିପାରିବ । ଯେପରିକି ଡାଳ ବିନା କଣ୍ଟା ଫୁଲ ପତ୍ର ନାହିଁ । ସେପରି ଶାଖା ବିନା ଡାଳ ବିହୀନ । ମୂଳ କଥା ବିଚାରକୁ ନେଲେ, ମୃତ୍ତିକା ବିନା ମୂଳ କି ଡାଳ ନାହିଁ। ସେହିପରି ସମାଜରୁ ମଧ୍ୟ ବିବେକର ସମୀକରଣ ଶିଖିବାକୁ ପଡ଼ିବ। କିଏ ଆମକୁ କିଛି କହିଦେଲା , କିଏ ଆମକୁ କେଉଁଠିକି ଯିବାକୁ କହିଲି, ଧାରଣା ଦେବାକୁ ଉତ୍ସାହିତ କଲା, ଆମେ ସଙ୍ଗେ ସଙ୍ଗେ ତାହା କରି ଦେଉଅଛେ । ଏହାର ଅର୍ଥ ଆମର ନିଜର ବିଚାର ବିବେକ ଅଛି କି ନାହିଁ ? ସଞ୍ଚୟ କରିବାର ଦୁଇଟି ଉପାୟ - କମ୍ ଖର୍ଚ୍ଚ କରିବା ଏବଂ ସାର୍ଥକ ଖର୍ଚ୍ଚ କରିବା । କମ୍ ଖର୍ଚ୍ଚ କରିବା ଓ ଅଧିକ ଖର୍ଚ୍ଚ କରିବା ମଧ୍ୟରେ ଏକ ଚିନ୍ତାଧାରା ରହିଛି। କେବଳ ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ଏହାକୁ ଚିହ୍ନିପାରିବ । ସେହିପରି ସମୟ, ସ୍ୱାସ୍ଥ୍ୟ, ମାନସିକ ଶାନ୍ତି, ଆନନ୍ଦ, ସୁଖ ସବୁ ସୁରକ୍ଷିତ ରହିବା ଦରକାର। ଏହା ଅନ୍ୟକୁ ଆନନ୍ଦ ଦିଏ । ଅନ୍ୟର ସୁଖ ଶାନ୍ତିରେ ବାଧା ସୃଷ୍ଟି କରେ ନାହିଁ। ସମାଜରେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି,ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟର ଲୋକ ଭଗବାନଙ୍କ ଦ୍ୱାରା ସୃଷ୍ଟି । ସେମାନଙ୍କର ଚିରନ୍ତନ ଚିନ୍ତାଧାରାକୁ ଅନୁସରଣ କରିବା ଉଚିତ୍। ସମସ୍ତ ଲୋକ ନିଜ ନିଜ ଜୀବନକୁ ସୁଖ, ଶାନ୍ତି, ଆନନ୍ଦମୟ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପରିପାଳନ କରି ପାରିବେ । ଆମେ ଏକ ଭଲ ଦେଶ ଓ ଆଦର୍ଶରୁ ଜନ୍ମ ନେଇଛେ । ତେଣୁ ଆମର କର୍ତ୍ତବ୍ୟ ଦାୟିତ୍ବ ସୁଚାରୁ ରୂପେ ପାଳନ କରିବା ଉଚିତ୍। ଅତ୍ୟଧିକ ଭୋକ ଲାଗିବା କିମ୍ବା ଆଦୌ ଭୋକ ନ ଲାଗିବା ଉଭୟ ରୋଗର କାରଣ । ଆମେ ସୁସ୍ଥ ବ୍ୟକ୍ତି ବୋଲି କହିଥାଉ କିନ୍ତୁ ଶରୀର ପାଇଁ ଯେତିକି ଆବଶ୍ୟକ ସେତିକି ଖାଦ୍ୟ ଖାଇବା ଉଚିତ୍ । ସନ୍ତୁଳନ ଓ ବିବେକ ବ୍ୟକ୍ତି ହିଁ ସମାଜକୁ ଶାରୀରିକ ମାନସିକ ସ୍ତରରେ ସୁସ୍ଥ ରଖିପାରିବ। କହିବା ଲୋକ କିଏ ବି ହୁଅନ୍ତୁ କିନ୍ତୁ ଶୁଣିବା ଲୋକ ବୁଦ୍ଧିମାନ ହେବା ଉଚିତ୍ । ତେବେ ବିବେକବାନ୍ ହୋଇପାରିବ...।


Rate this content
Log in

Similar oriya story from Tragedy