Lalita Mohan Mishra

Children Stories Horror Others

3  

Lalita Mohan Mishra

Children Stories Horror Others

ହେଲମେଟ୍

ହେଲମେଟ୍

4 mins
215



ଡେନମାର୍କଠାରୁ କିଛି ଦୂରରେ ଏକ ସୁନ୍ଦର ରାଜ୍ୟ ଥିଲା । ସେଠାରେ ହେମଲେଟ୍ ନାମକ ଜଣେ ରାଜା ଥିଲେ । ସେ ଏକ ସୌନ୍ଦର୍ଯ୍ୟା ରାଜକୁମାରୀଙ୍କୁ ବିବାହ କରିଥିଲେ । ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ । ପରସ୍ପର ନିଜ ଜୀବନ କୁ ତ୍ୟାଗ କରିବାକୁ ପ୍ରସ୍ତୁତ । ବିବାହ ପରେ ରାଣୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତାର ନାମ ରାଜକୁମାର ହେମଲେଟ୍ । ପିଲାଟି ଦିନରୁ ହେଲମେଟ୍ ତାଙ୍କ ବାପା ମା'ଙ୍କୁ ବହୁତ ଭଲ ପାଉଥିଲେ। ରାଜା ହେମଲେଟଙ୍କର ସାନ ଭାଇ ହେଉଛନ୍ତି କ୍ଲାଉଡିୟସ୍ । ସେ ରାଜ ପରିବାର ସହିତ ରହୁଥିଲେ। ପରିବାରର ସମସ୍ତ ସଦସ୍ଯ ଖୁସିରେ ଜୀବନ ବିତାଉଥିଲେ। ମହାରାଜ ହେଲମେଟ୍ ଙ୍କ ରାଜ୍ୟରେ ସୁଖ ସମୃଦ୍ଧି ବୃଦ୍ଧି ଘଟୁଥିଲା । ପ୍ରଜା ମାନଙ୍କ ବିକାଶ ପାଇଁ ରାଜା ଅନେକ ଉନ୍ନତି ମୂଳକ କାର୍ଯ୍ୟ କରୁଥିଲେ । ଏହି କାରଣରୁ ପ୍ରଜାମାନେ ଏଭଳି ରାଜାଙ୍କୁ ପାଇ ନିଜକୁ ଧନ୍ୟ ମନେ କରୁଥିଲେ ।


ହଠାତ୍ ଦିନେ ଏକ ଭୟଙ୍କର ବିପତ୍ତି ଆସିଲା। ରାଜା ହେଲମେଟ୍ ଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ରାଜା ସ୍ୱର୍ଗାରୋହଣ କଲେ । ଏହି କଥା ରାଜାଙ୍କ ସାନ ଭାଇ କ୍ଲାଉଡିୟସ୍ ବ୍ୟତୀତ ଅଓ କେହି ସେ ମୃତ୍ୟୁ ବିଷୟରେ ଜାଣି ନ ଥିଲେ । ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା । ରାଜ୍ୟରେ ଘୋଷଣା ହେଲା, ଏକ ବିଷାକ୍ତ ସାପ ମହାରାଜ ହେମଲେଟଙ୍କୁ କାମୁଡ଼ି ଦେବା ଫଳରେ ରାଜା ସେଠାରେ ଟଳି ପଡିଲେ । ମହାରାଜଙ୍କ ମୃତ୍ୟୁ ଖବର ପ୍ରଜା ମାନଙ୍କ ଉପରେ ଗଭୀର ରେଖାପାତ କଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ଶୋକର ଲହରୀ ଖେଳିଗଲା । ଏହି ବିପତ୍ତିରେ ସବୁଠାରୁ ବେଶୀ ପ୍ରଭାବିତ ହେଲେ ରାଜକୁମାର ହେମଲେଟ୍ । ସେ ତାଙ୍କର ବାପାଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କର ଅଧିକାଂଶ ସମୟ ବାପାଙ୍କ ସହିତ କଟୁଥିଲା । ବାପାଙ୍କ ବିୟୋଗରେ ତାଙ୍କର ଛୋଟ ହୃଦୟଟି ସମ୍ପୂର୍ଣ୍ଣ ଭାଙ୍ଗିଗଲା। ତାଙ୍କ ଆଖିରୁ ସଦା ଲୋତକ ଝରୁଥିଲା । ଏମିତି ଲାଗୁଥିଲା ଭୋକ ଶୋଷ ଓ ନିଦ ତାଙ୍କର ସଦାସର୍ବଦା ହଜିଗଲା ପରି । ବାପାଙ୍କ ମୃତ୍ୟୁ ଅଚାନକ ଘଟିବା, କୌଣସି ପ୍ରକାରେ ତାଙ୍କୁ ବୁଝିବା କଷ୍ଟକର ହୋଇ ପଡୁଥିଲା । କିନ୍ତୁ ମଧ୍ୟରାତ୍ରିରେ ସେ ବିଛଣାରୁ ଉଠି ବାପାଙ୍କୁ ଡାକିଥିଲେ। ସେହିଭଳି ଦୁଇ ମାସ ବିତି ଯାଇଥିଲେ ମଧ୍ୟ ତାଙ୍କ ହୃଦୟ । ମନରେ ବାପାଙ୍କ ଛାପ ସତେଜ ରହିଥିଲା। ବାପାଙ୍କୁ ସେ ଏକ ମୁହୂର୍ତ୍ତ ବି ଭୁଲି ପାରୁ ନଥିଲେ । ସେ ନିଜ କକ୍ଷକୁ ଯାଇ ବାପାଙ୍କୁ ମନେ ପକାଇ ଘଣ୍ଟା ଘଣ୍ଟା କାନ୍ଦୁଥିଲେ । ବେଳେବେଳେ ସେ ନିଜକୁ ନିୟନ୍ତ୍ରଣ କରିପାରୁ ନଥିଲେ । ଦିନେ ଏକ ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । ମହାରାଜ ହେମଲେଟଙ୍କୁ ଏତେ ଭଲ ପାଉଥିବା, ତାଙ୍କ ପାଇଁ ସବୁକିଛି ତ୍ୟାଗ କରୂଥିବା ମା' କାକା କ୍ଲାଉଡିୟସଙ୍କୁ ବିବାହ କରିଥିଲେ । ମା' ତାଙ୍କୁ ଏ ବିଷୟରେ କିଛି କହିବା ଉଚିତ୍ ମନେ କରି ନଥିଲେ। ସବୁ କାମ ଅତ୍ୟନ୍ତ ଗୁପ୍ତ ଢଙ୍ଗରେ ସମ୍ପନ୍ନ ହୋଇଥିଲା । ଏହି ବିବାହ ଅସଙ୍ଗତ । ରାଣୀ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ଥିବା ବେଳେ କ୍ଲାଉଡିୟସ୍ ଜଣେ ଅସୁନ୍ଦର ବ୍ୟକ୍ତି । ତାଙ୍କ ଭିତରେ ସେମିତି ବିଶେଷ ଗୁଣ କିଛି ନଥିଲା । ସରଳ ଭାଷାରେ କହିବାକୁ ଗଲେ ସେ କୌଣସି ପ୍ରକାରେ ରାଣୀ ଓ ସିଂହାସନ ପାଇଁ ଯୋଗ୍ୟ ନଥିଲେ । ଏହା କିନ୍ତୁ କେବଳ ରାଜକୁମାର ହେମଲେଟ୍ ହିଁ ବୁଝିପାରିଥିଲେ । ରାଣୀ ଏଥିପ୍ରତି ଆଖି ବୁଜି ଦେଇଥିଲେ। ରାଣୀ ଖୁବ୍ ଶୀଘ୍ର ଏହି ବିବାହ ପାଇଁ ଅନୁମୋଦନ ଦେଇଥିଲେ, ଯାହା ରାଜକୁମାର ହେମଲେଟଙ୍କୁ ସବୁଠାରୁ ଅଧିକ ବ୍ୟଥିତ କରିଥିଲା । ଦୁଇ ମାସ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ଏବଂ ତାଙ୍କ ମା' ପୁନର୍ବିବାହ କରିଥିଲେ। ବାପାଙ୍କ ପ୍ରତି ମା'ଙ୍କର ଭଲ ପାଇବା, ଏବଂ ତାଙ୍କର ସମର୍ପଣ କିପରି ଏତେ ଶୀଘ୍ର ଲୋପ ପାଇଗଲା ତାହା ହେଲମେଟ୍ ଙ୍କୁ ଚିନ୍ତାରେ ପକାଇଥିଲା ।


ଦିନେ ରାଜକୁମାର ହେମଲେଟ୍ ନିଜ କୋଠରୀରେ ବସି କିଛି ଚିନ୍ତା କରୁଥିଲେ । ହଠାତ୍ ତାଙ୍କ ମନରେ ଆସିଲା, 'ଏହି ବିବାହ ପଛରେ କିଛି ଷଡ଼ଯନ୍ତ୍ର ଅଛି ? ସେ ସମସ୍ତ ବିଷୟରେ ଚିନ୍ତା କରିବାକୁ ଲାଗିଲେ । ସାପ କାମୁଡ଼ା ବିଷୟରେ କେବଳ କ୍ଲାଉଡିୟସ୍ ଜାଣିଥିଲେ । କିଛି ଦିନ ପରେ ସେ ମା'ଙ୍କ ବିବାହ କଲେ । ମହାରାଜଙ୍କ ମୃତ୍ୟୁ ପଛରେ ଏହି ଦୁଇ ଜଣଙ୍କ ହାତ ଅଛି ବୋଲି ସେ ଅନୁମାନ କଲେ ? ସିଂହାସନ ଲୋଭ ହିଁ ଭଲକୁ ଖରାପ କରିବାକୁ ବାଧ୍ୟ କରେ । ରାଜକୁମାର ହେମଲେଟ୍ ଯେତେ ଅଧିକ ଚିନ୍ତା କଲେ, ସେତିକି ସେତିକି ରହସ୍ୟରେ ଫସିଗଲେ । ଦିନେ ରାଜକୁମାର ହେମଲେଟ୍ ବଗିଚାରେ ବୁଲୁଥିବା ବେଳେ ଜଣେ ଜଗୁଆଳ ଆସି ଭୟରେ କହିଲେ - ରାଜକୁମାର ହେଲମେଟ୍ ! କିଛି ଦିନ ହେବ ମୁଁ ମହାରାଜଙ୍କୁ ମହଲରେ ଦେଖୁଛି। ଅବଶ୍ୟ, ଏହା ତାଙ୍କର ଆତ୍ମା କି ପ୍ରେତାତ୍ମା କହି କହି ପାରିବି ନାହିଁ । ମୁଁ କିନ୍ତୁ ତିନି ଦିନ ଧରି ଦେଖୁଛି । ତାଙ୍କର ଗତିବିଧିରୁ ଅନୁମାନ କରୁଛି, ସେ କାହାକୁ ଖୋଜୁଛନ୍ତି । ରାଜକୁମାର ହେମଲେଟ୍ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସେ ଜାଣି ଖୁସି ହେଲେ ଯେ ତାଙ୍କ ପିତାଙ୍କ ଆତ୍ମା ଏବେ ବି ରାଜପ୍ରାସାଦରେ ଅଛି । ରାଜକୁମାର ସେହି ଦିନ ରାତିରେ ତାଙ୍କ ପିତାଙ୍କୁ ଭେଟିବାକୁ ସ୍ଥିର କଲେ । ମଧ୍ୟରାତ୍ରି ହୋଇଗଲାଣି, ରାଜକୁମାରଙ୍କ ଆଖିରୁ ନିଦ ଦୂରେଇ ଯାଇଛି । ଠିକ୍ ସେତିକି ବେଳେ ରାଜପୋଷାକ ପିନ୍ଧିଥିବା ଛାୟା ଧୀରେ ଧୀରେ ତାଙ୍କ ଆଡ଼କୁ ଆସୁଥିବାର ଦେଖିଲେ । ରାଜକୁମାର ହେମଲେଟ୍ ସଙ୍ଗେ ସଙ୍ଗେ ତାଙ୍କ ବାପାଙ୍କୁ ତାଙ୍କ ଗତିବିଧି ଓ ପୋଷାକକୁ ଚିହ୍ନିପାରିଲେ । ଚନ୍ଦ୍ରର ଆଲୋକରେ ସେଗୁଡ଼ିକ ତାଙ୍କୁ ସ୍ପଷ୍ଟ ଭାବରେ ଦେଖା ଯାଉଥିଲା । ପିତୃଦେବ ... କହି ସେ ତାଙ୍କ ଆଡ଼କୁ ଗଲାବେଳେ । ଛାୟାମୂର୍ତ୍ତି ତାଙ୍କୁ ଏକ ନିଛାଟିଆ କୋଣ ଆଡ଼କୁ ନେଇଗଲେ । ମୁହୂର୍ତ୍ତକ ପାଇଁ ରାଜକୁମାର ହେମଲେଟ୍ ମୁହଁରୁ ଝାଳରେ ବୋହିଗଲାଣି । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, 'ବାପା... ଆପଣ ଏମିତି ବେଶରେ ଭୂତ ହୋଇ ବୁଲୁଛନ୍ତି ? ସେ କହିଲେ - ତୁମେ ଭୟ କର ନାହିଁ, ମୁଁ ତୁମର ପିତା । ରାଜକୁମାରଙ୍କ ମନରୁ ଭୟ ଦୂର ହୋଇଗଲା । ଛାୟା ଏକ କୋଣରେ ପହଞ୍ଚି ଆଖି ଉଠାଇ ଚାରିଆଡ଼େ ଚାହିଁଲା । ପ୍ରଥମ ଶବ୍ଦ କହିଲେ - ମୋର ପ୍ରିୟ ପୁତ୍ର ... ମୁଁ ସିଏ... । ଦୀର୍ଘ ସମୟ ପରେ ବାପାଙ୍କ ସ୍ନେହଭରା କଣ୍ଠ ସ୍ବର ଶୁଣି ରାଜକୁମାରଙ୍କ ଆଖିରେ ଲୁହ ଆସିଯାଇଥିଲା । ନିଜକୁ ନିୟନ୍ତ୍ରଣ କରି କହିଲେ, "ବାପା, ତୁମେ କାହିଁକି ଏମିତି ବୁଲୁଛ ? ମୋତେ କୁହ ? ଆପଣ କ'ଣ ପାଇଁ ଏତେ ଚିନ୍ତିତ ? ଏହା କ'ଣ ? ଯାହା ତୁମର ମୁକ୍ତିରେ ବାଧା ସୃଷ୍ଟି କରୁଛି ?ଛାୟା ଧୀରେ ଧୀରେ କହିଲା - ପୁତ୍ର... ଏ ସବୁର କେବଳ ଗୋଟିଏ କାରଣ ଅଛି, ଏବଂ ତାହା ହେଉଛି ମୋର ରହସ୍ୟମୟ ହତ୍ୟାକାଣ୍ଡ ! ଏ ବିଷୟରେ ତୁମକୁ କହିବା ପାଇଁ ଏତେ ଦିନ ଧରି ବୁଲୁଥିଲି । ଏହାର ରହସ୍ୟ ଉନ୍ମୋଚନ ହେଲେ ହିଁ ମୁଁ ଶାନ୍ତି ପାଇବି ।


Rate this content
Log in