Lalita Mohan Mishra

Children Stories Classics Others

3  

Lalita Mohan Mishra

Children Stories Classics Others

ଅଜ୍ଞତା

ଅଜ୍ଞତା

2 mins
191



ଜୀବାତ୍ମା ନିଜ ଗୁଣର କାର୍ଯ୍ୟକୁ ବା ଆତ୍ମ-ପ୍ରତ୍ୟୟ ଅଭାବରୁ ଠିକ୍ ଭାବରେ ବୁଝି ନ ପାରିବାର ଅବସ୍ଥା ହିଁ ଅଜ୍ଞତା । ଥରେ ଗୋଟିଏ ଦେଶରେ ରାଣୀଙ୍କର ହୀରାହାରଟି ଏକ ପକ୍ଷୀ ନେଇ ଗଛ ଡାଳରେ ବସି ହୀରାହାରଟିକୁ ଖାଇବାକୁ ଚେଷ୍ଟା କଲା । ଯେତେବେଳେ ସେ ଥଣ୍ଟ ମାରିଲା , ହୀରା କଠିନ ଥିବା ହେତୁ ପକ୍ଷୀଟି ଯନ୍ତ୍ରଣା ଅନୁଭବ କଲା । ସେ ବୁଝିପାରିଲା ଏହା ତାହା ଦ୍ବାରା ସାଧ୍ୟ ନୁହେଁ । ସେହି ଗଛରେ ସେ ହାରଟିକୁ ଝୁଲାଇ ଉଡ଼ିଗଲା । ସେହି ହାରଟି ରାଣୀଙ୍କର ଅତି ପ୍ରିୟ ଥିଲା । ସେ ରାଜାଙ୍କ ଠାରେ ଅଳି କଲେ ତୁରନ୍ତ ସେହି ହାରଟିକୁ ଖୋଜି ଆଣିବା ପାଇଁ । ରାଜା କହିଲେ - ତୁମ ପାଇଁ ସେପରି ଆଉ ଏକ ହୀରାହାର ତିଆରି କରିଦେଉଛି, କିନ୍ତୁ ରାଣୀ ଜିଦ୍ ଧରିଲେ ସେ ହାର ହିଁ ଦରକାର । ରାଜା ସମସ୍ତ ସୈନ୍ଯ ସାମନ୍ତଙ୍କୁ ଚତୁର୍ଦ୍ଦିଗ ପଠାଇ ହାର ଖୋଜିବାରେ ଲଗାଇଲେ । ଏପରିକି ରାଜା ଘୋଷଣା କଲେ ସେ ହାରଟି ଯିଏ ଆଣି ଦେବ ସେ ରାଜ୍ୟରୁ ଅଧା ପାଇବ। ଏବେ ସମସ୍ତେ ରାଜ୍ୟ ଲୋଭରେ ଖୋଜିବାରେ ଲାଗି ପଡିଲେ । ହଠାତ୍ କେହି ଜଣେ ଅପରିଷ୍କାର ନାଳରେ ହାରଟି ପଡି ଥିବାର ଅନୁଭବ କଲା । ପ୍ରଜା ସୈନ୍ଯସାମନ୍ତ ମନ୍ତ୍ରୀ ପାଟବର୍ଗ ଅଧା ରାଜ୍ୟ ପାଇବା ଲୋଭରେ ଅପରିଷ୍କାର ନାଳ ଭିତରକୁ ଡେଇଁ ଖୋଜିବାରେ ଲାଗିଲେ। ବହୁତ ଲୋକ ଖୋଜି ଖୋଜି ଅସ୍ତବ୍ୟସ୍ତ ହେବା ଭିତରେ ନ ପାଇବାରୁ ଶେଷରେ ରାଜା ମଧ୍ୟ ନାଳକୁ ଡେଇଁ ଖୋଜିବାରେ ଲାଗିଲେ । ସମସ୍ତେ ଏବେ କାଦୁଅରେ ଲଟପଟ କିନ୍ତୁ ହୀରାହାର ପାଇବାର ସମ୍ଭାବନା ଦେଖା ଯାଉନାହିଁ । ସେ ବାଟ ଦେଇ ଜଣେ ସନ୍ଥ ଯାଉଥିଲେ । ଏତେ ଗୁଡିଏ ଲୋକ ଅପରିଷ୍କାର ନାଳ ଭିତରେ କ'ଣ କରୁଛନ୍ତି ବୋଲି, ଦେଖି ଆସିଲେ । ତା ମଧ୍ୟରେ ରାଜାଙ୍କୁ ଦେଖି ବିସ୍ମିତ ହେଲେ । ଏହି ରାଜ୍ୟରେ ନାଳକୁ ଡେଇଁବାର କୌଣସି ପରମ୍ପରା ଅଛି ବୋଲି ଭାବିଲେ... ପୁଣି ରାଜା ଏହା ମଧ୍ଯରେ.. ଏ କ'ଣ ବୋଲି ରାଜାଙ୍କୁ ପଚାରିବାରୁ ରାଜା ସମସ୍ତ ବୃତ୍ତାନ୍ତ କହିଥିଲେ । ଏବଂ ଆପଣ କାହିଁକି ଏଠାରେ ପଚାରିବାରୁ - ରାଜା କହିଲେ, ମୁଁ ମୋ ବଚନରେ ଦୃଢ । ଅଯଥାରେ କାହିଁକି ଅଧା ରାଜ୍ୟ ପଳାଇ ଯିବ ଭାବି, ସେହି ଉଦ୍ଦେଶ୍ୟରେ ମୁଁ ନିଜେ ଖୋଜିବାକୁ ଓହ୍ଲାଇଗଲି । ସନ୍ଥ ହସିବାକୁ ଲାଗିଲେ । କହିଲେ ଆପଣମାନେ ସ ହୀରାହାରଟିକୁ ଭୁଲ ଜାଗାରେ ଖୋଜୁଛନ୍ତି । କାରଣ ସେହି ହୀରାହାରଟି ନାଳ କୂଳରେ ଥିବା ଗଛ ଡାଳରେ ଝୁଲୁଅଛି । ଗଛର ଡାଳର କେବଳ ଛାଇ ତଳେ ଥିବା ନାଳରେ ଦୃଶ୍ୟମାନ ହେଉଅଛି । ବାସ୍ତବରେ ଆମ୍ଭେମାନେ ଅଜ୍ଞତା କାରଣରୁ ସଂସାରରେ ଭଗବାନଙ୍କୁ ବାହାରେ ଖୋଜୁଅଛେ, କିନ୍ତୁ ଭଗବାନ ବାହାରେ କୌଣସି ସ୍ଥାନରେ ନାହାଁନ୍ତି । ଭଗବାନ ନିଜ ଭିତରେ ହିଁ ଅଛନ୍ତି । ଯେଉଁଠି ଆତ୍ମା ସେଇଠି ପରମାତ୍ମା । 



Rate this content
Log in