STORYMIRROR

Padmalaya Mishra

Classics Inspirational

4  

Padmalaya Mishra

Classics Inspirational

ଦର୍ପଣ

ଦର୍ପଣ

2 mins
193


   କେବେ ଦର୍ପଣ ସାମନାରେ ମୁଁ ବୋଉକୁ ଠିଆ ହେବା ଦେଖିନି । ବୋଉ ଗୋଟେ ଅଜବ ଯନ୍ତୁ ପରି ମତେ ଲାଗେ । ମୁଣ୍ଡ କୁଣ୍ଢେଇବା ଠାରୁ ପାଉଡର, ସିନ୍ଦୂର ଲଗେଇବା ସବୁ ବିନା ଦର୍ପଣରେ । କିନ୍ତୁ ଚୁଟି ଟିକେ ବି ଏପଟ ସେପଟ ହେଇ ନଥିବ , ଦୁଇ ଭ୍ରୁଲତା ମଝି କପାଳର ଟିକେ ତଳକୁ ଦାଉ ଦାଉ ହେଇ ସିନ୍ଦୂର ବିନ୍ଦୁ ଚମକୁ ଥିବ । ଠିକ୍ ଗୋଲେଇ ବି ହେଇଥିବ । ପିଲାଦିନେ ଯେବେ ମୁଁ ବୋଉକୁ ପଚାରେ ତୁ ଏତେ ପରଫେକ୍ଟ କେମିତି ହେଲୁ ? ବୋଉ ହସିକି କହିଦିଏ ବଡ ହେଲେ ସବୁ ବୁଝିଯିବୁ ।


   ମୁଁ ନିଜେ ଏବେ ବୋଉ । ଘର, ସ୍ଵାମୀ, ଛୁଆ କଥା ବୁଝି ଅଫିସ୍ ଯାଇ ଆସିଲା ବେଳକୁ ନିଜ ପାଇଁ ଘଡିଏ ସମୟ ନାହିଁ । ତେଣୁ ମୁଣ୍ଡରେ ଚୁଟି ବୟକଟ୍ । ଦେହରେ ଜିନ୍ସ-କୁର୍ତ୍ତି ନହେଲେ ସାଲୁଆର୍ କମିଜ୍ । ତଥାପି ଟିକିଲି ଓ ସିନ୍ଥିରେ ଅଦୃଶ୍ୟ ସିନ୍ଦୂର ମାରିବାକୁ ମୁଁ ଦର୍ପଣ ସାମନାରେ ଠିଆ ହୁଏ । 


  ବାପା ଚାଲି ଯିବାର ଦୁଇ ବର୍ଷ ପରେ ବୋଉ ଘରୁ ଗୋଡ କାଢି ମୋ ପାଖକୁ ଆସିଛି । ସେ ପୁଣି ଭାଈ ଘର ରିନୋଭେଟ୍ କରିବ ବୋଲି ବୁଝେଇ ଛାଡି ଯାଇଛି । ବୋଉର ଶୂନ୍ୟ କପାଳ, ନିଷ୍ରଭ ଆଖି ଦେଖିଲେ କାନ୍ଦ ଲାଗୁଛି । କିନ୍ତୁ ଗୋଟେ କଥା ଆଶ୍ଚର୍ଯ୍ୟ ଲାଗୁଛି ମୁଣ୍ଡ କୁଣ୍ଡେଇବାକୁ ବୋଉ ଦର୍ପଣ ଆଗରେ ଠିଆ ହୋଇଛି । ମୁଁ ବୋଉକୁ ଘଡିଏ ଚାହିଁଲି । ସେ ମୋ ଅକୁହା ପ୍ରଶ୍ନ ବୁଝିଗଲା । ଆଉ କହିଲା, ତୋ ବାପାଙ୍କ ଆଖିରେ ମୁଁ ଦର୍ପଣ ଦେଖୁଥିଲି । ଏବେ ତୋ ଭାଈ କହୁଛି, ସେମିତି ମନ ଇଚ୍ଛା ମୁଣ୍ଡ କୁଣ୍ଢେଇଲେ ମତେ ତାର ଫ୍ରେଣ୍ଡ ଓ ଅଫିସ୍ ମେଟ୍ ଚାକରାଣୀ ଭାବୁଛନ୍ତି । ତାର ଅପମାନ ହେଉଛି । ଦେଖିବାର ଢଙ୍ଗ ବଦଳି ଗଲା, ତେଣୁ ଦର୍ପଣ ଆବଶ୍ୟକ ପଡିଲା । ମୋ ଆଖିରେ ଲୁହ ଆସି ଯାଉଥାଏ । ବାପା-ବୋଉ ଙ୍କ ନୀରବ ପ୍ରେମ ଆଗରେ ମୋ ମୁଣ୍ଡ ନଇଁ ଯାଉଥିଲା ।।

              


Rate this content
Log in

Similar oriya story from Classics