STORYMIRROR

Kalpana Kumari Pradhan

Comedy Horror

3  

Kalpana Kumari Pradhan

Comedy Horror

ଡାହାଣୀ ନିଆଁ

ଡାହାଣୀ ନିଆଁ

2 mins
120

ଅଫିସ କାମ ସରୁ ସରୁ ପ୍ରାୟ ସଞ୍ଜ ହୋଇଗଲାଣି l ମୋର ସେଦିନ ଗାଁକୁ ଯିବାର ଥିଲା l ଖବର ଆସିଥିଲା ବାପାଙ୍କ ଦେହ ଭାରି ଖରାପ l ତେଣୁ ଆଉ କିଛି ନ ଭାବି ବାହାରି ପଡିଲି l

ମୁଁ ଆସିବାର ଖବର ଦେଲେ ବାପା ଶଗଡ଼ ପଠେଇ ଦିଅନ୍ତି ଅନ୍ଧାରି ଛକ ନିକଟକୁ l କିନ୍ତୁ ଏବେ ତ ବାପାଙ୍କ ଦେହ ଖରାପ ତେଣୁ କାହାକୁ କିଛି କହିନଥାଏ l ଛକରେ ପହଞ୍ଚିଲା ବେଳକୁ ସଞ୍ଜ ଅତିକ୍ରାନ୍ତ l ଚାରିଆଡେ ଅନ୍ଧାର କିଟି କିଟି l ସାଇକେଲଟିଏ ଭଡାରେ ଆଣିଥିଲି ସହରରୁ l ବହୁତ ଦିନ ତଳର କଥା l ସେତେବେଳେ ଗମନା ଗମନ ସୁ ବନ୍ଦୋବସ୍ତ ନଥିଲା l ମନରେ ବାପାଙ୍କ ଚିନ୍ତା ଏପଟେ ଏ ଅନ୍ଧାର ରେ ବାଟ ଅବାଟ କିଛି ଜଣା ପଡୁନଥିଲା l ସାଇକେଲରୁ ଓହ୍ଲେଇ ପଡି ରାସ୍ତା କଡ଼ରେ ଥିବା ବୁଦାରୁ ବାଡ଼ି ଖଣ୍ଡେ ଭାଙ୍ଗିଲି l ଗାଁକୁ ଯିବାକୁ ମୁଖ୍ୟ ରାସ୍ତା ଛାଡି ଚଲା ବାଟ ଧରିଲି l ସାଇକେଲଟିକୁ ଗଡେଇ ଗଡେଇ ବାଡିଟିରେ ରାସ୍ତା ଦୁଇ ପାର୍ଶ୍ଵକୁ ବାଡେଇ ବାଡେଇ ଚାଲିଥାଏ l କାଳେ କେଉଁଠି ସରୀସୃପ ଥିବ ଏହି ଆଶଙ୍କାରେ l ରାସ୍ତାର ଦୁଇ ପାର୍ଶ୍ୱରେ ଫସଲ କ୍ଷେତ l ମଝିରେ ମଝିରେ ମକା, ଆଖୁ ଏପରି ଚାଷ ହୋଇଥିଲା l

ମୁଁ ମୋର ବାଟରେ ଚାଲୁଥାଏ l କିପରି ଘରେ ଶୀଘ୍ର ପହଂଚିବି ଏହି ବ୍ୟଗ୍ରତା ସହ ଆଗଉ ଥାଏ l ଦୂରରୁ ଏକ ଆଲୁଅ ଦେଖି ଚମକି ପଡିଲି l ଦୂରରୁ ସେଇ ଆଲୁଅ ନିଆଁ ହୁଳା ପରି ଦେଖା ଯାଉଥିଲା l ତାହା ଗୋଟିଏ ଜାଗାରୁ ବାହାରି ଉପରକୁ ଉପରକୁ ଉଠିଲା ଭଳି ଦେଖାଯାଉଥିଲା l ସହଜରେ ଭୟଭୀତ ହେବା ମଣିଷ ମୁଁ ନୁହେଁ l ତଥାପି ଏ ଅନ୍ଧାର ରାତ୍ରିରେ ଦୃଶ୍ୟ ମାନ ହେଉଥିବା ଆଲୋକ ଶିଖା କଣ? ମନରେ ଉଙ୍କି ମାରୁଥିଲା ଅନେକ ପ୍ରଶ୍ନ l ଜେଜେ ମା କହୁଥିଲେ ରାତିରେ କାଳେ ଡାହାଣୀ ମାନେ ନିଆଁ କଡେଇ ଧରି ବାହାରନ୍ତି, ଏ ସେଇ ଡାହାଣୀ ନିଆଁ କି?

ସେପଟକୁ ନ ଚାହିଁ ମୁଣ୍ଡ ପୋତି ପୋତି ଆଗକୁ ବଢ଼ିଲି l କିନ୍ତୁ ସେ ଜିନିଷଟି କଣ ଜାଣିବାର ଆକାଂକ୍ଷା ମୋ ମନରେ ତୀବ୍ର ହେବାକୁ ଲାଗିଲା l ମନକୁ ଦୃଢ କଲି ଏବଂ ସାଇକେଲକୁ ସେଇଠି ଛାଡି ପଶିଲି ବିଲ ଭିତରେ l ଦୌଡ଼ିଲି ସେଇ ନିଆଁ ଶିଖା ନିକଟକୁ l ଯେତେବେଳେ ତା ପାଖରେ ପହଞ୍ଚିଲି ମୁଁ ମୋ ହସ ଅଟକେଇ ପାରିଲିନି l ସେ ନିଆଁ ବା ଆଲୋକ ଥିଲା ଲଣ୍ଠନର l ଆମ ଗାଁ ବିପ୍ର ମଉସାଙ୍କ ଏଥର ଭଲ ମକା ହେଇଛି ତେଣୁ ସେ ରାତିରେ ଖାଇ ସାରି ଲଣ୍ଠନଟି ଧରି କ୍ଷେତ ଜଗିବାକୁ ଆସିଛନ୍ତି l ତାଙ୍କ ହାତରେ ଲଣ୍ଠନଟି ଏପଟ ସେପଟ ଝୁଲୁ ଥିଲା ତେଣୁ ମୋତେ ଦୂରରୁ... ହାଃ ହାଃ l


Rate this content
Log in

Similar oriya story from Comedy