ଦାରୁ
ଦାରୁ
ସେଇ ରାଜ୍ୟର ,ସେଇ ସହରଟିରେ ଥିବା ସେ ଉଚ୍ଚ ସ୍ଥାନଟି ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ,ଆଉ ସେ ଉଚ୍ଚରେ ଥିଲା ଏକମାତ୍ର ଗଛଟିଏ .କେହି କେହି କହନ୍ତି ,ସେ ଉଚ୍ଚରେ ଥିବା ସ୍ଥାନଟିରେ ଥିବା ଏକମାତ୍ର ଗଛଟି ମରୁଭୂମିର ଓଏସିସ ଭଳି ,କ୍ଳାନ୍ତ ଶ୍ରାନ୍ତ ପର୍ଯ୍ୟଟକ ମାନେ ବସିଯାଆନ୍ତି ଗଛଟି ଛାଇରେ ଘଡ଼ିଏ .ଜୀବନ ଯୁଦ୍ଧରେ ପରାସ୍ତ ସୈନିକ ପାଇଁ ନୂତନ ଆଶା ସଦୃଶ, ଗଛର ଛାଇ ଦିଏ ଶୀତଳତା ,ଆରାମ ଆଉ ଶାନ୍ତି .ଦେଖାଯାଏ ଓ ଶୁଣାଯାଏ ,ପଥିକ ବା ପରିବ୍ରାଜକ ବା ପର୍ଯ୍ୟଟକ ଯିଏ ବି ହୁଅନ୍ତୁ ସେ ଉଚ୍ଚରେ ଥିବା ସେ ଗଛଟିରେ ନିଶ୍ଚୟ ଥରେ ବସନ୍ତି ,କାରଣ ନିଶ୍ଚିନ୍ତ ଶୁଭ ଫଳ ମିଳେ ତାଙ୍କୁ .କାନ କୁ କାନ ଡେଇଁ କଥାଟା ପ୍ରଚାର ପ୍ରସାର ହୋଇଗଲା ,ସମସ୍ତେ ଥରେ ସେ ଉଚ୍ଚ ସ୍ଥାନରେ ଥିବା ଗଛଟିର ଛାଇ ତଳେ ବସିବାର ଇଚ୍ଛା ତଥା କାମନା ନେଇ ଆସିବାକୁ ଲାଗିଲେ ,ଏମିତିକି ଦେଶୀ ବିଦେଶୀ ପର୍ଯ୍ୟଟକ ଖୁବ ବଢିଲେ ,ସ୍ଥାନଟି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲା.
ହଠାତ ଦିନେ ଦେଖାଗଲା ପୁରୀର କିଛି ମୁକ୍ତିମଣ୍ଡପ ପଣ୍ଡିତ ,ଶଙ୍କାରାଚାର୍ଯ୍ୟଙ୍କ କିଛି ସନ୍ୟାସୀଙ୍କ ସହ ,ଆଉ କିଛି ଜଗନ୍ନାଥଙ୍କ ସେବକ ,ପଢ଼ିହାରୀମାନେ ,ଘଣ୍ଟ ଘଣ୍ଟା ,ମାଦଳ ,ଶଙ୍ଖ ,ମହୁରୀ ବଜାଇ ,ଚାଲି ଚାଲି ,ଉପାସ କରି ,ସଂକୀର୍ତ୍ତନ କରି କରି ,ହରିବୋଲ ହୁଳହୁଳି ଧ୍ବନି ସହ ସେ ସ୍ଥାନରେ ପହଞ୍ଚି ଗଲେ .ଓଁ ପରବ୍ରହ୍ମଧ୍ୱନିରେ ପ୍ରତିଧ୍ବନିତ ସେ ଉଚ୍ଚ ସ୍ଥାନଟି ,ଆଉ ଦେଖୁ ଦେଖୁ ସେମାନେ ସେଇ ଗଛଟି ଆଡକୁ ଆଗେଇ ଯାଇ ପୂଜା ପାର୍ବଣ କରି ଜଣାଇଲେ ସେହି ଲିମ୍ବ ଗଛଟିର ମହତ୍ତ୍ୱ ଓ ସେଥିରେ ଲେଖାଥିବା ଓଁ ପରଂବ୍ରହ୍ମ ଅକ୍ଷରସବୁକୁ ଓ ତା ସହ ଗଛଟିରେ ଲେଖା ଥିବା ଶଙ୍ଖ ,ଚକ୍ର ,ଗଦା ,ପଦ୍ମ ଚି଼ହ୍ନ ଦେଖି ଆଉ ବୁଝିବାକୁ ବାକି ନଥିଲା ,ଗଛଟି ଦାରୁବ୍ରହ୍ମ ମୁରାରୀ ଜଗନ୍ନାଥଙ୍କର ବୋଲି ,ଏତେଦିନେ ଜଣା ପଡିଲା ବୃକ୍ଷ ଛାଇରେ ଘଡ଼ିଏ ବସିବାକୁ କୋଉ ଅଲୌକିକ ଶକ୍ତି ଅଗଣିତ ଜନତାର ମନୋକାମନା ପୁରଣ କରି ଶାନ୍ତି ପ୍ରଦାନ କରେ l
ପ୍ରଶାସନ ଉପସ୍ଥିତିରେ ପୂଜା ହୋମ ତଥା ଯଥା ଵିଧି ପୂର୍ବକ ଦାରୁ ନେଇ ଚାଲିଗଲେ ପୁରୀରୁ ଆସିଥିବା ଜଗନାଥଙ୍କ ଅଙ୍ଗରକ୍ଷୀ ,ନବକଳେବର ପାଇଁ କିନ୍ତୁ ଆଜିବି ସେ ଉଚ୍ଚ ସ୍ଥାନଟି ପରିଦର୍ଶକମାନଙ୍କର ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ସ୍ଥଳୀ ,ଏବେବି ଅଗଣିତ ଜନତା ସେଠାକୁ ଆସିଲେ ପାଆନ୍ତି ପରଂବ୍ରହ୍ମଙ୍କ କୃପା ,ଆଶୀର୍ବାଦ ତଥା ଶାନ୍ତି