ଛଳନା
ଛଳନା
ନିବାସୀ ନାମ୍ନୀ ମହିଳାର, ସୁଵାସୀ ବୋଲି ଝିଅଟିଏ ଥିଲା. ବଢ଼ୁଥିଲା କିଶୋରୀରୁ ଯୁବତୀ ହୋଇ. ତା ଉପରେ ବହୁ ନଜର ଘୁରି ବୁଲୁଥିଲା. ମାଆ ନିବାସୀ ବାବୁ ଘରେ ସୁଵାସୀ କୁ ରଖିଥିଲେ ସଭିଙ୍କ ନଜର ଆଢୁଆଳରେ. ବାବୁ ସହଜେ ବିପତ୍ନୀକ ଓ ସନ୍ତାନହୀନ ତଥା ଉତ୍ତମ ବ୍ୟବହାର ସମ୍ପର୍ଣ୍ଣ. ନିବାସୀ ମନରେ ବାବୁଙ୍କ ପ୍ରତି ତିଳେ ବି ସନ୍ଦେହ ନଥିଲା. ସୁଵାସୀ କୁ ଅନ୍ତଃସତ୍ଵା ଥିବାର ଦେଖି ନିବାସୀ ଗୋଡ଼ ତଳୁ ମାଟି ଖସିଯାଇଥିଲା ପରି ଲାଗୁଥିଲା ତଥାପି ସାହସ କରି ବାବୁଙ୍କୁ ତା ଝିଅକୁ ବିବାହ କରି ତାଙ୍କ ସନ୍ତାନକୁ ସ୍ୱୀକୃତି ଦେବାକୁ ଅନୁନୟ ତଥା ଅନୁରୋଧ କରିଥିଲା. ଆଉ ବାବୁ ତା ରଖି ସୁଵାସୀକୁ ମନ୍ଦିରରେ ବିବାହ କରିଥିଲେ l
କିଛି ଦିନ ମାଆ ଝିଅ ଉଭୟ ଖୁବ ଭଲରେ ଚାଲିବା ପରେ ହଠାତ ଦିନେ ବାବୁ ଗାଁକୁ ଯିବାକୁ ବାହାରିଲେ ଆଉ ଫେରିଲେ ନାହିଁ. ବାବୁଙ୍କ ଗ୍ରାମର ଠିକଣା ଖୋଜି, ମାଆ ଝିଅଙ୍କୁ ଅପମାନ ମିଳିଥିଲା. ଶେଷରେ ସରକାରୀ ବାବୁମାନେ ଧକ୍କା ମାରି ମାଆ ଝିଅଙ୍କୁ ସରକାରୀ କ୍ଵାଟର ରୁ ବାହାର କରିବା ବେଳେ ମାଆ ଝିଅ ବାବୁଙ୍କର ଛଳନା ପୂର୍ଣ୍ଣ ବ୍ୟହାର ତଥା ତାଙ୍କ ପ୍ରେମ ଏକଦମ ଛଳନା ଥିଲା ବୋଲି ବୁଝିବାକୁ ବାକି ନଥିଲା.ଆଗତ ସନ୍ତାନର ପିତୃପରିଚୟ ମିଳିବା ଆଶା ମଉଳି ଯାଇଥିଲା ମାଆ ଝିଅଙ୍କର l

