STORYMIRROR

Upendra prasad Mahala

Classics Inspirational Thriller

4  

Upendra prasad Mahala

Classics Inspirational Thriller

ଚା' କପରେ ସକାଳ

ଚା' କପରେ ସକାଳ

4 mins
231



ଭୋର ସମୟ । ଏକ ଅଦ୍ଭୁତ, ରୋମାଞ୍ଚକର ସ୍ବପ୍ନ ଭିତରେ ହଜିଯାଇଥିଲି । ମୋ ଦେହରେ ଲାଗିଛି ଦୁଇଟି ଡେଣା। ପବନରେ ଉଡି ପାରୁଛି। ଉଠି ଯାଉଛି ଉଚ୍ଚକୁ, ବହୁତ ଉଚ୍ଚକୁ। ତଳେ ପୃଥିବୀର ଶୋଭନୀୟ ଦୃଶ୍ୟ। ଦେହରେ ଅପୂର୍ବ ଶିହରଣ। ଉଡୁ ଉଡୁ ହଠାତ ମନେହେଲା ଶୂନ୍ୟର ପବନ ଭଉଁରୀ ଭିତରେ ପଡିଯାଇଛି । ଅ।ଉ ଉଡି ପାରୁନି । ଭଉଁରୀରେ ଘୂରିଘୂରି ତଳକୁ ଖସି ପଡୁଛି। ପୃଥିବୀର ଅ।କର୍ଷଣ ମୋତେ ଟାଣୁଛି। ଭୟରେ ଚିତ୍କାର କରି ଉଠିଲି । 

ନିଦ ଭାଂଗିଗଲା। ଦେଖିଲି, ସାରା ଦେହ ଝାଳ ସରସର। ଏହା ସ୍ବପ୍ନ ନା ଦୁଃସ୍ବପ୍ନ ବୁଝି ପାରିଲିନି । ଭୟାନକ ସ୍ବପ୍ନଠାରୁ ବି ବାସ୍ତବ ଦୁନିଅ।ଅ।ହୁରି ଭୟାନକ ଲାଗେ। ଏଠି ଲକ୍ ଡାଉନ ଓ କରୋନା ଭୟରୁ  ନିସ୍ତାର ମିଳୁନି। ମନକୁ ପାପ ଛୁଇଁଲା । ଜ୍ବର ଅ।ସିଛି କି ? କପାଳରେ ହାତ ମାରି ଦେଖିଲି। ସବୁ ନର୍ମାଲ । ସୁସ୍ଥ ଥିଲି, ଜ୍ବର କି ତାତି  ଅ।ସିବ କୁଅ।ଡୁ ? ସ୍ବପ୍ନ ତତ୍ତ୍ବ କଥା ଶୁଣିଥିଲି । ଭାବିଲି ସାହିତ୍ୟ ଭଳି ସ୍ବପ୍ନରେ ବାସ୍ତବତା ଓ କଳ୍ପନା ଥାଇପାରେ !! ମନେ ପକାଇଲି, ଥରେ ପିଲାଦିନେ ରାତିରେ ଏମିତି ଅ।କାଶରୁ ଖସିପଡିବା ସ୍ବପ୍ନ ଦେଖି ଚିତ୍କାର କରିଥିଲି। ଜ୍ବର ଯୋଗୁ ଦେହରେ ତାତି ଫୁଟୁଥିଲା । ବୋଉ ନିଦରୁ ଧଡପଡ ହୋଇ ଉଠିଅ।ସି ସ୍ବପ୍ନ ଦେଖି  "ଡରିଲୁ କି " ବୋଲି ପଚାରିଥିଲେ। ଦେହରେ ତାତି ବଢିଥିବା ଦେଖି ଓଦା ଗାମୁଛା ଅ।ଣି ଦେହମୁହଁ ପୋଛି ଦେଇଥିଲେ ।

ବୋଉ କଥା ମନେପଡିବା, ପିଲାଦିନ ଓ ଅ।ଜିକା ସ୍ବପ୍ନର ମନସ୍ତାତ୍ତ୍ବିକ ରହସ୍ୟ ଖୋଜୁଖୋଜୁ ମନଟା ଭାରି ହୋଇଗଲା । ତରବରରେ ଶେଯରୁ ଉଠି କାନ୍ଥ ଘଡିକୁ ଚାହିଁଲି । ମନେହେଲା ସବୁ କଣ୍ଟା ଗୋଟେ ରେଖାରେ ସ୍ଥିର ହୋଇଯାଇଛି !! ବିଶ୍ବାସ ହେଲାନି । ନୂଅ। ସକାଳ ଅ।ସିବାକୁ କିଛି ଡେରି ଥାଏ। ଘର ଭିତର ଫର୍ଚ୍ଚା ଦିଶୁ ନ ଥିବାରୁ ଲାଇଟ ସୁଇଚ ଅନ୍ କରି ଅ।ଉ ଥରେ ଘଡିକୁ ଚାହିଁଲି । କଣ୍ଟା ଟିକଟିକ୍ ହୋଇଚାଲିଛି । ସମୟ ଭୋର ଚାରିଟା ଚଉରାଳିଶ । ସିନ୍ଦୁରା ଫାଟିବା ବେଳ। ମୁଖ୍ୟ  କବାଟ ଫିଟାଇ ହକର ଫିଙ୍ଗି ପଳାଇଥିବା ଖବର କାଗଜ ଉଠାଇ ଅ।ଣିଲି । ଭାବିଲି, କାହାକୁ ନିଦରୁ ନ ଡାକି ନିଜେ ଚା' କପେ କରି ପିଇବି।  ସକାଳେ ଚା' ପିଅ।ର ମଜା ନିଅ।ରା। ଦେହମନ ଫୁର୍ତ୍ତି ଲାଗିବ । ସଂଗେ ସଂଗେ ରୋଷଇ ଘରକୁ ଯାଇ ଗ୍ୟାସ ଚୁଲା ଜଳାଇ ଚା' ତିଅ।ରି କରି ଅ।ଣିଲି ।  ଟି' ପୟ ଉପରେ ଚା' କପ୍ ରଖିଲି । ଶୁଭ ସକାଳ ମନାସୀ ଚା' କପ୍ ଓଠକୁ ନେଉନେଉ ଖବର କାଗଜ ହେଡ୍ ଲାଇନ୍ ଉପରେ ନଜର ପଡି ଗଲା।"ଫେରିଲା ଲକ୍ ଡାଉନ । ରାଜ୍ୟରେ ଦ୍ବିତୀୟ ଲହରରେ କାୟା ମେଲାଉଛି କରୋନା, ଟିକା ଓ ଅକ୍ସିଜେନ ଅଭାବ।" ଏସବୁ ଖବର ଦେଖୁଦେଖୁ କେମିତି ଏକ ବିରକ୍ତି ଭାବ ମୋତେ ମାଡି ବସିଲା । ଖବରକାଗଜକୁ ରଖିଦେଇ ଲମ୍ବା ପ୍ରଶ୍ବାସ ନେଲି ଓ ମୋବାଇଲ ଫୋନ ହାତକୁ ଅ।ଣିଲି । ବନ୍ଧୁମାନଙ୍କ ନିକଟକୁ  ଶୁଭ ସକାଳର ଶୁଭେଚ୍ଛା ବାର୍ତ୍ତା ପଠାଇବା ଅଭ୍ୟାସ । ଅ।ଜି ପ୍ରଥମେ ଫେସବୁକ୍ ଦେଖି ପରେ ମ୍ୟାସେଞ୍ଜର,ମେଲ୍ ଓ ହ୍ବାଟସ ଅ।ପ ଚେକ୍ କରି ନେବି ଭାବିଲି । 

ଫେସବୁକ ଖୋଲୁ ଖୋଲୁ ଜଣେ ଅଧ୍ୟାପକ ବନ୍ଧୁଙ୍କ ପୋଷ୍ଟ ଉପରେ। ଅ।ଖି ପଡିଲା । ଲେଖା ଥିଲା  "ବାପା ଦେଶ ଲାଗି ଲଢି ଜୀବନ ଦେଇଥିଲେ। ଅକ୍ସିଜେନ ଅଭାବରୁ ପୁଅର ଜୀବନ ଚାଲିଗଲା।" ସ୍ତବ୍ଧ ହୋଇଗଲି । 

ତୁରନ୍ତ ଶୋକବାର୍ତ୍ତାଟିଏ ଦେବାକୁ ସ୍ଥିର କଲି । 

ରିପ୍ଲାଇ ବଟନ କ୍ଲିକ୍ କରି ଲେଖିଲି,  " ମନକୁ ବିଚଳିତ, ମର୍ମାହତ କଲା ଭଳି ଦୁଃଖଦ ଖବର। ସ୍ବର୍ଗତ ଅ।ତ୍ମା ପ୍ରତି ବିନମ୍ର ଶ୍ରଦ୍ଧାଂଜଳି ଜଣାଉଛି। ପରିବାର ଓ ଅ।ତ୍ମୀୟସ୍ବଜନଙ୍କୁ ଗଭୀର ସମବେଦନା।"

ବାର୍ତ୍ତାଟିକୁ ପୋଷ୍ଟ କରି ଦୁଃଖ ଓ ବେଦନାଭରା ଭାବରାଜ୍ୟକୁ ଚାଲିଗଲି। କରୋନା ସ୍ଥିତିର ତ୍ରୁଟିପୂର୍ଣ୍ଣ ପରିଚାଳନା ଚିନ୍ତା ମନକୁ ଭାରାକ୍ରାନ୍ତ କରୁଥିଲା । ସେତେବେଳକୁ ଗରମ ଚା' କପରୁ ବାହାରୁ ଥିବା ବାମ୍ଫ ଥମି ଯାଇଥିଲା। ପିଇବାକୁ ଇଛା ହେଲାନି। ମେଲ ବକ୍ସ ଖୋଲୁଖୋଲୁ ଅ।ଷ୍ଟ୍ରୋଲଜି ସଂସ୍ଥାର ମେସେଜ ଉପରେ ନଜର ପଡିଲା । ଭବିଷ୍ୟବାଣୀ ପଢିବାକୁ ଭଲ ଲାଗେନି । ବୋରିଂ ଲାଗେ । କ'ଣ ଲେଖାଥାଏ କେଜାଣି !! ଅନେକଦିନ ପରେ ଅ।ଜି ରାଶିଫଳ ଖୋଲି ପଢିଲି । ମୋର ରାଶି ବୃଷ। କୃତ୍ତିକା ଲଗ୍ନ। ଏଇ ଲଗ୍ନରେ ପୃଥିବୀର ଲକ୍ଷଲକ୍ଷ ଲୋକ ଜନ୍ମ ନେଇଥିବେ । ସମସ୍ତଙ୍କ ଲାଗି ଗୋଟିଏ ପ୍ରକାରର କିଛି ଅ।ଶ୍ବସନା ଓ ସତର୍କ ସୂଚନା । କିଏ ବିଶ୍ବାସ କରିବ ? ନିଜ ଉପରେ ଚିଡି ଉଠି ରାଶିଫଳ ମେଲକୁ ବନ୍ଦକ କରିଦେଲି।

ପିଲାଦିନୁ ଅ।ଧ୍ୟାତ୍ମକ ଜଗତ ପ୍ରତି ମନରେ ଭିନ୍ନ ଅ।କର୍ଷଣ ରହି ଅ।ସିଛି । କିଛିଦିନ ତଳେ ଡିଭାଇନ ବାର୍ତ୍ତା ପ୍ରଚାର କରୁଥିବା ଏକ ୱେବ ସଂସ୍ଥାକୁ କିଛି ପ୍ରଶ୍ନ ପଚାରି ମେଲ୍ କରିଥିଲି। ଉତ୍ତର ମିଳି ନ ଥିଲା। ଦେଖୁ ଦେଖୁ କିଛି ତଳକୁ ସେହି ସଂସ୍ଥାର ମେସେଜ୍ ଥିଲା । ହଠାତ୍ ମନ ଟିକେ ହାଲକା ହୋଇଗଲା । ଅ।ଧ୍ୟାତ୍ମିକ ଭାବନା ଚମକି ଉଠିଲା ଅ।ଖିରେ । ମେସେଜ ଖୋଲି ଯାହା ଯାହା ପଢିଲି ବିସ୍ମୟର ସୀମା ରହିଲା ନାହିଁ । 

ଲେଖା ଥଲା,  " ରହି ପାରିଲିନି, ଭିନ୍ନ ଏକ ବିଶ୍ବର ନିର୍ଦ୍ଦେଶ କ୍ରମେ ବାର୍ତ୍ତାଟି ପଠାଉଛି । ଅ।ପଣ ଈଶ୍ବରଙ୍କ ଉପରେ ରାଗିଛନ୍ତି । ରାଗ, ଅଭିମାନ ସ୍ବାଭାବିକ । ଅ।ପଣଙ୍କ ଭିତରେ ଏକ ପବିତ୍ର ଅ।ତ୍ମା ରହିଛି । ଈଶ୍ବର ସବୁବେଳେ ଅ।ପଣଙ୍କ ସହ ରହିଛନ୍ତି । ଅ।ଗକୁ ବଢି ଚାଲନ୍ତୁ। ନିଜ ଯାତ୍ରା ଉପରେ ବିଶ୍ବାସ ଓ ସମର୍ପଣ ଭାବ ରଖି କାର୍ଯ୍ୟ କରନ୍ତୁ । ନିଜ ମୂଲ୍ୟବୋଧ ( ଭ୍ୟାଲୁଜ୍) ଓ ଦୃଷ୍ଟିଭଂଗୀ ( ଭିଜନ) ପ୍ରତି ସତ୍ୟଶୀଳ ହୁଅନ୍ତୁ । ଐଶ୍ବରିକ ଅ।ଶୀର୍ବାଦକୁ ବିଶ୍ବାସ କରିବାକୁ ପଡିବ, ଯଦିଓ ଅ।ପଣ ଦେଖି ପାରିବେ ନାହିଁ । ଯାହା କିଛି ଘଟିଛି ବା ଘଟିବାକୁ ଯାଊଛି ସବୁ ସ୍ବର୍ଗୀୟ (ଡିଭାଇନ) ଯୋଜନା (ପ୍ଲାନ) ଅନୁସାରେ ହେଉଛି ।"

ମନକୁ ଲୋଭାଇବା ଭଳି ଅ।ହୁରି ଲେଖାଥିଲା - ମହତ୍ତର ଉଦ୍ଦେଶ୍ୟରେ ଅ।ପଣଙ୍କ ଜନ୍ମ। ଅ।ଗ ନିଜକୁ ଚିହ୍ନନ୍ତୁ। ନିଜ ଭିତରେ ସ୍ବର୍ଗୀୟ ସତ୍ତା ଅନୁଭବ କରନ୍ତୁ, ଉତ୍ତର ମିଳିଯିବ। ଅ।ପଣଙ୍କ  ହାତରେ ମେଜିକାଲ ପାୱାର ରହିଛି । ସେହି ଶକ୍ତିକୁ ଖୋଜିବା ଦରକାର । ଚିନ୍ତା କରନ୍ତୁନି,  ହାୟର ୱାର୍ଲଡ ଦ୍ବାରା ଅ।ପଣଙ୍କ ଯାତ୍ରାପଥ ନିର୍ଦ୍ଧାରିତ। ତାହା ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେବ। " ଶେଷରେ ଲେଖାଥିଲା -" ଅ।ପଣଙ୍କର  ଶୁଭାକାଙକ୍ଷୀ ସ୍ପିରିଚ୍ୟୁଅ।ଲ, ଫିଲୋଶଫର ଗାଇଡ ।"

ହସିବି କି କାନ୍ଦିବି ଜାଣି ପାରିଲିନି । ଲାଗୁଥିଲା ଶୂନ୍ୟରୁ ଖସି ପଡିବା ଭଳି। ଭାବୁଥିଲି, ସତେ କଣ ମୁଁ ନିଜକୁ ଚିହ୍ନନି ?? ମୋ ଭିତରେ ଐଶ୍ବରିକ ମ୍ୟାଜିକ ପାୱାର ରହିଛି ? କିଛି ପରିବର୍ତ୍ତନ ଅ।ଣି ପାରିବି?  ଜୀବନ ସହ ବାଜି ଲଗାଇ କେତେଥର ହାରିଛି କି ଜିତିଛି  ହିସାବ ରଖିନି ! ଜାଣିନି ମୋର ଲକ୍ଷ୍ୟ ଓ ଯାତ୍ରାପଥ କୁଅ।ଡେ ? ପ୍ରତିକୂଳ ସମୟ ଭିତରେ ନିତିଦିନ ଜୀବନ ସହ ଯୁଝିବାକୁ ପଡୁଛି । ନିସ୍ତାର କାହିଁ ?? ଭାବିଲି ମହାମାରୀ କରୋନା ସବୁଠି ମାନସିକସ୍ତର ଯାଏ ବ୍ୟାପିଯାଇଛି। ଅ।ମ ଚିନ୍ତାଧାରା, ବିଶ୍ବାସ ଓ କାର୍ଯ୍ୟ ସବୁ ରୋଗାକ୍ରାନ୍ତ ହୋଇପଡିଛି । ବାଉଳା କରୁଛି ମନକୁ ।

ସେତେବଳକୁ କପ୍ ଭର୍ତ୍ତି ଚା' ହେମାଳ ପଡି ସାରିଥିଲା । ଝର୍କା ଦେଇ ଅ।ସୁଥିବା ସୂର୍ଯ୍ୟଙ୍କ ପହିଲି ସୁନେଲି କିରଣରେ ଚକଚକ୍ କରୁଥଲା  ଚା' କପ୍ । ମୋ ଉଦାସ, ଅବୁଝା ଅ।ଖିକୁ ଦିଶୁଥିଲା ଶୁଭ ସକାଳର ଭିନ୍ନ ଏକ ବିକଳ୍ପ ରୂପକଳ୍ପ !! ମନରେ ଉଙ୍କି ମାରୁଥିଲା ଛୋଟ ଏକ ଅ।ଶା, ହୁଏତ ସମୟ ଅ।ସିବ ସାଥୀରେ ଧରି ଭୟମୁକ୍ତ ସକାଳଟିଏ !!


*******


Rate this content
Log in

Similar oriya story from Classics