ଚା' କପର ଝଡ଼
ଚା' କପର ଝଡ଼
ଶୀତୁଆ ସକାଳର କଆଁଳ ଖରାରେ ବସି ମନୋରଞ୍ଜନ ଦାସଙ୍କ ନାଟକ "ନନ୍ଦିକାକେଶରୀ" ପଢିବାକୁ ବହୁତ ଇଚ୍ଚ୍ଥା ଶିଖାର । ସକାଳୁ ପଢିବ ବୋଲି ପାହାନ୍ତିଆରୁ ଘରର ସବୁ କାମ, ଏମିତି କି ରୋଷେଇ ବାସ କରି ସାରିଲାଣି । କଆଁଳ ଖରା ବାଲକୁନିରେ ପଡିବା ମାତ୍ର , ଶିଖା ବହି ଧରି ବେତ ଚୌଉକି ଉପରେ ବସି ପଢିବା ପାଇଁ ପ୍ରସ୍ତୁତ ହେଇଗଲା ।
ଏତିକି ବେଳେ ସୁମନର ଡାକ । ଏଇଟା କର , ସେଇଟା ଆଣିଦିଅ । ଏମିତି ଅନେକ କିଚ୍ଥି । କୌଣସି କାମ ସୁମନ ନିଜେ କରିବେ ନାହିଁ । ପାଣି ଗ୍ଲାସଟେ ପାଇଁ ବି ଶିଖା ଦରକାର । ଶାନ୍ତିରେ ଟିକିଏ ପଢେଇ ଦେବେନି ।
ସ୍ତ୍ରୀ ଯେତେବେଳେ । ଅନିଚ୍ଚ୍ଥା ହେଲେ ବି କରିବାକୁ ପଡେ । ଉଠି ଚାଲିଲେ ରୋଷେଇ ଘରକୁ । ସୁମନ ନିମନ୍ତ ଚା' ତିଆରି କରିବା ପାଇଁ ।
ସୁମନ ଚା' କପ୍ କୁ ଧରି , ଶିଖାକୁ ଖବର କାଗଜ ଆଣିବାକୁ କହିଲେ । ପୁଣି , ଟିକିଏ ପାଣି ଗରମ କରିଦିଅ । ପେପର ପଢିଲା ପରେ ଗାଧେଇ ବି !! ହଁ, ଟେ ଭରି ଶିଖା ଚାଲିଗଲା । ଶିଖା, " ଜଳଖିଆ କଣ କରିଚ୍ଥ??"
ବାସ୍! ଆରମ୍ଭ ହେଇଗଲା । ଚା' କପର ଝଗଡା । ଶିଖା ରାଗରେ ଗରଗର ହେଲା । ଏପର୍ଯ୍ଯନ୍ତ ମୁହଁ ଧୋଇ ନ , ଖାଇବା ଚିନ୍ତା ।
ସୁମନ:- ଏତେ ରାଗୁଚ୍ଥ କାହିଁକି??
ଶିଖା:- ଆଉ! କଣ କରିବି ଯେ । ରାଗି ବି ନାହିଁ । ମୁଁ ପଢିବା ପାଇଁ ଗଲା ବେଳକୁ । ଡାକି କହୁଚ୍ଥ ମୋ ପାଇଁ ଏଇଟା କର, ସେଇଟା କର । କାଇଁ, ତମେ ରାତି ସାରା ନିଜ ଲେଖାରେ ମାତି ଥାଅ । ମୁଁ କଣ କୁହେ??
ସୁମନ:-ତମକୁ କଣ ମୁଁ ପଢିବାକୁ ମନା କରୁଚ୍ଥି ?? ଖାଲି ପଚାରିଲି, ଜଳଖିଆ କଣ କରିଚ୍ଥ??
ଶିଖା:- ନା, କହିବି ନାହିଁ । କହିଲେ, ବାବୁ ପୁଣି ବରାଦ ଦେବେ । ଯାହା ହେଇଚ୍ଥି ତାହା ଖାଇବ ।
ସୁମନ:- ମୁଁ କଣ ମନା କରୁଚ୍ଥି ଖାଇବାକୁ?? କାହିଁକି ସକାଳୁ ଏମିତି ହଉଚ୍ଥ ??
ଶିଖା:- କଣ ହେଲା ମୁଁ ....। ଝିଅ ହେଇ ଜନ୍ମ ହେବା ହିଁ ପାପ ।
ସୁମନ:- ଏମିତି କଣ କହୁଚ୍ଥ ?? କଥା କେଉଁଠି ଯାଇ କେଉଁଠି ପହଞ୍ଚିଲା ନି !! ମୁଁ ଯାଏ ଗାଧେଇ ବାକୁ । ଧର , ଏ କପକୁ ।
( ସୁମନ ଚାଲିଗଲା । ଶିଖାର ରାଗ କମି ନ ଥାଏ।)
ଶିଖା ପଚ୍ଥରେ କହୁଥାଏ । ଏ ମାନଙ୍କ ପାଇଁ ସବୁ କାମ ଚ୍ଥାଇ ପରି ପଚ୍ଥରେ ଲାଗି କର । ନିଜ ପାଇଁ କିଚ୍ଥି ସମୟ ଦେବା ଭୁଲ୍ ।