STORYMIRROR

Sunanda Mohanty

Drama Action Inspirational

4  

Sunanda Mohanty

Drama Action Inspirational

ବୋହୁ

ବୋହୁ

2 mins
259

ଅଟକିଯିବା ପାଇଁ କୋଉଠି ସମୟ ନଥିଲା। ସାରା ରାଜ୍ୟ ବୁଲିସାରିଲିଣି, ଝିଅ ଦେଖା ସରୁନି କି ପସନ୍ଦ ହେଉନି। ଗୋଟିଏ ବୋଲି ପୁଅ ମୋର, ତା ପାଇଁ ବାଛି ବାଛି ବୋହୁ ନନେଲେ, ମୋ ସଂସାର, ମୋର ଓ ମୋ ସ୍ୱାମୀଙ୍କର ତଥା ପୁଅର କଥା ମାନିଚଳିବା, ଆଧୁନିକ ଝିଅ ଙ୍କ ପାଖରେ ଅସମ୍ଭବ ଲାଗେ, ସବୁ ଜିଲ୍ଳାର ବନ୍ଧୁ ବାନ୍ଧଙ୍କ ଘରକୁ ଯାଇ, ଅଟକି ଯାଇ ନାହାନ୍ତି, ସୁଷମା। ଏଥର କୋରାପୁଟ କୁ ଆସି ମୁହଁ ମୋଡୁଥିଲେ ସୁଷମା। ସୁନାବେଡ଼ା, ଜୟପୁର ଘାଣ୍ଟି ସାରି ସେଦିନ ରଣ୍ଡାପଲ୍ଲୀ ରେ ଅଟକି ଯାଇଥାନ୍ତି ଝିଅ ପାଖରେ। ଝିଅ ସ୍କୁଲ ଗଲା ପରେ, ଛାତ କରିଡ଼ରରେ ଠିଆ ହୋଇ ଦେଖିଥାନ୍ତି ପ୍ରକୃତିକୁ। ହଠାତ୍ ନଜର ପଡିଲା ଦଳେ ଆଦିବାସୀ ଜନଜାତି ଝିଅ ମାନଙ୍କ ଉପରେ, ସେମାନେ ସମସ୍ତେ ପାଖରେ ଥିବା କାଜୁ ଫ୍ୟାକ୍ଟ୍ରି ରେ କାମ କରିବାକୁ ଆସୁଥାନ୍ତି। ତା ଭିତରୁ ଗୋଟେ ଝିଅ କୁ କାହିଁକି ଭଲ ଲାଗିଲା। ସମସ୍ତଙ୍କ ହାତରେ ଟିଫିନ୍ ବକ୍ସ ଥିଲେ ବି ତା ହାତ ଫାଙ୍କା ପଡ଼ିଥିଲା।


ସେସବୁ କଥାରୁ ଦୃଷ୍ଟି ଫେରାଇ ଫୁଟା ପାଣି କରିବାକୁ ଯାଉଛି ଟ୍ୟାପରୁ ପାଣି ଆସୁନି। ସୁଇଚଟା ତଳେ। ମଧ୍ୟାର୍ଣ୍ଣ ବିରତି ପାଖ ହେଲାଣି, ତରତର ହୋଇ ସିଡି ଦେଇ ଓହ୍ଲେଇ ଯାଉଛି ପାଣି ସୁଇଚ ଦେବାକୁ, ସେଇ ଝିଅଟି ଶେଷ ପାହାଚରେ ବସି କାନ୍ଦୁଛି। ଅଟକି ଗଲି। କେଡେ ସୁନ୍ଦର ଝିଅଟି, କିଏ କହିବ ଜନଜାତିର ବୋଲି? ଘୁଞ୍ଚିଗଲା, କାନ୍ଥ ଦେହରେ ପଲସ୍ତରା ହେଲା ଭଳି ତ ଦରଦୀ ହୃଦୟ ଅଟକି ଗଲା, ତାରି ପାଖେ ମୋ ପାଦ, କାହିଁକି କାନ୍ଦୁଛୁ ମାଆ? ମୋ ପ୍ରଶ୍ନ ଶୁଣି ଚମକି ପଡ଼ିଲା, ଲୁହ ପୋଛୁ ପୋଛୁ, ଆହୁରି କାନ୍ଥ ଭିତରେ ପଶି ଯିବାକୁ ବସିଲା, ତ ହାତ ବଢେଇ, ମୁହଁ ଟିକୁ ତୋଳି ଧରି ଦେଖୁଥିଲି ଆଦିବାସୀ ଝିଅଟିକୁ ବିଧାତା ବୋଧେ ନିଜ ହାତର ସ୍ପର୍ଶ ଦେଇ ଗଢ଼ିଛନ୍ତି। ଚିହିଁକି ଉଠିି ଝିଅଟି କହିଲା, ଛୁଇଁଦେଲେ ମାଆ ମୋତେ, ଆମେ ପରା ବାସନ୍ଦ ହେଇଛୁ ଜାତିରୁ, ତୁମେ ଏବେ ଗାଧେଇବାକୁ ପଡିବ। ହଉ ଯେ କଣ ପାଇଁ ବାସନ୍ଦ ହେଇଛ ଜାତିରୁ?


ଆଶ୍ୱାସନା ପାଇ କହିଗଲା ହୃଦୟର କୋହକୁ ଆଖି ଲୁହ ରେ ଭସେଇ ତା ଦୁଃଖ। ଭାଇ ତାର ରେଙ୍ଗୁନ ଯାଇଥିଲା କାମ କରିବାକୁ। ସେଠୁ ଝିଅଟିଏ ବାହା ହୋଇ ଧରି ଆସିଛି, ତ ଜାତି ଭାଇ ଆମକୁ ବାସନ୍ଦ କରିଛନ୍ତି, ଆଉ ମତେ ମଧ୍ୟ କେହି ଆଦିବାସୀ ଜନଜାତିର ପୁଅ,ନିଜ ଧାଙ୍ଗଡି, ଅର୍ଥାତ କନିଆଁ କରି ନେବେ ନାହିଁ। ଏମିତିକି ଏଠାରେ କାଜୁ ଫ୍ୟାକ୍ଟ୍ରିରେ, ଆମ ଜାତିର ମହିଳା ପୁରୁଷ, ପୁଅ ଝିଅ କାମ କରୁଥିବାରୁ, ମୋତେ ସେମାନଙ୍କ କଥାରେ କାମରୁ ବାହାର କରି ଦିଆଯାଇଛି।


ସଙ୍ଗେ ସଙ୍ଗେ ଡ୍ରାଇଭର କୁ ଗାଡ଼ି କାଢ଼ିବାକୁ କହି ଝିଅଟିକୁ ନେଇ ତା ଘରକୁ ଗଲି। ତା ବାପା ମାଆ ଙ୍କୁ ବୁଝେଇ ଝିଅଟିକୁ ବୋହୁ କରିନେବି ପ୍ରତିଶ୍ରୁତି ଦେଇ ଗ୍ରାମବାସୀ ଙ୍କୁ ବୁଝାଇଲି। ମୋ ପୁଅର ଫ୍ୟାକ୍ଟ୍ରିରେ ସେ ଝିଅର ସମସ୍ତଙ୍କୁ କାମ ଦେବି, ତୁମେ ତ ସେମାନଙ୍କୁ ବାସନ୍ଦ କରିଛ, ଏବେ ତାଙ୍କ ଝିଅକୁ ବୋହୁ କରିନେଇ ସେମାନଙ୍କୁ କାମ ଦେବି, ତୁମେ ଆଉ କଣ କରିପାରିବ। ବୁଝୁନ କାହିଁକି, ତ ସମସ୍ତେ ନତମସ୍ତକ ହୋଇ, କଥା ହୃଦୟଙ୍ଗମ କରି, ବାସନ୍ଦ ଉଠାଇଇନେବୁ କହିବାରୁ ଝିଅଟିକୁ ହସ୍ତରୁ ସୁନା ଚୁଡ଼ି ପିନ୍ଧେଇ ଆସିଥିଲି। ମୋ ଝିଅ ସବୁ ଶୁଣି ସ୍ଥାଣୁ ପାଲଟି ଯାଇଥିଲା। ହେଲେ ଝିଅଟିକୁ ଦେଖିବା ପରେ, ତା ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ରାଜି ହୋଇଥିଲେ। ଆଉ ଜନଜାତି ମଣିଷ ମାନଙ୍କ ସରଳତାରେ ମୁଗ୍ଧ ହେଲେ।

ବାହାଘର ପରେ , ବୋହୁକୁ ପାଠ ପଢ଼େଇ ଶିକ୍ଷୟତ୍ରୀ ଟିଏ ହୋଇ ବି ମୋର ତଥା ମୋ ସ୍ୱାମୀଙ୍କର ସେବା ଯତ୍ନ ସହ ସ୍ୱାମୀର ଆଜ୍ଞାବହ ହୋଇ ସହଧର୍ମିଣୀ ଓ ସହକର୍ମିଣୀ ହୋଇ ସଂସାର କୁ ସୁଖି ରଖିବାରେ, ଘଡ଼ିଏ ଅଟକିବା ପାଇଁ ତା ପାଖରେ ସମୟ ନଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama