ବଂଶୀ
ବଂଶୀ
ଶ୍ରୀକୃଷ୍ଣ ଓ ରାଧା ଦୁହେଁ ଦେବସଭାରେ ପହଁଞ୍ଚିଯାଇ କହିଲେ ମର୍ତ୍ତ୍ୟରେ ଆଜିକାଲି ଗାଁରେ ଗଛର ଚେର ମୂଳ, ଫୁଲ, ଫଳ ଓ ଡ଼ାଳ ଇତ୍ୟାଦିରୁ ଚେରମୂଳି ଔଷଧ ପାଇ ଲୋକେ ସୁସ୍ଥ ଜୀଵନ ଜାପନ କରୁଛନ୍ତି. ଜଡିବୁଟି କରି ନିଜ ଲୋକଙ୍କୁ ଦୁରକୁ କିଏ ଛାଡ଼ୁଛି ତ କିଏ ପାଖରେ ରଖୁଛି. ଏଇ ସଭାରେ ଯେମିତି ମୋ ନାମ କେହି ନେଲେନି କାରଣ ଜନ୍ମାଷ୍ଟମୀ ଠାରୁ ରାଧାଷ୍ଟମୀ ଯାଏଁ ମୁଁ ମରତରେ ରହି ଦେଖିଛି. ପାଚିଲା ବୋଲି ଆକ୍ଷେପ କରୁଥିବା ବୁଢ଼ା ଲୋକମାନେ ଗାଁରେ ରହିବାକୁ ଓ ଜଡିବୁଟି ଔଷଧ ଖାଇ ଖୁଆଇ ଭଲରେ ଅଛନ୍ତି. ସାମାୟିକ ଆମୋଦ ପ୍ରମୋଦ ପାଇଁ ଗଛମୂଳେ ବସିଥିବା ପଥର ଦେବୀ ଡାକିଲେ ଓ କରୁଛନ୍ତି. ଫେରିଯାଉଥିବା କେତେକ ଦେବ ଦେବୀ ଶ୍ରୀକୃଷ୍ଣଙ୍କ କଥା ଶୁଣି ତାତ୍ସଲ୍ୟ କରୁଥିଲେ କହିକି ଯେ ମର୍ତ୍ତ୍ୟରେ ପ୍ରେମ ଲୀଳାକରୁଥିବା ଠାକୁର ଆଉ ଅଧିକା କଣ କହିବେ!ବିଷ୍ଣୁ ସମସ୍ତଙ୍କୁ ହାତ ଯୋଡି ଚୁପ ରହିବାକୁ ନିର୍ଦେଶ ଦେଇ କହିଲ କି ଭଗବାନ୍ ଶ୍ରୀକୃଷ୍ଣ ଏବଂ ତାଙ୍କ ପ୍ରେମର ପ୍ରତୀକ ମୋହନ ମୂରଲୀ ପରସ୍ପରଠାରୁ ଅଭିନ୍ନ. ତାଙ୍କ ମୋହନ ମୂରଲୀର ନାଦ, ତ୍ରିଭୁବନକୁ ମୋହିତ କରି ରଖିଛି. ସମସ୍ତ ଜଗତର ଚେତନାରେ ସେ ନାଦ ଗୁଞ୍ଜରିତ ଏବଂ ଅନୁରଣିତ ହେଉଛି.ପ୍ରତି ପ୍ରାଣର ସ୍ପନ୍ଧନ, ସେହି ମୁରଲୀ ନାଦ. ପୁରାଣକଥା ଅନୁଯାୟୀ ଭଗବାନ୍ ଶ୍ରୀକୃଷ୍ଣଙ୍କ ମୋହନ ବଂଶୀର ନାଦ ଶୁଣିଲେ, କ୍ରମ ଅନୁସାରେ, ଉଚ୍ଚାଟନ, ସ୍ତମ୍ଭନ,ବଶୀ କରଣ ଏବଂ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ. କୃଷ୍ଣପ୍ରାଣା ଗୋପିମାନେ ବା ଏଥିରୁ ବାଦ ଯାଆନ୍ତେ କିପରି ? ସେ ବଂଶୀର ସ୍ଵନ ଶୁଣିଲେତ ଜଡ଼ବସ୍ତୁ ପ୍ରାଣବନ୍ତ ହୋଇ ଯାଆନ୍ତି. ସେହି ଭଳି ଜଡିବୁଟି ଆଜି ପୃଥିବୀର ଗାଁ ଗଣ୍ଡା ଲୋକଙ୍କର ପ୍ରାଣ ସ୍ପନ୍ଦନ. ଯେପରି ମୋହନ ବଂଶୀ ବଜାଇ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଆକର୍ଷିତ କରୁଥିଲେ. ବୁଢ଼ା ବୁଢ଼ୀ ମାନେ ଜଡିବୁଟିର ଉପକାର ଦର୍ଶାଇ ପୁତ୍ର କନ୍ୟାଙ୍କୁ ପୁଣି ଗାଁକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି.କୃଷ୍ଣଙ୍କ ବଂଶୀ ସ୍ଵନ ଶୁଣିଲେ ଗୋପୀମାନେ ସମସ୍ତ ଗୃହ ଧନ୍ଦା ଛାଡ଼ି ଧାଇଁ ଆସୁ ଥିଲେ.କେବେ ସେ ବଂଶୀ ରାଧା ତ କେବେ ବିଶାଖା, କେବେ ଲଳିତା ବା ଚନ୍ଦ୍ରାବଳି ବା ବୃନ୍ଦାବତୀ ନାମଧରି ଡାକୁଥିଲା. ସେହି ବଂଶୀ ସ୍ଵନରେ ମଜ୍ଜି, କୃଷ୍ଣ ପ୍ରେମରେ ହଜି ଗୋପୀ ମାନଙ୍କୁ ସାମାଜିକଭାବେ ବହୁ ନିର୍ଯାତନା ଓ ତାଡ଼ନା ସହ୍ୟ କରିବାକୁ ପଡ଼ୁଥିଲା ସିନା ଜଡିବୁଟି ତିଆରି ଔଷଧରେ ଯୁବଶକ୍ତି ପୁଣି ଗାଁକୁ ଫେରିବେ ଠିକ ଶ୍ରୀକୃଷ୍ଣ ଓ ତାଙ୍କର ମୋହନ ବଂଶୀ ଅବିଛେଦ୍ୟ ପରି ବୟସ୍କ ଓ ଯୁବକ. ଶ୍ରୀକୃଷ୍ଣ ଯେପରି ସର୍ବଦା ତାଙ୍କ ବେଣୁଟିକୁ ନିଜ ପାଖରେ ରଖୁ ଥିଲେ ସେହିଭଳି ଜ୍ୟେଷ୍ଠ ମାନେ ଶ୍ରେଷ୍ଠ ଗୁରୁ ପଦବାଚ୍ୟ ବୁଝି ସହରର କଂକ୍ରିଟ ମୋହ ପରିତ୍ୟାଗ କରି ଗାଁର ନିର୍ମଳ ସବୁଜିମା ଭିତରକୁ ପୁଣି ଫେରିଆସିବେ ଠିକ ବ୍ରଜବାଳାମାନଙ୍କ ପରି. ଦିନେ ଯେମିତି ବ୍ରଜବାଳାମାନେ ଚିନ୍ତା କଲେ, ବଂଶୀଟିକୁ ନେଇ ଯମୁନା ସ୍ରୋତରେ ଭସେଇ ଦେବା.ବଂଶୀ ଥିବ ନା କାହ୍ନା ଆମକୁ ଆଉ ଏତେ ହଇରାଣ କରିବ!କିନ୍ତୁ କରିବେ କଅଣ ? ମୁରଲୀ ତ ସବୁ ବେଳେ କୃଷ୍ଣଙ୍କ ପାଖରେ.ତେଣୁ ସେମାନେ ଚିନ୍ତା କଲେ ତାଙ୍କ ବଂଶୀକୁ କୌଣସି ଉପାୟ କରି ଚୋରାଇ ନେବେ.
ଦିନେ ରାସଲୀଳା ସରିବା ପରେ ଶ୍ରୀକୃଷ୍ଣଙ୍କୁ କ୍ଲାନ୍ତ ଦେଖି ଗୋପିମାନେ ତାଙ୍କୁ କିଛିକ୍ଷଣ ବିଶ୍ରାମ ନିଅ ବୋଲି କହିଲେ. ଅନ୍ତର୍ଯ୍ୟାମୀ ପ୍ରଭୁଙ୍କୁ କେଉଁକଥା ବା ଅଜଣା. ଗୋପୀ ମାନଙ୍କ ଉଦ୍ଦେଶ୍ୟ ସେ ବୁଝି ଗଲେ. ପ୍ରଭୁ ଗୋପୀମାନଙ୍କୁ ଡାକି କହିଲେ, ହଉ ତୁମେ ସବୁ ଯଦି କହୁଛ ମୁଁ ଟିକେ ଶୋଇ ପଡୁଛି. ସେ ମିଛରେ ଶୋଇବା ବାହାନା କରି ବଂଶୀଟିକୁ ତାଙ୍କ ମୁଣ୍ଡ ପାଖରେ ରଖିଦେଇ ଶୋଇ ପଡ଼ିଲେ. ଗୋପୀ ମାନଙ୍କୁ ଅପୂର୍ଵ ସୁଯୋଗଟିଏ ମିଳିଗଲା. ଶ୍ରୀରାଧା ତାଙ୍କ ସଖୀ ଲଳିତା, ବିଶାଖା ପ୍ରଭୃତିଙ୍କ ସାହାଯ୍ୟରେ, ବଂଶୀଟିକୁ ଚୁପ କରି ନେଇ ଯାଇ ଏକ ଗଛ ତଳେ ଲୁଚେଇ ଦେଲେ. କୃଷ୍ଣ ନିଦରୁ ଉଠି ଦେଖନ୍ତି ତ, ତାଙ୍କ ବଂଶୀ ନାହିଁ.କୃଷ୍ଣ ମୃଦୁ ମୃଦୁ ହସି ସମସ୍ତ ଗୋପୀଙ୍କୁ ପଚାରିଲେ, ଆରେ ! ତୁମେମାନେ ଥାଉଁଥାଉଁ ମୋ ମୁରଲୀଟି କୁଆଡ଼େ ଗଲା! ବ୍ରଜାଙ୍ଗନାମାନେ ସମସ୍ତେ ନିଜର ଅଜ୍ଞତା ପ୍ରକଟ କଲେ. କିଛିକ୍ଷଣ ପରେ କୃଷ୍ଣ ଦେଖିଲେ, ରାଧା ସେଠାରେ ନାହାଁନ୍ତି.ଏଣୁ ସେ ପଚାରିଲେ ରାଧା କେଉଁଠି ଅଛନ୍ତି ? ଗୋପୀମାନେ କହିଲେ, "ଆମେ ଜାଣି ନାହୁଁ.
ନଟ ନାଗର ଶ୍ରୀକୃଷ୍ଣ ଗୀତ ଗାଇ ଗାଇ ଶ୍ରୀରାଧା ରାଣୀଙ୍କୁ ଖୋଜିବାରେ ଲାଗିଲେ.ଖୋଜି ଖୋଜି ସେ ଯାଇ ଦେଖିଲେ, ରାଧା ରାଣୀ କୁସୁମିତ ଏକ ବୃକ୍ଷର ଛାୟାତଳେ ବସିଛନ୍ତି.କୃଷ୍ଣ ଟିକିଏ ଚାଟୁ ବାକ୍ୟରେ କହିଲେ, ହେ ପ୍ରିୟେ ! ମୁଁ ଟିକେ କ୍ଳାନ୍ତି ଅପନୋଦନ କରିବାକୁ ଚାହୁଁଥିଲି. ତୁମେ ନିଜକୁ ହଠାତ୍ ଅଦୃଶ୍ୟ କରାଇ ଦେଇ, ମୋତେ ଆହୁରି କ୍ଲାନ୍ତ କରାଇ ଦେଇଛ.ରାଧା କହିଲେ, ମୁଁ ତ ସ୍ଵ ଇଛାରେ ବିହାର କରେ, ମୋତେ କାହିଁକି ଏ ପ୍ରଶ୍ନ କରୁଛନ୍ତି.କୃଷ୍ଣ ଉତ୍ତର ଦେଲେ, କିନ୍ତୁ, ହେ ରାଧେ ! ତୁମେ ଯେ ମୋତେ ନିୟନ୍ତ୍ରିତ କର.ରାଧା କହିଲେ,"ଏ ଚାଟୁକ୍ତି ବନ୍ଦ କର.ମୁଁ ଜାଣେ ତୁମର ଏ ଚାଟୁକ୍ତି ପଛରେ କିଛି ନା କିଛି ପ୍ରଚ୍ଛନ୍ନ ଅଭିପ୍ରାୟ ଅଛି. କିଛି ଅଭିପ୍ରାୟ ନଥାଇ ତୁମେ ଏପରିକଥା କୁହ ନାହିଁ.କୁହ କଣ ଚାହଁ ତୁମେ?"
କୃଷ୍ଣ କହିଲେ," ହେ ରାଧେ ! କହିଦିଅ ବଂଶୀଟି ମୋର କେଉଁଠି ଅଛି.ମୁଁ ଜାଣେ,କେବଳ ତୁମେ ହିଁ ଜାଣ ମୋ ବଂଶୀ କେଉଁଠି ଅଛି. ତୁମେ ମୋ ହସ୍ତର କଙ୍କଣ, ଗଳାର ରତ୍ନ ହାର ଯାହା ଚାହୁଁଛ ତାହା ନିଅ. କିନ୍ତୁ, ମୋର ବଂଶୀଟି ଦେଇ ଦିଅ. ଏହା ମୋର ପ୍ରାଣ.ଅତି ଯତ୍ନରେ ସୁବର୍ଣ୍ଣ ବେଣ୍ଟ ଲଗାଇ, ଏ ବଂଶୀକୁ ତିଆରିକରି ମାଆ ମୋତେ କେଡ଼େ ଶ୍ରଦ୍ଧାରେ ଧରେଇ ଦିଅନ୍ତି.ତୁମେ, ତାକୁ ଚୋରାଇ ନେଲ ! ମୁଁ ଏବେ ମାତାଙ୍କୁ ଯାଇ କ'ଣ କହିବି, କଅଣ କହି ବୁଝାଇବି !!
ରାଧିକା କହିଲେ, କିକଥା, ତୁମ ବଂଶୀ କଥା ମୁଁ କିପରି ଜାଣିବି, ତୁମେ ସାମାନ୍ୟ ବାଉଁଶ ଖଣ୍ଡକ ପାଇଁ ଏତେ ବ୍ୟଥିତ ହେଉଛ କାହିଁକି ! ଦେଖୁନା ଆଗରେ ବାଉଁଶ ବଣ.ସେଇଠୁ ବାଉଁଶ ଖଣ୍ଡେ କାଟି ଆଣି ନୂଆ ବଂଶୀଟିଏ ତିଆରି କରି ଦିଅ. ମୋତେ ଏତେ ଜଳାଉଛ କାହିଁକି? ସେ ଯେତେ ରାଣ, ନିୟମ ପକାଇଲେ ସୁଦ୍ଧା କୃଷ୍ଣଙ୍କର ସେହି ଗୋଟିଏ ମାତ୍ର କଥା, ତୁମେ ହିଁ, ମୋ' ବଂଶୀକୁ ଚୋରାଇ ନେଇଛ. ଠିକ ସେହିଭଳି ଆଜି ସହରରେ ଗଛ ସବୁକୁ କିଏ ଚୋରେଇ ନେଇଛି. ସବୁଜିମାର ଘୋର ଅଭାବ. ଧୂଳି ଧୂସ ଯୋଗୁଁ ଭୁତାଣୁ ଓ ଭାଇରସ ଜନିତ ରୋଗରୁ ମଣିଷ କେବଳ ଏଣିକି ଗାଁରେ ବସବାସ କରିପାରିବ. ଗମୂଳେ ସିନ୍ଦୁର ପିନ୍ଧି ଗ୍ରାଦେବତୀ ରୂପେ ବସିଥିବା ଶାଳଗ୍ରାମ ହିଁ ସେଦିନର ସେହି ରାଧରାଣୀ. ଯିଏ ଫେରେଇ ଆଣିବେ କାହ୍ନୁସମୂହଙ୍କୁ ସହରରୁ ପୁଣି ଗ୍ରାମକୁ. ଯୋଉଠି ତାଙ୍କ ପିତା ମାତା ଅଛନ୍ତି, ବାଲ୍ୟ ସ୍ମୃତି ସହିତ ନିରୋଗ ରହିବାର ଅଷ୍ଟସୁତ୍ର ଜଡବୁଟି ଅଛି ରୋଗର ନିଦାନ ହୋଇ.
ସେଦିନ କୃଷ୍ଣ ରାଧାଙ୍କୁ କହିଲେ, ରାଧିକେ ! ସେହି ବଂଶୀ ସାମାନ୍ୟ ଏକ ବାଉଁଶ ଖଣ୍ଡ ନୁହଁ. ସେହି ଅପୂର୍ଵ ବଂଶୀଦ୍ବାରା ମୁଁ ନାନା ବିଧ କ୍ରିୟା କରେ. ବଂଶୀ ଦ୍ବାରା ମୁଁ ଗୋଗୋଷ୍ଠକୁ ଏକତ୍ରିତ କରେ. ମୋର ବଂଶୀ ସ୍ଵନ ବ୍ରଜବାସୀଙ୍କୁ ଏବଂ ଗୋପୀ ମାନଙ୍କୁ ଆହ୍ଳାଦିତ କରେ.ସେମାନଙ୍କ ହୃଦରେ ପ୍ରେମର ନିର୍ଝରିଣୀ ପ୍ରବାହିତକରେ ଓ ଜଡ଼ ଚେତନ ସବୁ ପ୍ରାଣୀମାନଙ୍କ ହୃଦୟକୁ ଦ୍ରବୀଭୂତ କରେ.ଗାଈ ମାନଙ୍କୁ ଏକତ୍ର କରିବାପରି ମୋ ମୋହନ ବେଣୁ ସ୍ଵନ, କୁଣ୍ଠିତ ଭକ୍ତମାନଙ୍କୁ ଏକତ୍ରିତ କରାଏ ତଥା ସେମାନଙ୍କୁ ତାଙ୍କ କର୍ମର ପ୍ରେରଣା ଦେଇ, ଊଚିତ ଫଳ ପ୍ରାପ୍ତ କରାଏ. ଏଇ ବଂଶୀ ଦ୍ବାରା, ମୁଁ ଏହି ସଚରାଚର ଜଗତକୁ ନିୟନ୍ତ୍ରଣ କରେ.ଯଦି କେହି ମୋ ଅଧର ଅମୃତକୁ ପାନ କରିବାକୁ ଆଗ୍ରହୀ, ତେବେ ତାକୁ ନିଜର ଅହଂକାର ତ୍ୟାଗ କରି ହୃଦୟକୁ ମୁକ୍ତକରିବାକୁ ହେବ, ଯେପରି କି ମୋ ବଂଶୀ ନିଜକୁ ଶୁନ୍ୟ କରିଦିଏ.ଏହା ଦ୍ବାରା ମୁଁ ତାକୁ ସଦାସର୍ବଦା ନିଜ ଅଧରକୁ ସ୍ପର୍ଶ କରାଇ ପାରିବି.ଆଉ ତୁମ କଥା ତ ତୁମକୁ ଜଣା.ଏମିତି କଥୋପକଥନ ହେଉଥିଲା ବେଳେ କୃଷ୍ଣ ଟିକିଏ ଦୃଷ୍ଟି ଆଢୁଆଳକୁ ଚାଲି ଯାଆନ୍ତେ, ରାଧା ଏବଂ ଅନ୍ୟ ଗୋପିମାନେ ମିଶି ବଂଶୀଟିକୁ ଭାଙ୍ଗି ଦେଲେ. ମାତ୍ର ଆଶ୍ଚର୍ଯ୍ୟ ଜନକ ଭାବେ ବଂଶୀର ଭଗ୍ନଅଂଶ ଗୁଡ଼ିକ ସୁନ୍ଦର ଗୀତ ଗାନ କରି ନୃତ୍ୟ କରିବାକୁ ଲାଗିଲେ ଓ ସେଠାରେ ବଂଶୀମାନଙ୍କ ଗୋଟିଏ ବଗିଚା ତିଆରି ହୋଇଗଲା. ହତବାକ୍ ଗୋପୀମାନେ ପରସ୍ପରକୁ ଚାହିଁ ରହିଥାନ୍ତି l ତାଙ୍କ ମୁଖରୁ ବାକ୍ୟ ସ୍ଫୁରୁ ନଥାଏ. ସେମାନେ ସମସ୍ତେ ନୃତ୍ୟରତ ବଂଶୀଗୁଡିକୁ ଧରିବାକୁ ଚେଷ୍ଟା କଲେ l ମାତ୍ର ସେଥିରେ ମଧ୍ୟ ବିଫଳ ହେଲେ.ଆଉ କୌଣସି ଉପାୟ ନଥିଲା.ଏଥର ରାଧିକା ତଥା ସବୁ ଗୋପୀ ମାନେ ସେମାନଙ୍କ ପରାଜୟ ମାନିନେଲେ. ଅନନ୍ୟୋପାୟ ହୋଇ ସେମାନେ କୃଷ୍ଣଙ୍କୁ ଡାକିଲେ. ରାଧାରାଣୀ ତାଙ୍କୁ ଭଗ୍ନ ବଂଶୀ ଖଣ୍ଡେ ଆଣି ଦେଲେ. କୃଷ୍ଣ ସେ ବଂଶୀକୁ ଗ୍ରହଣ କରନ୍ତେ, ତାହା ନିଜର ପୂର୍ଵ ସ୍ୱରୂପ ଧାରଣ କଲା ଏବଂ ନୃତ୍ୟ ରତ ବଂଶୀମାନେ ଅପସରି ଗଲେ.ବୈଷ୍ଣବ ଶାସ୍ତ୍ର ମାନଙ୍କରେ ଏହି ଲୀଳା ରାଧାଙ୍କ ବଂଶୀଚୋରୀ ଲୀଳା ଭାବେ ବର୍ଣ୍ଣିତ. ଆଜି ବରଗଛ ମୂଳେ ଜାମୁଥିବା ସାରସ୍ୱତ ବନ୍ଧୁମିଳନ, ପଶ୍ଚିମ ଓଡିଶା ଭେଘାଟ, ଗଣେଷ ଚତୁର୍ଥୀ ଆଦି ଗୋଟେ ଗୋଟେ ଭଙ୍ଗା ବଂଶୀର ନୃତ୍ୟ, ଗୀତ, ଆସର ରୂପେ ସମ୍ମୋହନ. ଗାଁକୁ ଫେରିବାକୁ. ମାଆ ଡାକୁଛି ଆ. ଏଇଠି ଅଛି କଦମ୍ଭ ବନ ଓ ବାଉଁଶ ଗଛ, ଅଛି ଯମୁନାର ନୀରର୍ବିଛୀର୍ଣ୍ଣ ଚହଲା ପାଣି.ବାଜିବ ବେଣୁ ପୁଣି.ସେଦିନର ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଏହି ବଂଶୀ ଚୋରି ଲୀଳାର ସ୍ମୃତି ସ୍ୱରୂପେ ବୃନ୍ଦାବନର ରାସ କୁଞ୍ଜ ନିଧିବନରେ ବିଜେ କରୁଛନ୍ତି, ବଂଶୀଚୋରି ଶ୍ରୀରାଧା ଓ ତାଙ୍କ ଦୁଇପାର୍ଶ୍ଵରେ ଅଛନ୍ତି ସଖିଦ୍ବୟ ବିଶାଖା ଓ ଲଳିତା. ବଂଶୀ ସ୍ତରେ ଶ୍ରୀରାଧାଙ୍କ ବିଗ୍ରହ ଅତୀବ କମନୀୟ ଏବଂ ଆକର୍ଷଣୀୟ ପରି ବଟବୃକ୍ଷ ତଳେ ଆଜି ଶାଳଗ୍ରାମଙ୍କ ମୁଣ୍ଡରେ ସିନ୍ଦୁର. ସେହି ନାଲି ସିନ୍ଦୁର ଆକର୍ଷଣରେ ଯୁବଶକ୍ତି, ଗୋପୀମାନଙ୍କ ପରି ବଂଶୀ ଖୋଜି ଖୋଜି ଅର୍ଥାତ ବୃଦ୍ଧମାନଙ୍କ ଭିତରେ ଥିବା ଧୀଶକ୍ତି ଓ ଅନୁଭୂତି ସହିତ ରୋଗ ନିଦାନ ଜଡ଼ବୁଟି ଖାଇ ସୁସ୍ଥ ଓ ନିରାମୟ ଜୀଵନ ଜିଇବାକୁ. ସବୁ ଦେବଦେବୀ ସମସ୍ୱରରେ କହୁଥିଲେ ଜୟ ଶ୍ରୀକୃଷ୍ଣ କି ଜୟ.ବିଷ୍ଣୁ ହସୁଥିଲେ ମୁରୁକି ମୁରୁକି.
