STORYMIRROR

Sunanda Mohanty

Comedy Tragedy Thriller

4  

Sunanda Mohanty

Comedy Tragedy Thriller

ଭୂତ ପର୍ବ

ଭୂତ ପର୍ବ

4 mins
2

ପିତା ମାତାଙ୍କ ପାଇଁ ଦିନଟିଏ ଥିଲା ସେଦିନ.ଆକାଶ ସେହି ଗେଷ୍ଟ ହାଉସ ରେ ନିମନ୍ତ୍ରିତ ମୁଖ୍ୟ ଅତିଥି ଥିଲେ.ଗେଷ୍ଟ ହାଉସ ରେ ସେହି ସହରର ଅନେକ ବୃଦ୍ଧ ବୃଦ୍ଧାଶ୍ରମର ସମସ୍ତ ଵ୍ୟକ୍ତି ବା ଅନ୍ତେବାସୀ ଆସନ ଗ୍ରହଣ କରିସାରିଥିଲେ. ନିମନ୍ତ୍ରିତ ଗେଷ୍ଟ ମାନେ ଯେତିକି ସ୍ୱାଗତ କରିଥିଲେ ଆକାଶକୁ ତାହା ସେତିକି ସ୍ୱାଗତ ଯୋଗ୍ୟ ଥିଲା ତଥା ବାସ୍ତବ ଥିଲା. କାରଣ ସେ ଏ ସହରର ନୂଆ କଲେକ୍ଟର ରୂପେ ଜଏନ କରିଥିଲେ. ଗୋଟେ ବୁଲା କୁକୁର ଓ ଗୋଟେ ବିଲେଇ କିନ୍ତୁ ତାଙ୍କୁ ଦେଖି ଏତେ ଖୁସି ହେଉଥିଲେ ଓ କୁକୁରଟି ପଛେ ପଛେ ଚାଲୁଥିଲା ତାଙ୍କର ତ ବିଲେଇଟି ଗୋଡ଼ରେ ନେସି ଘଷି ହୋଇ ପାଖ ଛାଡ଼ୁନଥିଲା. ସେସବୁ କଥା ସେ ତାଙ୍କ ବକ୍ତବ୍ୟରେ ରଖିବାକୁ ଚିତ୍ର ଓ ଚୈତ୍ର ତଥା ଏ ବୈଚିତ୍ର୍ୟ କୁ ନିଜ ସଂଳାପ ରେ ରଖିବାକୁ ମନେ ମନେ ପ୍ରସ୍ତୁତ ହେଉଥିଲା ବେଳେ ସଂଯୋଜକ ମହାଶୟ ଜଣଙ୍କ, ଉପସ୍ଥିତ ବୃଦ୍ଧ ବୃଦ୍ଧା ମାନଙ୍କୁ ସମ୍ବୋଧନ କରି ସେମାନଙ୍କ ପୁତ୍ର ପୁତ୍ରୀ ମାନଙ୍କ ଉଦେଶ୍ୟରେ କଟୁ ମନ୍ତବ୍ୟ ରଖୁଥିଲେ. କହୁଥିଲେ ଯେ ପୋଷା କୁକୁର ବିଲେଇ ଙ୍କ ପାଇଁ ଆଜିକାଲିର ପୁଅ ଝିଅ ଯେତିକି ଯତ୍ନଶୀଳ ଓ ସମ୍ବେଦନଶୀଳ ବୃଦ୍ଧ ପିତା ମାତାଙ୍କ ପାଇଁ ନୁଁହଁନ୍ତି. ସେତିକିବେଳେ ଆକାଶଙ୍କ ଗୋଡ଼ତଳେ ତାଙ୍କ ପାଦକୁ ଲାଗି ଶୋଇଥିବା ବୁଲାକୁକୁରଟିକୁ ଘଉଡ଼ାଉ ଥିଲେ କେହି ଓ ବିଲେଇଟିକୁ ଘଉଡ଼େଇବାକୁ ଯାଇ ପାରୁନଥିଲେ କେୟାର ଟେକରମାନେ ତ ସମସ୍ତେ ହସୁଥିଲେ କିନ୍ତୁ ସମସ୍ତଙ୍କ ଭାଷଣ ପରେ ମୁଖ୍ୟ ଅତିଥି ଯେତେବେଳେ ଉଠି ଭାଷଣ ଦେବାକୁ ଠିଆ ହେଲେ ସମସ୍ତେ କଲେକ୍ଟର କଣ କହିବେ ଶୁଣିବାକୁ ବ୍ୟାକୁଳ ହେଲାବେଳେ ଦେଖାଗଲା ଏତେ ଦୂରତା ଭିତରେ ମଧ୍ୟ ବୁଲାକୁକୁର ଟି ଷ୍ଟେଜ ର ଆଗଧାଡ଼ିରେ ଶୋଇ ସତେଯେମିତି ଭାଷଣ ଶୁଣିବାକୁ ବ୍ୟଗ୍ର ଥିଲା ଓ ବିଲେଇ କଥା କଣ କହିବା ସିଧା ଯାଇ ମଞ୍ଚରେଥିଲା.
   କଲେକ୍ଟର ସମସ୍ତଙ୍କୁ ଅଭିବାଦନ କରି ଜଗନ୍ନାଥଙ୍କୁ ପ୍ରଣାମ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ. ସେ ଦୁନିଆଁରୁ ବାହୁଡ଼ିଯାଇଥିବା ତାଙ୍କ ବୃଦ୍ଧ ପିତା ମାତାଙ୍କ ବିଷୟରେ କହିବାକୁ ଯାଇ କହିଥିଲେ ମୋ ପିଲାଦିନୁ ମୁଁ ଦେଖିଛି ଯେ ମୋ ବୃଦ୍ଧ ବାପା ଓ ବୃଦ୍ଧା ମାଆ ତାଙ୍କ ପ୍ରଥମ ଜୀବନରୁ କୁକୁର ଓ ବିଲେଇ ପାଳିବାକୁ ଖୁବ ଭଲ ପାଆନ୍ତି. ସେମାନଙ୍କ ରୁମ କାଳେ ବିପଦ ସୃଷ୍ଟି କରିବ ଭାବି ଏସବୁ ନକରିବାକୁ କହିଲେ ମୋ ପିତା ମାତା କୁହନ୍ତି ଆରେ ପିଲେ,ପରବର୍ତ୍ତୀ ଜୀବନରେ କିଏ କଣ ହେବ କିଏ ଜାଣେ! ଏଇ କୁକୁର ଓ ବିଲେଇ, ଦୁଇଟି ଦୁହେଁ ଏମିତି ପ୍ରାଣୀ ଯିଏ ମନୁଷ୍ୟର ବହୁ ଉପକାର କରିଥିଲେ ମଧ୍ୟ ମଣିଷ ପିଲାଦିନୁ ତା ଉପରେ ହିଂସାତ୍ମକ ଆଚ୍ଚରଣ କରିଥାଏ. ପ୍ରତିବାଦ କରିବାକୁ ତାଙ୍କମାନଙ୍କ ପାଟିରେ ଭାଷା ନାହିଁ. ଏଣିକି ବୁଢା ବୁଢ଼ୀ ହେଲୁଣି. ଯଦି ଆମ ମୃତ୍ୟୁ ପରେ ଆମେ କୁକୁର କି ବିଲେଇ ହେଉ ତେବେ ଆମକୁ ମଧ୍ୟ ମଣିଷମାନଙ୍କର ଆମ ପ୍ରତି ଥିବା ବିନା କାରଣ ଜନିତ ରୋଷ ଓ ଦ୍ୱେଷ ମନୋଭାବ ଉକୁଟି ଆମେ ବିନା ଦୋଷରେ ଦରକାର ପଡିଲେ ମାଡ଼ ଗାଳି ଖାଇବା ସହ ଆଶ୍ରୟ ବିନା ଓ ଖାଦ୍ୟ ତ ଖାଦ୍ୟ ଟିକେ ଅନୁକମ୍ପା ମଧ୍ୟ ପାଇବାକୁ ହକଦାର ହେବୁ କି ନା ଜାଣୁନା. ତେଣୁ କୁକୁର ବିଲେଇ ପାଳି ତାଙ୍କ ପ୍ରତି ସମ୍ବେଦନଶୀଳ ହୋଇଥିଲେ ସେମାନେ ଆର ଜନ୍ମରେ ମଣିଷ ହୋଇ ଆମକୁ ଟିକେ ସାହାରା ହେବେ ଭାବନା ରେ ଆମେ କିଛି ପୁଣ୍ୟ କରିଛୁ ଯାହା.
    ଖାଲି ଏତିକି ନୁଁହଁ କହି ବକ୍ତବ୍ୟ ବଢ଼ାଇ କହି ଚାଲିଥିଲେ ଅଶୋକ. ମୋ ବାପା ଆମେ ଛୋଟ ଥିଲାବେଳେ ଆମଘରେ ପୋଷା ଥିବା ହୁଣ୍ଡା ବୋଲି ଗୋଟେ କୁକୁରକୁ କିପରି ଟ୍ରେନରେ ବସେଇ ଭୁଲେଇ ଭାଲେଇ ପାଖ ଷ୍ଟେସନ ଜଟଣୀ ରେ ଛାଡ଼ିଦେଇ ତାକୁ ସର୍ବହରା କରିଥିଲେ ସେକଥା କହି କାନ୍ଦି ପକାନ୍ତି. ହୁଣ୍ଡାର ଦୋଷ ଥିଲା ସେ ସନ୍ଦିଗ୍ଧ ଲୋକଙ୍କୁ କାମୁଡୁଥିଲା ଓ ସେହି ଵ୍ୟକ୍ତି କୌଣସି ଆଳ ଦେଖାଇ ବାପାଙ୍କ ସହ ଭେଟି ଇଞ୍ଜେକ୍ସନ ପାଇଁ ଟଙ୍କା ମାଗି ନେଉଥିଲା. ଜଣେ ଅଧେ ହେଲେ କିଛି କଥା ନଥିଲା କିନ୍ତୁ ଅନ୍ୟ କୋଉ କାରଣରୁ ଆଞ୍ଚୁଡା କ୍ଷତ ସବୁକୁ ଆପଣଙ୍କ ପୋଷା କୁକୁର ହୁଣ୍ଡା କରିଛି କହି ମଦ୍ୟପ ଓ ଜୁଆଡ଼ି ଶ୍ରେଣୀର ଲୋକମାନେ ପଇସା ଆଦାୟ କରିବା ହୁଣ୍ଡା ପାଇଁ କାଳ ହୋଇଥିଲା.  ବାପା କିନ୍ତୁ ନିଜକୁ ସେ ପାପରେ ଭାଗି କରି ସନ୍ତୁଳିତ ହେଉଥିଲେ ବୋଲି ଅନେକ ଥର କହିଥିଲେ.ତାଳି ପରେ ତାଳି ମାଡ଼ ଭିତରେ ଆକାଶ କହୁଥିଲେ ମୋ ବୋଉ ମଧ୍ୟ ପିଲାଦିନର ଏକ ଭୁଲ ପାଇଁ ନିଜକୁ ବିଲେଇ ର ହତ୍ୟାକାରିଣୀ ବୋଲି ଭାବୁଥିଲେ. ତାଙ୍କ ପିଲାଦିନେ ବିଲେଇଟିଏ କୋଉପଟେ ପଶି ରୋଷଘର ଲୁଣ କାଠୁଆ ରେ ଝାଡା କରିବା ଦ୍ୱାରା ବିଲେଇ କୁ ଧରି ଅଖାରେ ଭରି ଜେଜେ ତାକୁ ନେଇ ଚଣ୍ଡୀମନ୍ଦିରରେ ରଖି ତା ଲାଞ୍ଚରେ ତାଳଫୋଟକି ବାନ୍ଧି ଦେଇ ଦିଆସିଲି ମାରିଦେଇଥିଲେ ଯେ ସେଇ ଶବ୍ଦ ରେ ବିଲେଇ କୁଆଡେ ଗଲା ଯେ ଆଉ ତାର ଦର୍ଶନ ନଥିଲା ତାର. ଏକଥା କହି ଜେଜେ ସିନା ହସନ୍ତି ହେଲେ ମୋ ବୋଉ ତାଙ୍କର ସେଇ ପିଲାଦିନର ବିଲେଇଟିର ଯନ୍ତ୍ରଣା ରେ ନିଜକୁ ଦାୟୀ କରି ତାର ନିଶ୍ଚିନ୍ତ ମୃତ୍ୟୁ ପାଇଁ ସେ ହିଁ ଦାୟୀ ଭାବି ପଶ୍ଚାତାପ  କରିବା ସହ ବିଲେଇ ପାଳି ନିଜ ପାପ ମୋଚନ କରିବା ସହ ଆସନ୍ତା ଜନ୍ମ ରେ ବିଲେଇ ହେଲେ ତାଙ୍କୁ ଏ ପାଳିତ ବା ପୋଷା ବିଲେଇ ସବୁ ମଣିଷ ରୂପେ ସାହାଯ୍ୟ କରିବେ ବୋଲି ଭାବନ୍ତି. ଏଥର ପୁଣି ତାଳି ମାଡ଼ ହେଲା ବେଳେ କଲେକ୍ଟର ଅଶୋକ କହିଚାଲିଥିଲେ କି ତାଙ୍କ ବିବାହ ପରେ ଏକମାତ୍ର ପୁତ୍ରର ସୁରକ୍ଷା ପାଇଁ ପୋଷା କୁକୁର ବିଲେଇଙ୍କୁ ଯେତେ ଇଞ୍ଜେକ୍ସନ ଦେଲେ ମଧ୍ୟ ନାତିକୁ ତାଙ୍କ ରୁମ ଓ ଲାଳ ସଂକ୍ରମଣରୁ ରକ୍ଷା କରିବାକୁ ଯାଇ ମୋ ପିତା ମାତା ଦୁହେଁ ଶେଷ ଜୀବନରେ ଅନାଥଆଶ୍ରମ ରେ ବା ବୃଦ୍ଧ ବୃଦ୍ଧାଙ୍କ ଆଶ୍ରମରେ କୁକୁର ବିଲେଇଙ୍କ ସେବାରେ ନିଜ ଶେଷ ଜୀବନର ଶେଷ ଇଛାକୁ ପରିପୂର୍ଣ୍ଣତା ଦେବାକୁ ରହିଥିଲେ ସେଠାରେ. ତେଣୁ ଲୋକେ କେତେ କଥା ମତେ ଶୁଣେଇ ଥିଲେ ମଧ୍ୟ ମୋ ପିତା ମାତା ତାଙ୍କ ବୃଦ୍ଧ ବୃଦ୍ଧା ଅବସ୍ଥାରେ ମନର ଶାନ୍ତି ପାଇଁ ଆଦରି ନେଇଥିଲେ ଅନାଥଆଶ୍ରମ. ତେଣୁ ଆପଣମାନେ, ଯେଉଁମାନେ ଅନାଥଆଶ୍ରମରେ ଯେ କୌଣସି କାରଣରୁ ରୁହନ୍ତୁ ନା କାହିଁକି ମୋ କଥା ଶୁଣି ଆନନ୍ଦ ପାଇବା ସଙ୍ଗେ ସଙ୍ଗେ ନିଜକୁ ଇଶ୍ୱରଙ୍କ ଚରଣ ତଳେ ସମର୍ପିତ କରି ଜୀବେ ଦୟାରେ ଶାନ୍ତି ପାଇ ଜୀବନ ଅତିବାହିତ କରିବେ. ଧନ୍ୟ ଧନ୍ୟ ଅଶୋକ ବାବୁ କହି ଅନାଥଆଶ୍ରମ ରୁ ଆସିଥିବା ସମସ୍ତ ବୃଦ୍ଧ ବୃଦ୍ଧା ଅଶୋକ ଙ୍କୁ ଆଶୀର୍ବାଦ କରିବା ସହ ସେଦିନ ମିଟିଙ୍ଗ ସରୁ ସରୁ ବହୁ ଡେରି ହୋଇଥିଲା. ଗେଷ୍ଟ ରୁମରେ ରହିବା ଛଡା ଉପାୟ ନଥିଲା ଅଶୋକଙ୍କର ସେଦିନ ରାତିରେ. ଢେର ରାତିରେ ସେ ଦେଖିଥିଲେ କୁକୁରଟି ତାଙ୍କ ବାପାଙ୍କ ରୂପ ନେଇ ମୁଣ୍ଡ ଆଉଁସି ଦେଉଛନ୍ତି ତାଙ୍କର ଓ ବିଲେଇଟି ତାଙ୍କ ବୋଉଙ୍କ ରୂପ ନେଇ ତାଙ୍କ ଥକି ପଡ଼ିଥିବା ପାଦ ଦୁଇଟିକୁ ଘସୁଥିବା ବେଳେ ଆୟୁଷ, ଆଶିଷ, ନିରୋଗ ରହି ମୋ ପୁଅ ଭଲମଣିଷ ହୋଇ ରହୁ କହୁ କହୁ ଅନେକ ଭୂତ ଆସି ସେ ଦୁହିଁଙ୍କ ସହ ନିଜ ନିଜ ପୁଅ ଝିଅଙ୍କ ଭୁଲ ଘୋଡେଇ ତାଙ୍କର ଅନାଥଆଶ୍ରମରେ ରହଣୀର ସାର୍ଥକତାର କାହାଣୀ କହିଚାଲିଥିଲେ ପରସ୍ପରକୁ.କଲେକ୍ଟର ଅଶୋକ ଫେରିଯାଇ କୁକୁର ଓ ବିଲେଇ ପାଳି, ଲୋକେ ବୋଲିବେ କଣ କୁ ଆଖି ମୁଜି ଦେଇ ସେମାନଙ୍କୁ ପିତା ମାତା ତୁଲ୍ୟ ଭକ୍ତି, ସ୍ନେହ ପ୍ରେମ ପ୍ରଦର୍ଶନ କରିଚାଲିଥିଲେ.ଅସହିଷ୍ଣୁ ଲୋକେ କିନ୍ତୁ କହୁଥିଲେ ଭୂମାନଙ୍କର ପର୍ବ ଚାଲିଛି ଗେଷ୍ଟ ହାଉସରେ. ଏସବୁ ଶୁଣି ଅଶୋକ କହୁଥିଲେ ଭୂତ ପର୍ବ ନୁଁହଁ ସେଦିନ ଭୂତପୂର୍ବ ପିତମାତାଙ୍କ ପାଇଁ ପର୍ବ ର ଦିନଟିଏ ଥିଲା.



Rate this content
Log in

Similar oriya story from Comedy