Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Tankadhar Majhi

Drama Tragedy Thriller

4.4  

Tankadhar Majhi

Drama Tragedy Thriller

ବହିର୍ଭୂତ

ବହିର୍ଭୂତ

4 mins
35


ଭୋର ସକାଳୁ ମୋ ଆଖିକୁ ଧିରେ ଧିରେ ଖୋଲୁଛି ଆଉ ଅଜବ କଥା ପଦେ ଶୁଣିବାକୁ ପାଇଲି । ଦୁଇ ମହଲା କୋଠା ଉପରୁ ପଡୋଶୀ ଘରର ଜଣେ ସ୍ତ୍ରୀ ଲୋକ ଉତ୍ସୁକତାର ସହ ତା ସ୍ବାମୀକୁ ଉଚ୍ଚ ପାଟିରେ କହୁଥିବାର ଶୁଭିଲା ।

"ତୁମେ କର୍ମ କରିଚାଲ... କର୍ମର ଫଳ ମୁଁ ପାଇବି !!"

ମୁଁ କ୍ଷଣିକ ପାଇଁ ଶଙ୍କି ଗଲି !! ବୈବାହିକ ଜୀବନରେ କର୍ମର ଫଳକୁ ଭାଗବଣ୍ଟା ! ନା ନା ଏମିତି ହେଉନଥିବ । 

ସ୍ବାମୀଙ୍କ ସମ୍ପତିକୁ କବ୍ଜା କରି ରଖୁଥିବା ସ୍ତ୍ରୀକୁ କ'ଣ କୁହାଯାଇପାରେ ? ଘୃଣାରେ ଚିନ୍ତା କରିବସିଲି !

କେମିତି ବଞ୍ଚୁଥିବ ଯେ ବିଚରା ପୁରୁଷ ?

 ଛା-ଡ଼... !!

ଅବିଶ୍ୱାସ ମନରେ ତତ୍ପରତାର ସହ ତା ସ୍ବାମୀର କଥା ଶୁଣିବାକୁ ଚାହିଁ ରହିଲି । 

ସ୍ବାମୀ- 

     "ଲଜ୍ୟା ନାହିଁ ଜଣେ ଶିକ୍ଷିତା ନାରୀ ହୋଇ ଏହିପରି ମନୋଭାବ ରଖିଛ । ଧିକ୍ ତୁମର ଜୀବନ.... ତୁମର ପଙ୍ଗୁ ମାନସିକତାକୁ ଶହସ୍ର ସଲାମ ! ମୁଁ କାମ କରି କରି ସଢି଼ବି ଆଉ ତୁମେ....ଛିଃ..ଛିଃ...। ନାନା ଏମିତି କେବେ ହେବାକୁ ଦେବିନି । ମୁଁ... ମୁଁ...ହଁ..ମୁଁ..ନିଜ ସମ୍ପତ୍ତିର ଅଧିକାରୀ, ତୁମେ ମୋ ଇସାରାରେ ଚଲିବ, ନାଚିବ ଆଉ....।"

ଏତିକି କହି ସ୍ବାମୀ ନୀରବଦ୍ରଷ୍ଟା ପାଳଟି ଗଲା । 

ମୁଁ ଝର୍କା ପାଖକୁ ଚାଲିଗଲି । ଅନେଇଲି ତାଙ୍କର ଧ୍ବନି ଆସୁଥିବା ଆଡ଼କୁ । କିଛି କ୍ଷଣ ପାଇଁ କିଛି ଶବ୍ଦ ଶୁଣା ଗଲା ନାହିଁ । ଏଥର ଦୁହିଁଙ୍କ ମଧ୍ୟରେ ଗୁଣୁଗୁଣୁ ହେଉଥିବାର ଶବ୍ଦ ଗୁଞ୍ଜରଣ ହେଲା । ଭାବିଲି ମାମଲାଟା ବୁଝାମଣାରେ ସମାଧାନ ହୋଇ ଯାଇଥିବ।

ଏଥର ସ୍ତ୍ରୀ ବଡ଼ ପାଟିରେ ଚିତ୍କାର କରି କହିଲା ।

" ହଁ ଯଦି.. ତୁମ ଭାଗଟା ମୋ ଭାଗ ନୁହେଁ..ତେବେ ମତେ ଆତ୍ମନିର୍ଭରଶୀଳ ହେବାକୁ ଦେଉନାହଁ କାହିଁକି, ମୋ ଉପରେ ବିଶ୍ଵାସ ନାହିଁ ? ତୁମେ ପରା ବିବାହ ପୂର୍ବରୁ କହିଥିଲ, ଆମ ଦୁହିଁଙ୍କର ଅଧିକାର ସମାନ ବୋଲି ଆଉ ଏବେ ମୁଁ ଘରେ ପଡିରହୁଛି ତୁମକୁ ଦେଖାଯାଉନି ? ଦିଅ.. ଜବାବ ଦିଅ...!" 

ଟିକିଏ ଆଶ୍ବସ୍ତ ହେଲି, ମୋ ସ୍ପନ୍ଦନଟା ଏବେ କମ୍ପିବାରେ ଲାଗିଲା । ସ୍ତ୍ରୀ ଯାହା ବି କହିଲା ଠିକ କଥା କହିଲା କିନ୍ତୁ ଏଥିରେ ଭୂଲ ରହିଲା କେଉଁଠି ? ବୋଧେ ଦୁହିଁଙ୍କ ପ୍ରେମ ନିବିଡ଼ ଥିବ ତେଣୁ ଜଣକର ଦୁଃଖ ଆର ଜଣକୁ ସ୍ପଷ୍ଟ ଦେଖାଯାଉଛି । ଦେଖା ଯିବା ବି ଠିକ୍ ।

ଏଥର ସ୍ତ୍ରୀ ପ୍ରଶ୍ନର ଉତ୍ତର ନିଶ୍ଚିନ୍ତ ହୋଇ ଜବାବ୍ ଦେଲା ସ୍ବାମୀ ।

"ମତେ ତୁମ ଉପରେ ଶତ ପ୍ରତିଶତ ବିଶ୍ବାସ ଅଛି କିନ୍ତୁ....!"

ଏଥର ସ୍ତ୍ରୀ ବି ଧିର କଣ୍ଠରେ ପଚାରିଲା ।

ସ୍ତ୍ରୀ- କିନ୍ତୁ.... କ'ଣ.. କୁହନ୍ତୁ ନା ଅଟକି ଗଲେ କାହିଁକି ?

"କିନ୍ତୁ ମାନେ , ତୁମର କାଳେ କ'ଣ ହୋଇଗଲେ...ମୁଁ କ'ଣ ବଞ୍ଚି ପାରିବି...ନା..ନା ଏ ଦୁନିଆର ଲୋକଙ୍କ ଉପରେ ମୋର ସବୁ ଭରସା ଉଠି ଯାଇଛି ।"

ସ୍ତ୍ରୀ- "ଏ ଦୁନିଆରେ ଅନେକ ସ୍ତ୍ରୀ ଲୋକ କାମ କରୁଛନ୍ତି, ସେମାନଙ୍କ ପରି ମୁଁ ବି କାମ କରି ଫେରି ଆସିବି, ଏଥିରେ ଅସୁବିଧା କେଉଁଠି ରହିଲା ଯେ ? ତୁମ ଜଣକର କଠିନ ପରିଶ୍ରମ ମତେ ଅସହ୍ୟ କରିପକାଉଛି । ଆମେ ଦୁହେଁ ରୋଜଗାର କଲେ ଅସୁବିଧା ମଧ୍ୟ ଟିକେ କମ ହୋଇଯିବ..।"

ସ୍ତ୍ରୀ କାନ୍ଦ କାନ୍ଦ ହୋଇ ଛିଣ୍ଡା ଛିଣ୍ଡା ଶବ୍ଦରେ ଅନେକ କଥା କହିଚାଲିଲା ।

ମୁଁ ଭାବୁଥିବା କଥା ଗୁଡ଼ିକ ସବୁ ଓଲଟ ପାଲଟ ହୋଇ ଯାଉଥିଲା । ଯେଉଁ ରାଗର ମେଘ ଗର୍ଜନର ବିଜୁଳି ଚମକି ସ୍ବାମୀକୁ ଶକ୍ତି ଆଘାତ କରିବାର ଥିଲା, ବର୍ତ୍ତମାନ ସେଇ ମେଘରୁ ବର୍ଷା ଝରି ସ୍ବାମୀର ଧରାପୃଷ୍ଠକୁ ଶୀତଳ କରିବାରେ ଲାଗିଛି । ଜୀବନ ଯୁଦ୍ଧରେ ଏକା ଲଢିବା ସଂକଳ୍ପର ରହସ୍ୟ କିଛି ବୁଝାପଡୁନଥିଲା ।

ମୁଁ ମନେମନେ ଭାବିନେଲି ଯେ ଏବେ ସ୍ବାମୀ ନିଜ ଛାତିରେ ସ୍ତ୍ରୀକୁ ଜାବୁଡ଼ି ଧରି, ଆଖିର ଲୁହ ପୋଛି କେତେ ପ୍ରେମଭରା ଭାଷାରେ ବୁଝାଉଥିବ । 

ସ୍ବାମୀ ଚଳଚିତ୍ର ଡାଏଲଗ୍ ରେ କହୁଥିବେ....

"ହେ ବୁଝୁଛ, ମୋର ରକ୍ତ-ମାଂସ-ହାଡ଼ ଥିବା ଯାଏଁ ତୁମକୁ କେଉଁଠି କାମ କରିବାକୁ ଦେବିନି । ତୁମକୁ ରାଣୀ ପରି ରଖିବାକୁ ମୁଁ ସଙ୍କଳ୍ପ ନେଇ ସାରିଛି ।"

ମୋ ମନରେ ଅନେକ ଆଶଙ୍କାର ପ୍ରଶ୍ନ ଲହଡ଼ି ପରି ଉଙ୍କି ମାରିଲା । 

ଏମିତି କେଉଁ ଭୟ ତା ସ୍ବାମୀ ପାଖରେ ଅଛି ଯେ ସ୍ତ୍ରୀକୁ ଅନ୍ୟ କେଉଁଠି କାମ କରିବାକୁ ଦେଉନି । ହୋଇଥାଇ ପାରେ ନାରୀ ନିର୍ଯ୍ୟାତନାର ଦୃଶ୍ୟରାଜି ନିଜ ଆଖିରେ ଦେଖିଥିବ !! ନା-ନା ସେ ଯେଉଁଠି କାମ କରେ, ସେଇଠି ନାରୀ ଅତ୍ୟାଚାର ର ଦୃଶ୍ୟ ବିରଳ ଘଟୁଥିବ । ତା ମାଳିକର ସ୍ତ୍ରୀ, ନା ଅନ୍ୟମାନଙ୍କ ସ୍ତ୍ରୀ ଠାରେ ସେ ପର ପ୍ରୀତିର ଲଜ୍ଜିତ ଓ ଘୃଣ୍ୟ ପ୍ରଥା ଦେଖିଥିବ ?? ନା ତା ନିଜ କୁକର୍ମର ରହସ୍ୟ ଭଳି ତା ସ୍ତ୍ରୀ ସହିତ ନଘଟୁ ସେଥିପାଇଁ !!

ଛିଃ-ଛିଃ ବକୱାସ୍ କଥାଗୁଡ଼ିକ ସକାଳୁ ମନରେ ଆସିଯାଉଛି । ମୋ ମୁଣ୍ଡକୁ ଥାପୁଡେଇ ଚୁପ୍ ହୋଇ ଗଲି ।

ଆଉ କିଛି ଶୁଣାଗଲା ନାହିଁ, ସ୍ବାମୀ ବୋଧେ କାମକୁ ଚାଲି ଯାଇଥିବ । ବାହାରକୁ ବାହାରି ବାରଣ୍ଡାର ଚୌକିରେ ବସି ରହିଲି । ତା ସ୍ବାମୀ କେଉଁଠି କି ଯିବ, ସନ୍ଧାନ କରିବି । ସ୍କୁଟିଟା ଧରି ବାହାରି ପଡ଼ିଲା ଏକା ଧାରରେ । ପିଚୁ ରାସ୍ତାର ବାଆଁ କଡ଼ରେ ଏପଟ ସେପଟ ଦେଖି ସିଧା ପଲେଇଲା, ଅଦୃଶ୍ୟ ହେବା ଯାଏଁ ଦେଖି ରହିଗଲି । 

ସେ ଦୁହିଁଙ୍କ ବିଷୟରେ ଜାଣିବାପାଇଁ ଯେତେ ଆଗ୍ରହ କରିଥିଲି, ଜାଣିଲା ପରେ ମୋ ଆଖିକୁ ଲୁହ ଜକେଇ ଆସିଲା । ପାଦ ତଳୁ ପୃଥିବୀର କମ୍ପନ ଇତସ୍ତତଃ କରିଦେଲା ପରି ମନେ ହେଲା । 

ସେମାନେ ଥିଲେ ଅପେରା ମଞ୍ଚର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ । କେବଳ ଅଭିନୟର ସାହାରା ନେଇ ଗୁଜୁରାଣ ମେଣ୍ଟାଉଥିବା ସ୍ବାମୀ ସ୍ତ୍ରୀ ବହୁତ କଷ୍ଟରେ ଚଲୁଛନ୍ତି । ରୋଜଗାର ନାହିଁ ବୋଲି ଅସୁବିଧାରେ ଜୀବନ ବଞ୍ଚୁଛନ୍ତି । ଲକ୍ ଡାଉନ୍ ରେ କୌଣସି ପ୍ରକାର ପ୍ରୋଗ୍ରାମ୍ ହୋଇପାରୁନି ବୋଲି ଦୁହେଁ ଗୃହରେ ବନ୍ଦୀ ରହି କାହାଣୀର ଗୋଟିଏ ଗୋଟିଏ ଶୀର୍ଷକକୁ ଅଭ୍ୟସ୍ତ କରନ୍ତି । ଲକଡାଉନ ପରେ ପରେ ଅପେରା ମଞ୍ଚରେ ଯେମିତି ଜୀବନ୍ତ ପ୍ରଦର୍ଶନ କରିପାରେବେ ସେଥିପ୍ରତି ଧ୍ୟାନ ଦେଉଛନ୍ତି ।

ତାଙ୍କ ଅପେରା ମଞ୍ଚର ସାଙ୍ଗ ସାଥି ଛଡ଼ା ଆଉ କେହି ତାଙ୍କର ନିଜର ନାହାନ୍ତି । ବେଳେ ବେଳେ ସାଙ୍ଗମାନଙ୍କ ଠାରୁ କିଛି ଅର୍ଥ ଆଣି ପରିବାର ଚଲାଉଛନ୍ତି । କେବେ ଦେଶ ଅନଲକ୍ ହୋଇ ସ୍ଥିତି ସୁଧୁରିବ ସେଇ ଭରସାରେ ବଞ୍ଚିଛନ୍ତି । କେତେଦିନ ପରେ ଏ ଅବସ୍ଥାରୁ ମୁକୁଳିବେ ତାହା ତାଙ୍କ ଅବଚେତନକୁ ଶକ୍ତ ଆଘାତ ଦେଉଛି ।

କେତେ ଦିନ ଏହିପରି ସମାନ ଢଙ୍ଗରେ ସକାଳୁ ସକାଳୁ ଉଠି କାହାଣୀର ଅଳଗା ଅଳଗା ଡାଏଲଗ୍ ଗୁଡିକୁ ପ୍ରକୃତ ଜୀବନରେ ସତ୍ୟ ଘଟଣା ପରି ଅଙ୍ଗେ ଅଙ୍ଗେ ନିଭାଇଥାନ୍ତି । ମୁଁ ପ୍ରତିଦିନ ସକାଳୁ ଉଠି ସେମାନଙ୍କ କଥାକୁ ମନଦେଇ ଶୁଣେ । ହେଲେ ବିଗତ ଦେଢ଼ ମାସ ହେଲା ସେମାନେ କୁଆଡେ ଚାଲିଗଲେ ଯେ କେଜାଣି ଆଉ ଫେରୁ ନାହାନ୍ତି ।

ମହାମାରୀ ଏମିତି କେତେ ଜୀବନକୁ ଉଜାଡି ଦେଉନଥିବ, ଏକଥା ଭାବିଲା ବେଳକୁ ଦେହର ଲୋମ ଟାଙ୍ଗୁରି ଉଠୁଥିଲା । ବହିର୍ଭୂତ ଜୀବନର ପ୍ରକୃତ ଦୃଶ୍ୟକୁ ଅଙ୍ଗେ ନିଭାଉଛନ୍ତି । ହାରି ଯାଉଛନ୍ତି ଜୀବନ ନାଟିକାର ମଧ୍ୟାନ୍ତର ର ବିଭତ୍ସ ଦୃଶ୍ୟ ହୋଇ । ମଞ୍ଚ ଉପରେ ଜଟିଳ ସ୍ଥିତିରେ ଥାଇ ବି ହସ ଲୁହରେ ପୁଲକିତ ଭରି ଦେଉଥିବା କଳାକାର...ତୁମ ଉତ୍ସର୍ଗୀକୃତ ସେବାକୁ ମୁଁ ଶହସ୍ର ସଲାମ ମାରୁଛି ।


Rate this content
Log in

More oriya story from Tankadhar Majhi

Similar oriya story from Drama