Tankadhar Majhi

Action Others

4.5  

Tankadhar Majhi

Action Others

ଲଭ୍ କଲିଂ

ଲଭ୍ କଲିଂ

1 min
180




ଜାଣି ନଥିଲି

ପ୍ରେମର ହାତ

ଏତେ ଲମ୍ବା ଆଉ ଶକ୍ତ ବୋଲି...

ସନ୍ଧ୍ୟା ସମୟ, ପକ୍ଷୀର ଶବ୍ଦରେ ପୁରି ଉଠୁଥିଲା କ୍ଷେତ । କ୍ଷୁଦ୍ର ଏକ ଅଙ୍କାବଙ୍କା ବାଟରେ ମୁଁ ସନ୍ଧ୍ୟା ଭ୍ରମଣରେ ବାହାରି ଥାଏ । ମୋ ଦୁଇ ପାଦ ହଠାତ୍ କିଛି ସମୟ ପାଇଁ ଅଟକିଗଲା ଓ କାନ ଗୋଟିଏ ଦିଗକୁ ଆକର୍ଷିତ ହୋଇଗଲା । 

ଫୋନ୍ ର ଲମ୍ବା ରିଙ୍ଗ୍...ପରେ ଯେମିତି କଲ୍ ରିସିଭ୍ ହେଲା ଲାଉଡ୍ ସ୍ପିକର୍ କୁ ବନ୍ଦ କରି ଦିଆଯାଇଥିଲା ।

ମୁଁ ଚାରି ଆଡ଼କୁ ଅନେଇଲି କେହି ନାହାଁନ୍ତି...

ଗାଁରୁ କିଛି ଦୂର ନିଚ୍ଛାଟିଆ ଓ ନିର୍ଜନ ଅଞ୍ଚଳ । ଜଣେ ଯୁବତୀ ତା ପ୍ରେମିକକୁ ଫେରିଆସିବାକୁ ଅନୁରୋଧ କରୁଥିଲା । ସେପଟେ ପ୍ରେମିକର ଉତ୍ତର କ'ଣ ଥିଲା କେଜାଣି...ଯୁବତୀ କିଛି ସମୟ ପାଇଁ କେବଳ ହଁ.. ହଁ.. ରେ ଜବାବ ଦେଉଥିଲା ।।

ମୁଁ ଚୁପଚାପ୍ ଆଗକୁ ବଢିଗଲି । ତା ପ୍ରେମିକ କିଏ ?? ପର ଦିନ ତା ପ୍ରେମିକ ବିଷୟରେ ଅନୁସନ୍ଧାନ ଆରମ୍ଭ କଲି... 

ଜାଣିଲି ପାଞ୍ଚଦିନ ପରେ ପ୍ରେମିକ ଫେରି ଆସିଛି ଗାଁକୁ । ବାସ୍ ଉଦାସ୍ ରହିଆସୁଥିବା ଯୁବତୀର ମୁହଁରେ ସେଦିନ କେଜାଣି ମଲ୍ଲୀଫୁଳିଆ ହସ ଭାରି ସୁନ୍ଦର ଦେଖାଯାଉଥିଲା । ତା ଗେହ୍ଲାପଣ ଓ ସାଜସଜ୍ଜା ଟିକେ ବଢିଯାଇଥିଲା ଅଥଚ ଆଖିରୁ ପ୍ରେମଟା ଝଲସି ଉଠୁଥିଲା ।।




Rate this content
Log in

Similar oriya story from Action