STORYMIRROR

Tankadhar Majhi

Comedy Thriller Others

3  

Tankadhar Majhi

Comedy Thriller Others

କଁଏଟୁର୍ Chocolate Day

କଁଏଟୁର୍ Chocolate Day

3 mins
144

ଗୁଟେ ଆଁଠୁ କେ ତଳେ ଥୁଇ କରି, ଭୁଜ୍'ନି ହାତେ ଗୁଲାପ୍ ଫୁଲ୍ ଧରି କରି ଟୁକେଲ୍ ଜନ୍'କର୍ ଆଗେ

କଁଏଟୁ- I love You...

ଟୁକେଲ୍- ତୋର୍ ମୁହୁଁ କେ ଦର୍ପନ୍ ଥି ଦେଖିଛୁ କାଏଁ ରେ କଁଏଟୁ ?


ମୁହୁଁ ତଳ୍ କରି ଛନେ ଚୁପ୍ ରହେଲା ପରେ କଏଁଟୁ- ଦର୍ପନ୍ ଦେଖ୍'ଲେ ଯଦି ପ୍ୟାର୍ ହେସି ବଏଲେ, ଆଏଜ୍ ଶହେ ଥର୍ ବାଗିର୍ ଦର୍ପନ୍ ଦେଖିଛେଁ ଗା।


ଟୁକେଲ୍- ନାଇଁ ରେ ତତେ ମୁଇଁ ପସନ୍ଦ୍ ନାଇଁ କରେଁ ତୋର୍ କାଏଁଟା ଦେଖିକରି ତତେ ଭଲ୍ ପାଏବି କହ ତ ? 


ମୁହୁଁ ଉତ୍'ରେଇ କରି, ଦୁଇ ଆଠୁ କେ ଧରତୀ ଥି ଥୋଇ କରି, ଆରାମ୍ ସେ ଶାଁଶ୍ ନେଇ କରି ଧିରେ ଶୁସ୍ତେ କହେଲା କଏଁଟୁ- "ତୁଇ ଯାହାର୍ ସାଙ୍ଗେ ରାଏତ୍ ସାରା ଫେସ୍ ବୁକ୍ ଥି ଚାଟିଙ୍ଗ୍ କର୍'ସୁ, I love you କହେସୁ ଆର୍ ସେ ଭି ତତେ 

I love you କହେସି ସେ କିଏ ଆଏ ଜାନିଛୁ ?


ଟୁକେଲ୍- ନାଇଁ ଜାନି !


ଡେବ୍'ରି ଆଡର୍ ଦିଲ୍ ଥିବା ଯାଗା ଥି ଭୁଜ୍'ନି ହାଁତ୍ ଥାପି କରି କଁଏଟୁ କହେସି - ହେଟା ମୁଇଁ ଆଏ ରେ

ଟୁକେଲ୍- ପା..ଗ..ଲ୍. ତତେ ଲାଜ୍ ନାଇଁ ଲାଗେ ରେ .ଅସୁର୍ ମୁହାଁ। 


ଏତ୍'କି କହିକରି ଟୁକେଲ୍ ତାର୍ ଘର୍ ଆଡ୍'କେ ଧାଇଁ ଯାଏସି ଆଉ ଦର୍ପନ୍ ଥି ନିଜର୍ ମୁହୁଁ କେ ଖୁବ୍ ଥର୍ ନିଖାରି ନିଖାରି କରି ଦେଖ୍'ସି । ଚିନ୍ତା କରସି କଁଏଟୁ କିଏ ଆଏ..କେନ୍ତା ପିଲା ଆଏ ।


କଁଏଟୁ ଯେନ୍ ଅବସ୍ଥା ଥି ଠିଆ ହେଇଥିଲା ହେନ୍ତା କିଛି ସମିଆ ଠିଆ ହେଲା ଉତାରୁ ଚେତ୍ ପାଏସି ଯେ ସେ କେନ୍ ଯାଗା ଥି ଏକଲା ଠିଆ ହେଇଛେ ପଛେ ତାର୍ ସାଙ୍ଗ୍ ନିକେ ପଲାସି । ତାର୍ ସାଙ୍ଗ୍ କେ ସବୁ କଥା କହେସି । ଚିନ୍ତା ନାଇଁ କର୍ ବୋଲି...ତାର୍ ସାଙ୍ଗ୍ କଁଏଟୁ କେ ରକମ୍ ରକମ୍ କରି ବୁଝାସି । କଁଏଟୁ ଭି ବୁଝି ଯାଏସି ଆର୍ ଛାଡ୍ ୟାର୍ ବୋଲି ତାର୍ ସାଙ୍ଗ୍ ର ପିଠି ହାଁତ୍ ମାର୍'ସି । 


ଆଏଜ୍ ଶିତ୍ ସକାଳ୍ ର ବେଲଉଦିଆ ଖରା । ପୁରୁବ୍ ଦିଗୁ ସୂରୁଜ୍ ଉଉଁଲେ ନ । ସୁଲ୍'ସୁଲିଆ ଧୁକା ଦିହି କେ ଥରେଇ ଦେଉଛେ ବୋଲି ଚଦର୍ ଉଢି କରି ଟୁକେଲ୍ ର ଘର୍ ବାଟ୍ ଦେଇକରି ଯାଉଛେ କଁଏଟୁ । ହଠାତ୍ ତାର୍ ମୁଡ୍ ଉପରୁ ଗୁଛେକ୍ ଏକ୍ ଟଙ୍କିଆ ଚକ୍'ଲେଟ୍ ସାଙ୍ଗେ କାଗଜ୍ ଖନେ ବନ୍ଧା ହେଇକରି କଁଏଟୁର୍ ଆଗ୍ ଆଡେ ଝପ୍ କରି ପଡ୍'ଲା । ଛନେକ୍ ଲାଗି ଚମ୍'କି ପଡ୍'ଲା କଁଏଟୁ । ଉପର୍ ଆଡ୍'କେ ଦେଖ୍'ଲା ତ ଘର୍ ଛାତ୍ ଉପରୁ ଟୁକେଲ୍ ଇସାରା କରୁଥାଏ ଉଠା କହି କରି । ଟୁକେଲ୍ ହେ ଠାନୁ ଅଦୃଶ୍ ହେଇ ଗଲା । 


କଁଏଟୁ ସବୁ ଆଡେ ଦେଖଲା ଆର୍ ଟପ୍ କରି ବେଟ୍'ଲା ଉତାରୁ ଏଖା ମାଡେ ଧାଏଁଲା ଗାଁର୍ ଡଙ୍ଗର୍ ତରାର୍ ବଡ୍ ପଖାନ୍ ପାଖ୍'କେ । ପଖାନ୍ ଉପର୍ କେ ଚଢିକରି ଲଥ୍ କରି ବସିପଡ୍'ଲା । ଧଁ ଫଁ ହେଇ ହେଇ ଖୁଲ୍'ଲା ଜରି କେ । କାଗଜ୍ କେ ଖୁଲି କରି ଦେଖ୍'ଲା । ହେ ନ ଲେଖା ହେଇଛେ...


କଁଏଟୁ,

ଦର୍ପନ୍ ଥି ମୁଇଁ ଭି ଖୋପ୍ ଥର୍ ମୋର୍ ମୁହୁଁ କେ ଦେଖ୍'ଲି ରେ.. ହେଲେ ସବୁ ଥର୍ ତୋର୍ ମୁହୁଁ ହିଁ ଦିଶ୍'ଲା । ମୁଇଁ ରାତି ଶୁଇ ନାଇଁ ପାରି ରେ କଁଏଟୁ । ଖାଲି ତୋର୍ କଥା ଶୋର୍ ଆଏଲା । ମୋର୍ ମୋବାଇଲ୍ ନଂ 8018782653 ରେ କଲ୍ କରବୁ । ମୁଇଁ ତୋର୍ ଫୁନ୍ ଆଏବାର୍ ଟା କେ ଜୁଗିଛେଁ । 


ପଖାନ୍ ଉପରୁ ଟୁକେଲ୍ ର ଘର ଛାତ୍ ଦଗ୍'ଦଗା ଦିସ୍'ସି । କଁଏଟୁ ଚିଠି ପଢିକରି ଟୁକେଲ୍ ର ଘର୍ ଉପର୍ କେ ଦେଖ୍'ଲା । ଟୁକେଲ୍ ଖରା ତାପୁଛେ ଛାତ୍ ଉପରେ । ନମ୍ବର୍ ଟାଇପ୍ କରି କଲ୍ ଲଗାଲା । ଦୁଇ ଆଡୁ ହେଲୋ...ହେଲୋ.. ଶୁଭ୍'ଲା..

କଁଏଟୁ - ମତେ ଚିହ୍ନଲୁ କାଏଁରେ ?

କଁଏଟୁ ଟୁକେଲ୍ ଲମ୍ବା ଶାଁଶ୍ ନେଇ କରି କହେଲା..। 


କଁଏଟୁ- ପଶ୍ଚିମ୍ ଦିଗ୍ ର ଇ ବଡ୍ ପଖାନ୍ ଆଡ୍'କେ ଦେଖ୍, ତୋର୍ ପଛ୍ ଆଡେ ଇନୁ ତତେ ଦେଖୁଛେଁ ।


ଟୁକେଲ୍ ଲେହେଁଟି କରି ଦେଖ୍'ସି । ଦୁଇ ଜନ୍ ଠିଆ ହେସନ୍, ହାଁତ୍ ହଲାସନ୍ ଆର୍ କଁଏଟୁ ଯେ ବିନା କାଠି କଲା ମୁହୁଁ ଥି ଚକ୍'ଲେଟ୍ ଟେ କେତେ ବେଲୁ ଖାଉଛେ ଯେ ନିଜେ ଜାନେ ନାଇଁ ।


Rate this content
Log in

Similar oriya story from Comedy