Tankadhar Majhi

Tragedy Others

4.4  

Tankadhar Majhi

Tragedy Others

ବୁଢ଼ୀ

ବୁଢ଼ୀ

2 mins
245



ସଫା ଆକାଶଟା ଜହ୍ନ ଆଲୁଅରେ ରୂପାର ରଙ୍ଗ ଢାଳି ଝଲସୁଥିଲା ବେଲେ ହାଡ଼ଭଙ୍ଗା ଶୀତର ପ୍ରକୋପ ଶରୀରକୁ ଥରେଇ ଦେଉଥାଏ । ମଫସଲ ଗାଁର ବୁଢୀଟିଏ ମଇଲା କପଡ଼ା ଖଣ୍ଡେ ପିନ୍ଧି ନିଜକୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅଗ୍ନିର ସାହାଯ୍ୟ ଲୋଡେ । ରାତିରେ ନିଦ ନାହିଁ ଯଦି ବି ନିଦ ଲାଗୁଛି ଶୀତ ଛଡେଇ ନେଉଛି । ଦିନରେ ସୂର୍ଯ୍ୟର ତାପ ତା ପାଇଁ ବରଦାନ ହେଲା ବେଳକୁ ଦିନଟିଏ ବଞ୍ଚିବାର ରାହା ଯୋଗାଉଛି । ବୁଢ଼ୀ ଶୀତ କମିବା ଦିନକୁ ଅପେକ୍ଷା କରେ । ତା'ର ପୁଅ ଅଛି,ବନ୍ଧୁ ପରିଜନ ସମସ୍ତେ ଅଛନ୍ତି । ବୁଢ଼ୀର ଆଖି ରାତ୍ରି ହେଲେ ଅଳ୍ପ ଅଳ୍ପ ଦିଶେ । କେବେ ଖାଏ କେବେ ଖାଲି ପେଟରେ ଶୁଏ ତାକୁ ଦେଖିବା ପାଇଁ କାହା ପାଖରେ ଆଖି ନାହିଁ କି ସମୟ ନାହିଁ । 


ରାତିଟିଏ କିଛି ନ ଖାଇ ବୁଢ଼ୀ ନିଆଁ ପାଖରେ କେତେ ବେଲେ ଶୋଇ ପଡ଼ିଲା , ସେ ଜାଣେ ନାହିଁ । କାଠ ଜଳି ଜଳି ଆସି ତା କପଡ଼ାକୁ ଲାଗିଗଲା, ସେ ଜାଣି ପାରିଲା ନାହିଁ, ଯେତେବେଳେ ଦେହକୁ ନିଆଁ ଲାଗିଲା ଥର ଥର କଣ୍ଠରେ ଚିତ୍କାର କଲା । ଚିତ୍କାର ଶୁଣି କେତେ ଜଣ ଦୌଡ଼ି ଆସିଲା ବେଲକୁ ଦେଖିଲେ ବୁଢୀର ଦେହ ଅର୍ଧଦଗ୍ଧ ଅବସ୍ଥାରେ ପଢିଛି । ବୁଢ଼ୀ ଜ୍ବଳନରେ ଛଟପଟ ହେଉଥାଏ । ଆମ୍ବୁଲାନ୍ସକୁ କଲ କଲେ । ତା ପୁଅକୁ କେତେ ଲୋକ କେତେ କଥା କହିଲାରୁ ବାଧ୍ୟ ହୋଇ ସାହାଯ୍ୟ କରିବା ପାଇଁ ଆଗେଇଲା । ଆମ୍ବୁଲାନ୍ସ ଆସି ଲାଗିଲା, ଗାଡ଼ିରେ ଲଦାଗଲା । ଆମ୍ବୁଲାନ୍ସ ଗାଡ଼ି ହର୍ନ ମାରି ମାରି ହସପିଟାଲ ଅଭିମୁଖେ ଛୁଟିଲା । ଆମ୍ବୁଲାନ୍ସର ଲାଲ ବତୀ ଲିଭିବା ଯାଏଁ ସମସ୍ତେ ରାସ୍ତା ଆଡକୁ ଅନାଉଥିଲେ । କେତେ ଜଣ ଘରକୁ ଶୋଇବାକୁ ପଲାଇଲା ପରେ ମଧ୍ୟ ଅନ୍ୟ କେତେ ଜଣ ଗାଁ ଦାଣ୍ଡରେ ବସି ମଧ୍ୟ ରାତ୍ରି ଯାଏଁ ବୁଢ଼ୀର ପୁଅକୁ ନିନ୍ଦି ସମାଲୋଚନା କରି କଥାବାର୍ତ୍ତା ହେଉଥିଲେ ।


ସତରେ ମନୁଷ୍ୟ ଜୀବନ ବଡ଼ ବିଚିତ୍ର ନା କେବେ କେଉଁ ପ୍ରେମ କେଉଁଠି ଛାଡିଯାଏ ଖବର ରଖେନି, ଦେଖୁନ ଯେଉଁ ମାଆଁର କ୍ଷୀର ପିଇ ବଢିଛି ତା କ୍ଷୀର ର ମୂଲ୍ୟ ସୁଝି ସାରିନାହିଁ ଆଉ ଏକୁଟିଆ ରହିବାର ବ୍ୟବସ୍ଥା କରିଦେଇଛି । ଯେଉଁ ମାଆଁର ପଣତ କାନିରେ ଶୋଇ ଶୀତ ଜାଣିନି ତାକୁ ପୋଷକ ନ ଦେଇ ଶୀତରେ ମାରୁଛି । 


ମାଆଁ ପ୍ରେମ ଯାହା ଭାଗରେ ନାହିଁ ତାକୁ ପଚାର ମାଆଁର ସ୍ନେହ ମମତା କେତେ ଦରକାରୀ ।



Rate this content
Log in

Similar oriya story from Tragedy