ଜଣେ ବେସାହାରା
ଜଣେ ବେସାହାରା
ଜଣେ ଗରିବ ବେସାହାରା ମହିଳା, ଲୁହକୁ ଚେତାବନୀ ଦେଇ କହିଲା -"ବାସ୍ ବହୁତ୍ ହୋଇଗଲା !! ତୁ ଯେତିକି ଦେଇଛୁ ସେତିକି ସୁଝିବାକୁ ମୋ ପାଖରେ କିଛି ବି ନାହିଁ, ଦୟାକରି ମତେ ଋଣୀ ନ କରି ତୁ ମୋ ଠାରୁ ଚାଲି ଯା !"
ଆଖିରୁ ବହି ଯାଉ ଯାଉ ଲୁହ କହିଲା- "ତୋ ଏ ଅବସ୍ଥା ଦେଖି ମୁଁ କେମିତି ଚୁପ୍ ହୋଇ ରହି ପାରିବି ଯେ ? ହସ ନ ଫେରିବା ଯାଏଁ ତୋ ସାଥିରେ ରହି ଏମିତି ସାହାଯ୍ୟର ହାତ ବଢାଉଥିବି !!"
ଏତିକି ଶୁଣି ଚୁପ୍ ରହିଗଲା ବେସାହାରା ମହିଳା । ଏତିକି ତ ବୁଝି ପାରୁଥିଲା ଯେ, ଲୁହ ପୋଛିବାକୁ ଆଉ କାହା ହାତର ସ୍ପର୍ଶ ଖୋଜା ପଡ଼ିବ ନାହିଁ । ଲୁହ ଭିଜି ଶୁଖିବାରେ ଆଉ କେତେ ସମୟ ଲାଗିବ ଯେ ??
ହସ କେଉଁ ଏକ ଜନଗହଳି ପୂର୍ଣ୍ଣ ଇଲାକାରେ ଫସି ଯାଇଥିବ ନଚେତ୍ ସେ ତ ଫେରି ଆସିବା କଥା... !!
ହସକୁ କେଉଁ ଅଦେଖା ହାତ, ହାତ ଧରି ନେଇଯାଇଛି କେଜାଣି ଆଜି ଯାଏଁ ତା'ର ପ୍ରମାଣ ଖୋଜି ଖୋଜି ବାର ଦୁଆରେ ଉତ୍ତର ଖୋଜୁଛି ମହିଳା ।।
