STORYMIRROR

Tankadhar Majhi

Inspirational Thriller

3  

Tankadhar Majhi

Inspirational Thriller

ଜଣେ ବେସାହାରା

ଜଣେ ବେସାହାରା

1 min
191


ଜଣେ ଗରିବ ବେସାହାରା ମହିଳା, ଲୁହକୁ ଚେତାବନୀ ଦେଇ କହିଲା -"ବାସ୍ ବହୁତ୍ ହୋଇଗଲା !! ତୁ ଯେତିକି ଦେଇଛୁ ସେତିକି ସୁଝିବାକୁ ମୋ ପାଖରେ କିଛି ବି ନାହିଁ, ଦୟାକରି ମତେ ଋଣୀ ନ କରି ତୁ ମୋ ଠାରୁ ଚାଲି ଯା !"

ଆଖିରୁ ବହି ଯାଉ ଯାଉ ଲୁହ କହିଲା- "ତୋ ଏ ଅବସ୍ଥା ଦେଖି ମୁଁ କେମିତି ଚୁପ୍ ହୋଇ ରହି ପାରିବି ଯେ ? ହସ ନ ଫେରିବା ଯାଏଁ ତୋ ସାଥିରେ ରହି ଏମିତି ସାହାଯ୍ୟର ହାତ ବଢାଉଥିବି !!" 

ଏତିକି ଶୁଣି ଚୁପ୍ ରହିଗଲା ବେସାହାରା ମହିଳା । ଏତିକି ତ ବୁଝି ପାରୁଥିଲା ଯେ, ଲୁହ ପୋଛିବାକୁ ଆଉ କାହା ହାତର ସ୍ପର୍ଶ ଖୋଜା ପଡ଼ିବ ନାହିଁ । ଲୁହ ଭିଜି ଶୁଖିବାରେ ଆଉ କେତେ ସମୟ ଲାଗିବ ଯେ ??

    ହସ କେଉଁ ଏକ ଜନଗହଳି ପୂର୍ଣ୍ଣ ଇଲାକାରେ ଫସି ଯାଇଥିବ ନଚେତ୍ ସେ ତ ଫେରି ଆସିବା କଥା... !!

ହସକୁ କେଉଁ ଅଦେଖା ହାତ, ହାତ ଧରି ନେଇଯାଇଛି କେଜାଣି ଆଜି ଯାଏଁ ତା'ର ପ୍ରମାଣ ଖୋଜି ଖୋଜି ବାର ଦୁଆରେ ଉତ୍ତର ଖୋଜୁଛି ମହିଳା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational