Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Samar Ballav Bhoi

Crime

4.0  

Samar Ballav Bhoi

Crime

ଭଦ୍ରମୁଖା ମଣିଷଟିଏ

ଭଦ୍ରମୁଖା ମଣିଷଟିଏ

2 mins
199



ଚାଣକ୍ୟ ଙ୍କ ନୀତି ଅନୁସାରେ ଆମେ ଶୁଣିଛୁ ଯେ ସାପ ସବୁଠାରୁ ବିଷଧର ଜୀବ। ସାପ ବିନା କାରଣରେ ଦଂଶନ କରେନାହିଁ। ତାକୁ ଆଘାତ ପହଞ୍ଚିଲେ ନିଜକୁ ସୁରକ୍ଷିତ କରିବା ପାଇଁ ଦଂଶନ କରିଥାଏ। କହିବା ର ଉଦେଶ୍ୟ ଏହିପରି, ମଣିଷ ଜୀବଜଗତରେ ଶ୍ରେଷ୍ଠ ପ୍ରାଣୀ, ସବୁଠାରୁ ବୁଦ୍ଧିଆ, ଚତୁର। ସମୟ ସୁବିଧା ଦେଖି ଦଂଶନ ର ପ୍ରକ୍ରିୟା ଆରମ୍ଭ କରିଥାଏ ବିନା ଆଘାତରେ। ଆଜିର ସମୟ ବହୁତ କିଛି ବଦଳି ଯାଇଛି, ମଣିଷ ନିଜର ଜ୍ଞାନ, ଶିକ୍ଷା ବଳରେ ଅନେକ କିଛି ପାଇସାରିଛି। ପୃଥିବୀର ପରିବର୍ତ୍ତନ ,ବେଗ ଓ ଆବେଗ ଭିତରେ କିନ୍ତୁ କିଛି ମଣିଷ ଏମିତି ଅଛନ୍ତି ଯେଉଁମାନେ କି ସମାଜ ସମ୍ମୁଖରେ ଅନେକ ଭଲ ବୋଲି ବିବେଚିତ ହୁଅନ୍ତି। ବିଶ୍ବାସ ଓ ଅବିଶ୍ବାସ ର ଆଢ଼ୁଆଳରେ ଭଦ୍ରମୁଖା ପିନ୍ଧା ମଣିଷଟିଏ ପରି ଘୁରି ବୁଲୁଥିବା ର ଲକ୍ଷ୍ୟ କରାଯାଇଛି। ଦାଶବାବୁ ଜଣେ ଉଚ୍ଚ ଶିକ୍ଷିତ ତଥା ଜଣେ ପ୍ରାଧ୍ୟାପକ, ଶିକ୍ଷା ମନ୍ଦିର ର ଜଣେ ନାମିଦାମୀ ବ୍ୟକ୍ତିତ୍ଵ, ଅନେକ ଗୁଣର ଅଧିକାରୀ। ହେଲେ ପାଠପଢା କ୍ଷେତ୍ରରେ ପାଠ ଓ ପଢା ଭିତରେ ଅନେକ ପ୍ରକାରର ପାର୍ଥକ୍ୟ ଦେଖା ଦେଇଥାଏ, ପିଲାଙ୍କୁ ସାରଙ୍କ ପାଠପଢା ମୋଟାମୋଟି ଭାବରେ ଭଲ ଲାଗେନାହିଁ। ପିଲାମାନଙ୍କ ଆତ୍ମବିଶ୍ବାସ ସହିତ ଅନେକ ସମୟରେ ହତାଦର କରନ୍ତି। ଦାସ ସାର ପିଲାଙ୍କୁ ସମୟ ସମୟରେ ଅନେକ ଗାଳିଗୁଲଜ କରନ୍ତି, ବିରକ୍ତି ଭାବ ପ୍ରକାଶ କରନ୍ତି। ପ୍ରତିଦିନ ଦିନ ପିଲାଙ୍କୁ ବିଭିନ୍ନ ପ୍ରକାରର କାମ ଆଳ ଦେଖାଇ ଗାଳିଗୁଲଜ କରନ୍ତି। ପିଲାମାନେ ନିଜ ନିଜ ଭିତରେ ଟୁପୁର ଟାପୁର ହୁଅନ୍ତି, ଏ ଦାସ ସାର ଏକ ନମ୍ବର କୃପଣ, ଖଳପ୍ରକୃତି ର ମଣିଷ। ସବୁବେଳେ ଟଙ୍କା ଲୋଭ। ତାଙ୍କ ଭିତରେ ଜଣେ ପିଲା ଥାଏ ତା ନାମ ଘନଶ୍ୟାମ , ଘନଶ୍ୟାମ ସବୁବେଳେ ସାର ଙ୍କ ପାଇଁ ପାନ , ସିଗାରେଟ ଆଣି ଦିଏ, ସାର ଏସବୁ ଆଣିବା ପାଇଁ କହନ୍ତି। ସାର କୁଆଡେ଼ ନିଶା ସେବନ କରନ୍ତି ବୋଲି ପିଲାଙ୍କ ମଧ୍ୟରେ କଥାବାର୍ତ୍ତା ହୁଅନ୍ତି। ଆହୁରି ମଧ୍ଯ ଡ୍ରଗସ୍ କାରବାରରେ ଲିପ୍ତ ବୋଲି ଶୁଣାଯାଏ। ଜଣେ ପ୍ରାଧ୍ୟାପକ ହିସାବରେ ବାହାର ଜଗତକୁ ବେଶ୍ ଜଣାଶୁଣା। ଜଣେ ପ୍ରାଧ୍ୟାପକ, ଶିକ୍ଷା ଗୁରୁ ଏପରି କଳାକାରାନାମ କରୁଥିବା ର କଥା ସବୁଆଡେ ପ୍ରଚାରିତ ହେବା ପରେ , ପିଲାମାନେ ନିଜକୁ ବିଶ୍ଵାସ କରିପାରିଲେ ନାହିଁ। ଘନଶ୍ୟାମ କିନ୍ତୁ ଆଗରୁ କିଛି କିଛି କଥା ଶୁଣିବାକୁ ପାଇଥିଲା। କିନ୍ତୁ ସଠିକ ଭାବରେ ଜାଣି ନଥିଲା ଯେ, ଦାସ ସାର ଏତେ ବଡ଼ ଘଟଣାରେ ଲିପ୍ତ ଥାଇପାରନ୍ତି ବୋଲି! ବିଶେଷ ଖବରୁ ଜାଣି ବାକୁ ମିଳିଲା ଯେ କ୍ରାଇମବ୍ରାଞ୍ଚ ପୋଲିସ ଦାସ ସାରଙ୍କୁ ଧରି ଜେରା କରୁଛି। ଆଶ୍ଚର୍ଯ୍ୟର କଥା, ଏତେ ଉଚ୍ଚ ଶିକ୍ଷିତ, ଜଣେ ପ୍ରାଧ୍ୟାପକ। କ'ଣ କହିବା, କାହାକୁ କ‌ହିବା? ଆଦର୍ଶ ଶିକ୍ଷକ ଭାବରେ ନିଜର ପରିଚୟ ପ୍ରଦାନ କରନ୍ତି ଶ୍ରେଣୀ କକ୍ଷରେ। ଶ୍ରେଣୀ କକ୍ଷର ବାହାରେ ଏପରି କାର୍ଯ୍ୟ କରନ୍ତି, ହେ ପ୍ରଭୁ! ସେଥିପାଇଁ ତ ଆଜିକାଲି ମଣିଷ ନିଜର ପ୍ରକୃତ ପରିଚୟ ଛାଡି ସ୍ୱାର୍ଥର ପଛରେ ଧାବମାନ, ଉପରେ ବିଶ୍ବାସ ର ସ୍ପଷ୍ଟ ଚିତ୍ର, ଭିତରେ ନକରାତ୍ମକ କାର୍ଯ୍ୟ ରେ ପରିପୂର୍ଣ। ଶିକ୍ଷା ଭଳି ପବିତ୍ର ଶବ୍ଦ କୁ ଏତେ ବଡ଼ ଶକ୍ତ ଧକ୍କା, ଉପରେ ଭଦ୍ରମୁଖା ମଣିଷଟିଏ ପରି ପରିଚିତ, ହେଲେ ଭିତରେ ବିଷଧର ସାପଠୁ ଆହୁରି ବିଷାକ୍ତ.....? ବାସ୍ତବ ଚରିତ୍ର ପଛରେ ଏକ ନକରାତ୍ମକ କିମ୍ବା ସକରାତ୍ମକ ଚରିତ୍ର ଟିଏ ଲୁଚି ରହିଥାଏ। ନିଜ ବିଶ୍ବାସ ର ଆଇନା ରେ ସେମାନଙ୍କ ଚେହେରା କୁ ପରଖିବା ଅତି ଜରୁରୀ।


Rate this content
Log in

More oriya story from Samar Ballav Bhoi

Similar oriya story from Crime