STORYMIRROR

Sunanda Mohanty

Drama Action Inspirational

4  

Sunanda Mohanty

Drama Action Inspirational

ଭାଗ୍ୟ ପରାଗ

ଭାଗ୍ୟ ପରାଗ

3 mins
341


  ସେଦିନର କାଳରାତ୍ରୀ କଥା ମନେ ପକାଇ କି ପିଲାଦିନ କଥା ବା ନବବଧୂ ରୂପେ ପ୍ରଥମ ପାଦ ଥୋଇ ଏ ଘରକୁ ଆସିଥିବା ବେଳ କଥା,କୋଉକଥା ମନେପକାଇ ଅଟାରେ ପାଣି ସହ ଲୁହ ଗୁଡା ଟପ୍ ଟପ୍ ପଡୁଥିଲା ଅଳକାଙ୍କର ସେକଥା ବୁଝିବାକୁ ଶାଶୁ ପ୍ରସ୍ତୁତ ନଥିଲେ। ସେଦିନ ପିଲାକୁ ମଧୁମିତା କୋଳକୁ ଟେକିଦେଲା ପରି ଆଜି ନିଜ ବଡ ପୁଅକୁ ଟେକିଦେଇ, ଭାବୁଛନ୍ତି ବଡଘର ବଡ ଗୁମର କଥା କୁ ନିଜ ବଡପଣ ଅହମିକାରେ ସମାଧାନ କରିଦେବେ।

   ଅଳକା ଯେମିତି ବୋକୀ ଝିଅ ହୋଇ ରହିଥିଲା ବାପା ବୋଉଙ୍କ ପାଇଁ ସେମିତି କାଠ ପିତୁଳା ହୋଇ ରହିଗଲା ଶାଶୁ, ସ୍ଵାମୀ, ଯା, ଦେଢଶୁରଙ୍କ ପାଇଁ। ବୋଉ ମରିଯିବା ପରେ ଅପା ଓ ଭାଇ ତଳକୁ ସବା ସାନଝିଅ ଥିଲା ଅଳକା। ସମସ୍ତଙ୍କର ଗେହ୍ଲା ଥିଲା ସେ। ହେତୁ ପାଇବା ପୁର୍ବରୁ ବୋଉ ଆକାଶର ତାରା ହୋଇଯିବା ସନ୍ଧାନରେ ସେଦିନ ସନ୍ଧ୍ୟାରେ ଗାଁ ଦେବୀ ମନ୍ଦିର ପ୍ରାଙ୍ଗଣରେ ଖୋଲା ଆକାଶକୁ ଦେଖୁ ଦେଖୁ, ସେ ରାଜୁ ଭାଇ ବାହୁବନ୍ଧନରେ ଅପାକୁ ଆବିଷ୍କାର କରିବା ଓ ବାପାଙ୍କୁ ଡ଼ାକି ଆଣି ଦେଖେଇବା କଥା କାଲି ପରି ମନେ ପଡୁଛି। ରାଜୁ ଭାଇ ଖସିଗଲା ଅପା ମାଡ ଖାଇ ସବୁଦିନ ପାଇଁ ତାର ଶତ୍ରୁ ହେଉ ହେଉ ବାହା ହୋଇଗଲା କିନ୍ତୁ ଘରର ଇଜ୍ଜତ ବଞ୍ଚାଇ ସେ ବାପାଙ୍କ ପାଇଁ ଉଚ୍ଚାଇ ଶିଖରରେ ବସିବା ସହ ସୁନାନାକୀ ଝିଅ ବନି ଢେର ସାରା ଆଶୀର୍ବାଦ ଲାଭ କରୁ କରୁ ଚୌଧୁରୀ ପରିବାରର ସାନବୋହୁ ବନିଗଲା।

 ଶାଶୁ ଘରେ ବିଧବା ଶାଶୁଙ୍କ ସେବା ଯତ୍ନ କରୁ କରୁ ସବୁରି ନିଜର ହୋଇଗଲା ସତ ହେଲେ ସ୍ଵାମୀଙ୍କ ନିଷ୍କ୍ରିୟତା ତଥା ସ୍ୱେଚ୍ଛାଚାରିତାର ଶୀକାର ହୋଇ ମଧ୍ଯ ପାଟି ଖୋଲୁନଥିଲା। ବୋଉ ତ ଆଗରୁ ଏକା କରି ଚାଲି ଯାଇଥିଲା l ବାପା ମଧ୍ଯ ନଥିଲେ ଦୁଃଖ ଶୁଣିବାକୁ। ଭାଇ ଏ ଭିତରେ ସଂସାର କରି ପିଲାଦିନରୁ ଯେମିତି ନିଜେ ନିଜ ଭିତରେ ବୁଡ଼ି ରହୁଥିଲା, ଏବେ ବି ଠିକ ସେମିତି ତ କହାକୁ ଦୁଃଖ ସୁଖ କହନ୍ତା ଅଳକା। ସହଜେ ମାତୃତ୍ୱରୁ ବଞ୍ଚିତ ଅଳକା କଥାକୁ କିଏ ବିଶ୍ୱାସ କରନ୍ତା ଯେ!

   ବିଦେଶରେ ରୁହନ୍ତି ଦେଢଶୁର। ଆସନ୍ତି ବର୍ଷକୁ ଥରେ କି ଦୁଇ ବର୍ଷରେ ଥରେ। ଯୋଉଦିନ କଅଁଳା ଶିଶୁ ପୁତ୍ରକୁ ଛାଡି ବଡ ଯାଆ ଶେଫାଳୀ ଅଦୃଶ୍ୟ ହୋଇଗଲେ, ସ୍ଵାମୀ ମଧ୍ୟ ମିଳିନଥିଲେ। ବୁଦ୍ଧିମତୀ ଶାଶୁ ପିଲାଟାକୁ ତା ହାତରେ ତୋଳି ଦେଇ ସମସ୍ତଙ୍କ ମୁହଁ ଚୁପ କରିଦେଲେ ସିନା ହେଲେ ଅଳକାକୁ ପ୍ରଥମଥର, ତାର ବଧୂହତ୍ୟା ହେଲା ପରି ଲାଗିଥିଲେ ବି ମାଆ ର ମମତାରେ ବାନ୍ଧି ହୋଇ ସେ ଚୁପ ରହିଥିଲା। ଆ'ଠୁ ତା'ଠୁ କେତେ କେତେ କଥା ଶୁଣି ସେ ସିନା ପଥର ହୋଇଗଲା ହେଲେ ଶାଶୁଙ୍କ ହୃଦୟରେ କଣ ଚାଲୁଥିଲା ଯେ ସେ ଏପରି ନିର୍ବିକାର ସାଜିଥିଲେ ଅଳକା ବୁଝି ପାରୁନଥିଲା।

  ଆଜି ଏତେ ବର୍ଷ ପରେ ଦେଢଶୁର ଘରକୁ ଆସିଥିଲେ। ପୁଅକୁ କୋଳକୁ ନେବା ଦୂର କଥା ମାଆ କି ଅଳକା ମୁହଁକୁ ଭଲ କରି ଚାହିଁ ପାରୁନଥିଲେ। ଶାଶୁଙ୍କର ଭିନ୍ନ ରୂପ ଦେଖି ଅଳକା ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇ ପଡୁ ପଡୁ, ଶାଶୁଙ୍କ ପ୍ରସ୍ତାବ ଥିଲା ଦେଢଶୁର, ଅତନୁଙ୍କୁ ସ୍ଵାମୀ ରୂପେ ଗ୍ରହଣ କରିବାକୁ ତ ଚମକି ପଡ଼ି ଅଳକା ମନେ ପକାଉଥିଲେ ଗତକାଲିର ଟିଭି ପରଦାରେ ଦେଖିଥିବା ଶାଶୁ ବୋହୁଙ୍କ ନୂଆ ସିରିଏଲ।

  ଅଟା ଚକଟା ଭିତରେ ସ୍ପଷ୍ଟ ଦେଖିପାରୁଥିଲେ ଅଳକା, ଶାଶୁ ରୂପୀ ବୃଦ୍ଧା ମହିଳା ଜଣଙ୍କ ଠାକୁର ଘରୁ ପ୍ରସାଦ ନାମରେ ବିଷ ମିଶା ଭୋଗ ଧରି ବାହାରି ଆସୁଛନ୍ତି ।ବାହାରେ, ପିଲାପିଲି ହେବା ଲାଳସାରେ ଅପେକ୍ଷାରତ ବୋହୂକୁ, ପ୍ରସାଦ ବଢ଼େଇଦେବାକୁ ଗଲାବେଳେ, ଦୁହିଁଙ୍କ ମଝିରେ, କାମବାଲୀର ପ୍ରବେଶରେ ଛିଟିକି ପଡୁଛି ଶାଶୁଙ୍କ ହାତରୁ ବିଷ ମିଶା ପ୍ରସାଦ ସବୁ।

 ହଠାତ ଦେଢଶୁର ଅନୁପଙ୍କ ଡାକରେ ପ୍ରକୃସ୍ଥିତ ହେଲେ ଅଳକା। ଅନୁପ କହୁଥିଲେ, ବ୍ୟବସାୟ ସଂକ୍ରାନ୍ତୀୟ ସମସ୍ତ କାଗଜ ପତ୍ର ମତେ ମିଳିଯାଇଛି। ମୁଁ କାଲି ମୁମ୍ବାଇ ଫେରିଯାଉଛି କହି,ପ୍ୟାକେଟ ଦୁଇଟି ବଢ଼େଇ ଅତନୁ କହୁଥିଲେ ଗୋଟେ ମାଆ ପାଇଁ ଆଉ ଗୋଟେ ତୁମ ପାଇଁ। ଭାବୁଛି "ଭାଈ ଦୁଜ" ରେ ଭାଇର ଏ ଛୋଟ ଉପହାର ନିଶ୍ଚୟ ପସନ୍ଦ ଆସିବ। ଅଳକାଙ୍କ ଆଖି ଲୁହରେ ନୁହଁ ସମ୍ମୋହନ ରେ ଚକ୍ ଚକ୍ କରୁଥିଲା। ସେ କହୁଥିଲେ ଖାଇବାକୁ ବାଢ଼ିବି ଭାଇ। ସେପଟୁ ଶାଶୁ ହୁକୁମ ଦେଉଥିଲେ ହଁ ସମସ୍ତଙ୍କ ପାଇଁ ବାଢ଼େ ଆଉ ଅନୁପ କହୁଥିଲେ ମୁଁ ଠିକ୍ ସମୟରେ ମାସକୁ ମାସ ଟଙ୍କା ପଠେଇବି ବ୍ୟସ୍ତ ହେବୁନି ମାଆ। ଶାଶୁ ନାତିକୁ ନେଇ ଉପର ଖଞ୍ଜାକୁ ଯାଉ ଯାଉ କହୁଥିଲେ ତୋ ଇଛା। ଅତନୁ ଓ ଅଳକା ହସୁଥିଲେ ଚୁପି ଚୁପି।


Rate this content
Log in

Similar oriya story from Drama