ବାସ୍ତୁଦୋଷ
ବାସ୍ତୁଦୋଷ
ବନ୍ଦ ହୋଇଥିବା ଦରବାଜା ବା ଦରଜା ବା କବାଟ ଦେଖି ଅନେକ ଲୋକ ଫେରିଯାଆନ୍ତି, ଘରେ କେହି ନାହାନ୍ତି ଭାବି, ହେଲେ ଉପରେ ମୁଁ ଥାଏ। ଗେଟ ଦେଇ ଦେଖେ ଓ ତାଙ୍କ କଥା ଶୁଣେ। ଆମେ ଦୁଇ ପ୍ରାଣୀ ସ୍ୱାମୀ ଚଳି ଆସୁଛୁ ଏଘରେ, ପୁଅ ଝିଅ ଙ୍କ ବାହାଘର ପରଠାରୁ। ହେଲେ ଆଣ୍ଠୁ ଗଣ୍ଠି ଧରୁଥିବା ଯୋଗୁଁ ତଳକୁ, ଏତେଥର ଯାଇହୁଏନି, ତ ସନ୍ଧ୍ୟାରେ, ଥରେ ବଜାର ସଉଦା ପାଇଁ ସ୍ୱାମୀ ଯିବା ବେଳେ ତଳ ଗେଟର ବାହାର ପଟୁ ତାଲା ଦେଇ ଯାଆନ୍ତି, ଆଉ ଗୋଟାଏ ଚାବି ଅତ୍ୟାବଶୟକୀୟ ପାଇଁ ସ୍ତ୍ରୀ ଙ୍କ ପାଖରେ ଥାଏ।
ଯେଉଁମାନେ ଜାଣନ୍ତି ଫୋନ୍ କଲେ ସ୍ତ୍ରୀ ଯାଇ ଝରକା ଖୋଲି ସେବାଟେ ଚାବି ଦେଇ ବାହାରୁ ଖୋଲି ଭିତରକୁ ଆସନ୍ତି। କିନ୍ତୁ ବହୁତ ଦରକାରୀ ଲୋକ ମଧ୍ୟ ଫେରିଯାଆନ୍ତି, ଯେମିତି କି କେହି ନିମନ୍ତ୍ରଣ କାର୍ଡ ଦେବାକୁ ଆସିଥାଏ, ତ କେହି ବେଭାର ନେଇ, ସମସ୍ତେ ତ ଜାଣିନଥାନ୍ତି, ନା, ଅସଲ କାରଣ। ସେଦିନ ସ୍ତ୍ରଙ୍କର ପଞ୍ଚମ ସଂସ୍କରଣ କବିତା ବହି, "ଆଞ୍ଜୁଳେ ଅଞ୍ଜଳି" ବହିତକ ନେଇ କାର ଟିଏ ଲଗାଇଲେ ଦୁଆରେ, ଆଉ ଫୋନ କଲେ ତ ଧଡପଡ ହୋଇ ଚାବିନେଇ ସ୍ତ୍ରୀ ଗଲେ, ହେଲେ ସେ ଚାବିଟା ପ୍ରକୃତ ଚାବି ନଥିଲା, ତ ପୁଣି ଉପରକୁ ଆସି ପ୍ରକୃତ ଚାବିନେଇ, ଫିଟାଇ ବହି ସବୁ ହସ୍ତଗତ କଲାପରେ, ବାକି ଟଙ୍କା ପାଇଁ ପୁଣି ଉପରକୁ ଆସବାକୁ ପଡିଲା।
ସେହିଦିନଠାରୁ, ଆଣ୍ଠୁଧରି, ସ୍ତ୍ରୀ ଙ୍କ ଅବସ୍ଥା ଖରାପ। ତ ଚିନ୍ତା କରାଗଲା ତଳକୁ ପଳେଇବା, ତଳେ ଥିବା ଘରବାଲା ମଧ୍ୟ ଠିକ ଠାକ୍ ପଇସା ଦେଉନଥିଲା, କିନ୍ତୁ ବାସ୍ତୁ ଦୋଷ କଥା କହି ମୁଣ୍ଡ ଖରାପ କରୁଥିଲେ। ସ୍ୱାମୀ ଥିଲେ ଭଦ୍ର ତ କହିଲେ ଦେଖନ୍ତୁ, ଆପଣ ପୁରା ତଳକୁ ଚାଲିଯାଆନ୍ତୁ, ମୁଁ, ଟୁୟୁବୱେଲ ବସାଇ ଦେବି ତଳ ପଟେ। ତ ପ୍ରଥମେ ନିରୁତ୍ତର ରହି, ଯେଉଁ ଦିନ ବୋରିଂ ଵାଲା ଆସିଲେ, ସ୍ବାମୀଙ୍କୁ କହିଲେ ତଳେ ଭଡ଼ା ଥିବା ବ୍ୟକ୍ତି ଯେ ଦେଖନ୍ତୁ ଆଜ୍ଞା ବାସ୍ତୁ ଦୋଷ ଲାଗିବ, ତଳପଟେ ମୋଟେ ଟିୟୁବୱେଲ ବସାନ୍ତୁ ନାହିଁ। ସହଜେ ଆଣ୍ଠୁ ଗଣ୍ଠି ଧରି ଚଳିପାରୁନଥିବା, ସ୍ୱାମୀ ସ୍ତ୍ରୀ ଙ୍କ ମନରେ ଡର ପଶିଗଲା। ବୋରିଙ୍ଗ ଵାଲା ଫେରିଗଲେ, ତଳେ ଥିଲେ ମାଗଣା କୁ ମହରଗରେ ଯାଇ କାନ୍ତାରେ ପଡିବା ଭଦ୍ରବ୍ୟକ୍ତି, ଆଉ ଯେମିତି ଦରବାଜା ପଡୁଥିଲା ସେମିତି ପଡ଼ୁଛି। ପାଠକ ଙ୍କ ମନକୁ ହୁଏତ ଆସିପାରେ, ତଳେ ଥିବା ଭଦ୍ରବ୍ୟକ୍ତି କବାଟ ଖୋଲିଦେଇ ପାରନ୍ତେ କିନ୍ତୁ ସେ ସ୍କୁଲଟିଏ ଚଲାନ୍ତି, ସ୍କୁଲ ଛୁଟି ପରେ ସମସ୍ତେ ଯିଏ ଯାହା ଘରକୁ ଚାଲିଯାଇଥାଆନ୍ତି।