STORYMIRROR

ଦୀପଙ୍କର ଦାସ

Drama Romance Thriller

4  

ଦୀପଙ୍କର ଦାସ

Drama Romance Thriller

ବାଲକୋନିର ପ୍ରେମ

ବାଲକୋନିର ପ୍ରେମ

3 mins
432

ବାପା ଟ୍ରେନରେ ଇଂଲିଶ ଖବର କାଗଜଟା ଓଲଟା ଧରିଛନ୍ତି।ଏଥିରୁ ସ୍ପଷ୍ଟ ଜାଣିହେଉଛି ସେ ଆଉ ଗୋଟେ କଣ ଭାବୁଛନ୍ତି। କଣ ଆଉ ଭାବିବେ ତାଙ୍କର ମୋତେ ନେଇ ସବୁବେଳେ ଚିନ୍ତା। ଏତେ ବଡ ସହରରେ ପୁଅ ଚଳିବ କେମିତି? ଏଇଟା ସବୁ ବାପା ମାଆଙ୍କର ଧାରଣା। ତାଙ୍କର ମୋତେ ନେଇ ଭାରି ଗର୍ବ। ଗାଆଁରେ ମୋ କଥା ଭାରି କହନ୍ତି। ଗାଆଁ ଲୋକଙ୍କର ମଧ୍ୟ ମୋ ବିଷୟରେ ଭାରି ଚର୍ଚ୍ଚା ଏତେ ଶୀଘ୍ର ଚାକିରି କରିଗଲା। ମାତ୍ର ୨୪ ବର୍ଷରେ,ଗାଆଁର ପ୍ରଥମ ଇଞ୍ଜିନିୟର। ସାହୁ ବାବୁତ ତାଙ୍କ ଝିଅକୁ ବାହା ଦବା ପାଇଁ ପ୍ରସ୍ତାବ ପକେଇ ସାରିଲେଣି।ସେଦିନ ସାହୁ ବାବୁ ଘର ଆଡେ ଯାଇଥିଲି ତାଙ୍କ ଝିଅ ମୋତେ ଚାହିଁ ଇସତ୍ ହସି ଲାଜରେ ମୁହଁଟା ଫେରେଇନେଲା। ମୁଁ କିନ୍ତୁ ବାହାଘର କଥା ଏବେ ଭାବିନି। ଏଥିପାଇଁ ନୁହଁ ଯେ ସାହୁ ବାବୁ ଝିଅ ଦେଖିବାକୁ ଭଲନୁହେଁ। କିଏ ସୁନ୍ଦର କିଏ ଅସୁନ୍ଦର ସେଇଟା ତ ଜଣକ ନଜର ଉପରେ ନିର୍ଭର କରେ। କିଏ ପଥରରେ ଭଗବାନ ଦେଖେ ତ କିଏ ତାକୁ ପଥର ବୋଲି କହେ। ଭାଗବାନ ଙ୍କ ସୃଷ୍ଟିରେ କିଏ ସୁନ୍ଦର କିଏ ଅସୁନ୍ଦର ଆମେ କହିବାକୁ କିଏ ଯେ।ଗାଆଁରେ ବାହାହେଲେ ଶଶୁର ଘର ବୁଲିବା ମଜାଟା ଆଉ ରହିବନି ବୋଲି ସାଙ୍ଗ ମାନେ କହନ୍ତି। ଆହୁରି ମଧ୍ୟ କହନ୍ତି ଗାଆଁରେ ବାହାହେଲେ ଯଦି କେବେ ସ୍ତ୍ରୀ ସହ ଝଗଡା ହବ ସେ ତ ବାପ ଘରକୁ ଚାଲିଯିବ। ସେ ଗାଆଁ ଝିଅ ହୋଇଥିବାରୁ ତୋ ଦୁର୍ବଳତା ମଧ୍ୟ ତାକୁ ଜଣାଥିବ। ଏକଥା ଭାବି ଭାବି କେତେବେଳେ ହସିଦେଇଛି ମୁଁ ବି ଜାଣେନି।

ଟ୍ରେନ ଯାଇ କଲିକତା ଷ୍ଟେସନରେ ପହଞ୍ଚିଲା।ମୋ ଭଡ଼ା ଘର କଲିକତାର ଦମ୍ ଦମରେ , ଏଠୁ ପ୍ରାୟ ୪ କିଲୋମିଟର ବାଟ। ଅଟୋ ଟିଏ ଠିକ୍ କଲି ଭଡ଼ା ଘରେ ପହଞ୍ଚିବା ଉଦେଶ୍ଵରେ। ଅଟୋ ଡ୍ରାଇଭର- ପୁରା ୨୦୦ ଟଙ୍କା ନେବି ଆଜ୍ଞା।

ବାପା ଏଥର ରାଗି ଖପ୍ପା। ଚାରି କିଲୋମିଟର ବାଟକୁ ୨୦୦ ଟଙ୍କା । ଗାଆଁରେ ରହିବା ଲୋକ ସେ ଭଲା କେମିତି ଜାଣିବେ ସହର କଥା।ମୁଁ ବାପାଙ୍କୁ ଅନେକ ବୁଝେଇ ରାଜି କଲି ଅଟୋ ରେ ଯିବା ପାଇଁ।୫ ମିନିଟରେ ଯାଇ ପହଞ୍ଚିଲୁ ଭଡ଼ା ଘରେ।ଫ୍ଲାଟ୍ ର ତିନି ମହଲାରେ ମୋ ରୁମ୍।ସବୁ ଜିନିଷ ପତ୍ର ସଜାଇ ସରିଲା ବେଳକୁ ଦିନ ତିନିଟା।ଖାଇସାରି ଶୋଇଗଲି।ଠିକ୍ ପାଞ୍ଚଟାରେ ବାଲକୋନୀକୁ ଉପରେ ମୁଁ ଠିଆ ହୋଇ ବ୍ୟସ୍ତ ବହୁଳ କଲିକତାକୁ ଦେଖୁଛି। ମଣିଷ ଜୀବନଯେ କେତେ କର୍ମଚଞ୍ଚଳ, ବିଷାଦଗ୍ରସ୍ତ ତାହା ଠିକ୍ ବୁଝି ପାରୁଥିଲି। ରାସ୍ତା ଆରପଟରେ ପ୍ରାୟ ୧୦୦ ମିଟର ଦୂରତାରେ ଝିଅଟିଏ ମଧ୍ୟ ତାଙ୍କ ବାଲକୋନିରେ ଠିଆ ହୋଇଛି। ବୟସ ଅନୁମାନ ମୋ ଭଳି ହାତରେ ଖଣ୍ଡେ ବହି ଧରିଛି।ଆଉ ମୋ ଆଡ଼କୁ ଚାହିଁ ଇଷତ୍ ହସୁଛି।

ଭାବିଲି କୌଣସି ଅଲଗା କାରଣରୁ ସେ ହସୁଛି ବୋଧେ ।ପରେ ଜାଣି ପାଇଲି ମୁଁ ସେଇ ମୋ ବାହାଘର କଥାକୁ ନେଇ ହସୁଥିଲି, ମୋ ହସ ଦେଖି ସେ ବି ହସିଛି। ତାପର ଦିନ ଅଫିସ ର ଜୋଇନିଂ ଦିନ ସକାଳୁ ଗାଧୋଇ ସାରି ସନ୍ଦର୍ଭରେ ବାହାରିଲି ଅଫିସକୁ। ପ୍ରଥମ ଦିନଟି ଭଲରେ କଟିଲା। ବାପା ଏଥର ଗାଁକୁ ଯିବାକୁ ବାହାରିଲେ, ବାପାଙ୍କୁ ନେଇ ଷ୍ଟେସନରେ ଛାଡ଼ି ଆସିଲି। ସେଦିନ ବି ସେମିତି ସମୟରେ ଝିଅଟି ବାଲକୋନୀକୁ ଆସିଲା ଆଉ ମୋତେ ଚାହିଁ ହସିଲା। ରୁମ୍ ଭିତରକୁ ଯାଇ ଆଇନାରେ ମୁହଁଟା ଦେଖିଲି ମୁଁ କଣ ଓଡ଼ିଆ ହାସ୍ୟାଭିନେତା ପପୁଙ୍କ ପରି ଦେଖାଯାଉନିତ, କାଲି ମୁଁ ତାକୁ ଦେଖି ହସୁଥିବାରୁ ସେ ହସୁଥିଲା ହେଲେ ଆଜି କଣ ପାଇଁ ସେ ହସୁଛି। ଏଥର ଚାରି ପାଞ୍ଚଦିନ ସମାନ ଘଟଣା ଘଟିଲା।କେବେ ସେ ମୋତେ ଚାହିଁ ହସେ,କେବେ ପୁଣି ଉଦାସ ହୁଏ।ଏଥର ଭାବିଲି ଆଉ ବାଲକୋନୀକୁ ଯିବିନି, ହେଲେ ୫ ଟା ହେଲେ ଗୋଡ଼ ଆପେ ଆପେ ଚାଲିଯାଏ ବାଲକୋନୀ ଆଡ଼କୁ। ସେ ହସିଲେ ମୋ ମନର ସବୁ ଯନ୍ତ୍ରଣା କମ୍ ହେବାକୁ ଲାଗେ। ଅନ୍ୟ ଏକ ଉର୍ଜାର ଭାବନା ଆସେ।ଯାହା ଦଶମ ବେଳେ ମୋର ଗୋଟେ ଝିଅ ପାଇଁ ଆସିଥିଲା।ସେ ମୋତେ ସବୁଦିନ ଚାହୁଁ ଥିଲା କିନ୍ତୁ ପରେ ଜାଣି ପାରିଲି ସେ ମୋତେ ନୁହଁ ମୋ ପାଖରେ ବସିଥିବା ମୋ ସାଙ୍ଗକୁ ଦେଖୁଥିଲା।ଟିକେ କଳା ମୁଁ,ଆଉ ଚେହେରା ଏତେ ବି ଆକର୍ଷଣୀୟ ନୁହଁ। ସେତେବେଳେ ଘରର ପରିସ୍ଥିତି ଠିକ୍ ନ ଥିବାରୁ ଭଲ ପୋଷାକ ମୁଁ ପିନ୍ଧିପାରିନଥିଲି।ତେଣୁ କେବେ କାହାକୁ ଭଲ ଲାଗେନା।ଝିଅ ଭଲ ଲାଗୁଥିଲେ ମଧ୍ୟ କେବେ ଭାଇ, କେବେ ମଧ୍ୟସ୍ଥ ସାଜିବାକୁ ପଡ଼ିଛି। ଅନେକ ଚେଷ୍ଟା କରିଛି ସଫା ହେବା ପାଇଁ କେବେ ଜନ ଇବ୍ରାହିମ ଏଡ୍ ଦେଖି କ୍ରିମ ତ କେବେ ଶାହାରୁଖର ଏଡ୍ ଦେଖି କ୍ରିମ ଲଗେଇଛି। କିନ୍ତୁ ପରେ ଜାଣିଲି "ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ଶୂକର କି ହୋଇବ ଗାଈ"। ଘୁଷୁରୀ ଦେହରେ ଚନ୍ଦନ ବୋଳିଲେ ସେ କଣ ଗାଈ ହୋଇଯିବ। ସେ ମୋତେ ପସନ୍ଦ କରେ ବୋଧେ ନହେଲେ କଣ ପାଇଁ ସେ ମୋତେ ଦେଖି ଅଲଗା ଅଲଗା ଭାବ ଦିଏ।ଆଉ କଥାରେବି ଅଛି ଲେଡକି ହସି ତ ଫସି। କାଲି ସକାଳେ ମୁଁ ତାକୁ ମୋ ମନର କଥା ନିହାତି କହିବି।

ଦେଖୁ ଦେଖୁ ସକାଳ ହେଲା।ପ୍ରତିଦିନ ୧୦ ଟା ସମୟରେ କୁଆଡେ ଗୋଟେ ଯାଏ।ମୁଁ ୧୦ଟା ରେ ଯାଇ ରାସ୍ତାରେ ଛିଡ଼ା ହେଲି। ସବୁଦିନ ପରି ସେ ଜଣେ ଝିଅର ହାତ ଧରି ଆସୁଥିଲା,ଅନ୍ୟ ମନସ୍କ ହୋଇ ତା ହାତଟା ଛାଡ଼ି ଦେଲା।ସେ ମୋ ଆଡ଼କୁ ପାଖେଇ ଆସୁଛି,ଛାତିର ସ୍ପନ୍ଦନ ତୀବ୍ର ହେବାକୁ ଲାଗୁଛି। ସେ ମୋ ପାଖରେ ଆସିବି ଛିଡ଼ା ହେଲାନି, ମୋ ଦେହରେ ଏକ ଶକ୍ତ ଧକ୍କା ଦେଲା। ଆଉ ତା ସାଥିରେ ଆସିଥିବା ଝିଅଟା କହିଲା।

"ଓ ତ ଅନ୍ଧ ତୁମି ଓକି ଦେଖ୍ ତେ ପାଓନା" ଓଡ଼ିଆରେ "ସେତ ଅନ୍ଧ ତୁମେ ବି କଣ ଦେଖିପାରୁନ"। ଏଥର ଦୁହେଁ ଚାଲିଗଲେ। କିନ୍ତୁ ମୋ ହୃଦୟରେ ଛାଡ଼ିଗଲେ ଗୋଟେ ବିରହର ଦାଗ। ଏଥର ବୁଝିଲି ସେ କଣ ପାଇଁ ବହିଟି ନ ପଢ଼ି ହାତରେ ଆଉଁଶୁ ଥିଲା। ଆଉ ବୁଝି ପାରିଲି "ଲେଡ଼କି ହସି ତ ଫସି" ଏଇଟା ଭାବିବା କେତେ ବଡ଼ ଭୁଲ।


Rate this content
Log in

Similar oriya story from Drama