Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ଅନିଲ କୁମାର ଲେଙ୍କା

Comedy Inspirational


4  

ଅନିଲ କୁମାର ଲେଙ୍କା

Comedy Inspirational


ବାଡିପୋଡା

ବାଡିପୋଡା

4 mins 332 4 mins 332


--ସରକାରୀ କର୍ମଚାରୀ ବିମ୍ବାଧର ବାବୁଙ୍କ ପାଇଁ ଆଜି ଏକ ଛୁଟିଦିନ । ଆଜି ସାବିତ୍ରୀ ବ୍ରତ । ଆଜି ସକାଳୁ ଏକ ଦାୟିତ୍ୱ ହେଉଛି, ଧର୍ମ ପତ୍ନୀଙ୍କୁ ନେଇ ମନ୍ଦିରକୁ ଯିବା, ଯେପରି ସାବିତ୍ରୀ ଉପବାସ ବ୍ରତ ପାଇଁ ଆୟୋଜିତ ସବୁ ପୂଜା ସାମଗ୍ରୀ, ଭୋଗ ରାଗ ଆଦି ଦେବୀଙ୍କ ପାଖରେ ଲାଗିବ ଓ ବ୍ରତ ପାଳିତ ହେବ । 


--ବିମ୍ବାଧର ମୂର୍ତ୍ତି ପୂଜାରେ ବିଶ୍ୱାସ ରଖନ୍ତି ନାହିଁ, ଧର୍ମପତ୍ନୀ ପ୍ରତିମା ଦେବୀ କିନ୍ତୁ ଧର୍ମ ବିଧି ପରାୟଣା । ବିମ୍ବାଧର ପାଖରେ ତାଙ୍କୁ ଜନ୍ମ ଦିନରେ ଉପହାର ସ୍ୱରୂପ ମିଳିଥିବା ପକେଟ୍ ଗୀତାଟିଏ ରଖି ଥାଆନ୍ତି, ବେଳେ ବେଳେ କାଢି ପଢନ୍ତି, କିଛି ସମୟ କ’ଣ ଟିକିଏ ଭାବନ୍ତି , ପୁଣି ପକେଟ୍ କି ବ୍ୟାଗ୍‌ରେ ରଖିଦିଅନ୍ତି । ମନ୍ଦିର ଯାଆନ୍ତି ନାହିଁ, ସେଥିପାଇଁ କିଛି ତାଙ୍କୁ ନାସ୍ତିକ ବୋଲି କୁହନ୍ତି । କିଏ କଅଣ କହିଲେ ମଧ୍ୟ ବିମ୍ବାଧର ବାବୁ ବିଶେଷ ଫରକ୍ ପଡେନାହିଁ ।


--ଆଜି ପତ୍ନୀ ପ୍ରତିମାଙ୍କ ମନ୍ଦିର ଦ୍ୱାର ପାଖରେ ଛାଡି, କଡରେ ଥିବା, ଗଛ ଛାଇରେ ବାଇକଟିକୁ ପାର୍କ୍ କରି ତା’ ଉପରେ ବସିଲେ । ଏକ ଲମ୍ବା ଧାଡି ମନ୍ଦିର ଦେବୀଙ୍କର ଗର୍ଭ ଗୃହରୁ ଆରମ୍ଭକରି ମନ୍ଦିର ତୋରଣ ଯାଏଁ ଲମ୍ବିଥାଏ । ସବୁ ସାବିତ୍ରୀ ମାନଙ୍କୁ ଦେବଦେବୀଙ୍କର ଆଶୀର୍ବାଦ ଦରକାର, ସେମାନଙ୍କ ସତ୍ୟବାନ ପାଇଁ । ପ୍ରତିମା ମଧ୍ୟ , ଗର୍ଭଗୃହ ମଧ୍ୟକୁ ପ୍ରବେଶ କରି ଦେବୀ ଦର୍ଶନାଭିଳାଷୀ ମହିଳା ମାନଙ୍କର ଲମ୍ବା ଧାଡିରେ ଧୈର୍ଯ୍ୟର ସହ ଯୋଗ ଦେଇଥାଆନ୍ତି।


--ସାମନାରେ ଗୋଟିଏ ଫଳ ବାଲା , ସାଇକେଲ୍ ଝୁଡିରେ ଫଳ ନେଇ , ଡାକି ଡାକି ଯାଉଥାଏ । ଲାଲ୍ , ଗୋଲାପୀ ଲିଚୁକୁ ଦେଖି ଅବିନାଶ୍ ପଚାରିଲେ, “ଭାଇ, ଲିଚୁ କେତେ ଟଙ୍କାରେ ଦେଉଛ?” 


-– “ଆଜ୍ଞା କିଲୋ ୫୦୦/-” ଅଟକି ଯାଇ, ଫଳବିକାଳୀ ଟି କହିଲା । 


-- “୫୦୦/- ଟଙ୍କା ??, କ’ଣ ପତ୍ର ସହ ନା ପତ୍ର ବିନା?” ନିଜ କାନକୁ ବିଶ୍ୱାସ ନକରିପାରି ବିମ୍ବାଧର ବାବୁ ପଚାରିଲେ। 


-- “ଆଜ୍ଞା ଲିଚୁ ତ ପତ୍ର ସହ ଓଜନ ହୁଏ, କିଲୋ ମାତ୍ର ୫୦୦/- ଟଙ୍କା” 


-– “କ’ଣ ପାଇଁ ଏତେ ଦାମ୍ ମାଗୁଛୁ କିରେ ? କ’ଣ ସାବିତ୍ରୀ ପାଇଁ ?” ବିମ୍ବାଧର ବାବୁ ତଲବ୍ କଲେ । 


--“ଆଜ୍ଞା ଭଲ ଲିଚୁ , ଇମ୍ପୋର୍ଟେଡ୍ କ୍ୱାଲିଟି , ଖାଲି ଲିଚୁ ଉପରେ ଷ୍ଟିକର୍ ଲାଗିପାରିବନି ବୋଲି । ଆଉ, ଏ ଓଷା ଓପାସ ରେ ଗୋଟେ ଦୁଇ ପଇସା ରୋଜଗାର ହୁଏ। ନହେଲେ ଆମ ବେପାର ରେ ଖାଲି କ୍ଷତି ।” 


--ପାଞ୍ଚ ଗୁଣା ଦାମ୍ ଶୁଣି , ମିଠା ଲିଚୁ ଖାଇବାକୁ ଆଶା କରିଥିବା, ବିମ୍ବାଧର ବାବୁଙ୍କ ମନଟା ପିତା ହୋଇସାରିଥିଲା । ଓଡିଆ ଜୀବିକା ମିଶନର କର୍ମଚାରୀ ତଥା ଅର୍ଥନୀତିରେ ପି ଜି କରିଥିବା ବିମ୍ବାଧର ଜାଣିଥିଲେ ଆବଶ୍ୟକତା ଆନୁଯାୟୀ ଦ୍ରବ୍ୟ ର ମୂଲ୍ୟ ବୃଦ୍ଧି ହୁଏ, କିନ୍ତୁ ଏହି ଭଳି ମୂଲ୍ୟ ବୃଦ୍ଧିର କାରଣ ଅର୍ଥନୀତିରେ ନଥିଲା, ବରଂ ରୀତି ଓ ପରମ୍ପରାରେ ଥିଲା ।


-- ବୁଲା ବିକାଳୀ ଠାରୁ, ପାଇକାରୀ ସମସ୍ତେ ଗୋଟିଏ ପୂଜା ଦିନରେ ଭକ୍ତ-ଗ୍ରାହକ ମାନଙ୍କର କଷ୍ଟ ଉପାର୍ଜିତ ଅର୍ଥକୁ , ଜୋକ ପରି ଶୋଷିବାକୁ ପ୍ରସ୍ତୁତ , ଖାଲି ଲାଗିବାକୁ ନଦେଲେ ହେଲା । ଏହା ଭାବି, ନିଷ୍ପତ୍ତି ନେଲେ , କି ଆଜି କିଣିବେ ନାହିଁ । କହିଲେ, “ ଇମ୍ପୋର୍ଟେଡ୍ ଲିଚୁ ? ସେ ସବୁ ଏକ୍ସପୋର୍ଟ, ଇମ୍ପୋର୍ଟ୍ ଷ୍ଟିକର ସବୁ ଷ୍ଟିକର ଦୋକାନରେ ମିଳୁଛି । ତମେ ସବୁ ଏମିତି ଦାମ ଚଢା କରିବ, ଗ୍ରାହକ କମ୍ କିଣିବେ ଓ କମ୍ ଖାଇବେ, ତୁମ ମହାଜନ ଗୋଦାମ , କୋଲ୍ଡଷ୍ଟୋର୍‌ରେ ଟନ୍ ଟନ୍ ଫଳ ଓ ପରିବା ପଚିବ, ତା’ପରେ ତୁମ ମହାଜନ, ସେ କ୍ଷତିକୁ , ମୂଳରେ ଯୋଡି, ଅଧିକା ଦାମ୍ କରି , ପୁରୁଣା ଜିନିଷକୁ ବିକିବ। ଯା’ କିଣିବାର ନାହିଁ ତୋଠୁ।” ବିମ୍ବାଧର ବାବୁଙ୍କ କଥା ଶୁଣି ଆଉ କିଛି ଅପେକ୍ଷାରତ-ସ୍ୱାମୀ-ଭାବୀ-ଗ୍ରାହକ ମାନେ ମଧ୍ୟ ପଛକୁ ଘୁଞ୍ଚିଗଲେ । 


--ଫଳ ବିକାଳୀଟିର ବିକିବାର ଆଶା ମରିଗଲା । ସେ ବି ଅବା ଆଉ କ’ଣ କରିପାରିଥାନ୍ତା ? ଅର୍ଥ ଲୋଭୀ ମଣିଷ ମାନେ ତିଆରି କରିଥିବା, ଶୋଷଣକାରୀ ଅର୍ଥବ୍ୟବସ୍ଥାର ଗୋଟିଏ ଛୋଟ ଅଂଶ ସିଏ , ଏଭଳି , ଅଂଶ ଯାହା ହାତରେ କିଛି ନାହିଁ ।


--ବିମ୍ବାଧର ବାବୁ ବୁଲି ପ୍ରତିଭା ଦେବୀଙ୍କୁ ଦେଖିଲେ । ପେଟେ ଖାଇଥିବା ଆଜଗର ସାପର ମନ୍ଥର ଗତି ପରି, ଧାଡିଟି ଧିରେ ଧିରେ ଚାଲୁଥାଏ । ପ୍ରତିଭା ଦୁଇ ତିନି ପାଦ ଆଗକୁ ବଢିଥାଆନ୍ତି । ସମସ୍ତଙ୍କର ସ୍ପେସାଲ୍ ପୂଜା ଦରକାର , ମନ୍ଦିର ପୂଜାରୀ ମାନଙ୍କର ସ୍ପେସାଲ୍ ଦକ୍ଷିଣା ଦରକାର । କିଛି ମହିଳା, ଏହା ଭିତରେ, ପୂଜା ରୂପକ ମହା ସମର ସାରି ଗେଟ୍ ପାଖକୁ ଆସି ଗପ ସପ ହେଉଥାଆନ୍ତି । 


--କେହି ଜଣେ ମହିଳାଙ୍କ ଉଚ୍ଚ ସ୍ୱର ଶୁଣି ବିମ୍ବାଧର ବାବୁଙ୍କ କାନ ସିଆଡେ ବୁଲିଗଲା । “କିରେ, ତୁ ଏ ଶହେଟଙ୍କିଆ ସୂତା ଶାଢୀ କଅଣ ପିନ୍ଧିଛୁ ? ଏଇଟା କ’ଣ ଦିଶୁଛି ବା ? କିଏ ଠକିଲା ତତେ” – ଜଣେ ମହିଳା ପଚାରୁଥାଆନ୍ତି । 


--“କିଏ ଠକିବ କାହିଁକି ବା ? ବାଡିପୋଡା ଯାହା ଆଣିକି ଦେଲା ପିନ୍ଧିଲି।”- ସୂତାଶାଢି ପିନ୍ଧିଥିବା ମହିଳା ଜଣଙ୍କ କହିଲେ । 


--“କାଇଁ , ତୋ ଭାଇର କଅଣ ରୋଜଗାର ନାହିଁ ? ଛି , ଛି, ଭଉଣୀକୁ ଏମିତି ଶାଢୀ ସାବିତ୍ରୀ ଭାରରେ ଦିଅନ୍ତି ସବୁ?”-ପ୍ରଥମ ମହିଳା କହିଲେ । 


--“ ନା , ଲୋ ମଣି, ମୋର ଭାଇ ନାହିଁଲୋ , ଭାଇ ଥିଲେ କଅଣ ଏମିତି ପିନ୍ଧି ଥାଆନ୍ତି ? ଏ ପୋଛାକନା ଶାଢୀ , ମୋ ଗେରସ୍ତ ଆଣିଛି ଲୋ । ଆଉ ଦେଖୁନୁ, ସେ ବାଡିପୋଡା, ମୋ ଡାଲା ରେ ଯାହା ଅଛି ସେ ଆଣିଛି ଦୁଇଟା କଦଳୀ, ଗୋଟାଏ ସେଉ, ଗୋଟିଏ ଲିଚୁ । ଏଇଆକୁ ଖାଇ ମୁଁ ଓପାସ କରିବି ? ଦକ୍ଷିଣାକୁ ଦଶଟଙ୍କା ଦେଇଛି। ଘଣ୍ଟାଟିଏ ଲାଇନ୍‌ରେ ରହି, ଆଗରେ ପହଞ୍ଚିଲି, ଆଉ ସେ ପୋଡାମୁହାଁ ପୁରୋହିତ କହିଲା , ଦଶଟଙ୍କାରେ , ସ୍ପେସାଲ୍ ପୁଜା ହେବନି। ତୁଳସୀ ପକେଇ ମୋତେ ଝୁଡି ଦେଇଦେଲା । ମରଣ ଖାଲି ହେଉନି ଏକା ମତେ ।” 


-– ଚପଲ ପିନ୍ଧି ସେ ଦୁଇଜଣ ବାଡିପୋଡା ଗେରସ୍ତ/ଫଳ ଦୋକାନୀ ତଥା ପୂଜାରୀ ମାନଙ୍କ ବିଷୟରେ ଆଉ କେତେ କଥା ଗପି ଗପି ଦୂରକୁ ଚାଲିଯାଉଥିଲେ।


--ବିମ୍ବାଧର ବାବୁ , ଭାବୁଥିଲେ ଦରିଦ୍ର “ବାଡିପୋଡା” ସ୍ୱାମୀଟିର ପ୍ରକୃତ ଭୁଲ୍ କ’ଣ ? ସ୍ତ୍ରୀ କୁ ଭଲ ପାଇ, ସାବିତ୍ରୀ ବ୍ରତ ପାଇଁ ଆୟୋଜନ କରିବା ? ନା, ସ୍ତ୍ରୀ କୁ , ତା’ ଭାଇର ଅନୁପସ୍ଥିତି ଅନୁଭବ ହେବାକୁ ନଦେବା ? ନା, ନିଜ ଆୟ ହିସାବରେ ବ୍ୟୟ କରିବା ? ନା, ଆଉକିଛି ? ନା , ଭୁଲ୍‌ ଏ ପ୍ରଥା ପାଳନରେ ବ୍ୟତିକ୍ରମର , ନା ଚିନ୍ତନର । ଅଜଗର ସର୍ପ, ଧିରେ ଧିରେ , ମାନବୀୟ ଦୈବତ୍ୱ କୁ ଗିଳୁଥିଲା । ମୁଁହ ବୁଲାଇ , ପକେଟ୍‌ରୁ , ପକେଟ୍ ଶ୍ରୀମଦ୍ ଭଗବଦ୍ ଗୀତା କାଢି ଓଲଟାଇଲେ, ପୃଷ୍ଠାଟିରେ ଲେଖା ଥିଲା, “ପତ୍ର, ପୁଷ୍ପ, ଫଳଂ ତୋୟଂ ----”


   


Rate this content
Log in

More oriya story from ଅନିଲ କୁମାର ଲେଙ୍କା

Similar oriya story from Comedy