ଅନିଲ କୁମାର ଲେଙ୍କା

Tragedy Inspirational

4  

ଅନିଲ କୁମାର ଲେଙ୍କା

Tragedy Inspirational

ପରକୀୟା ପ୍ରେମ

ପରକୀୟା ପ୍ରେମ

3 mins
621



-- ମୋହନର ସୁନ୍ଦର ଡଉଳ ଡାଉଲ ଚେହେରା ସାଙ୍ଗକୁ ମୁହଁରେ ସଦା ସ୍ମିତହସ। ସମୟ ଅସମୟେ ଅନ୍ୟକୁ ସାହାଯ୍ୟ କରିବାରେ ବି ଆଗଭର। ତାର ମନଲୋଭା କଥା କୌଣସି ଝିଅକୁ ଆକର୍ଷିତ କରିବାରେ ଯଥେଷ୍ଟ ।

-- କଲେଜରେ ପଢ଼ିଲା ଦିନଠୁ ଝିଅଙ୍କୁ ପ୍ରେମଫାଶରେ ପକେଇ ସମ୍ପର୍କ ରଖିବା ଅଭ୍ୟାସରେ ପରିଣତ ହେଇଯାଇଥିଲା ମୋହନର। କେତେବେଳେ ସଫଳ ତ ପୁଣି ବିଫଳ ହୋଇ ଅପମାନିତ ବି ହେଉଥିଲା କିନ୍ତୁ ସେ ଅଭ୍ୟାସ ଛାଡି ପାରୁ ନଥିଲ। ସହରରେ କିଛି ଭୋଜି/ଉତ୍ସବରେ, କଲେଜ ବଣ ଭୋଜିରେ, ସନ୍ଧ୍ୟାବେଳେ ମନ୍ଦିର ପାଖରେ ଅବା କୌଣସି ମେଳା ଅବା ପୂଜା ଭସାଣୀରେ ଭିଡରେ ଝିଅ ମାନଙ୍କୁ ଦେଖି ଯେମିତି ବହୁତ ଉତ୍ସାହିତ ହୋଇପଡେ। ଏମିତି ଅନେକ ସମୟରେ ପ୍ରେମିକ ପ୍ରବର ସାଜି ପ୍ରେମ ନିବେଦନ କରି ଦେଉଥିଲା। ସଫଳ ହେଲେ କିଛିଦିନ ସମ୍ପର୍କ ରଖିବା ପରେ ତାକୁ ଛାଡିଦେଉଥିଲା ଆଉ ନୂଆ ସନ୍ଧାନରେ ଲାଗି ପଡୁଥିଲା।

-- ସମୟ ସମୟରେ ଭାବୁଥିଲା, ନାଇଁ ଆଉ ଏ କାମ କରିବିନି। ସାଙ୍ଗମାନେ ଖେସା କରି କହୁଥିଲେ କଣ ମୋହନ ତୋ କୃଷ୍ଣ କଳା କୁଆଡେ ଗଲା। ଭାବୁଥିଲା ହଉ ଠିକ୍ ଅଛି ଏଇଥର ତାଙ୍କ କଥା ରଖି ଝିଅଟେ ପଟେଇବା। ପୁଣି ସେ କଥା ପ୍ରେମନିଶାରେ କିଛିଦିନ ବୁଡିଲା ପରେ ଭାବୁଥିଲା, ଆରେ କାହିଁକି ଏମିତି କଲି ଆଉ ଏମିତି ଝିଅ ମାନଙ୍କ ମନ ସହ ଖେଳିବିନି, ଏଇଟା ଲାଷ୍ଟ । ପୁଣି ସାଙ୍ଗ ଖେସା କରନ୍ତି, ପୁଣି ଝିଅଟିଏ ପଟେଇଦିଏ। ଏଥର ଶେଷ ବୋଲି କହେ ହେଲେ ଏ ସେ ଲାଷ୍ଟ କେବେ ହେଇନି ମୋହନର।

--ବର୍ତ୍ତମାନ ବାହା ହୋଇସାରିଲାଣି ମୋହନ। ବାହାଘର ପୂର୍ବରୁ ଭାବୁଥିଲା ବାହାଘର ପରେ ଏ ଝିଅ ନିଶା ଛାଡିଦେବ । ହେଲେ ନିଜର ଅନିୟନ୍ତ୍ରିତ ଇଚ୍ଛା ସବୁ ତାକୁ ସେ ସୁଯୋଗ ଦେଇନାହାନ୍ତି। ଝିଅଟିଏ ରାସ୍ତାରେ ବି ଦେଖିଲେ ମନରେ ଅପୂର୍ବ ଦୁର୍ବଳତା ଆସିଯାଉଥିଲା। ରାସ୍ତାରେ ଯାହାକୁ ଦେଖିଲେ ତାକୁ ଫସେଇବାର ଚାହାଣୀରେ ଦେଖୁଥିଲା। ହଁ ପ୍ରେମନିଶାରେ ଅନ୍ୟମନସ୍କ ହୋଇ କେବେ ଗାଡ଼ି ଧକ୍କା କରେ ତ କେବେ ଝିଅ/ବୋହୁଙ୍କ ସହ ଝଗଡ଼ା କରି ଘରକୁ ଫେରିଲା ପରେ ମୋହନର ସ୍ତ୍ରୀ ଜାଣି ପାରିଲେ ବହୁତ ଗାଳି କରିଛନ୍ତି ଓ ସ୍ୱାମୀର ପରକୀୟା ପ୍ରେମ ନିଶା ଛଡ଼ାଇବା ପାଇଁ ଅନେକ ପ୍ରୟାସ କରିଛନ୍ତି । ହେଲେ ଏହା ବଦଳରେ ତାଙ୍କୁ ମିଳେ ତାଙ୍କ ସ୍ୱାମୀଙ୍କ ପାଖରୁ ନିସ୍ତୁକ ମାଡ଼, ଅନେକ ଗାଳି ଏମିତି ଅନେକ ଯନ୍ତ୍ରଣା।

--ଦିନେ ଦୁଇଦିନ ସ୍ବାମୀ ସ୍ତ୍ରୀଙ୍କ ଭିତରେ କଥା ବାର୍ତ୍ତା ବନ୍ଦ ହୁଏ। ପରେ ସ୍ୱାମୀ ମୋହନ ଅନୁତାପ କରେ। କାନ ଧରି, କ୍ଷମା ମାଗି, ସ୍ତ୍ରୀ ପାଖରେ ନିଜର ପ୍ରେମ ଜାହିର୍ କରି ଆଉ ସେମିତି କରିବ ନାହିଁ ବୋଲି ଶପଥ କରେ। ଲାଗେ ସତେ ଯେମିତି ସେ ବଦଳି ଯିବ।

--କିନ୍ତୁ ମଣିଷ ପ୍ରକୃତି ନା !ସେ ବଦଳିବ ଅବା କେମିତି?

--ମୋହନର ବିଜ୍‌ନେସ୍ ପାର୍ଟନର ଲିଜା। ସେ ଆଧୁନିକା ହେବା ସହ ମୋହନ ପ୍ରତି ବି ତାଙ୍କର ଦୁର୍ବଳତା ଅନେକ। ଲିଜା ଆଉ ମୋହନର ଚୋରା ପିରତି କଥା ସମସ୍ତେ ଜାଣନ୍ତି। ଲିଜାଙ୍କ ସ୍ବାମୀ ଥାଇ ସୁଦ୍ଧା ମୋହନ ସହ ତାଙ୍କର ଅବୈଧ ସମ୍ପର୍କ ଥାଏ। ଉଭୟ ଏହାକୁ ପ୍ରତ୍ୟାଖ୍ୟାନ କରୁଥିଲେ ସୁଦ୍ଧା ଲୁଚେଇ ପାରନ୍ତିନି। ମୋହନ ତାଙ୍କ ସମ୍ପର୍କକୁ କେବଳ ବନ୍ଧୁତ୍ବ କହେ।

-- ସେଦିନ ଲିଜା ମ୍ୟାଡାମ ତାଙ୍କ ଜନ୍ମଦିନ ମୋହନ ସହ ନିବିଡ ଏକାନ୍ତ ଭାବରେ କଟେଇବାର ପ୍ରସ୍ତାବ ରଖିଲେ। ମୋହନ ସହଜରେ ରାଜି ହୋଇଥିଲା। ଜନ୍ମଦିନ ପାଳନ ସହ ଦୁହେଁ ମଦ୍ୟପାନ ସହ ନିଶାଗ୍ରସ୍ତ ହୋଇ ସମ୍ପର୍କ ବି ସ୍ଥାପନ କରିଥିଲେ। ଏ ଖବର ମୋହନର ଜଣେ ବନ୍ଧୁ ତାଙ୍କ ସ୍ତ୍ରୀଙ୍କୁ ଦେଇଥିଲେ।

--ନିଶା ଅବସ୍ଥାରେ ଘରକୁ ଫେରିଲା ବେଳକୁ ପ୍ରାୟ ରାତି ଦୁଇଟା । ସ୍ତ୍ରୀ, ସ୍ୱାମୀର ରାହା ଦେଖି ଦେଖି ନ ଖାଇ ଶୋଇ ପଡ଼ିଥିଲେ । ସନ୍ଧ୍ୟାରେ ସବୁ ଶୁଣିଥିଲା ଆଉ ଅଧରାତିରେ ପୁଣି ସ୍ୱାମୀକୁ ନିଶାଗ୍ରସ୍ତ ହେଇ ଘରକୁ ଫେରିବାର ଦେଖି ସ୍ତ୍ରୀ ରାତିରେ ମୋହନ ଉପରେ ଅତ୍ୟନ୍ତ ବିଗିଡ଼ିଲେ । ସେ ରାତିରେ ପାର୍ଟି ତ ଚାଲିଥିଲା ହେଲେ ମୋହନର ଲିଜାକୁ ନେଇ କିଛି ଅଧିକ ଚିନ୍ତା ଥିଲା। ମୋହନର ସ୍ତ୍ରୀ ଯେତେବେଳେ ଲିଜା କଥା ପଚାରିଲା ସେ ତୁରନ୍ତ ରାଗିଗଲା। ସେହି ରାଗରେ ସେ ନିଜ ସ୍ତ୍ରୀକୁ ନିଶାରେ କେତେ ଯେ ମାଡ଼ ମାରିଲା ତାହା ଜାଣିପାରିଲା ନାହିଁ । ଶେଷରେ ଗୋଟେ ଚାପୁଡ଼ାରେ ତା’ ସ୍ତ୍ରୀ ମୁଣ୍ଡ କାନ୍ଥରେ ପିଟି ହୋଇଗଲା ଓ ସେ ତଳେ ବେହୋସ୍ ହୋଇ ପଡ଼ିଗଲା । ନିଶାରେ ମୋହନ କିଛି ଜାଣିପାରିଲା ନାହିଁ । ନିଶାରେ ସେ ମଧ୍ୟ ସେଇଠି ତଳେ ଶୋଇପଡ଼ିଲା ।

--ସକାଳୁ ମୋହନର ଆଖି ଖୋଲିଲା । ଦେଖିଲା ତା’ ସ୍ତ୍ରୀ ରାତିରୁ ସେମିତି ତଳେ ଶୋଇଚି । ପୂର୍ବ ରାତିର ଘଟଣାରେ ଅନୁତାପ କରି ତା ସ୍ତ୍ରୀକୁ ଉଠାଇବାକୁ ଗଲା । ମୋହନ ତା’ ସ୍ତ୍ରୀକୁ ଯେତେ ଉଠେଇବା ପାଇଁ ହଲେଇଲା, ସେ ଉଠିଲା ନାହିଁ । ତା’ ସ୍ତ୍ରୀର ନିଃଶ୍ୱାସ ମଧ୍ୟ ଚାଲୁନଥିଲା । ରାତିର ବେଲ୍ଟ ପାହାର କିଛି ଅଧିକା ହେଇଯାଇଥିଲା ଓ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଯାଇଥିଲା ।

-- ମୋହନର ଜାଣିବାକୁ ଆଉ ଡେରି ହେଲାନି ଯେ ତା’ ସ୍ତ୍ରୀ ଆଉ ଜୀବିତ ନୁହେଁ, ମୃତ । ମଦ ଆଉ ପ୍ରେମ ନିଶାରେ ସେ ତା’ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଦେଲା ଗଲା ରାତିରେ । ଏହା ଜାଣି ତା ମୁଣ୍ଡରେ ବଜ୍ର ପଡ଼ିଲା । ଯେଉଁ ପରକୀୟା ପ୍ରେମ ନିଶାକୁ ଛାଡ଼ିବ ଛାଡ଼ିବ ହେଇ ଛାଡ଼ିପାରିଲାନି ସେହି ପ୍ରେମରେ ପଡି ମଦ ପିଇ ଆଜି ତା’ ସଂସାର ଉଜାଡ଼ି ଦେଲା । ତା’ର ଦୁଃଖ ଦୁଇଗୁଣ ହୋଇଗଲା । ସ୍ତ୍ରୀର ହତ୍ୟାରେ ଜେଲ୍ ଯିବା ଭୟରେ ନୁହେଁ । ତା’ର ଦୁଃଖ ଦୁଇଗୁଣିତ ହେବାର କାରଣ ଏହା ଥିଲା ଯେ ତା’ର ସ୍ତ୍ରୀ ବାହାଘରର ତିନି ବର୍ଷ ପରେ ସାତ ମାସର ଗର୍ଭବତୀ ଥିଲା ।

--ମୋହନ ତା’ ସ୍ତ୍ରୀର ଶବକୁ କୋଳରେ ଧରି କଇଁ କଇଁ ହେଇ କାନ୍ଦୁଥିଲା । ଏମିତି ଲାଗୁଥିଲା ଯେପରି ତାର ଆର୍ତ୍ତ କ୍ରନ୍ଦନ ଭିତରେ ଲୁଚି ରହିଚି ତା’ ହୃଦୟ ଗାଇ ଉଠୁଥିବା ଗୀତଟି-

ଉଜାଡ଼ି ଦେଲା ପରକୀୟା ସଂସାର ମୋର,

ରହିଗଲା କି ସୁଖ ଆଉ ଜୀବନେ ମୋର !

କାହିଁକି  କଲି  ପରକୀୟାକୁ  ଆପଣାର,

ସେଥିରେ ଭାସିଗଲା ମୋର ସୁନା ସଂସାର !!


Rate this content
Log in

Similar oriya story from Tragedy