ଅନିଲ କୁମାର ଲେଙ୍କା

Children Stories Romance

3  

ଅନିଲ କୁମାର ଲେଙ୍କା

Children Stories Romance

ପତ୍ନୀବ୍ରତା ଆଜମ

ପତ୍ନୀବ୍ରତା ଆଜମ

4 mins
198


--ମିଶର ଗୋଟିଏ ପ୍ରାଚୀନ ଦେଶ । ଏହି ଦେଶରେ କେଉଁ କାଳରେ ଆଜମ ନାମରେ ଜଣେ ଅଦ୍ଭୁତ ଲୋକ ବାସ କରୁଥିଲେ । ସେ ରାଜ୍ୟରେ ତାଙ୍କ ପରି ଆଉ କେହିବି ଏତେ ମଧୁର ସ୍ୱରରେ ବୀଣା ବଜାଇ ପାରୁନଥିଲେ । ବୀଣା ବଜାଇବା ଥିଲା ତାଙ୍କର ଏକ ସଉକ । ବୀଣା ବଜାଇ ସେ ଗୀତ ଗାଇଲେ ଗଛ ଲତା ବି ଜୀଇଁ ଉଠୁଥିଲେ । ମଣିଷ ଅବା କେତେ ମାତର । ଏହି ସଙ୍ଗୀତ ଶୁଣିଲେ ମଣିଷ ନିଜର ସମସ୍ତ ଦୁଃଖ ଶୋକ ଭୁଲି ଯାଉଥିଲେ ।


--ସେ ଆଜମଙ୍କର ସ୍ତ୍ରୀ ଭାରି ସୁନ୍ଦରୀ । ତାଙ୍କର ନାଁ ହେଉଛି ସାଇନା । ସେମାନେ ଦୁହେଁ ଗୀତ ଗାଇ ବୀଣା ବଜାଇ ଖୁବ୍ ଆନନ୍ଦରେ ଚଳୁଥାନ୍ତି । କେହି କାହାକୁ ଦଣ୍ଡେ ହେଲେ ବି ଛାଡିପାରନ୍ତି ନାହିଁ ।


--ଦିନକର କଥା । ସାହିପଡିଶାର କେତେଜଣ ଝିଅ ବୋହୂଙ୍କ ମେଳରେ ସାଇନା ପାଖରେ ଥିବା ଗୋଟିଏ ବଣରେ ବୁଲୁଥିଲା । ବଣରେ ବୁଲୁ ବୁଲୁ ଅଜାଣତରେ ସାଇନା ପତର ଗଦାତଳେ ଥିବା ଗୋଟିଏ ସାପକୁ କୁଦି ଦେବାରୁ ସେ ତାକୁ ତୁରନ୍ତ ଚୋଟ ମାରିଲା । ସାଇନା ସଙ୍ଗେ ସଙ୍ଗେ ସେହି ବଣ ବାଟରେ ମରି ଶୋଇଲା ।


--ବିଚରା ଆଜମ ନିଜ ସ୍ତ୍ରୀ ପାଇଁ କାନ୍ଦି କାନ୍ଦି ଦିନ କାଟିଲା । ଏହି ଦୁଃଖ ବେଳେ ଯଦି ବୀଣା ବଜାଇ ସେ ଗୀତ ଗାଉଥିଲା, ତେବେ ସେହି କରୁଣ ଗୀତ ଶୁଣି ପାହାଡ, ଝରଣା, ଗଛଲତା ସୁଦ୍ଧା ସମସ୍ତେ ଅତି ଦୁଃଖରେ କାନ୍ଦି ପକାଉଥିଲେ । ଆଜମ ପକ୍ଷରେ ଏକାକୀ ଦିନ କାଟିବା ବଡ ଅସମ୍ଭବ ହେଲା । ତେଣୁ ସେ ନିଜର ସ୍ତ୍ରୀକୁ ଖୋଜିବା ପାଇଁ ପାତାଳପୁରକୁ ଚାଲିଲା । ଲୋକ ମରିଗଲେ ସେହି ପାତାଳପୁରରେ ରହନ୍ତି ବୋଲି ସେ ତ ଆଗରୁ ଶୁଣିଥିଲା । ସେଠାରେ ରାଜା ପ୍ଲୁଟୋ ତାଙ୍କର ରାଣୀ ପ୍ରଃସ୍ପରିନ ସହିତ ରାଜତ୍ୱ କରୁଥିଲେ ।


--ସେ ପାତାଳପୁରଟି ବଡ ଭୟଙ୍କର । ସେଠାକୁ ଯିବାକୁ ହେଲେ ଏକ ଅନ୍ଧାରିଆ ନଈ ପଡେ । ସାଧାରଣ ମନୁଷ୍ୟ ଏହି ନଈ ପାରିହେବା କଦାପି ସମ୍ଭବ ନୁହେଁ । କେବଳ ମଲା ମଣିଷକୁ ପ୍ଲୁଟୋଙ୍କର ଦୂତ ଚାରୋନ ଅନ୍ଧାରିଆ ନଈରେ ପାରି କରାଇ ସେମାନଙ୍କୁ ପାତାଳପୁରକୁ ନେଇଯାଏ ।


--ନିଜର ବୀଣାଟିକୁ କାନ୍ଧରେ ପକାଇ ସେ ଆଜମ ସେହି ଅନ୍ଧାରିଆ ନଈକୂଳରେ ଯାଇ ପହଁଚିଲା । ଚାରୋନ ସେ ଆଜମକୁ ପାତାଳପୁରକୁ ନେବାପାଇଁ ଆଦୌ ରାଜି ହେଲାନାହିଁ । ମଲା ଲୋକ ନ ହେଲେ ତାକୁ ପାରି କରିବା ପାଇଁ ପ୍ଲୁଟୋଙ୍କର ତ ମୋଟେ ଆଦେଶ ନାହିଁ । ତାପରେ ସେ ଆଜମ ନିଜର ସେହି ଅଦ୍ଭୁତ ବୀଣା ବଜାଇ ଏପରି ଏକ ଗୀତ ଗାଇଲା ଯେ ଚାରୋନର ହୃଦୟ ସମ୍ପୂର୍ଣ୍ଣ ଭାବରେ ତରଳିଗଲା । ସେ ଗୀତ ଶୁଣି ଚାରୋନଙ୍କ ଆଖିରୁ ଦିଟୋପା ଲୁହ ଗଡିପଡିଲା । ତାପରେ ସେ ଚାରୋନ ଆଉ କିଛି ନ ବିଚାରି ଆଜମକୁ ନେଇ ସିଧା ନଈ ପାରି କରିଦେଲେ ।


--ଅନ୍ଧାରିଆ ନଈ ସିନା ପାରି ହୋଇଗଲା, ମାତ୍ର ରାଜା ପ୍ଲୁଟୋଙ୍କ ସିଂହଦ୍ୱାରରେ ଏକ ଭୟଙ୍କର କୁକୁର ଆଜମର ବାଟ ଓଗାଳିଲା । ସାମାନ୍ୟ ଆଗେଇଲେ ସେ ଟିକି ଟିକି କରିଦେବ । ଆଜମକୁ ଦେଖି ସେ କୁକୁର ଖୁବ୍ ଚିତ୍କାର କରି ତା’ ଆଡକୁ ମାଡିଆସିଲା । କାଳବିଳମ୍ବ ନ କରି ସେହିକ୍ଷଣି ଆଜମ ନିଜର ବୀଣା ବଜାଇବାକୁ ଲାଗିଲା । ମନ୍ତୁରାପାଣି ପଡିଲାପରି ସେ କୁକୁରଟି ସେଇଠି ହିଁ ବସି ପଡିଲା । ତାପରେ ସେ କୁକୁରଟି ଅତ୍ୟନ୍ତ ବିହ୍ୱଳ ହୋଇ ଅନାଇ ରହିଛି, ଆଜମ ସିଂହଦରଜା ଡେଇଁ ରାଜା ପ୍ଲୁଟୋଙ୍କ ସିଂହାସନ ପାଖରେ ଯାଇ ହାଜର ।


-- ପୃଥିବୀର ଏକ ଜୀଅନ୍ତା ମଣିଷକୁ ଦେଖି ରାଜା ପ୍ଲୁଟୋ ଏବଂ ରାଣୀ ପ୍ରଃସ୍ପରିନ ଆଚମ୍ବିତ ହେବା ଆଗରୁ ସେ ଆଜମ ସେଠାକାର ରାଜା ଓ ରାଣୀଙ୍କ ପାଦତଳେ ବସିପଡି ଅତ୍ୟନ୍ତ କରୁଣ ସ୍ୱରରେ ନିଜର ବୀଣା ବଜାଇଲା ଏବଂ ଏକ ଗୀତଟିଏ ଗାଇଲା । ସେ ଗୀତର ଭାବ ଏତେ ଦୁଃଖପୂର୍ଣ୍ଣ ଥିଲା ଯେ, ସେ ରାଜା ରାଣୀ ଖୁବ୍ ଅଧୀର ହୋଇ ଶେଷରେ କାନ୍ଦି ପକାଇଲେ । ତାପରେ ସେମାନେ ଦୟା କରି ଆଜମକୁ ବର ଯାଚିଲେ । 


--ତହୁଁ ସେ ଆଜମ କହିଲା, ମୋତେ ଦୟାକରି ମୋର ସ୍ତ୍ରୀ ସାଇନାକୁ ଫେରାଇ ଦିଅନ୍ତୁ । 


--ଏହା ଶୁଣି ପ୍ଲୁଟୋ କହିଲେ, “ଗୋଟିଏ ସର୍ତରେ ହିଁ ତୋର ମନକାମନା ନିଶ୍ଚୟ ପୂରଣ ହେବ । ତୁ ଆଗେ ଆଗେ ଯିବୁ ଏବଂ ତୋର ପଛରେ ତୋର ସ୍ତ୍ରୀ ଯାଉଥିବ । ମାତ୍ର ଏ ପାତାଳପୁରୀ ପାରି ନ ହେବା ପର୍ଯ୍ୟନ୍ତ ତୁ ଆଦୌ ପଛକୁ ଚାହିଁବୁ ନାହିଁ । ପଛକୁ ଚାହିଁଦେଲେ ତୋ ସ୍ତ୍ରୀ ସେଇଠାରୁ ହିଁ ଫେରିଆସିବ ।”


--ଆଜମ୍ ଅତ୍ୟନ୍ତ ଖୁସୀ ହୋଇ ଶେଷରେ ପ୍ଲୁଟୋଙ୍କ କଥାରେ ରାଜି ହେଲା । ସେ ଆଗେ ଆଗେ ଚାଲିଥାଏ । ତାର ପଛେ ପଛେ ସାଇନା ଚୁପ୍ ଚାପ୍ ଯାଉଥାଏ । ପାତାଳର ସୀମା ପାଖରେ କାହିଁକି କେଜାଣି ସେ ଆଜମ ମନରେ ଟିକେ ସନ୍ଦେହ ହେଲା । ତେଣୁ ସେ ପଛକୁ ଚାହିଁଦେଇ ଦେଖିଲା ଯେ, ତାର ସ୍ତ୍ରୀ ସଙ୍ଗେ ସଙ୍ଗେ ପାତାଳପୁରୀ ମଧ୍ୟରେ ବୁଡିଯାଉଛି ।


--ଏତେ ପରିଶ୍ରମ ସେ ଆଜମର ଶେଷରେ ବୃଥା ହେଲା । ତାପରେ ସେ ଅନ୍ଧାରିଆ ନଈକୂଳରେ ସାତଦିନ ସାତରାତି ଆଜମ ଅପେକ୍ଷା କରି ରହିଲା । ସେ ଖାଦ୍ୟ କି ପାଣି ଆଦୌ କିଛି ବି ଛୁଇଁଲା ନାହିଁ ।


--ପରିଶେଷରେ ସେ ଆଜମ ଗୋଟିଏ ପାହାଡ ଉପରେ ଯାଇ ସେଠାରେ ଆଶ୍ରୟ ଗ୍ରହଣ କଲା । ପଶୁପକ୍ଷୀଙ୍କ ସାଙ୍ଗରେ ତାର ସମୟ କୌଣସି ପ୍ରକାରେ ବିତି ଯାଉଥାଏ । ସବୁବେଳେ କେବଳ ତାର ସ୍ତ୍ରୀ କଥା ହିଁ ସେ ଭାବୁଥାଏ । 


--ଦିନେ କେତେଜଣ କିନ୍ନରୀ ସେ ପାହାଡକୁ ହସିଖେଳି ବୁଲିବା ପାଇଁ ଆସିଥିଲେ । ସେମାନେ ତାଙ୍କ ମନମଉଜରେ ବୁଲୁ ବୁଲୁ ଆଜମକୁ ଦେଖି ତାକୁ ତାର ବୀଣା ବଜାଇବାକୁ ଆଦେଶ ଦେଲେ ।ଆଜମ ଏହି ହସଖୁସିରେ ଯୋଗ ଦେଇପାରିଲା ନାହିଁ । ଗୀତ ଗାଇବାକୁ ସେ ସିଧା ସିଧା ମନା କରିଦେଲା । ଏଥିରେ ସେ କିନ୍ନରୀମାନେ ରାଗିଯାଇ ତାକୁ ବେଢିଗଲେ ଏବଂ ମାରି ପକାଇଲେ । ଶେଷରେ ତାର ଶବକୁ ସେଇ ଅନ୍ଧାରିଆ ନଈରେ ଭସାଇ ଦେଲେ ।


--ଆଜମ ମରିଯିବାରୁ ଗଛଲତା, ବଣପାହାଡ, ଝରଣା ସମସ୍ତେ ତାର ସେହି ମଧୁର ସଙ୍ଗୀତ ମନେ ପକାଇ କେବଳ ତାକୁ ଝୁରିବାକୁ ଲାଗିଲେ । ମାତ୍ର ଆଜମ ମୃତ୍ୟୁ ପରେ ଅନ୍ଧାରିଆ ନଈ ପାରି ହୋଇ ପାତାଳପୁରୀରେ ନିଜର ସ୍ତ୍ରୀ ସହିତ ଅତ୍ୟନ୍ତ ସୁଖରେ ଘର କରି ରହିଲା ।


-- ଆମେ ପୁରାଣରେ ଅନେକ ପତିବ୍ରତା ନାରୀ କଥା ଜାଣିଛନ୍ତି ହେଲେ ଆଜମ ଥିଲା ପତ୍ନୀବ୍ରତା ପୁରୁଷ ଯିଏ ପତ୍ନୀ ପାଖରେ ପହଞ୍ଚିବାକୁ ଜୀବନ ବି ଦେଇଦେଲା ।ଧନ୍ୟବାଦ ସେ ଆଜମ ଆଉ ଧନ୍ୟ ତା ପତ୍ନୀ ପ୍ରେମ।


Rate this content
Log in