ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ବାବା-ମାମାଙ୍କର ବାହାଘର

ବାବା-ମାମାଙ୍କର ବାହାଘର

8 mins
167


--ଡାକ୍ତର ରୁଦ୍ର ହସ୍ପିଟାଲର ରାଉଣ୍ଡ୍ ସାରି ନିଜ କେବିନ୍ ରେ ବସି ଥାନ୍ତି। ହଠାତ୍ ଫୋନ୍ ରିଂଗ୍ ହେଲା।

ରୁଦ୍ର :- ହଁ , କଣ ହେଲା ?

ଜଣେ ମହିଳା କାନ୍ଦି କାନ୍ଦି ସେ ପଟରୁ କହୁଥାନ୍ତି :- ହଁ ଭାଇନା , ବାପା,ମା ଙ୍କ ଗାଡି ଧକ୍କା ହୋଇ ଯାଇଛି। ଜଲଦି ଆ।

ରୁଦ୍ର :- କିଏ କୁନି ? କଣ ହୋଇଛି ? କେମିତି ହେଲା?

କୁନି (ରୁଦ୍ରର ଭଉଣୀ ) :- ହଁ , ବାପା,ମା ଙ୍କ ଗାଡି ଧକ୍କା ହୋଇ ଯାଇଛି । ସେମାନେ ଏବେ ହସ୍ପିଟାଲ୍ ରେ। ମୁଁ ଖବର ପାଇ କି ଏବେ ଆସିକି ପହଞ୍ଚିଲି। ଇଏ ବି ଆସିଛନ୍ତି। ଆମେ ହସ୍ପିଟାଲ୍ ରେ ଅଛୁ। ତୁ ଜଲଦି ଆ।

ରୁଦ୍ର :- କେମିତି ହେଲା କିଛି ଜାଣିଚୁ? ତୁ ବ୍ୟସ୍ତ ହ ନା। ମୁଁ ଏବେ ଫ୍ଲାଇଟ୍ ରେ ଟିକେଟ୍ କରି ବାହାରୁଚି।

କୁନି :- ବାପା,ମା , ସୁଦିପ୍ତା ମାଉସିଙ୍କ ଘରୁ ଡିନର୍ ସାରି କି ଫେରୁଥିଲେ। ବାଟରେ ଏକ୍ସସିଡେଣ୍ଟ ହେଲା।

ରୁଦ୍ର :- ହଉ ହଉ , ତୁ ଜମାରୁ ବ୍ୟସ୍ତ ହ ନା। ମୁଁ ୨-୪ ଘଣ୍ଟା ରେ ଯାଇ କି ପହଞ୍ଚିବି।

--କୁନି ଠାରୁ ଖବର ପାଇ ସୁଦିପ୍ତା ମାଉସୀ ହସ୍ପିଟାଲ୍ ରେ ପହଁଚିଲେ। କିଛି ସମୟ ପରେ ଡଃ ରୁଦ୍ର ବି ପହଁଚିଲେ। ଡଃ. ରୁଦ୍ର ଯାଇ ଡାକ୍ତର ମାନଙ୍କ ସହ କଥା ହେଉଥାନ୍ତି।

ଡାକ୍ତର:- ଡଃ ରୁଦ୍ର ପେସେଣ୍ଟ୍ ଦୁଇ ଜଣକ ପାଇଁ ବ୍ଲଡ଼ ଦରକାର ।

ରୁଦ୍ର :- ଓ.କେ. ଡକ୍ଟର ବ୍ଲଡ଼ ବ୍ୟାଙ୍କ ରୁ ବ୍ଲଡ଼ ମିଳିଯିବ ତ ?

ଡାକ୍ତର:- ହଁ , କିନ୍ତୁ ଯଦି ନ ମିଳିଲା ତେବେ ଆପଣକୁ ବାହାରୁ ଆଣିବାକୁ ପଡିବ । its urgent.

--ଡଃ. ରୁଦ୍ର ବ୍ଲଡ଼ ଆଣିବାକୁ ଚାକର ମକରା କୁ ଡ୍ରାଇଭର ସହ ପଠାଇଲେ।

କୁନି:- କଣ ହେଲା ଭାଇ ? ବାପା, ମା ଭଲ ଅଛନ୍ତି ତ ?

ଡଃ ରୁଦ୍ର :- ହଁ, କିନ୍ତୁ ବ୍ଲଡ଼ ଦର୍କାର୍। ଯଦି ବ୍ଲଡ଼ ବ୍ୟାଙ୍କ ରେ ନମିଳେ ,ତେବେ ଆମକୁ ବାହାରୁ ଆଣିବାକୁ ପଡିବ।

କୁନି:- ଆମେ ବି ତ ଦେଇ ପାରିବା ?

ଡଃ. ରୁଦ୍ର :- ଆରେ ହଁ ତ ? ଚାଲ ..

--ଅବିନାଶ୍ ଆଉ କୁନି ବ୍ଲଡ଼ ଟେଷ୍ଟ କରିବାକୁ ଗଲେ। କିନ୍ତୁ ଭାଇ ଓ ଭଉଣୀଙ୍କ ବ୍ଲଡ଼, ବାପା ମା କାହା ସହ ବି ମେଳ ଖାଇଲା ନାହିଁ।

ଡାକ୍ତର:- ଡଃ. ରୁଦ୍ର ବ୍ଲଡ଼ ଆସିଗଲା?

ଡଃ.ଅବିନାଶ୍ :- ହଁ ଡକ୍ଟର. ମକରା ବ୍ଲଡ଼ ନେଇ କି ଆସୁଚି।

--କିଛି ସମୟ ପରେ ମକରା ବ୍ଲଡ଼ ଆଣିକି ପହଁଚିଲା ଆଉ ବାପା ମା ଙ୍କୁ ବ୍ଲଡ଼ ଦିଆଗଲା।

--କୁନି ଓ ଅବିନାଶ୍ ରୁମ୍ ବାହାରେ ବସିଥାନ୍ତି। ହଠାତ୍ ଡଃ.ଅବିନାଶ୍ ଙ୍କ ର ମନେ ପଡିଲା ଯେ କୁନି ଓ ତାଙ୍କର, କାହାର ବି ବ୍ଲଡ଼,ବାପା ମା କାହା ସହ ବି ମ୍ୟାଚ କଲା ନାହିଁ।

ରୁଦ୍ର :- ଆଛା କୁନି ,ମୋ ବ୍ଲଡ଼ କି ତୋ ବ୍ଲଡ଼,ବାପା ମା କାହା ସହ ବି ମ୍ୟାଚ କଲା ନାହିଁ କାହିଁକି?

କୁନି:- ମୁଁ କେମିତି ଜାଣିବି ? ତୁ ପରା ଡାକ୍ତର,ତୁ ଜାଣିଥିବୁ।

--ଡାକ୍ତର ଆଉ ନର୍ସ୍ ଅପରେସନ୍ ଥିଏଟର୍ ରୁ ବାହାରିଲେ।

ରୁଦ୍ର :- ଡକ୍ଟର. ?

ଡାକ୍ତର:- ଦୁଇ ଜଣ ଯାକ ପେସେନଟ୍ ଭଲ ଅଛନ୍ତି, କିନ୍ତୁ ଆମକୁ ୪୮ ଘଣ୍ଟା ସମୟ ଦରକାର। ତାପରେ କିଛି ଅସୁବିଧା ନାହିଁ।

ରୁଦ୍ର :- ଧନ୍ୟବାଦ୍ ଡକ୍ଟର.

--ରାତିରେ ସୁଦିପ୍ତା ମାଉସୀ ଓ କୁନି ହସ୍ପିଟାଲ୍ ରେ ରହିଲେ। ରୁଦ୍ର ଆଉ କୁନି ର ପତି, ଘରକୁ ଆସିଲେ। ରୁଦ୍ର ସୋଫା ରେ ବସି ଭାବିବାକୁ ଲାଗିଲେ।

--ଅସମ୍ଭବ !! , ମେଡିକାଲ ସାଇନସ ଭୁଲ୍ ନ ହୋଇପାରେ। ବାପା ମାଙ୍କ ବ୍ଲଡ଼ କେମିତି ଆମ ବ୍ଲଡ଼ ସହ ମିସିବନି ? ଅମେ କ'ଣ ତାଙ୍କ ଛୁଆ ନୁହଁ ? ସେମାନେ କ'ଣ ଆମକୁ କେଉଁଠୁ ନେଇ କି ଆସିଛନ୍ତି ? ଡଃ ରୁଦ୍ରଙ୍କ ମୁଣ୍ଡ ଖରାପ୍ ହୋଇଯାଉଥିଲା। ସେ କିଛି ଭାବି ପାରୁ ନଥିଲେ।

କୁନି ର ପତି :- ଭାଇ, ଆସନ୍ତୁ କିଛି ଖାଇନେବେ। ମୁଁ ହୋଟେଲ୍ ରୁ ଖାଇବା ନେଇ ଆସିଛି। କୁନି ଆଉ ମାଉସୀ ଙ୍କ ପାଇ ବି ମକରା ହାତରେ ଖାଇବା ପଠେଇ ଦେଇଛି।

ରୁଦ୍ର :- ଆଛା କହିଲ, ଏହା କଣ ସମ୍ଭବ ? ଆମ ଦି ଜଣକ ବ୍ଲଡ଼ ସେମାନଙ୍କ ସହ କେମିତି ସମାନ ହେବନାହିଁ ? ତାମାନେ କ'ଣ ଅମେ ଦି ଜଣ ଯାକ ତାଙ୍କ ସନ୍ତାନ ନୁହେଁ ?

କୁନି ର ପତି :- ଆପଣ ଏବେ ସେକଥା ଚିନ୍ତା କରନ୍ତୁ ନାହିଁ । ସେମାନେ ଭଲ ହେଲା ପରେ ,ସେମାନଙ୍କୁ ପଚାରିବେ।

ରୁଦ୍ର :- ନାଁ , ମୋତେ ଏବେ ସବୁ ଜାଣିବାକୁ ପଡିବ। କିଛି ଗୋଟେ ତ ଅଛି ୟା ଭିତରେ।

--ଅବିନାଶ୍ କାର୍ ଧରି ହସ୍ପିଟାଲ୍ କୁ ବାହାରି ଗଲେ …

--ହସ୍ପିଟାଲ୍ ….କୁନି ଓ ସୁଦିପ୍ତା ମାଉସୀ ହସ୍ପିଟାଲ୍ ରେ ବସିଥାନ୍ତି। ମକରା ଖାଇବା ଧରି ପହଁଚିଲା।

ମକରା:- ମାଉସୀ,କୁନି ଅପା , ଆସ ଖାଇନବ। ମୁ ବାଢି ଦଉଛି।

ସୁଦିପ୍ତା :- ନାଁ , ମୋତେ ଭୋକ ନାହିଁ ।

ହଠାତ୍ ରୁଦ୍ରକୁ ହସ୍ପିଟାଲ୍ ରେ ଦେଖି ,

କୁନି:- ଭାଇ, କଣ ହେଲା ? ତୁ କଣ ଘରକୁ ଯାଇନୁ ?

ରୁଦ୍ର :- ହଁ ଯାଇଥିଲି , କିନ୍ତୁ ଫେରି ଆସିଲି

କୁନି:- କଣ ପାଇଁ , କଣ ହେଲା?

ରୁଦ୍ର :- କୁନି, ତୋ ବ୍ଲଡ଼ କି ମୋ ବ୍ଲଡ଼,ମା କି ବାପା କାହା ସହ ବି ମେଳ ଖାଉନି, କାହିଁକି ? ଅମେ କଣ ସେମାନଙ୍କ ପିଲା ନୁହଁ ? ସେମାନେ କଣ ଆମକୁ କେଉଁଠୁ ନେଇ କି ଆସିଛନ୍ତି ? ଅମେ କଣ ଅନାଥ ?

ସୁଦିପ୍ତା :- ନାଁ,ତମେ ମାନେ ଅନାଥ ନୁହଁ। ତମେ ମାନେ ତାଙ୍କ ପୁଅ ଝିଅ। ତାଙ୍କ ଜୀବନ।

ରୁଦ୍ର :-ଅସମ୍ଭବ ମାଉସୀ। ତେବେ ବ୍ଲଡ଼ କାହିଁକି ମ୍ୟାଚ କରୁନି ? ସେମାନେ ନିଶ୍ଚୟ ଠକ। ମେଡିକାଲ ସାଇନସ କେବେବି ଭୁଲ୍ ହୋଇନପାରେ। ସେମାନେ ଆମକୁ କିଛି ଲୁଚାଇଛନ୍ତି। ଆମ ବାପା ମା ଙ୍କ ପାଖରୁ ଦୁରେଇ ରଖିଛନ୍ତି। ଆମେ ସେ ମାନଙ୍କୁ କ୍ଷମା କରି ପାରିବୁ ନାହିଁ। ସେମାନେ ଠକ !! ଠକ !! ଠକ !! I

ସୁଦିପ୍ତା:- ହଁ ସେମାନେ ଠକ I କିନ୍ତୁ ନିଜେ ନିଜକୁ ଠକିଛନ୍ତି I ତୁମ ମାନଙ୍କୁ ନୁହଁ I ମୁଁ ସେମାନଙ୍କୁ ସେବେଠୁ ଜାଣିଚି, ଯେବେ ସେମାନେ ପଢା ସାରି କି ଚାକିରୀ ଖୋଜିବାକୁ ଦିଲୀ ଆସିଥିଲେ I ତୋ ମା ଆଉ ମୋର ଦେଖା ଗୋଟେ କୋଚିଂ ସେଣ୍ଟର ରେ I ଆମେ ଏକାଠି କୋଚିଂ ନେଉଥିଲୁ I କିଛିଦିନ ପରେ ମୁ ଜାଣିଲି ଯେ ତୋ ମା ଗୋଟେ ପିଲା କୁ ଭଲ ପାଏ I ତାପରେ କିଛି ଦିନ ପରେ ତୋ ବାପାଙ୍କ ସହ ଦେଖା ହେଲା I ସେବେଠୁ ଆମେ ସମସ୍ତେ ସାଙ୍ଗ ହେଇ କି ଅଛୁ I ସେଠାରେ ଦିନ ଗୁଡା କେମିତି ବିତି ଯାଉଥିଲେ ଜଣା ପଡୁ ନଥିଲା I ସେତେବେଳେ ଆମେ ସାଙ୍ଗମାନେ ଜାଣିଲୁ ଯେ ତୋ ମା ଆଉ ବାପା ଛୋଟ ବେଳୁ ଦି ଜଣ ଦି ଜଣଙ୍କୁ ଭଲ ପାଆନ୍ତି I କିଛି ଦିନ ପରେ ତୋ ମା’ଙ୍କୁ ଚାକିରୀ ମିଳିଗଲା ଦିଲୀ ରେ ଆଉ କିଛିଦିନ ପରେ ତୋ ବାପାଙ୍କୁ ଚାକିରୀ ମିଳିଲା ଧାମରା ରେ I ତୋ ବାପା ଆଉ ମା ଅଲଗା ହୋଇଗଲେ I କିନ୍ତୁ କେବେବି ଦୁଇ ଜଣକ ଭିତରେ ଭଲ ପାଇବା କମ୍ ହୋଇନି I ଦିଲୀ ରେ ରହି ତୋ ମା ତାଙ୍କ ଘର ଲୋକଙ୍କୁ ଆଉ ତୋ ବାପା ତାଙ୍କ ଘର ଲୋକଙ୍କୁ ସାହାଯ୍ୟ କରୁଥିଲେ I କିଛିଦିନ ପରେ ସେମାନେ ନିସ୍ପତି ନେଲେ ସେମାନେ ବାହା ହେବେନି କିନ୍ତୁ ଏକାଠି ରହିବେ ଯେତେବେଳେ ଦୁଇଜଣଙ୍କ ଗାଁ ଲୋକ ଏମାନଙ୍କ ବାହାଘରକୁ ବିରୋଧ କଲେ I ତମେ ମାନେ ଜାଣିନ, ସେମାନେ ଆଜି ଯାଏ ବାହା ହୋଇ ନାହାନ୍ତି I ତ ତୁମେମାନେ କେମିତି ଜନ୍ମ ହେବ ଆଉ ତମ ମାନଂକ ସହ ସେମାନଙ୍କ ବ୍ଲଡ଼ କେମିତି ମିସିବ ?

ରୁଦ୍ର ଓ କୁନି ଏକସ୍ବରରେ :- କଣ? ସେମାନେ ବାହା ହୋଇ ନାହାନ୍ତି?

ରୁଦ୍ର :- ତେବେ ଦାଣ୍ଡ ଘରେ ଯେଉଁ ଫୋଟୋ ଟା ଅଛି ସେ କାହାର ?

ସୁଦିପ୍ତା:- ସେଇଟା ? ସେଇଟା ଏଡିଟ କରା ହୋଇଛି I ତା କି ତମ ମାନଙ୍କୁ ଲାଗିବ ଯେ ସେମାନେ ବାହା ହୋଇଛନ୍ତି I

କୁନି:- ଆଉ ଆମେ?

ସୁଦିପ୍ତା:- ଏକଥା ସେମାନେ ତମକୁ ଜଣାଇ ନାହାନ୍ତି I ଆଜି ସେମାନଙ୍କୁ ଠକ ବୋଲି କହିଲା ପରେ ମୁଁ ସହି ପାରିଲି ନାହିଁ I ସେଥିପାଇଁ କହିଦେଲି I

ରୁଦ୍ର :- ମାଉସୀ ଆମେ କାହାର ପୁଅ ଝିଅ ? ଦୟା କରି ଆମକୁ କୁହ I

ସୁଦିପ୍ତା:- ତମେମାନେ ? ମୁଁ ସବୁବେଳେ ସେମାନଙ୍କୁ କହେ ଯେ “ତୁମେ ତ ଏକାଠି ରହିଲ I ବାହା ନହେଲେ ନାହିଁ ଗୋଟେ ଛୁଆ ଜନ୍ମ କର ” କିନ୍ତୁ ସେମାନେ ସବୁବେଳେ ମୋ କଥା କୁ ଟାଳି ଦିଅନ୍ତି I ସେତେବେଳେ ମୁଁ ଚେନାଇ ରେ ଚାକିରୀ କରୁଥାଏ I ସେମାନେ ମୋ ପାଖକୁ ବୁଲିବାକୁ ଆସିଥାନ୍ତି I ତାପରେ ଆମେ ସବୁ କେରଳ ବୁଲିବାକୁ ଗଲୁ I ତୋ ବାପା ମା ସକାଳୁ ମର୍ନିଙ୍ଗ ୱାକ ରେ ଯାଇଥାନ୍ତି I ସେମାନେ ସକାଳୁ ସକାଳୁ ହୋଟେଲ୍ ରୁ ବାହାରି ଗଲେ I ବାଟରେ ହସ୍ପିଟାଲ୍ ପଡେ I ହସ୍ପିଟାଲ୍ ବାହାରେ ଗୋଟେ ଦୁଇ ମାସର ପିଲା ତା ମଲା ମା ପାଖରେ ପଡି କାଂଦୁଥାଏ I ସବୁ ଲୋକ ଦେଖୁଥାନ୍ତି କିନ୍ତୁ କେହି କିଛି କରୁନଥାନ୍ତି I ଏମାନେ ବୁଲି କି ଫେରିଲା ବେଳକୁ ଏଇ ଘଟଣା ଦେଖିଲେ ଓ ଆଖ ପାଖ ଲୋକଂକୁ ପଚାରି କି ଜାଣିଲେ ଯେ , ସେ ମହିଳା ଗୋଟେ ପାଗେଳି I ବରସେ ,ଦେଢ ବର୍ସ ପୁର୍ବରୁ ସେ ଏଠାରେ ବୁଲାବୁଲି କରୁଥିଲା I କିଛି ଅସାମାଜିକ ଯୁବକଙ୍କ ଦୁଷ୍କର୍ମ ର ଶିକାର ହେବା ପରେ ସେ କୁଆଡେ ଚାଲିଗଲା ଆଉ ଏବେ ତିନି ମାସ ପୁର୍ବରୁ ଏଠିକି ଆସିଥିଲା I କିଛି ଦିନ ପୁର୍ବରୁ ହସ୍ପିଟାଲ୍ ରେ ଗୋଟେ ପୁଅ ଜନ୍ମ କଲା I କିଛିଦିନ ଏଠି ସେଠି ବୁଲିବା ପରେ ଖାଇବା ଓ ଓଉସଦ ନପାଇ ଆଜି ସକାଳେ ମରିଗଲା I ତୋ ବାପା ଆଉ ମା ପାଗେଳି ର ଦାହ ସଂସ୍କାର ସାରି ସଂଧ୍ୟା ରେ ଫେରିଲେ ଓ ତୋତେ ମୋ ହାତକୁ ବଢେଇ ଦେଇ କହିଲେ “ଇଏ ଆମ ପୁଅ I ସବୁବେଳେ କହୁଥିଲୁ ନା – ଛୁଆ ଜନ୍ମ କର ବୋଲି ” I

ସୁଦିପ୍ତା କିଛି ସମୟ ଚୁପ୍ ରହିଲେ I କୁନି ଆଖିରୁ ଲୁହ ପୋଛି ପଚାରିଲା ଆଉ ମୁଁ?

--ସୁଦିପ୍ତା ପୁଣି କହିବାକୁ ଆରମ୍ଭ କଲେ I ତୋ ବାପା ଯେଉଁ କମ୍ପାନୀ ରେ ଚାକିରୀ କରୁଥିଲେ,ସେଠାରୁ ଘର ବାର କିଲୋମିଟର୍ ଦୁର I ସେ ସବୁଦିନ ୧୦ ଟା ରେ ଯାଇ ୭.୩୦ ରେ ଘରକୁ ଆସନ୍ତି I ସେଦିନ ବହୁତ୍ କାମ ଥାଏ I ତାଙ୍କର ଫେରିବାରେ ବିଳମ୍ବ ହେଲା I କିଛି କାମ ସାରି କି ଆସିବାକୁ ଥିଲା I ବାଟରେ ଗୋଟେ ନିଛାଟିଆ ଯାଗା ପଡେ I ସେ ତରତର ରେ ଆସୁ ଆସୁ ଗୋଟେ କଅଁଳା ଛୁଆ ର କାନ୍ଦ ଶୁଭିଲା I ତୋ ବାପା ଗାଡି ରଖି ଆଗକୁ ଗଲେ I ମୋବାଇଲ୍ ଲାଇଟ୍ ରେ ଦେଖିବା ବେଳକୁ “ଗୋଟେ କଅଁଳା ଛୁଆ ଗୋଟେ ଛିଡା ଚାଦର ଘୋଡି ହୋଇଛି ଆଉ ତା ଚାରିପଟେ ପିଂପୁଡି ବେଢି ଗଲେଣି ” I ସେ ରାହାଧରି କାନ୍ଦୁଥାଏ I ତୋ ବାପା ତାକୁ କୋଳକୁ ନେଇ ବୋତଲ ରୁ ପାଣି ପିଆଇଲେ ଓ କିଛି ସମୟ ଅପେକ୍ଷା କଲେ I ଅଧଘଣ୍ଟା ଯାଏ କେହି ନ ଆସିବାରୁ ସେ ପିଲାକୁ ନେଇ ଘରକୁ ଆସିଲେ I ଆଉ ତୋ ମା ବି ତାକୁ ଦେଖି ବହୁତ୍ ଖୁସି I ଗୋଟେ ପୁଅ ଥିଲା ଏବେ ଗୋଟେ ଝିଅ ଆସିଗଲା I ମୋତେ ଫୋନ୍ କରି ଦୁଇ ଜଣ ଯାକ କହିଲେ ଆମେ ବାହା ନହେଲୁ ନାହିଁ କିନ୍ତୁ ଦୁଇ ଦୁଇଟା ପିଲା ଙ୍କର ବାପା, ମା I ଏବେ କହ କ'ଣ କହୁଚୁ ? ମୁଁ ସେଦିନ ସେମାନଙ୍କୁ କିଛି କହି ପାରି ନଥିଲି I ସେମାନଙ୍କ ତ୍ୟାଗ ଆଗରେ ମୁଣ୍ଡ ନୁଆଇଁ ଦେଇଥିଲି I

ରୁଦ୍ର :- କିନ୍ତୁ ମାଉସୀ ,ସେମାନେ ବାହା କ'ଣ ପାଇଁ ହେଇନଥିଲେ ?

--ସୁଦିପ୍ତା ପୁଣି କହିବାକୁ ଆରମ୍ଭ କଲେ I ତୋ ବାପା ଆଉ ମା ବିଷୟ ରେ ତୋ ମା ର ଘର ଲୋକ ସମସ୍ତେ ଜାଣିଥିଲେ I କିନ୍ତୁ ତୋ ବାପା ତାଙ୍କ ଘରେ କିଛି ଜଣାଇ ନଥିଲେ I ସେ ଅପେକ୍ଷା କରିଥିଲେ ଯେ ସମୟ ଆସିଲେ କହିବେ I କାରଣ ତୋ ମା ଆଉ ବାପାଙ୍କର ଜାତି ଅଲଗା I ତୋ ବାପା ଗୌଡ ଆଉ ମା କୁମ୍ଭାର I ସେମାନେ ଗୋଟେ ଗାଁ ର I ଗାଁ ଲୋକ ସେମାନଙ୍କ ବାହାଘର କୁ ବିରୋଧ କରିବେ I ଏ ବିସୟ କୁ ନେଇ କି ସେ ଗାଁ ରେ ଅଶାନ୍ତି ଚାହୁଁ ନଥିଲେ I କିଛିଦିନ ପରେ ତୋ ବାପା ତାଙ୍କ ଘରେ ଏକଥା କହିଲେ କିନ୍ତୁ ତୋ ମା , ବାପାଙ୍କର ଘର ଲୋକ ଏହାକୁ ବିରୋଧ କଲେ I ସେମାନେ ବାହାଘର ପାଇଁ ଅନୁମତି ଦେଲେ ନାହିଁ I ଗାଁ ରେ ବି ଏଇ ବିଷୟ କୁ ନେଇ ବହୁତ୍ ପାଟିତୁଣ୍ଡ ହେଲା ଆଉ ଗାଁ ବାଲା ମନା କଲେ ଏ ମାନଙ୍କୁ ଗାଁ କୁ ଆସିବାକୁ I ଘରଲୋକ ବି ବାହାଘର ପାଇଁ ଅନୁମତି ଦେଲେନାହିଁ I ସେଇଠାରୁ ତୋ ବାପା ନିସ୍ପତି ନେଲେ ଯେ ଯଦି ବାହା ହେବେ, ତେବେ ତୋ ମା କୁ ଆଉ ବାପା ମାଙ୍କ ଅନୁମତି ମିଳିଲେ ନହେଲେ ତୋ ଜେଜେବାପା,ଜେଜେମା ଆଉ ଅଜା,ଆଇ ବଞ୍ଚିଥିବା ଯାଏ ବାହା ହେବେ ନାହିଁ I ତୋ ମା ବି ଏଇ କଥା କୁ ମାନିନେଲା I ଆଉ ସେମାନେ ଆଜି ଯାଏ ବାହା ହେଇ ନାହାନ୍ତି I ଏପରିକି ତୋ ଜେଜେବାପା,ଜେଜେମା ଆଉ ଅଜା,ଆଇ ସମସ୍ତେ ଚାଲିଗଲା ପରେ ବି I ଆଉ ତୁମ ଦୁଇ ଜଣଂକୁ ପାଇଲା ପରେ ସେମାନେ ସବୁ ଭୁଲି ଗଲେ I ତୋ ବାପା ମା ସବୁବେଳେ ଚାହୁଁଥିଲେ ତୋତେ ଡାକ୍ତର କରିବା ପାଇଁ କାରଣ ତୋ ନିଜ ମା (ପାଗେଳି ) ର ମୃତ୍ୟୁ ଖରାପ ଖାଇବା ଆଉ ଔଷଧ ଅଭାବ ରୁ ହୋଇଥିଲା I


--ସୁଦିପ୍ତା ଏତିକି କହି ଚୁପ୍ ରହିଲେ I ଆଉ ତିନି ଜଣ ଯାକ , କେହି କାହାକୁ କିଛି ନକହି ନିରବ ରେ ଲୁହ ପୋଛୁଥିଲେ I

ତିନି ମାସ ପରେ…


--ଘର ଆଗରେ ଲେଖା ଥିଲା “ବାପା ସହିତ ମାମା” ର ବାହାଘର I


Rate this content
Log in

Similar oriya story from Tragedy