ଅନିଲ କୁମାର ଲେଙ୍କା

Tragedy

3  

ଅନିଲ କୁମାର ଲେଙ୍କା

Tragedy

ପ୍ରତିଶୋଧ

ପ୍ରତିଶୋଧ

2 mins
203



--ଖିଲି ଖିଲି ହସରେ ପାଗଳପ୍ରାୟ ହୋଇଗଲେ ମହାରାଜ । କିଏ? କିଏ? କିଏ ତମେ? ମୁଁ ପଚାରୁଚି ପରା କିଏ ତମେ?


ରାଜକୋମାରୀ-ମୁଁ କିଏ ଜାଣିପାରୁ ନାହାଁନ୍ତି ମହାରାଜ?


ମହାରାଜ- ବସୁନ୍ଧରା ତମେ ! ତମେ ପୁଣି ଏ ନାଗୁଣୀ ରୂପରେ? ମୁଁ ବୁଝି ପାରୁନି ରାଜକୁମାରୀ, ତମେ ନାଗୁଣୀ ରୂପରେ?


ବସୁନ୍ଧରା-ସବୁକଥା ସମସ୍ତେ ବୁଝି ପାରନ୍ତିନି ମହାରାଜ । ସଂସାରର ସବୁକଥା ବୁଝିହୁଏ । ବୁଝିବାପାଇଁ ସେମିତି ମସ୍ତିଷ୍କ ଦରକାର । ତମଭଳି ବେଇମାନ ମୂର୍ଖ…


ମହାରାଜ-ଚୁପ୍ କର ରାଜକୁମାରୀ ! ମୂର୍ଖ, ବେଇମାନ କହି ମୋ ପୌରୁଷତ୍ୱକୁ ଅପମାନିତ କରନା ।


ମୁଁ ଖାଲି ତମକୁ ଭଲପାଏ । ନହେଲେ-


ରାଜକୁମାରୀ-ହତ୍ୟା କରିଥାନ୍ତ, ଏଇଆ ନା? ତାହେଲେ ମୋତେ ଏବେ ହତ୍ୟା କର । ମୁଁ ତ ତମ ପାଖରେ । ହେଇ ଦେଖ, ମୁଁ କେମିତି ହସୁଚି, ହିଃ… ହିଃ… ।


--ଦରଜା ସାମ୍ନାରେ କଳାନାଗ । ସେନାପତି ମହାରାଜ ଟିକେ ଆଶଙ୍କାରେ ଚାହିଁଲେ । ସେ ଏ କ’ଣ ଦେଖୁଛନ୍ତି ! ଅପରୂପା, ଅନିନ୍ଦୀୟା ବସୁନ୍ଧରା ତାଙ୍କୁ ହାତଠାରି ଡାକୁଚି ।


ରାଜକୁମାରୀ-ଆସ ପ୍ରିୟ, ମୋ ପାଖକୁ ଆସ ।


ମହାରାଜ-ଚୁପ୍ କର ନାଗୁଣୀ । ତୋ’ରି ପାଇଁ-


ରାଜକୁମାରୀ-ଅନେକ କିଛି ଦୁଃସାହସିକ, ପାପକାମ କରିସାରିଛ । ଆରେ ପାପୀ, ଏ ସଂସାରରେ କ’ଣ ସୁନ୍ଦରୀମାନଙ୍କ ଅଭାବ ଅଛି? ମୁଁ ରାଜକୁମାର ଅନୁପଙ୍କର ହୋଇ ସାରିଛି । ସୀମନ୍ତରେ ଜଣଙ୍କର ସିନ୍ଦୂର ନାଇ, ଅନ୍ୟଜଣଙ୍କୁ ପ୍ରେମକଲେ, ମୁଁ ନିଜକୁ ନିଜେ ବିଟପୀ ବୋଲି କହିବି । ମନ ତ ଜଣକୁ ଦିଆହୁଏ, ମାତ୍ର ଅନେକଙ୍କୁ ନୁହଁ । ଯୋଉମାନେ ଅନେକଙ୍କୁ ମନ ଦିଅନ୍ତି, ସେମାନେ କୁଳଟା, ବେଶ୍ୟା… । ସେମାନଙ୍କ ପାଇଁ ପୂର୍ବପୁରୁଷମାନେ ପିଣ୍ଡ ଗ୍ରହଣ କରନ୍ତି ନାହିଁ । ବୁନିୟାଦି କଳଙ୍କିତ ହୁଏ । ପିତୃପୁରୁଷ ନର୍କରେ ପଡନ୍ତି ।


ମହାରାଜ-ହେଲେ ବସୁନ୍ଧରା, ମୁଁ ତ ତମକୁ ଏତେ ଭଲପାଏ ଯେ, ଭୁଲିବା ଆଦୌ ସମ୍ଭବ ନୁହଁ । କେମିତି ମୋ ଛାତି ସହିବ, ତମ ସୀମନ୍ତରେ ଅନୁପର ସିନ୍ଦୂର ଦେଖି ? କେମିତି ମୁଁ ମୋ ମନକୁ ବୁଝେଇବି, ତମ ହାତରେ ଅନୁପ ପିନ୍ଧେଇ ଦେଇଥିବା ଚୁଡି ରୁମଝୁମ୍ ହେଇ ବାଜିଲେ? କେମିତି ବା ବଞ୍ଚି ହେବ ତମ କୋଳରେ ଅନୁପର ସନ୍ତାନ ଗୋଡ ହଲେଇ ଖେଳିଲେ?


--ନାଁ, ମୋତେ ବିଶ୍ୱାସକର, ମୁଁ ତମକୁ ନିହାତି ନିଜର, ଅତି ଆପଣାର ମଣେ ।


ରାଜକୁମାରୀ-ଯୋଉମାନେ ମନେ ମନେ ଅନ୍ୟକୁ ନିଜର କରି ଗର୍ବରେ ଫାଟିଉଠନ୍ତି, ସେମାନେ ସମସ୍ତେ ଠିକ୍ ତମରିଭଳି ସନ୍ତୁଳି ହୁଅନ୍ତି । ଜୀବନର ଗଣିତର ସବୁ ଧାରା ପାଶୋରି ପକାନ୍ତି । ବଂଚନ୍ତି ନିଜ ଶବର ସ୍ୱପ୍ନ ଦେଖି ।


ମହାରାଜ-ତେବେ ମୋର ଏତେଦିନର ପ୍ରତୀକ୍ଷା?


ରାଜକୁମାରୀ-ଗୋଟାଏ ପାଣିଚିଆ ସ୍ୱପ୍ନ…


ମହାରାଜ-ନା, ମୁଁ ଭୁଲିଯିବାକୁ ଚେଷ୍ଟା କରିବିନି, ବରଂ ଫର୍ଦ୍ଦ ଫର୍ଦ୍ଦକରି ଲେଖିବି । ମୁଁ ତମପାଇଁ କ’ଣ କରିସାରିଚି, କ’ଣ କରୁଚି ଆଉ କ’ଣ ସବୁ କରିପାରିବି । ଏତିକିରେ ହଠାତ୍ ଅଦୃଶ୍ୟ ହୋଇଗଲା ସେ ନାଗ । ଆଖିତରାଟି ଚାହିଁଥିଲେ ସେନାପତି ମହାରାଜ ।


ମହାରାଜ-ନା, ମୋତେ ପ୍ରତିଶୋଧ ନବାକୁ ହିଁ ହବ । ରାଜକୁମାରୀ ବସୁନ୍ଧରା, ତମେ କେବେବି ଅନୁପକୁ ବିବାହ କରି ପାରିବନି । ତମ ସୀମନ୍ତରେ କେବେବି ଆଉ ସିନ୍ଦୂର ସାଜିବ ନାହିଁ । ତମ ହାତରେ ବି ଆଉ କେବେ ଚୁଡି ବାଜିବ ନାହିଁ । ତମକୁ ନେଇ ମୁଁ ଯୋଉ ସ୍ୱପ୍ନଗୁଡା ଦେଖିଥିଲି, ସେ ସ୍ୱପ୍ନଗୁଡାକର ରଙ୍ଗ ବଦଳାଇ ମୁଁ ଯୋର୍ କରି ତମ ମନରେ ଭରିଦେବି । ତା’ପରେ ତମେ ସାରା ଜୀବନ ଖାଲି ହା-ହୁତାଶନରେ ଛଟପଟ ହବ । ମୁଁ ଏହାର ପ୍ରତିଶୋଧ ନେବି, ପ୍ରତିଶୋଧ… ।


Rate this content
Log in

Similar oriya story from Tragedy