STORYMIRROR

kamal kumar dash

Romance

3  

kamal kumar dash

Romance

ଅଫର

ଅଫର

2 mins
679


ଦିନେ ଏମିତି ପାର୍କରେ ବୁଲୁବୁଲୁ ଦେଖା ହୋଇଗଲା ସିଲି ସାଥିରେ | ସିଲି ମୋ ପ୍ରେମିକାର ସାଙ୍ଗ ଥିଲା | ଆମ ଦିଜଣ ଙ୍କ ଭିତରେ ଝଗଡା ହେଲେ ସେ ଆମକୁ ବୁଝାଇ ଫୁଣି ଏକାଠି କରୁଥିଲା | ସବୁଠୁ ବଡ଼ କଥା ହେଲା ମୋର ମୋ ପ୍ରେମିକା ପାଖକୁ ସବୁ ଚିଠି ଓ ଗ୍ରୀଟିଙ୍ଗସ ତା ଅଡ୍ରେସ ରେ ଯାଉଥିଲା ଓ ସେ ତା ସାଙ୍ଗକୁ ଦେଉଥିଲା କାରଣ ସେତେ ବେଲେ ମୋବାଇଲ ଆସି ନଥିଲା  |ଚିହ୍ନି ହେଲାନି କାରଣ ସେ ଟିକେ ମୋଟୀ ହୋଇଯାଇଥିଲା | ସେ କିନ୍ତୁ ଚିହ୍ନି ପାରିଲା ଓ ପାଖକୁ ଆସିଲା | କହିଲା ଆଜ୍ଞା ନମସ୍କାର ମୁଁ ସିଲି , ମୁଁ ହସିଲି ଓ କହିଲି ବହୁତ ଦିନ ପରେ ଦେଖା ହେଲତ ,ସେଥିପାଇଁ ଚିହ୍ନି ପାରିଲିନି | ସିଲି କହିଲା ଆପଣଂକୁ କହିବାକୁ କିଛି କଥା ଅଛି | 

ପାଖ ବେଞ୍ଚରେ ଆମେ ଦୁହେଁ ବସିଲୁ | ସିଲି କହିଲା ମୋ ସାଙ୍ଗ ତ ତୁମକୁ ଛାଡି ଚାଲିଗଲା ,ଏବେ ଆଉ କଣ ଭାବୁଛ | ମୁଁ କହିଲି ବେକାର ଲୋକର କେହି ସାଥି ନଥାନ୍ତି ସେ ବି ଚାଲିଗଲା , ତାର ବେଶୀ କିଛି ଦୋଷ ନାହିଁ |ଘର ଲୋକଙ୍କୁ ବୁଝେଇ ପାରିଲାନି | ସେ ଟିକେ ଦୁଃଖୀ ହୋଇଗଲା ଓ କହିଲା ମୁଁ ବି ବହୁତ ଚେଷ୍ଟା କଲି ହେଲେ ଫଳ କିଛି ହେଲାନି , ଯାହା ଭାଗ୍ୟରେ ଥିଲା ହେଲା |ସେ ପଚାରିଲା ଏବେ କଣ ଚାଲିଛି ? , ମୁଁ କହିଲି ଗୋଟେ ସ୍କୁଲ ରେ ଟିଚର ସିପ କରୁଛି | ସେ ଫୁଣି ପଚାରିଲା ଆଉ କବିତା ଲେଖୁଛ ନ| ନାହିଁ ? ହଁ କେବେ କେବେ ଲେଖୁଛି ମୁଁ କହିଲି | 

ସେ କିଛି ସମୟ ଚୁପ ରହି ଫୁଣି ଆରମ୍ଭ କଲା , ମୁଁ ଆପଙ୍କ ସବୁ ଚିଠି ଓ କବିତା ପଢ଼ୁଥିଲି ଓ ବହୁତ ରୋମାଣ୍ଟିକ ଥିଲା, ମତେ ବହୁତ ଭଲ ଲାଗୁଥିଲା , ସେ ଟିକେ ଲାଜେଇ ଗଲା |  

ମୁଁ ପଚାରିଲି ତୁମେ କଣ କରୁଛ ? ଏ କହିଲା ଗୋଟେ ସ୍କୁଲ୍ ରେ ମିସ ରୋଲ କରୁଛି | ତା ପରେ କହିଲା ତମ ପାଇଁ ଗୋଟେ ଅଫର ଅଛି | ଆମ ଘରେ ମୋ ପାଇଁ ପୁଅ ଖୋଜୁଛନ୍ତି | ସେ ଥିପାଇଁ ତମକୁ ମୁଁ ବହୁତ ଖୋଜୁଥିଲି | ଭାବୁଛି ମୋ ସାଙ୍ଗ ତୁମକୁ ଦେଇଥିବା ଦୁଃଖକୁ ମୁଁ କିଛି ମାତ୍ରାରେ କମ କରି ପାରିବି | ତା ପରେ କହିଲା ସବୁ ସଣ୍ଡେ ଚାରିଟା ବେଳେ ମୁଁ ଏ ପାର୍କକୁ ଆସେ | ତୁମେ ଆସିଲେ ଦେଖା ହେବ ଓ କଣ ଠିକ କଲ ମତେ ଜଲ୍ଦି କହିବ | ତା ପରେ ସେ ବାଏ କହି ଗହଳିରେ ହଜିଗଲା | ମୁଁ ହସୁଥିଲି ଓ ଭାବୁଥିଲି ତାର ଅଫର କଥା |


Rate this content
Log in

Similar oriya story from Romance