STORYMIRROR

Mamatamanjari Das

Romance

3  

Mamatamanjari Das

Romance

ଅନାମିକା

ଅନାମିକା

4 mins
172


ସକାଳୁ ଅଫିସ୍ ବାହାରିଲା ବେଳକୁ ବାହାରକୁ ଚାହିଁଲା ଅର୍ଣ୍ଣବ, ସୂର୍ଯ୍ୟଙ୍କୁ ମେଘ ଢାଙ୍କିକି ରଖିଛି ଠିକ୍ ଗୋଟିଏ ନୂଆ ବୋହୂ ସଜେଇ ହେଲା ଭଳି। ଶରତର ଶୀତୁଆ ସକାଳ ପରିବର୍ତ୍ତେ ଆକାଶରେ ମେଘୁଆ ପାଗର ରୋଶଣୀ ।ଭାରି ଅଡୁଆ ଅଡୁଆ ଲାଗୁଥିଲା ଅର୍ଣ୍ଣବକୁ ।ବାହାରକୁ ଚାହିଁଲେ ସନ୍ଧ୍ୟା ମାଡ଼ି ଆସିଲା ଭଳି ଲାଗୁଥିଲା, ଶୁକ୍ରବାର ଟାକୁ ଏମିତିଆ ପାଗ। ଓହୋ ! ମନ ମୋଟେ ଡାକୁ ନଥାଏ ଅଫିସ୍ ଯିବାକୁ। କିନ୍ତୁ ଛାଡ଼ ମୁଣ୍ଡ ବିକିବା ପରେ ଆଉ ମନ ଗୋଟେ କଣ ଯେ ! ଆଗକୁ କିଛି ନଭାବି ଟ୍ରେନରେ ଉଠିଲା ଅର୍ଣ୍ଣବ ଦେହଟା ବି ଆଜି କାହିଁକି କେଜାଣି ଭଲ ଲାଗୁ ନଥିଲା । ଝରକା ପାଖରେ ସିଟ୍ ଟିଏ ଦେଖି ବସିଗଲା ।

ଟ୍ରେନ୍ ରେ ବସିଥାଏ ବାହାରକୁ ଚାହିଁ। ଗୋଟେ କି ଦୁଇଟା station ପରେ ଝିଅଟିଏ ଉଠିଲା। ପୁରା ଟିପ୍ ଟପ୍ ବେଶ ପରିପାଟି। ଶାନ୍ତ ସଲ୍ଲଜ ମୁହଁରେ ମୁକ୍ତାଝରା ସ୍ମିତହାସ୍ୟ ଚେହେରାକୁ ଆହୁରି ସୁନ୍ଦର କରୁଥାଏ । ଅର୍ଣ୍ଣବ ପାଖରେ ଆସି ବସିଲା ଝିଅଟି । ଟିକେ ଘୁଞ୍ଚି ଗଲା ଅର୍ଣ୍ଣବ । IT field ରେ କାମ କରୁଥିବା ସବୁ ଝିଅ ଏମିତିରେ dress code ଢ଼ିଲା ବୋଲି ଶୁକ୍ରବାରିଆ ଗୋଟେ ଗୋଟେ ରଙ୍ଗିନ୍ ପ୍ରଜାପତି ପାଲଟି ଯାଆନ୍ତି। ଏ କିନ୍ତୁ ଥିଲା ଆବଶ୍ୟକତା ଠୁ ଟିକେ ବେଶୀ ରଙ୍ଗିନ୍। ପୋଷାକ ପରିଧାନ ବାଦେ ଝିଅଟି ଆଖିରେ ଲଗେଇ ଥାଏ sun glass ଟିଏ । ମନରେ କୌତୁହଳ ଉଁକି ମାରିଲା ,କାହିଁକି ନା ମେଘୁଆ ପାଗରେ sun glass ! ସତରେ ଦରକାର ଥିଲା ନା ଅଭ୍ୟାସ ବଶତଃ ପିନ୍ଧି ପଳେଇ ଆସିଚି ! ତେବେ ଯା ହଉ , ସିଏ ଯଦି ଚଳେଇ ପାରୁଚି, ମୋର ଏତେ ମୁଣ୍ଡ ବିନ୍ଧା କିଆଁ ! ପୁଣି ଝରକା ବାଟେ ବାହାରକୁ ଚାହିଁ ବସିଲା ଅର୍ଣ୍ଣବ ।କିଛି ସମୟ ପରେ ଝିଅଟିର ପର୍ଶ ତଳେ ପଡିଗଲା । ଅର୍ଣ୍ଣବ ଦେଖିଥିଲେ ବି ଉଠାଇଲା ନାହିଁ । ମନେ ମନେ ଭାବିଲା ଏତେ ଫେଶନ ହୋଇ ବାହାରିଛି ଅଥଚ ପର୍ଶକୁ ସମ୍ଭାଳି ପାରୁନି । ଅର୍ଣ୍ଣବ ର ଭାବନାରେ ପୂର୍ଣ୍ଣଛେଦ ଦେଇ ଟ୍ରେନ୍ ଟି ଷ୍ଟେସନ ଛୁଇଁଲା । ଝିଅଟି ଉଠି ଚାଲିଲା ତା'ଗନ୍ତବ୍ୟ ପଥରେ ।ପଛରେ ଉଠିଲା ଅର୍ଣ୍ଣବ । କିନ୍ତୁ ଏ କଣ୍ , ଝିଅଟି ତା'ପର୍ଶ ଉଠାଇଲା ନାହିଁ ଯେ । ପର୍ଶ ଉଠାଇଲା ଅର୍ଣ୍ଣବ ନିଜର ଅନିଛା ସତ୍ତ୍ଵେ । ଝିଅଟି ସେତେବେଳକୁ ଷ୍ଟେସନ ବାହାରେ ଅଟୋକୁ ଅପେକ୍ଷା କରିଥିଲା । ଅର୍ଣ୍ଣବ ଝିଅ ଟିକୁ ପଛ ଡାକିଲା । ଟିକେ ଶୁଣିବେକି ! ଝିଅଟି ମୁହଁ ବୁଲାଇ କହିଲା ମୋତେ ଡାକୁଛନ୍ତିକି ? ଅର୍ଣ୍ଣବ ର ଇଛା ହେଉଥିଲା କହିଦେବକି କାନ୍ଥ ବାଡକୁ ଡାକୁଛି ବୋଲି । ତଥାପି ନିଜ ରାଗକୁ କଣ୍ଟ୍ରୋଲ କରି କହିଲା ଆପଣ ପର୍ଶ ଟିକୁ ଟ୍ରେନ୍ ରେ ଛାଡି ଆସିଥିଲେ ।ଝିଅଟି କାନ୍ଧରେ ହାତମାରି ବ୍ୟସ୍ତ ହେଲାପରି କହିଲା ଆରେ ସତେତ ମୁଁ ପର୍ଶଟି ଛାଡି ଆସିଥିଲି ।ଏବେଯେ କଣ୍ ହୋଇଥାଆନ୍ତା ଝିଅଟି ପର୍ଶଟି ପାଇଲା ପରେ ଅଣ୍ଡାଳିଲା ପରି ବ୍ୟାଗ୍ କୁ ଚାରିଆଡ ହାତମାରି ଦେଖୁଥିଲା । ଝିଅଟିର ଏତାଦୃଶ୍ୟ ଆଚରଣ ରେ ଅର୍ଣ୍ଣବ କିନ୍ତୁ ଚକିତ ହେଉଥିଲା । ଝିଅଟି ପର୍ଶଟି ପାଇଥିବାରୁ ଅର୍ଣ୍ଣବ କୁ କୃତଜ୍ଞ ତା ର ଧନ୍ୟବାଦ ଟିଏ ଜଣାଇ ରାସ୍ତା ପାରିହେବାକୁ ଗଲାବେଳକୁ ବିଜୁଳି ବେଗରେ ଗାଡିଟିଏ ସେପଟୁ ମାଡି ଆସୁଥିବା ର ଦେଖି ଅର୍ଣ୍ଣବ ଝିଅଟିକୁ ଟାଣି ଆଣିଲା ।

ଦୁହେଁ ରାସ୍ତା କଡରେ ପଡିଗଲେ । ଅର୍ଣ୍ଣବ କହିଲା ଏଇନା କଣ୍ ହୋଇଥାନ୍ତା କହିଲ ! ରାସ୍ତାକୁ ଦେଖି କି ଚାଲିବା କଥା ନା ନୁହେଁ । ସେଇଠୁ ଧକ୍କା ହେଲେ ଡ୍ରାଇଭର ଦୋଷ ଦେବ ।ଆଉ ଝିଅଟିଏ ବୋଲି ସମବେଦନା ଜଣାଇ ତମପାଇଁ ଛିଡା ହୋଇଯିବେ ହଜାରେ ଝିଅଟି ଆଖିରୁ ଦୁଇଧାର ଲୁହ ଗଡି ପଡିଲା ସନଗ୍ଲାସ ଡେଇଁ । ଅର୍ଣ୍ଣବ କହିଲା ସରି ମ୍ୟାମ୍ । ମୋର ଏପରି କହିବାର ନଥିଲା ।ଝିଅଟି କହିଲା ନୋ ଥ୍ୟାଙ୍କସ୍ ।ଆପଣଙ୍କ ର କିଛି ଭୁଲ୍ ନାହିଁ ।

ଅର୍ଣ୍ଣବ କହିଲା ଆପଣଙ୍କ ନାଁ

ଝିଅଟି କହିଲା ଅନାମିକା

ଅର୍ଣ୍ଣବ କହିଲା ମଜା କରୁଛନ୍ତି ନାଁ କଣ୍ ?

ଝିଅଟି କହିଲା ନା ଆଜ୍ଞା ସତରେ ମୋର ନାମ ଅନାମିକା ମହାନ୍ତି ।

ଓଃ ହୋ

ମୁଁ ଭାବିଲି ଆପଣ ମଜା କରୁଛନ୍ତି ମୋ ସାଥିରେ ,ଅର୍ଣ୍ଣବ କହିଲା।ଝିଅଟି କହିଲା ମୁଁ ଆପଣଙ୍କ ସହ ମଜା କରିବି କାହିଁକି, ଭଗବାନ ମୋ ସହ ମଜା କରିଛନ୍ତି ।ମୋ ଆଖିରେ ଏ ଚଷମା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ମୁଁ ପ୍ରକୃତରେ ଅନ୍ଧ । ଦୁଇ ବର୍ଷ ତଳେ ଗୋଟିଏ ସଡକ ଦୁର୍ଘଟଣା ରେ ବାପା ବୋଉ ଆରପାରିକୁ ଚାଲିଗଲେ ,ଆଉ ମୁଁ ସବୁଦିନ ପାଇଁ ଆଖି ହରାଇଲି ।ଆଖି ହରାଇକି ବି ମୁଁ ହାରିଯାଇନି । ଆଜିର ସମାଜରୁ ନିଜକୁ ବଞ୍ଚାଇବା ପାଇଁ ଏହି ଅନ୍ଧ ଆଖିରେ ଚଷମା ର ଆବରଣ । ମୁଁ ଏହି ପାଖରେ ଗୋଟିଏ ବ୍ୟାଙ୍କରେ ଜବ୍ କରେ । ଏହି ରାସ୍ତା ସହ ମୁଁ ପରିଚିତ ତେଣୁ ଯିବା ଆସିବାରେ ଅସୁବିଧା ହୁଏନି । କିନ୍ତୁ ଆଜି ଘରେ ବୁଢ଼ୀ ମାଆର ଦେହ ବହୁତ ଅସୁସ୍ଥ ଥିବାରୁ ମୋର ଆସିବା ଡେରି ହୋଇଗଲା ।ସବୁ ଶୁଣିସାରିବା ପରେ ଅର୍ଣ୍ଣବ ଙ୍କ ଆଖିରେ ଥିଲା ଲୁହ ଦୁଇଧାର । ସେ ଅନାମିକା ର ହାତଧରି କହୁଥିଲେ , ତୁମେ ଏଣିକି ଏକାନୁହେଁ ଅନାମିକା , ତୁମ ସାଥିରେ ମୁଁ ଅଛି କୁହ ଉଇଲ୍ ଇଉ ମ୍ୟାରି ମି ? ଛଳ ଛଳ ଆଖିରେ ଅର୍ଣ୍ଣବ ହାତ ଉପରେ ହାତ ଥୋଇଲା ଅନାମିକା ।ସେଦିନ ଆଉ ଅଫିସ ଗଲାନି ଅର୍ଣ୍ଣବ । ଘରକୁ ଫେରି ବାପା ମାଆଙ୍କୁ ସବୁ କଥା କହିଲା । ଗୋଟିଏ ପୁଅ ତଥାପି ତାର ଇଛାକୁ ସମ୍ମାନ ଦେଇ ଅର୍ଣ୍ଣବ ର ବାପା ବୋଉ ପହଞ୍ଚି ଲେ ଅନାମିକା ଘରେ। ଅନାମିକା ର ବୁଢ଼ୀ ମାଆ ଆଗରେ ଅର୍ଣ୍ଣବ ଅନାମିକା ର ଅନାମିକା ଆଙ୍ଗୁଠିରେ ପିନ୍ଧାଇଦେଲେ ସୀକୃତୀ ର ମୁଦି । ବୋହୁ ରୂପେ ଆଶୀର୍ବାଦ ଦେଲେ ଅର୍ଣ୍ଣବ ର ବାପା ବୋଉ ।ବାହାରେ ଅଦିନିଆ ବର୍ଷା । ଆଉ ଖୁସିର ବର୍ଷାରେ ଭିଜୁଥିଲା ଅନାମିକା । ଈଶ୍ବରଙ୍କୁ ଧନ୍ୟବାଦ ଦେଉଥିଲା ସବୁ ଖୁସି ଛଡାଇ ନେଲା ପରେ ପୁଣି ଖୁସିର ସ୍ୱାଦ ଚଖେଇ ଥିବାରୁ ।



Rate this content
Log in

Similar oriya story from Romance