ଅଳିଆ ଗଦାର ମହକ
ଅଳିଆ ଗଦାର ମହକ
ମୁମ୍ବାଇରେ ରେଳବାଇ ପରୀକ୍ଷା ଦେଇ ଷ୍ଟେସନରୁ ଗାଡ଼ିରେ ନିଜର ସିଟ ଉପରେ ଯେମିତି ବସିଛି ଗୋଟିଏ ଝିଅ ଧଇଁସଇଁ ହୋଇ ଆସିଲା ସୁମିତକୁ ପଚାରିଲା ମୋତେ ବଞ୍ଚାଇ ଦିଅନ୍ତୁ। ସୁମିତ କିଛି ବୁଝିବା ଆଗରୁ ସେହି ଝିଅଟା କମ୍ବଳ ନେଇ ସୁମିତର ଗୋଡ଼ ଉପରେ ମୁଣ୍ଡ ରଖି ଶୋଇଗଲା। ବହୁତ ଦୂରକୁ ଟ୍ରେନଟା ଯେତେବେଳେ ଆସିଗଲା ସେତେବେଳେ ସେହି ଝିଅଟା ସୁମିତକୁ ପଚାରିଲା ଏହି ଟ୍ରେନ କୋଉଠିକି ଯିବ। ସୁମିତ ଉତ୍ତର ଦେଇ କହିଲା ଭୁବନେଶ୍ୱର। ସେହି ସମୟରେ ଟି. ଟି. ଆସିଲେ ଆଉ କହିଲେ ଟିକେଟ ଦିଅନ୍ତୁ। କାଳବିଳମ୍ବ ନକରି ଝିଅଟା କହିଲା ଆପଣ ଭୁବନେଶ୍ୱର ପର୍ଯ୍ୟନ୍ତ ଟିକେଟ କାଟିଦିଅନ୍ତୁ। ଟ୍ରେନଟି ତାର ଗନ୍ତବ୍ୟ ପଥରେ ଆଗେଇ ଚାଲିଛି ଏତେ ବାଟର ଯାତ୍ରା ଭିତରେ ଦୁହେଁ ପରସ୍ପର ସହିତ କଥାବାର୍ତ୍ତା ଭିତରେ ସମୟ ଅତିବାହିତ ହେଇଯାଇଥିଲା। କଥା ଛଳରେ ଝିଅ ତାର ନିଜ ନାମ ପ୍ରିୟା ବୋଲି ଜଣାଇ ଦେଇଥିଲା। ଟ୍ରେନ ଆସି ଭୁବନେଶ୍ୱର ଷ୍ଟେସନରେ ପହଂଚିଗଲା ଉଭୟେ ଓଲ୍ହାଇ ଗଲେ। ସୁମିତ ନିଜ ଘରକୁ ଯିବାକୁ ଅଗ୍ରସର ହେବା ସମୟରେ ପ୍ରିୟା କହିଲା "ମୁଁ ଏହି ସହରରେ ସମ୍ପୂର୍ଣ ନୂଆଁ, ମୋର ବନ୍ଧୁ ବାନ୍ଧବ ରହନ୍ତି ହେଲେ ମୁଁ ତାଙ୍କରି ଠିକଣା ଆଣିବାଟା ଭୁଲିଯାଇଛି, ଆପଣ ମୋତେ ଆପଣଙ୍କ ଘରେ ଦୁଇ ଚାରିଦିନ ରଖି ଦିଅନ୍ତୁ।"ସୁମିତ କହିଲା ଠିକ ଅଛି ଏତେ ଦୂରରୁ ଆସିଛ ତୁମ ବନ୍ଧୁ ବାନ୍ଧବଙ୍କ ଠିକଣା ପାଇବା ଯାଏ ଆମ ଘରେ ରହିପାର। ସୁମିତ ଯେତେବେଳେ ଘରେ ପ୍ରିୟାକୁ ନେଇ ପହଁଚିଲା ଘରର କଲିଙ୍ଗ ବେଲ ମାରିଲା ସୁମିତର ଭଉଣୀ ଆସି କବାଟ ଖୋଲି ଦୁହିଁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା "ଭାଇ ପରୀକ୍ଷା ଦେବାକୁ ଯାଇଥିଲୁ ହେଲେ ଫଳାଫଳ ମଧ୍ୟ ସାଥିରେ ନେଇ ଚାଲିଆସିଲୁ।"ସୁମିତ ଘରେ ସମସ୍ତଙ୍କୁ ପ୍ରିୟାର ଅସୁବିଧା ବିଷୟରେ ଜଣାଇଦେବା ପରେ। ଘରେ ସମସ୍ତେ ରାଜି ହୋଇଗଲେ। ତାପରଦିନ ସୁମିତର ଭଉଣୀ ସ୍ୱପ୍ନାକୁ ନେଇ ବଜାରକୁ ଗଲା ଆଉ ଘରପାଇଁ ପୁରା ରାସନ ପାଣି ନେଇ ଆସିଗଲା।ଆଗକୁ ସ୍ୱପ୍ନାର ବାହାଘର ଠିକ ହେଇଯାଇଥିଲା ହେଲେ ଯୌତୁକ ପାଇଁ କିଛି ଟଙ୍କା କମ ପଡୁଥିବା ଯୋଗୁଁ ସମସ୍ତେ ଚିନ୍ତିତ ଥାନ୍ତି ସୁମିତର ବାପା ଋଣ କରିବାପାଇଁ ପ୍ରସ୍ତୁତ ହେବା ସମୟରେ ପ୍ରିୟା କହିଲା," ବାପା, ଆପଣ ଋଣ ଜମା କରନ୍ତୁ ନାହିଁ ମୁଁ ଆପଣଙ୍କୁ ସେହି ଟଙ୍କା ଦେବି," ସୁମିତର ବାପା ଟିକିଏ ଆଶ୍ବସ୍ତି ଅନୁଭବ କଲେ ପ୍ରିୟା ବହୁତ ଧୁମ ଧାମରେ ସ୍ୱପ୍ନାର ବାହାଘର କରାଇ ଦେଲା ଝିଅ ବିଦାୟ ସରିଗଲା। ସମସ୍ତଙ୍କ ଥକା ଲାଘବ ହେଇ ଶାନ୍ତିରେରହିଲେ। ଦିନେ ସୁମିତ ପ୍ରିୟାକୁ କହିଲା " ପ୍ରିୟା ମୁଁ ତୁମକୁ ଭଲ ପାଉଛି, ତୁମେ ମୋ ସହିତ ବିବାହ କରିବ।" ପ୍ରିୟା ଟିକିଏ ଚିନ୍ତା କରି କହିଲା, "ଏହି କଥାଟା ବାପା ମାଙ୍କଆଗରେ କୁହ ଏଥିରେ ସେମାନେ କଣ ରାଜି ହେବେ।" ସୁମିତ କହିଲା "ବାପା ମାଙ୍କ ମତାମତ ନେଇ ହିଁ ମୁଁ କହୁଛି ତୁମେ କଣ ଏଥିରେ ରାଜି ତ।"ପ୍ରିୟା ସମସ୍ତଙ୍କ ଆଗରେ କହିଲା"ମୋ ବିଷୟରେ କିଛି ନଜାଣି ବାହାଘର କଥା ଚିନ୍ତା କରିଦେଲେ, ସତକଥାଟା ଜାଣିଲା ପରେ ମୋତେ କଣ ବିବାହ କରି ଏଘରେ ବୋହୂର ମର୍ଯ୍ୟାଦା ଦେଇପାରିବେ, ତେବେ ଶୁଣନ୍ତୁ ମୋ ନିଜ ବିଷୟରେ ଆପଣ ମାନଙ୍କୁ ଜଣାଉଛି। ମୁମ୍ବାଇର ରେଡଏଲର୍ଟ ଏରିଆରେ ଗୋଟିଏ କୋଠିର ମାଲିକାଣୀର ଝିଅ ମୁଁ। ଯେତେବେଳେ ମୁଁ ଜାଣିଲିଯେ ଆଜି ମୋର ପାଇଁ ମୁଲଚାଲ ହେଇଛି ସେତେବେଳେ ମୁଁ ମୋ ମାକୁ କହିଲି ମାଆ ମୋତେ ଏହି ନର୍ଦମା ଭିତରେ ଜମା ପୁରାଅନି ମୁଁ ଏସବୁକୁ ଘୃଣା କରୁଛି। ମୋତେ ଏତେ ପାଠ ପଢାଇଥିଲୁ କଣ ଏହି କାମ କରାଇବା ପାଇଁ। ଏକଥା ଶୁଣି ମୋ ମା କହିଲା ତୁ ଯେତେ ଶୀଘ୍ର ପାରୁଛୁ ଗ୍ରାହକ ଆସିବା ପୂର୍ବରୁ ଏ ଜାଗା ଛାଡି ଚାଲିଯା। ତେଣୁ ମୁଁ ଏଇଠାକୁ ଚାଲିଆସିଲି।" ଏହି କଥା ଶୁଣି ସାରିଲା ପରେ ପାଦତଳୁ ମାତିଖସିଗଲା ଭଳି ଅନୁଭବ କଲେ। ପ୍ରିୟା ସହିତ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଲେ। ଏହି କଥା ସ୍ୱପ୍ନାର ଶଶୁର ଘରେ ପହଞ୍ଚିଗଲା ଯେମିତି ସ୍ୱପ୍ନା କାନରେ କଥାଟା ପଡିଲା ତା ସ୍ୱମୀଙ୍କୁ କହିଲା ମୋତେ ବାପ ଘରକୁ ଯିବାକୁ ହେବ ତେଣୁ ଚାଲ ଅତି ଶୀଘ୍ର ଯିବା ତାଙ୍କ ସ୍ୱାମୀ ମଧ୍ୟ ତୁରନ୍ତ ଯିବାର ବ୍ୟବସ୍ଥା କରି ବାହାରି ପଡିଲେ। ସେତେ ବେଳକୁ ପ୍ରିୟା ନିଜର ଲୁଗାପଟା ସବୁ ପେକ କରି ଘରୁ ବାହାରି ଯିବା ପାଇଁ ପ୍ରସ୍ତୁତ ହେଇସାରିଥିଲା। ଏହା ଦେଖି ସ୍ୱପ୍ନା ପଚାରିଲା କୁଆଡେ ବାହାରିଲ? ପ୍ରିୟା କହିଲା ଭଗବାନ ହିଁ ଜାଣନ୍ତି ଏହି ପାଦ ଦୁଇଟି ଯୁଆଡେ ଟାଣିନେବ ସେହି ଆଡେ ଯିବି। ଏତିକି କହି ପ୍ରିୟା ଭୋ ଭୋ ହୋଇ କାନ୍ଦି ପକାଇଲା। "ଧନ୍ୟବାଦ ଯେତେ ଦିନ ଏଇଠି ରହିଲି ସେତିକି ଦିନ ଆପଣ ମାନଙ୍କ ଠାରୁ ବହୁତ ଭଲପାଇବା ପାଇଛି ଯଦି ମୁଁ ଜ୍ଞାନ୍ତରେ ହେଉ କି ଅଜ୍ଞାତରେ ହେଉ ଯଦି କିଛି ଭୁଲ କରିଛି ମୋତେ ସମସ୍ତେ କ୍ଷମା କରିଦିଅନ୍ତୁ।"ଏତିକି କହି ଯିବାକୁ ବଢିଲା ବେଳେ ସ୍ୱପ୍ନା କହିଲା "ରୁହ ଭାଉଜ ମୋର କିଛି କଥା ବାକି ଅଚ୍ଛି ମୋ କଥା ସରିବା ପରେ ତୁମେ ଏହି ଘରୁ ଯିବ କି ରହିବ ଚିନ୍ତା କରିବା।" ସ୍ୱପ୍ନା ତାର ବାପା ମା ଏବଂ ଭାଇଙ୍କୁ କହିଲା "ତୁମେ ସମସ୍ତେ ଜଣେ ଜଣେ ସ୍ୱାର୍ତପର ଆଉ ତଳ ସ୍ତରର ମଣିଷ। ଯେତେବେଳେ ଭାଉଜ ଏହି ଘରକୁ ଆସିଲା ଆଜିକୁ ଦୁଇ ବର୍ଷ ତଳେ ସେତେବେଳେ ଘରକୁ ସବୁ ରାସନ ପାଣି ଆଣି ଘର ଚଳାଉଥିଲା ସେତେବେଳେ ସେ ଖରାପ ନଥିଲା। ମୋ ବାହାଘର ପାଇଁ ଟଙ୍କା ଦେଇଥିଲା ସେତେବେଳେ ଖରାପ ନଥିଲା। ବାହାଘର ପାଇଁ ଖଡ଼ିରୁ ଖଡ଼ିକା ଯାଏ ଯୋଗାଡ଼ କରି ଦେଇଥିଲା ସେତେବେଳେ ଖରାପ ନଥିଲା। ତୁମ ଝିଅର ବାହାଘରରେ ଯେତେବେଳେ ସବୁ ଖର୍ଚ୍ଚ ନିଜେ ଉଠାଇଥିଲା ସେତେବେଳେ ଖରାପ ନଥିଲା। ସେତେବେଳେ ତୁମେ ସମସ୍ତେ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ସେ ଝିଅ ନୁହଁ ସାକ୍ଷାତ ଲକ୍ଷ୍ମୀ ବୋଲି କହୁଥିଲେ। ଯଦି ଭାଉଜଙ୍କ ଜାଗାରେ ତୁମ ଝିଅ ହେଇଥିଲେ ତୁମେମାନେ ମୋତେ ମଧ୍ୟ ଘରୁ ବାହାର କରିଦେଇଥାନ୍ତେ।" ପୁଣି ସୁମିତର ହାତକୁ ଧରି ପଚାରିଲା "ଭାଇ ଯେତେବେଳେ ଭାଉଜର ହାତଧରି ଦିନ ରାତି ବୁଲୁଥିଲ ସେତେବେଳେ ସେ ଖରାପ ନଥିଲା। ଆଜି ସିଏ ଖରାପ ହେଇଗଲା। ଯଦି ତୁମେ ଭାଉଜଙ୍କୁ ବିବାହ କରିବନି ତାହେଲେ ଆଜିଠାରୁ ମୁଁ ମଧ୍ୟ କେବେହେଲେ ଏହି ଦ୍ୱାରକୁ ଆସିବି ନାହିଁ। ଏଇଟା ହେଉଛି ଆପଣ ମାନଙ୍କର ବିଚାର ହିଁ ଖରାପ ସେ ଝିଅ ନୁହଁ। ଆମ ଝିଅ ମାନଙ୍କୁ ଏହି ସମାଜ ହିଁ ଖରାପ କରୁଛନ୍ତି, କୋଠିକୁ ନେଇ ବିକ୍ରି କରିଦିଅନ୍ତି ଆଉ ସେହି କୋଠିକୁ ଯାଇ ଉପଭୋଗ କରନ୍ତି। ସେତେବେଳେ କେହି ନିଜ ଇଜ୍ଜତ କଥା ଚିନ୍ତା କରନ୍ତି ନାହିଁ। ନିଜର କରିଦେଲେ ଇଜ୍ଜତ ଚାଲିଯାଉଛି ନୁହଁ।" ସ୍ୱପ୍ନାର କଥା ଶୁଣି ସମସ୍ତେ କହିଲେ ସୁମିତ ସହିତ ପ୍ରିୟାର ବାହାଘର ନିଶ୍ଚୟ ହେବ। ପ୍ରିୟା କହିଲା "ନାହିଁ ବାପା ମୋର ବାହାଘର ସେଇଦିନ ହେବ ଯୋଉ ଦିନ ଏହି ବସ୍ତି ଭିତରେ ଏହି ଘରଟା ଗୋଟିଏ ଅଲିଶାନ ବଙ୍ଗଳା ହେବ।" ଏକଥା ଶୁଣି ସୁମିତ କହିଲା "ମୋ ବାପାଙ୍କ ପାଖରେ ଏତେ ପଇସା ନାହିଁ ଯେ ଏହି ଘରକୁ ଗୋଟିଏ ଅଲିଶାନ ବଙ୍ଗଳା କରିଦେବେ।" ପ୍ରିୟା କହିଲା ମୁଁ କରିବି ଆପଣ ମାନେ କେବଳ ଅନୁମତି ଦିଅନ୍ତୁ। "ସଙ୍ଗେ ସଙ୍ଗେ ପ୍ରିୟା ତା ମାଙ୍କୁ ଫୋନ କରି ସବୁ ବିଷୟ ଜଣାଇବା ପରେ ତାଙ୍କ ମା ଜଣେ ଲୋକଙ୍କ ହାତରେ ପଚାଷ ଲକ୍ଷ ଟଙ୍କା ପଠାଇଦେଲେ। ଅଲିଶାନ ବଙ୍ଗଳା ହେବାପରେ ଘରପାଇଁ ସମସ୍ତ ଆସବାବପତ୍ର ମଧ୍ୟ ଆସିଲା। ପାଖରେ ଗୋଟିଏ ବହୁତ ବଡ଼ ଇଲୋକ୍ଟ୍ରିନ ଦୋକାନ ଖୋଲିଦେଲା ତାପରେ ବାହାଘର ହେଲା। ଏହି ସମାଜ ସବୁ ବିଷୟ ଜାଣିସାରିବା ପରେ ମଧ୍ୟ ସମସ୍ତେ ବାହାଘରରେ ଯୋଗ ଦେଇ କହିଲେ।" ଏଇ ଝିଅ ହେଉଛି ସାକ୍ଷାତ ଲକ୍ଷ୍ମୀ ସ୍ୱରୂପିଣୀ। ଦେଖ କେମିତି ଘରର ରୂପରେଖ ବଦଳାଇ ଦେଲା ଘରଟାକୁ ସ୍ୱର୍ଗ କରିଦେଲା। ପଙ୍କରୁ ପଦ୍ମ ଫୁଟିଲା............। "
