ଶାଶୁ ମାଆ
ଶାଶୁ ମାଆ
ଅଞ୍ଜଳିର ବିବାହ ହେବାର ଚାରି ବର୍ଷ ହେଇଗଲା... ଘରେ ଅଞ୍ଜଳିର ସ୍ୱାମୀ, ଶାଶୁ ମାଆ ଆଉ ଗୋଟିଏ ବୋଲି ନଣନ୍ଦ ରହୁଥିଲେ, ନଣନ୍ଦଙ୍କ ବିବାହ ମଧ୍ୟ ସରିଯାଇଥିଲା।
ଦିନେ ଅଞ୍ଜଳି ତାଙ୍କ ସ୍ୱାମୀଙ୍କ ସହିତ ଝଗଡା ହେଇଗଲା, ଝଗଡା ଦେଖି ଶାଶୁ ମାଆ ସେ ଦୁଇ ଜଣକୁ ବୁଝାଇବା ପାଇଁ ଆସିଗଲେ।
ଅଞ୍ଜଳି ସଙ୍ଗେ ସଙ୍ଗେ ଶାଶୁ ମାଆଙ୍କୁ କହିଲା " ମାଆ ଆପଣ ତାଙ୍କୁ ବୁଝାଇ ଦିଅନ୍ତୁ।" ଶାଶୁ ମାଆ କହିଲେ " କଣ ହେଇଛି? "
ଅଞ୍ଜଳି କହିଲା " ମୁଁ କହୁଛି ମୋର ଏଇଠି ରହିବାଟା ବହୁତ ଦିନ ହେଇଗଲା, ଏବେ ମୋତେ ଅଲଗା ରହିବାକୁ ହେବ। ଏବେ ମୁଁ ଆଉ ଏଇଠି ମିଳିମିଶି ରହିପାରିନି। ତେଣୁ ତାଙ୍କୁ ମୁଁ କହୁଛି ଯେ ଆପଣ ଆଉ ମୋ ଭିତରେ କାହାକୁ ଜଣକୁ ହିଁ ବାଛିବାକୁ ହେବ.... ଏବେ ଆପଣ ହିଁ ତାଙ୍କୁ ବୁଝାଇ ପାରିବେ ତାଙ୍କୁ, ସେ ମୋ ସହିତ ରହିବେ ନା ଆପଣଙ୍କ ସହିତ ରହିବେ... ମୋତେ ଲାଗୁଛି ଏହି କଥା ଆପଣଙ୍କ ଛଡା ଅନ୍ୟ କେହି ଭଲରେ ବୁଝାଇ ପାରିବେନି। "
ଶାଶୁ ମାଆ ଏହି କଥା କିଛି ବୁଝି ନପାରି କହିଲେ "ତୁମେ କଣ କହୁଛ ମୁଁ କିଛି ବୁଝି ପାରୁନି ରହିଲା ବାଛିବା କଥା, ମୋ ପୁଅ ମୋ ଆଉ ତୋ ଭିତରୁ ଜଣକୁ ବାଛିବ ବା କାହିଁକି। ଏଯାଏ ସବୁତ ଠିକ ଠାକ ଚାଲିଥିଲା ଏବେ କଣ ହେଲା। ମୋତେ କିଛି ବୁଝା ପଡୁନି। ଏମିତି କେବେ ହୁଏ ନାହିଁ ସ୍ତ୍ରୀ ଆଉ ମାଆ ଭିତରେ ଜଣକୁ ବାଛିବ। ଘରର ସ୍ତ୍ରୀ ଆଉ ମାଆ ଦୁଇଜଣ ହେଉଛନ୍ତି ପିଲାମାନଙ୍କ ପାଇଁ ପରିବାର... ଏସବୁ ଭୁଲ କଥା ତୁମେ କହୁଛ ବୋହୁ।
" ମାଆ, ଭୂଲ ଉପରେ ଭୂଲ ରହିଲା କୋଉଠି। କାଲି ମୁଁ ଶୁଣୁଥିଲି ଆପଣ ଜ୍ଜାଇ ବାବୁଙ୍କୁ ବୁଝାଉ ଥିଲେ ଯେ କେମିତି ତାଙ୍କ ସ୍ତ୍ରୀକୁ ବାଛିବା କଥା, ଆଉ କେମିତି ସ୍ୱାମୀ ସ୍ତ୍ରୀର ସମ୍ପର୍କ ପୁରା ଜୀବନସାରା ଚାଲିବ। ଆପଣ ତାଙ୍କୁ କହୁଥିଲେ କି ତାଙ୍କ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବା ଦରକାର। ଆଉରି ମଧ୍ୟ କହୁଥିଲେ ଆପଣ ଆପଣଙ୍କ ଝିଅର ହାତ ଜ୍ଜାଇଁଙ୍କ ହାତରେ ଏଇଥି ପାଇଁ ଦେଇଥିଲେ ଯେ ତାଙ୍କର ଭଲ ଚାକିରୀ ଆଉ ଭଲ ବେତନ ଦେଖିକରି ଦେଇଥିଲେ। ବାସ ଏହି ସବୁ କଥା ଆପଣ ଆପଣଙ୍କ ପୁଅକୁ ମଧ୍ୟ କହି ଦିଅନ୍ତୁ କେମିତି ସ୍ୱାମୀ ସ୍ତ୍ରୀର ସମ୍ପର୍କ ଦୁନିଆର ସବୁଠୁ ଶକ୍ତିଶାଳୀ ସମ୍ପର୍କ ରହିବ, ସେହି ସମୟରେ ଜ୍ଜାଇଁ ବାବୁ ଜଣକ କେତେ ଅସହାୟ ଅବସ୍ଥାରେ ଥିଲେ। ସେ ଜମା ବୁଝିପାରୁନଥିଲେ ଯେ ସେ କଣ କରିବେ ଆଉ କଣ କରିବେନି। ଆଉ କେମିତି ସେ ତାଙ୍କ ସ୍ତ୍ରୀଙ୍କ ସହିତ ରହିବେ ନିଜ ପରିବାରକୁ ଛାଡ଼ିକରି।
ଏହି କଥାଟା ହିଁ ଆପଣ ଆପଣଙ୍କ ପୁଅକୁ ବୁଝାଇ ଦିଅନ୍ତୁ।" ଅଞ୍ଜଳି ଏତିକି କହି ତାଙ୍କ ସ୍ୱାମୀଙ୍କ ଆଡକୁ ଚାହିଁ କହିଲେ " ମୋଟାମୋଟି ଭାବରେ ତୁମକୁ ମାଆ ମଧ୍ୟ ଏହି କଥା ବୁଝାଇବେ ଯେ ମାଆଙ୍କୁ ଛାଡି କରି ତୁମେ ମୋ ସାଥିରେ ହିଁ ରହିବ। ମୋ ସହିତ ହିଁ ତୁମେ ଜୀବନ ସାରା ରହିବ, ମୁଁ ମଧ୍ୟ ତୁମ ସହିତ ଜୀବନ ସାରା ରହିବି। ଏବେ ତୁମେ ମୋ ସହିତ ଚାଲ। ଆମେ ବାହାରେ ରହିବା... ଆମେ ଆମର ଭବିଷ୍ୟତ ଗଢିବା.... ଆମେ ଆମ ପିଲାମାନଙ୍କୁ ଭଲ ଶିକ୍ଷା ଦେଇ ପାରିବା। "
ଶାଶୁ ମାଆ ହଠାତ ତାଙ୍କ ପୁଅ ସାମନାରେ ଠିଆ ହୋଇଗଲେ। ଆଉ କାନ୍ଦିବାରେ ଲାଗିଲେ "ନା ନା ତୁମେ ଏମିତି କରନି। ମୁଁ ମୋ ପୁଅକୁ ଛାଡି ରହି ପାରିବିନି, ତୁ ମୋ ପୁଅକୁ ମୋ ପାଖରୁ ଅଲଗା କରନା। ମୁଁ ମୋର ଜ୍ଜାଇଁଙ୍କୁ ଭୂଲ କଥା କହିଥିଲି, ତାଙ୍କୁ ଭୁଲ ରାସ୍ତା ଦେଖାଇ ଥିଲି, ମୁଁ ମୋ ଝିଅକୁ ଗୋଟିଏ ଥର ମଧ୍ୟ ବୁଝାଇ ନଥିଲି। ଏବେ ମୋ ଆଖି ଖୋଲି ଯାଇଛି ମୁଁ ମୋ ଝିଅକୁ ନିଶ୍ଚୟ ବୁଝାଇବି। କୋଉ ମାଆ ନିଜ ପୁଅ ଠାରୁ ଦୂରେଇ ରହିପାରିବନି। ମୁଁ ମଧ୍ୟ ମୋ ପୁଅ ପାଖରୁ ଦୂରେଇ ରହି ବାକୁ ଚାହୁଁନି ।
ଅଞ୍ଜଳି ଶାଶୁ ମାଆଙ୍କ ହାତ ଧରିପକାଇ କହିଲା " ମାଆ ଆପଣ ଜମା ବିଚଳିତ ହୁଅନ୍ତୁନି ଆମେ ଆପଣଙ୍କୁ ଛାଡି କୁଆଡେ ମଧ୍ୟ ଯିବାର ନାହିଁ। ମାଆ ବାପାଙ୍କ ବିନା କୋଉ ଘର ଘର ହୋଇନଥାଏ। କେବଳ ଆପଣଙ୍କୁ ବୁଝାଇବା ପାଇଁ ଚାହୁଁଥିଲୁ ଯେ କାଲି ଆପଣ ଯେଉଁ ଜ୍ଜାଇଁ ବାବୁଙ୍କୁ ବୁଝାଉ ଥିଲେ ସେଇଟା ପୁରା ପୁରି ଭୂଲ ଥିଲା। ସିଏ କେମିତି ଆପଣଙ୍କ ଝିଅ ପାଇଁ ତାଙ୍କ ପରିବାରକୁ ଛାଡି ପାରିବେ। ଆପଣଙ୍କ ଝିଅ ଉପରେ ତାଙ୍କ ଶଶୁର ଘରେ କେହି ଅତ୍ୟାଚାର କରୁଛନ୍ତି ନା ତାଙ୍କୁ କେବେ କଷ୍ଟ ଦେଉଛନ୍ତି। କେବଳ ଟିକିଏ ମର୍ଯ୍ୟାଦାରେ ରହିବା ଆଉ ଟିକିଏ ଘରର କାମ ଅଧିକ ପଡିଯିବା ଏହାର ସମାଧାନ ନୁହଁ ଯେ ମାଆ ବାପାଙ୍କୁ ଛାଡ଼ିକରି ଅଲଗା ହୋଇ ରହିବେ । ପରିବାରର ଦାୟିତ୍ୱରୁ ମୁକ୍ତି ପାଇବା ପାଇଁ ମୁକ୍ତ ହେବା କଥା ନୁହଁ। ଆଶା କରୁଛି ଆପଣ ମୋ ନଣନ୍ଦକୁ ଟିକିଏ ଭଲ ଭାବରେ ବୁଝାଇ ଦିଅନ୍ତୁ। ଯେମିତି ଆପଣଙ୍କୁ ଆପଣଙ୍କ ପୁଅ
ଆବଶ୍ୟକ ସେମିତି ଜ୍ଜାଇଁ ବାବୁଙ୍କ ବାପା ମାଆଙ୍କୁ ମଧ୍ୟ ତାଙ୍କ ପୁଅ ଆବଶ୍ୟକ। ସେମାନେ କେମିତି ବଞ୍ଚିବେ ତାଙ୍କ ପୁଅ ବିନା।"
ଶାଶୁ ମାଆ ଏବେ ସବୁ ଭଲ ଭାବରେ ବୁଝିଗଲେ, ଯାହା ସବୁ ବୋହୁ ବୁଝାଇ ଦେଲେ ସେ କଥା ଜୀବନରେ କେବେ ଭୁଲିବେ ନାହିଁ।
ସେ ତାଙ୍କ ଝିଅକୁ ବହୁତ ସ୍ନେହରେ ବୁଝାଇ ଦେଲେ। ଗୋଟିଏ ଭାଙ୍ଗି ଯାଉଥିବା ଘରକୁ ସଜାଡିଦେଲେ....।
