ବନ୍ଧନରୁ ବିଦାୟ
ବନ୍ଧନରୁ ବିଦାୟ
ଆକାଶ ଆଉ ମନୀଷା ଦୁହେଁ ପ୍ରତେକ ଦିନ ସାଥି ହୋଇ ଗୋଟିଏ ସମୟରେ ଗୋଟିଏ ଟ୍ରେନରେ ଯାତ୍ରା କରୁଥିଲେ। ଜଣେ ଯୁବକ ବିଜୟ ସେହି ଟ୍ରେନରେ ସବୁ ବେଳେ ଯାତ୍ରା କରୁ ଥିଲା। ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣକୁ ପ୍ରତେକ ଦିନ ଦେଖୁଥିଲା। ଟ୍ରେନରେ ଆକାଶ ଆଉ ମନୀଷା ଅନେକ କଥା ବାର୍ତ୍ତା କରୁଥିଲେ। ମନୀଷା କଥା ହେଉଥିବା ସମୟରେ ସୁଇଟର ମଧ୍ୟ ବୁଣୁଥିଲେ।
ସେ ଦୁଇଜଣଙ୍କ ଯୋଡି ବହୁତ ମାନୁଥିଲା। ଗୋଟିଏ ଦିନ ଆକାଶ କି ମନୀଷା ଟ୍ରେନରେ ଆସିଲେ ନାହିଁ। ତେଣୁ ବିଜୟ ଟିକିଏ ବିଚଳିତ ହୋଇ ପଡିଲା। କାହିଁକିନା ତାର ଅଭ୍ୟାସ ହେଇ ଯାଇଥିଲା ସେମାନଙ୍କୁ ସବୁବେଳେ ଦେଖିବାରେ।
ପ୍ରାୟତ ଗୋଟିଏ ମାସ ଯାଏ ସେହି ଟ୍ରେନରେ ଆଉ ସେଇ ଦୁଇଜଣ ଯାତ୍ରା କରିନ ଥିଲେ। ଯୁବକ ଭାବିଲା ବୋଧେ ସେମାନେ କୁଆଡେ ବାହାରକୁ ଚାଲିଯାଇଥିବେ।
ଦିନେ ବିଜୟ ଦେଖିଲା ଯେ ଆକାଶ ଜଣେ ହିଁ ଏକା ଟ୍ରେନରେ ଯାତ୍ରା କରୁଛନ୍ତି ତାଙ୍କ ସହିତ ତାଙ୍କ ସ୍ତ୍ରୀ ନଥିଲେ। ଆକାଶଙ୍କ ଚେହେରା ଭାଙ୍ଗି ଯାଇଥିଲା। ଅସ୍ତ ବ୍ୟସ୍ତ ପୋଷାକ ଆଉ ଦାଢ଼ି ବଢ଼ି ଯାଇଥିଲା। ବିଜୟ ଏମିତି ଦେଖି ଆଉ ରହିପାରିଲା ନାହିଁ। ତେଣୁ ସେ ଯାଇ ତାଙ୍କୁ ପଚାରିଲା, "ଆଜି ଆପଣଙ୍କ ପତ୍ନୀ ସାଥିରେ ଆସି ନାହାନ୍ତି।"
ଆକାଶ କିଛି ଉତ୍ତର ଦେଲେନାହିଁ। ପୁଣି ବିଜୟ ପଚାରିଲେ "ଆପଣ ଏତେ ଦିନ ଯାଏ କୋଉଠି ଥିଲେ, କୁଆଡେ ବାହାରକୁ ଯାଇଥିଲେ କି?" ଏହି ଥର ମଧ୍ୟ ଆକାଶ କିଛି ଉତ୍ତର ଦେଲେନାହିଁ। ବିଜୟ ପୁଣି ତାଙ୍କ ସ୍ତ୍ରୀଙ୍କ କଥା ପଚାରିଲେ। ଆକାଶ ଏଥର କହିଲେ "ସେ ଆଉ ଏ ଦୁନିଆରେ ନାହିଁ, ତାଙ୍କୁ କେନ୍ସର ହେଇଥିଲା।
ଏହି କଥା ଶୁଣି ବିଜୟ ଅଚାନକ ଚମକି ପଡିଲା। ପୁଣି ନିଜକୁ ଟିକିଏ ହାଲକା କରି ଆଉ କିଛି କଥା ଜାଣିବାକୁ ଚାହିଁଲା। ତେଣୁ ଆକାଶ କହିଲେ "ମୋ ସ୍ତ୍ରୀର ଶେଷ ଅବସ୍ଥାରେ ତାର କେନ୍ସରଟା ଥିଲା, ଡାକ୍ତର ମଧ୍ୟ ଆଶା ଛାଡିଦେଇଥିଲେ। ଏହିକଥା ସିଏ ମଧ୍ୟ ଜାଣିଥିଲେ କିନ୍ତୁ ତାଙ୍କର ଗୋଟିଏ ଜିଦ ଥିଲା କି ଆମେ ଦୁଇଜଣ ବେଶିରେ ବେଶି ସମୟ ଏକା ସହିତ କାଟିବା। ଏଇଥି ପାଇଁ ପ୍ରତେକ ଦିନ ମୁଁ ଅଫିସ ଯାଉଥିଲି ସେ ମଧ୍ୟ ମୋ ସହିତ ଆସିଯାଉଥିଲେ। ମୋ ଅଫିସ ପାଖ ଷ୍ଟେସନରେ ଆମେ ଓହ୍ଲାଇ ପଡ଼ୁଥିଲୁ, ସେଇଠାରୁ ମୁଁ ଅଫିସ ଚାଲି ଯାଉଥିଲି ଆଉ ସିଏ ପୁଣି ଘରକୁ ଫେରି ଆସୁଥିଲେ। ଗତ ମାସରେ ହିଁ ତାଙ୍କର ମୃତ୍ୟୁ ହେଇଗଲା।" ଏତିକି କହି ଆକାଶ ଚୁପ ହେଇଗଲେ। ତାଙ୍କ ଷ୍ଟେସନରେ ଆକାଶ ଓହ୍ଲାଇ ପଡିଲେ, ଅଚାନକ ବିଜୟର ନଜର ତାଙ୍କ ସୁଇଟର ଉପରେ ପଡିଗଲା। ସେଇଟା ହେଉଛି ସେହି ସୁଇଟର ଜିଉଟାକି ମନୀଷା ଟ୍ରେନରେ ବୁଣୁଥିଲେ, ତାହାର ଗୋଟିଏ ହାତ ଏବେ ମଧ୍ୟ ଅଧା ହିଁ ଅଛି। ବୋଧେ ମନୀଷା ସେଇତକ ଆଉ ବୁଣି ପାରିନଥିଲେ। ସ୍ୱାମୀ ଆଉ ସ୍ତ୍ରୀଙ୍କ ବହୁତ ଭଲ ପାଇବା ସେହି ସୁଇଟର ଭିତରେ ବାରି ହେଇ ପଡୁଥିଲା।
ସ୍ୱାମୀ ସ୍ତ୍ରୀର ସମ୍ପର୍କ ଅତୁଟ ହୋଇଥାଏ, କେବଳ ମୃତ୍ୟୁ ହିଁ ତାଙ୍କୁ ଅଲଗା କରିପାରେ। ପତ୍ନୀ ତାଙ୍କ ସ୍ୱାମୀଙ୍କର ପ୍ରତେକ ସୁଖ ଆଉ ଦୁଃଖରେ ସହାଭାଗୀ ହୋଇଥାଏ। ସ୍ୱାମୀ ମଧ୍ୟ ସ୍ତ୍ରୀକୁ ଦୁନିଆର ସବୁ ଖୁସି ଦେବାକୁ ଚେଷ୍ଟା କରିଥାଏ। ସବୁଠୁ ପବିତ୍ର ଆଉ ସୁନ୍ଦର ସେଇଠାରୁ ହିଁ ଅନୁଭବ କରି ହୁଏ। ଏଥି ପାଇଁ ସାଥିରେ ରହିବା ସମୟ ଯାଏ ହସ ଖୁସିରେ ଜୀବନଟା ବିତାଇ ଦେବା ।
