STORYMIRROR

ବୀଣା ନାୟକ

Drama

4  

ବୀଣା ନାୟକ

Drama

ବଞ୍ଚିବାର ମୂଳ ମନ୍ତ୍ର

ବଞ୍ଚିବାର ମୂଳ ମନ୍ତ୍ର

2 mins
13


  ନବବିବାହିତ ଯୋଡି ମିଶ୍ର ବାବୁଙ୍କ ଘରକୁ ଆସିଲେ ଘର ଭଡାରେ ରହିବା ପାଇଁ ଦେଖିବାକୁ। ସେ ଦୁଇଜଣଙ୍କୁ ଦେଖି ମିଶ୍ର ବାବୁ ଆଉ ତାଙ୍କ ଧର୍ମପତ୍ନୀ ଦୁଇଜଣ ଖୁସି ହୋଇଗଲେ। ଭାବିଲେ ବହୁତ ସୁନ୍ଦର ଯୋଡି ବ୍ୟବହାର ଭଲ ତେଣୁ ୟାଙ୍କୁ ହିଁ ଘର ଭଡାରେ ନିଶ୍ଚୟ ଦେଇଦେବା। "ମଉସା, ମାଉସୀ ଆମକୁ ଦୁଇଟି ବଖରା ଆଉ ରୋଷେଇ ଘର ଥିବା ଘର ଦରକାର। ଆମେ ଆପଣଙ୍କ ଘର ଦେଖିପାରିବୁ?" ଅନିତା ପଚାରିଲା। ଆଣ୍ଠୁର ଯନ୍ତ୍ରଣାରେ ପୀଡିତ ମନୋରମା ଦେବୀ ଉଠୁ ଉଠୁ କହିଲେ। "ଦେଖିନିଅ ମା ଏଥିରେ କଣ ଅଛି ତୁମକୁ ପସନ୍ଦ ଆସିବ କି ନାହିଁ ଜାଣିନି ଆସ " ଘରର ପଡିଶାରେ ଛୋଟିଆ ଜାଗାଟିରେ ଭଡାରେ ଦେବାପାଇଁ ଘଟିଏ ତିଆରି କରିଥିଲେ, ଯାହା ଦ୍ୱାରା କିଛି ଆର୍ଥିକ ସହଯୋଗ ହେବା ସହ ଖାଲି ଘରଟାରେ ଟିକିଏ ଚହଳ ମଧ୍ୟ ରହିବ। ଘର ଖଣ୍ଡିକ ଅନିତା ଆଉ ବିକାଶ ଙ୍କୁ ବହୁତ ପସନ୍ଦ ଆସିଗଲା। ଅନିତା କହିଲେ " ମଉସା ଆମେ କାଲି ହିଁ ଘର ସିଫ୍ଟ କରି ଆସିଯିବୁ। " ମିଶ୍ର ବାବୁ ଟିକିଏ ହସିଦେଇ କହିଲେ " ଠିକ ଅଛି ଝିଅ ସ୍ବାଗତଂ "। ତା ପର ଦିନ ହିଁ ଘରଟା ଗହଳିଆ ଲାଗିଲା ନିଃସଙ୍ଘତା ଉପରେ ଗୋଟିଏ ଆନନ୍ଦର ଚଦର ଢାଙ୍କି ହେଇଗଲା। ଦିନ ତମାମ ସାମାନ ବୁହା ବୋହି ଭିତରେ ବିକାଶ ଆଉ ଅନିତା ଟିକିଏ ବିଶ୍ରାମ ନେଇଥିବା ଅବସ୍ଥାରେ କବାଟରେ ଠକ ଠକ ଶବ୍ଦ ଶୁଣି ଅନିତା କବାଟ ଖୋଲି ଦେଖନ୍ତି ତ ମିଶ୍ର ବାବୁ ଠିଆ ହେଇଛନ୍ତି। ଅନୀତାଙ୍କୁ ଦେଖୁ ଦେଖୁ ମିଶ୍ର ବାବୁ କହିପକାଇଲେ,"ଝିଅ ମାଉସୀ ତୁମ ଦୁହିଁଙ୍କୁ ଖାଇବା ପାଇଁ ଡାକୁଛନ୍ତି।" ବିକାଶ କହିଲେ "ଆମ ପାଇଁ ମାଉସୀ ଏତେ କଷ୍ଟ କାହିଁକି କରୁଥିଲେ ଆମେ ବାହାରୁ ଖାଇବା ଅର୍ଡର କରିବାକୁ ଭାବୁଥିଲୁ।" ହସ ହସ ମୁହଁରେ ହସିଦେଇ ମିଶ୍ରବାବୁ କହିଲେ " ଆଜି ତ ଥକି ଯାଇଛ ଆମ ଘରେ ଖାଇ ନିଅ, କାଲିଠାରୁ ନିଜ ହିସାବରେ ବନ୍ଧବସ୍ତ କରିନେବ " ଧିରେ ଧିରେ ଅନିତା ଆଉ ବିକାଶଙ୍କୁ ମିଶ୍ର ଦମ୍ପତିଙ୍କ ସହିତ କେମିତି ଗୋଟିଏ ଅଜଣା ସମ୍ପର୍କରେ ବାନ୍ଧି ହେଇଗଲେ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କର ଦୁଇପୁଅ ବିଦେଶରେ ସ୍ଥାଇ ବାସିନ୍ଦା ହୋଇ ଯାଇଛନ୍ତିତାଙ୍କ ମନରେ ଟିକିଏ କଷ୍ଟ ହେଲା। ସକାଳେ ଅନିତା ବିକାଶଙ୍କୁ କହିଲା "ରାତି ସାରା ମଉସା ବେଶି ଖାସୁଥିଲେ ଆଉ କଷ୍ଟ ପାଇବା ଶୁଭୁ ଥିଲା, ଟିକିଏ ଗଲ ତାଙ୍କ ଦେହ ବେଶି ଖରାପ ହେଇଗଲା କି କଣ" ବିକାଶ କହିଲା " ହଁ ହଁ ମୁଁ ଯାଉଛି ତାଙ୍କୁ ଦେଖିବା ପାଇଁ ତୁମେ ଜଳଖିଆ କରି ନେଇଆସ ସେଇଠି ମଉସା ମାଉସଙ୍କ ସହିତ ମିଶି ଖାଇବା " ବିକାଶ ମିଶ୍ବାବୁଙ୍କ ଘରେ ପହଁଞ୍ଚି ଗଲା ସାମନାରେ ମନୋରମଙ୍କୁ ଦେଖି ପଚାରିଦେଲା "ମଉସାଙ୍କର କଣ ହେଲା ମାଉସୀ କାଲି ସାରା ରାତି ଖାସୁଥିଲେ" ଏହାଶୁଣି ମନୋରମା କହିଲେ " କାହିଁକି କଷ୍ଟ କରି ଆସିଲ ବାବୁ ବୁଢା ବୟସରେ ଏହିସବୁ ହେବାଟା ସ୍ୱାଭାବିକ, ଆମ ପାଇଁ ତୁମକୁ ଅସୁବିଧା ହେଇନିତ " ବିକାଶ ହସିଦେଇ କହିଲେ "ନାହିଁ ମାଉସୀ ସେମିତି ନୁହଁ ମୁଁ ଏବେ ମଉସାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯିବି କିଛି ଔଷଧ ନେଇଆସିଲେ ମଉସାଙ୍କ ଦେହ ଟିକିଏ ଭଲ ହେଇଯିବ "ମନୋରମାଦେବୀ ନିଃସହାୟ ଭାବରେ ବିକାଶଙ୍କୁ ଚାହିଁ ଧୀର ଭାବରେ କହିଲେ, " ପୁଅ ଔଷଧ ଠାରୁ ଆପଣାପଣ ନେଇ ମିଠା କଥାର ଆବଶ୍ୟକତା ବେଶି ଥାଏ, କେବଳ ସେତିକି କମ ଥିଲା ଯାହା ତୁମେ ଦୁଇଜଣ ପୁରା କରିଦେଇଛ "ଏହି କଥା କହି ସେ ଆଖିରେ ଜକେଇ ଆସିଥିବା ଲୁହକୁ ପୋଛିଥିଲେ ଆଉ ମିଶ୍ରବାବୁଙ୍କ ଆଖି ମଧ୍ୟ ଛଳ ଛଳ ହୋଇ ଯାଇଥିଲା.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama