ବୁଲେଟ ଟ୍ରେନ
ବୁଲେଟ ଟ୍ରେନ
ଟ୍ରେନ ଯେମିତି ପହଞ୍ଚିଲା ଜଣେ ମହିଳା ଆଉ ତାଙ୍କ ସ୍ୱାମୀ ଗୋଟିଏ ଟିଣ ଟ୍ରଙ୍କ ଧରି ବଗି ଭିତରକୁ ପଶିଗଲେ। ଗେଟ ପାଖରେ ମହିଳା ବସିଗଲେ କିନ୍ତୁ ସ୍ୱାମୀ ଜଣକ ବଡ଼ ଚିନ୍ତାରେ ଛିଡା ହୋଇଥିଲେ। ସେ ଜାଣିଥିଲେ ଯେ ତାଙ୍କ ପାଖରେ ଜେନେରାଲ ଟିକଟ ଅଛି ଆଉ ଏଇଟା ହେଉଛି ରିଜେ୍ରବେଶନ ବଗି। ଟିଟିଙ୍କୁ ଟିକଟ ଦେଖାଇବା ସମୟରେ ସେ ହାତ ଯୋଡି ଦେଇଥିଲେ।ଟିଟି କହିଲେ " ଏଇଟା ହେଉଛି ଜେନେରାଲ ଟିକଟ ଆଗ ଷ୍ଟେସନରେ ଜେନେରାଲ ବଗିକୁ ଚାଲିଯିବ ନହେଲେ ଆଠ ଶହ ଟଙ୍କାର ରସିଦ କାଟିବାକୁ ପଡିବ। " ଏତିକି କହି ଟିଟି ଆଗକୁ ଚାଲିଗଲେ।
ସ୍ୱାମୀ ସ୍ତ୍ରୀ ଦୁଇଜଣ ଝିଅର ପ୍ରଥମ ପୁଅ ହେଇଥିବାରୁ ତାକୁ ଦେଖିବା ପାଇଁ ଯାଉଛନ୍ତି। ମାଲିକ ବହୁତ କଷ୍ଟରେ ଦୁଇ ଦିନ ଛୁଟି ଆଉ ସାତଶହ ଟଙ୍କା ଅଗ୍ରିମ ଦେଇଥିଲେ। ପତ୍ନୀ ଜଣକ ଟିଣ ବାକ୍ସଟା ଧରି ଜେନେରାଲ ବଗି ଭିତରକୁ ଯିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଯାଇ ପାରିଲେନି ତେଣୁ ଉପାୟ ଶୂନ୍ୟ ହୋଇ ସ୍ଲିପର ବଗିରେ ପଶିଗଲେ।
"ବାବୁ, ମୋ ସ୍ତ୍ରୀ ଆଉ ଏହି ସାମାନ ସହିତ ଜେନେରାଲ ବଗିରେ ଚଢି ପାରିଲୁ ନାହିଁ। ଆମେ ଦୁଇ ଜଣ ଏହି କୋଣରେ ଠିଆ ହେଇଯିବୁ। ଆପଣଙ୍କ ଧର୍ମ ହେବ।" ଟିଟିଙ୍କୁ ଗୋଟିଏ ଶହେ ଟଙ୍କିଆ ନୋଟ ବଢ଼ାଇ ଦେଇଥିଲେ। ଟିଟି କହିଲେ "ଶହେ ଟଙ୍କାରେ କିଛି ହେବନି। ଆଠ ଶହ ଟଙ୍କା ଦିଅ ନଚେତ ଓହ୍ଲାଇ ଯାଅ।"
"ଆଠ ଶହ ଟଙ୍କା ତ ସିଲିର ଡେ଼ଲିବେରୀରେ ମଧ୍ୟ ଲାଗିନି ବାବୁ । ନାତିକୁ ଦେଖିବାକୁ ଯାଉଛୁ। ଗରିବ ଲୋକ ଛାଡିଦିଅନ୍ତୁ ନା ବାବୁ ।" ଏହି କଥା ତାଙ୍କ ସ୍ତ୍ରୀ ଜଣକ କହିଲେ।
" ତା ହେଲେ ତୁମେ ଏମିତି କର, ଚାରି ଶହ ଟଙ୍କା ବାହାର କର। ଜଣକର ରସିଦ କାଟିଦେବି, ଦିଜଣ ବସି ଥାଅ "
" ଏହି ନିଅନ୍ତୁ ସାର, ରସିଦ ଦିଆନ୍ତୁନି ପଛେ " ଦୁଇ ଶହ ଟଙ୍କା ବଡାଇ ଦେଲେ ଟିଟିଙ୍କୁ
"ନା ନା ରସିଦ କାଟିବାକୁ ହିଁ ପଡିବ। ଏବେ ଦେଶରେ ବୁଲେଟ ଟ୍ରେନ ଆସୁଛି ତାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। କୋଉଠୁ ଆସିବ ଏତେ ଟଙ୍କା? ରସିଦ କାଟି କାଟି ହିଁ ଟଙ୍କା ଜମା କରିବାକୁ ପଡିବ ଏଇଟା ଆମକୁ ଉପରୁ ଅଡର ହେଇଛି, ଶୀଘ୍ର ଶୀଘ୍ର ଚାରି ଶହ ଟଙ୍କା ବାହାର କର ନହେଲେ ଷ୍ଟେସନ ଆସୁଛି ଓହ୍ଲାଇ ଜେନେରାଲ ବଗିକୁ ଚାଲି ଯାଅ।" ଏହି ଥର ଟିକିଏ ବିରକ୍ତ ହୋଇ ଟିଟି କହିଲେ।" ଲୋକଟା ବଡ଼ କଷ୍ଟରେ ଚାରିଶହ ଟଙ୍କା ଟିଟିଙ୍କ ହାତକୁ ବଢ଼ାଇଦେଲେ। ଯେମିତି ନିଜର ହୃଦୟ ଦେବା ଭଳି ଅନୁଭବ କରିଲେ। ପାଖରେ ବସି କଥା ହଉଥିବା ଦୁଇଜଣ ଲୋକ ସେଥିରୁ ଜଣେ କହିଲେ "ଏହି ଯେଉଁ ବୁଲେଟ ଟ୍ରେନ କଥା କହିଲେ।"
"କହିଲେ ନୁହଁ ସେଇଟା ହେଉଛି ଗୋଟିଏ ଚମତ୍କାର। ବିନା ପାସପୋର୍ଟ ରେ ଜାପାନ ଦେଖିବା ଭଳି ମାଟି ଉପରେ ଚାଲୁଥିବା ଉଡ଼ାଜାହାଜ। ତାର ଭଡା ମଧ୍ୟ ଉଡ଼ାଜାହାଜ ଭଡା ଭଳି ରହିବ, ବିନା ରିଜେ୍ରବେଶନରେ ତାକୁ ଦେଖିଦେଲେ ତାକୁ ଫାଇନ ଲାଗିଯିବ. କୋଟି କୋଟି ଟଙ୍କାର ପ୍ରୋଜେକ୍ଟ। ରାଜା ହରିଶ୍ଚନ୍ଦ୍ରଙ୍କୁ ମଧ୍ୟ ଠିକା ମିଳିଲେ ଗୋଟିଏ ପଇସା ନଖାଇ ବ୍ୟାଙ୍କ ଖାତାରେ କୋଟି କୋଟି ଟଙ୍କା ଜମା ହେଇଯିବ। ଶୁଣୁଥିଲି ଭଲ ଦିନ ସେହି ଟ୍ରେନରେ ବସି ଆସିବ।"
ସେମାନଙ୍କ କଥା ଶୁଣି ଆଖ ପାଖରେ ବସିଥିବା ଲୋକେ ମଜା ନେଉଥିଲେ କିନ୍ତୁ ସେ ଦୁଇଜଣ ସ୍ୱାମୀ ସ୍ତ୍ରୀ ବହୁତ ଦୁଖୀ ଥିଲେ, ଏମିତି ବସିଥିଲେ ଯେମିତି ନାତିର ଜନ୍ମ ହେବାରେ ନୁହଁ ତାର ଶୋକରେ ଯାଉଥିଲେ। କେମିତି ଏଡଜେଷ୍ଟ କରିବେ ଏହି ଚାରିଶହ ଟଙ୍କା? ଫେରିବା ପାଇଁ ଟିକଟ ପଇସା ସମୁଦୀକୁ ମାଗିବାକୁ ପଡିବ ?
ନା ନା ଭୁଲରେ ନୁହଁ। ଶେଷରେ ସ୍ୱାମୀ ଜଣକ କହିଲେ " ଶହେ ଦେଢ଼ଶହ ଟଙ୍କା ତ ମୁଁ ଅଧିକା ଆଣିଥିଲି। ସିଲିର ଘରକୁ ଆମେ ଚାଲି ଚାଲି ପଳାଇବା। ସନ୍ଧ୍ୟାରେ ଆମେ ଖାଇବା ନାହିଁ ତାହେଲେ ଏମିତିରେ ଦୁଇଶହ ଟଙ୍କା ଏଡଜେଷ୍ଟ ହେଇଯିବ। ଆଉ ଆସିବା ସମୟରେ ଆମେ ପଶିଞ୍ଜେର ଟ୍ରେନରେ ଆସିବା ଶହେ ଟଙ୍କା ବଞ୍ଚିଯିବ। ଅଧିକା ଗୋଟିଏ ଦିନ ନିଶ୍ଚୟ ଲାଗିବ। ମାଲିକ ଟିକିଏ ରାଗିବେ ରାଗନ୍ତୁ। କିନ୍ତୁ ମୁନ୍ନା ପାଇଁ ମୁଁ ସବୁ ସହିଯିବି। ତଥାପି ସବୁ ମିଶି ତିନିଶହ ଟଙ୍କା ହେଲା। "ଏତିକି ଶୁଣି ତାଙ୍କ ସ୍ତ୍ରୀ କହିଲେ "ଆମେ ଏମିତି କରିବା, ଅଜା ଆଇର ତରଫରୁ ଆମେ ଯେଉଁ ଶହେ ଶହେ ଦେଇଥାନ୍ତେ, ଏବେ ଦୁଇଜଣ ମିଶିକି ଶହେ ଦେଇଦେବା, ଆମେ ଦୁଇଜଣ କଣ ଅଲଗା କି। ହେଇଗଲା ନା ଚାରିଶହ ଏଡଜେଷ୍ଟ।" ସ୍ୱାମୀ ଜଣକ ଆଖିରେ ଆଖିଏ ଲୁହ ନେଇ କହିଲେ "କିନ୍ତୁ ମୁନ୍ନାକୁ କମ କରିବା.....।" ପତ୍ନୀ ମଧ୍ୟ ଆଖିର ଲୁହକୁ ଆଖିରେ ମାରି କହିଲେ "ଏଥିରେ ଦୁଃଖ କାହିଁକି କରୁଛ, ସିଲି ଯେତେବେଳେ ମୁନ୍ନାକୁ ନେଇକି ଘରକୁ ଆସିବ ସେତେବେଳେ ଆଉ ଦୁଇଶହ ଅଧିକ ଦେଇଦେବା।" ଆଖିର ଲୁହକୁ ପୋଛି ପୁଣି କହିଲେ "ଯଦି ମୋତେ କୋଉଠି ପ୍ରଧାନମନ୍ତ୍ରୀ ମୋଦି ମିସିଥାନ୍ତେ ତା ହେଲେ କହିଥାନ୍ତି ଏତେ ଟଙ୍କାର ବୁଲେଟ ଟ୍ରେନ ଚଳାଇବା ବଦଳରେ, ସେତିକି ପଇସାରେ ସବୁ ଟ୍ରେନରେ ଯଦି ଚାରି ଚାରିଟା ଜେନେରାଲ ବଗି ଲଗାଇ ଦିଅନ୍ତେ ତାହେଲେ ଆମ ଭଳି ଗରିବ ଲୋକ ପାଖରେ ଟିକଟ ଥାଇ ମଧ୍ୟ ରସିଦ କାଟିବାକୁ ପଡିଥାନ୍ତା ନା ଆମ ମୁନ୍ନାର ଶହେ ଟଙ୍କା କମ ହୁଅନ୍ତା।" ତାଙ୍କ କଥା ଶୁଣି ସ୍ୱାମୀ କହିଲେ "ହେ ପାଗିଲିଟା, ଆରେ ଆମେ ହେଲ ଗରିବ ଲୋକ, ଆମେ କେବଳ ମୋଦିଙ୍କୁ ଭୋଟ ଦେବାର ଅଧିକାର ଅଛି କିନ୍ତୁ ଉପଦେଶ ଦେବାର ଅଧିକାର ନାହିଁ।"
