STORYMIRROR

Sunanda Mohanty

Action Inspirational Children

4  

Sunanda Mohanty

Action Inspirational Children

ଅଜା ଓ ସମୟ କଥା

ଅଜା ଓ ସମୟ କଥା

2 mins
365


   ସମୟକୁ ହାତ ମୁଠାରେ କେହି ଧରି ରଖିପାରିନି। ଟୁନା ସବୁଦିନ ହଇରାଣ ହୁଏ। ସକାଳୁ ଉଠି ବହିପତ୍ର ସଜାଡୁ ସଜାଡୁ ଟ୍ୟୁସନ ଯିବାରେ ଡେରି, ପୁଣି ଟ୍ୟୁସନ୍ ରୁ ଫେରି ସ୍କୁଲକୁ ଯିବାକୁ ତରତର ହୁଏ ଟୁନା ତ କୋଉ ଦିନ ଠିକ କରି ଖାଇପାରେନି। ମାଆ ମନଦୁଃଖ କରନ୍ତି। ଖାଦ୍ୟ ଠିକ କରି ନଖାଇଲେ ଶରୀର ସୁସ୍ଥ ରହିବନାହିଁ। ଶରୀର ସୁସ୍ଥ ନରହିଲେ, ମନ ଓ ମସ୍ତିସ୍କ ଠିକ୍ ରହିବନାହିଁ କି ପାଠ ମଧ୍ଯ ବୁଝିବାକୁ ସମୟ ଲାଗିବ।ସମୟ ଅନୁଯାୟୀ ପାଠ ବୁଝି ମନେ ନରଖିଲେ, ଅନ୍ୟମାନେ ଆଗୁଆ ହେବେ, ଭଲ ନମ୍ବର ରଖି ପରୀକ୍ଷାରେ ପାସ କରିବେ। ସମସ୍ତେ ସେମାନଙ୍କୁ ଭଲ ପାଇବେ। ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେବେ, ବୋଲି ମାଆ ଯେତେ ବୁଝାଇଲେ ବି ଟୁନାର ସମୟ ଅଭାବ ଯୋଗୁଁ ସେ ଠିକ୍ ସମୟରେ ପାଠ ନବୁଝି ପଛୁଆ ପଡେ ତ ମାଆ ଚିନ୍ତିତ ରହୁଥାନ୍ତି।

   ବଡଦିନ ଛୁଟିରେ ଅଜା ବୁଲି ଆସିଥାନ୍ତି ଟୁନା ଘରକୁ। ଟୁନାର ସବୁ ଅସୁବିଧା କଥା ଶୁଣି ଅଜା ତାକୁ ଭରସା ଓ ବିଶ୍ୱାସ ଦେଲେ। ସମୟ କୁ ହାତ ମୁଠାରେ ଧରି ରଖିବାକୁ ହେଲେ ନିଜ କାମ ଠିକ ସମୟରେ କରିବା ସହ କିଛି କିଛି କାମ କୁ ଯଥେଷ୍ଟ ଆଗରୁ କରି ରଖିବା ଉଚିତ୍। ଅଜା ବୁଝାଇଲେ ରାତିରୁ ଟ୍ୟୁସନ୍ ଓ ସ୍କୁଲ ଖାତା ବହି ସଜାଡ଼ି ରଖିବାକୁ ହେବ। ଟ୍ୟୁସନ୍କୁ ଚାଲିଯାଇଥିବା କିଛି ବହି ଆସୁ ଆସୁ ସ୍କୁଲ ରୁଟିନ ଅନୁଯାୟୀ ରଖିବାକୁ ପଡ଼ିବ। ଭୋରରୁ ଉଠି ନିତ୍ୟକର୍ମ ସାରି ଟ୍ୟୁସନ୍ ଗଲେ, ଫେରିବା ବେଳେ ହାତରେ ବହୁ ସମୟ ମିଳିବ, ଠିକ ଠାକ୍ ଖାଇ ପିଇ, ଟିଫିନ୍ ନେଇ ସ୍କୁଲକୁ ଯାଇହେବ। ସର୍ବୋପରି ଯଥା ସ୍ଥାନର ଯଥା ଜିନିଷ ନରଖିଲେ ଖୋଜିବାକୁ ସମୟ ସରିଯିବ ତେଣୁ ଅଭ୍ୟାସ କରି ଯେଉଁଠା ଜିନିଷ ସେଠି ରଖିବାକୁ ହେବ।

   ଅଜାଙ୍କ କଥା ମାନି ଟୁନା ନିଜ ଅଭ୍ୟାସ ବଦଳାଇ ସମୟାନୁବର୍ତ୍ତି ହୋଇ ଠିକ୍ ସମୟରେ ଠିକ୍ କାମ, ଠିକ୍ ସ୍ଥାନରେ ନିଜ ଜିନିଷ ରଖିବା ଫଳରେ, ହାତରେ ବହୁ ସମୟ ମିଳିଲା, ସେହି ସମୟକୁ ଛୁଟି ସମୟରେ ଲଗାଇ ଟୁନା ପାଠ ମନେରଖିବା ସହ ବଗିଚା କାମରେ ଜେଜେଙ୍କୁ ସାହାଯ୍ୟ ଓ କ୍ରିକେଟ ବ୍ୟାଡମିଟନ୍ ଇତ୍ୟାଦି ଖେଳି ମନ ଓ ଶରୀରକୁ ସୁସ୍ଥ ରଖିବା ସହ, ସେ ବର୍ଷ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କ୍ଲାସ୍ ରେ ଫାଷ୍ଟ ହୋଇ ସମସ୍ତଙ୍କୁ ଚମକୃତ୍ କରିବା ସହ, ଅଜାଙ୍କଠାରୁ ଭଲ ଭଲ ପୁସ୍ତକ ଉପହାର ପାଇ ଖୁସି ହୋଇଥିଲା। ଛୋଟ ବେଳୁ ସମୟ କୁ ହାତ ମୁଠାରେ ରଖି ପାରିଲେ, ଭବିଷ୍ୟତରେ ତୁମକୁ କେହି ହରାଇ ପାରିବେନି ବୋଲି ଅଜାଙ୍କ କଥାଟି ସତ ହେଲା।


Rate this content
Log in

Similar oriya story from Action