Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Debabrata Barik Debunu

Romance


2  

Debabrata Barik Debunu

Romance


ଅଧୁରା ସ୍ଵପ୍ନ ଭାଗ ୧

ଅଧୁରା ସ୍ଵପ୍ନ ଭାଗ ୧

7 mins 470 7 mins 470


ଆଜି ଏତେବର୍ଷ ପରେ ହଠାତ୍ ତୁମ ସାଙ୍ଗରେ ଏମିତି ସାମ୍ନା-ସାମ୍ନି ଦେଖା ହେଇଯିବ ବୋଲି ମୁଁ କେବେ ବି ଆଶା କରି ନଥିଲି ।ଯେତେବେଳେ ବି ତମେ ମନେପଡ ନା ନମି......ଯେତେବେଳେ କଣ , ସବୁବେଳେ ତ ମନେପଡ...ଆଖି ଆଗରେ ନାଚି ଉଠେ ତୁମର ସେ ଛବି... ତୁମର ସେ ବୋହୂରାଣୀ ବେଶ... ସେ ପାନ-ହଳଦୀ ପାଣି... ଫୁଲରେ ସଜା ହେଇଥିବା ବେଦୀ... ଆଉ କାନରେ ପ୍ରତିଧ୍ଵନିତ ହେଇଚାଲେ ସେ ଶଙ୍ଖ ହୁଳହୁଳି... ବାହାଘରର ବାଣ ରୋଷଣୀ ... ଆଉ ବ୍ରାହ୍ମଣଙ୍କର ଅନବରତ ମନ୍ତ୍ରପାଠ ସବୁ... ଯଥା ରାବଣସ୍ୟ ମନ୍ଦୋଦରୀ...ଠିକ୍ ୬ବର୍ଷ ୧୧ମାସ ଆଉ ୨୪ ଦିନ ପରେ ଆଜି ପୁଣିଥରେ ତୁମକୁ ଖୋଲା ଆଖିରେ ଦେଖିବାକୁ ପାଇଲି ।ଟିକେ ମୋଟା ହେଇ ଗଲା ପରି ଲାଗୁଥିଲ । ଆଖିରେ ଗୋଟେ ପର୍ପଲ୍ ଫ୍ରେମ୍ ର ଚଷମା ବି ଲଗେଇଥିଲ । ସତ କହିବାକୁ ଗଲେ ଚଷମାଟା ବେଶ୍ ସୁଟ୍ ବି କରୁଥିଲା ତୁମକୁ । ଆଗଭଳି ଆଉ ସେତେ ମେକ୍ଅପ୍ ବି ନଥିଲା ତୁମ ମୁହଁ ରେ । ହେଲେ ମୋ ପାଇଁ ତୁମେ ଆଜି ବି ସେତିକି ଆକର୍ଷଣୀୟ ଲାଗୁଥିଲ ସେଥିରେ ତିଳେ ବି ସନ୍ଦେହ ନଥିଲା ।ତୁମର ସେ କଥା କୁହା ଆଖି ଯୋଡ଼ିକ ଆଜି ବି ମୋତେ ଚାହିଁ ସତେ ଯେମିତି କିଛି କଥା କହୁଥିଲେ । ହୁଏ ତ ମୋ ମନର ମାତ୍ରାଧିକ ଆବେଗ, ମରୀଚିକାଟିଏ ପରି ତାକୁ ଭୁଲ୍ ପଢି ନେଇଥିଲା ବୋଧେ...ଭାବିଲି ପାଖକୁ ଯାଇ ଥରେ ପଚାରି ଆସିବି " ତୁମେ ଭଲରେ ଅଛ ତ ନମି..ହେଲେ ଏମିତି ନମି ବୋଲିି ଡାକି ଦେଇଥିଲେ ପାଖରେ ଠିଆ ହେଇଥିବା ତୁମ ସ୍ବାମୀଙ୍କ ଆଗରେ ତୁମେ ମତେ ଚିହ୍ନି ଥାଆନ୍ତ କି ନାହିଁ ..

ତେଣୁ ମୋର ଆକସ୍ମିକ ଉପସ୍ଥିତିରେ ତୁମକୁ ଅପ୍ରସ୍ତୁତ ଆଉ ଅସହଜ ନକରି ଫେରି ଆସିବାକୁ ହିଁ ଶ୍ରେୟସ୍କର ମନେକଲି ।କିଏ ଜାଣେ.... ଯଦି କଣ୍ଠରୁ କାଳେ ଅତୀତର ପୃଷ୍ଠାସବୁ ସହଜରେ ବାରି ହେଇ ପଡି ଥାଆନ୍ତା । ଆଖି ଦୁଇଟିର ଅପରିପକ୍ଵ ଅଭିନୟ ସବୁ ଖୋଲା ବହିଟେ ପରି ଆମର ପୁରୁଣା ସେଇ କାହାଣୀଗୁଡ଼ାକ ଯଦି ବଖାଣି ବସିଥାଆନ୍ତେ...ତେଣୁ ସେଇଥିପାଇଁ ତ ବ୍ୟାକୁଳ ଏଇ ପାଦ ଦୁଇଟିକୁ ସଂଯମତାର ଶିକୁଳି ପିନ୍ଧେଇପଛକୁ ଟାଣି ଆଣିବାକୁ ଉଚିତ୍ ମନେ କରିଥିଲି ମୁଁ ।ଏବେ ତ ତୁମେ ମୋ ପାଇଁ ମୋ ନମି'ରୁ ଆଉ କାହାର ନମିତା ହେଇ ସାରିଛ । ଆଉ ଏ ଦୁନିଆର ଏତେ ବଡ଼ ଏଇ ଭିଡ଼ ଭିତରେ ମୁଁ ମଧ୍ୟ ଯେ କେହି ବି ଅପରିଚିତ ମୁହଁ ଗୋଟିଏ ହେଇ ସାରିଛି ତୁମ ପାଇଁ ।

ସତ କଥା ତ.....ହେଲେ ଆଜି ବି କାହିଁକି ରାତି ହେଲେ ମୁଁ ହଜି ଯାଉଛି ଅତୀତର ସେଇ ସ୍ମୃତି ଗୁଡ଼ିକର ଅରଣ୍ୟ ଭିତରେ । କଣ ପାଇଁ ସେଇ ପୁରୁଣା ପୃଷ୍ଠା ସବୁ ବାରମ୍ବାର ଲେଉଟେଇ ଲେଉଟେଇ ପଢି ବସୁଛି ମୁଁ । ହଜେଇ ଦୋଉଛି ନିଜକୁ ସମ୍ପୂର୍ଣ୍ଣ ଭାବରେତୁମର ସେଇ ପୁରୁଣା ଫଟୋଟି ଭିତରେ । ଖେଳେଇ ବସୁଛି ତୁମର ସେଇ ପୁରୁଣା ହାତଲେଖା ଚିଠି ସବୁକୁ ।ଆଖି ବନ୍ଦ କରିଦେଲେ ବି ପଣିକିଆ ପରି ଗାଇପାରିବି ସେଇ ଚିଠି ଗୁଡ଼ିକର ପ୍ରତ୍ୟେକ ଟି ପଂକ୍ତିକୁ ... କମା ପୂର୍ଣ୍ଣଚ୍ଛେଦରୁ ଆରମ୍ଭ କରି ବିନ୍ଦୁ ବିସର୍ଗ ପର୍ଯ୍ୟନ୍ତ... ସବୁକିଛି କୁ...ହେଲେ ତଥାପି କାହିଁକି ସବୁଦିନ ସେଇ ଏକା ଅବୋଧପଣିଆ ଭିତରେ ଘାଣ୍ଟି ଗୋଳେଇ ହୋଉଛି ମୁଁ..... । ଡାଏରୀର ପୃଷ୍ଠା ଗୁଡ଼ିକ ମଝିରେ ସାଇତା ହେଇଥିବା ସେଇ ଶୁଖିଲା ଗୋଲାପର ପାଖୁଡ଼ା ଗୁଡ଼ିକ ଭିତରୁ କଣ୍ ବା ଆଉ ଖୋଜିବାକୁ ବାକିଅଛି ଯେ ମୋର.....?

ବେଳେବେଳେ ତ ମୁଁ ଭାବିବସେ...ମୁଁ କଣ ପାଗଳ ଶ୍ରେଣୀଭୁକ୍ତ ?

ନା, ନା.....ପାଗଳ ହେଇଥିଲେ ପ୍ରତିଦ୍ବନ୍ଦ୍ବିତାମୟ ଏଇ ଦୁନିଆ ଆଜି ମୋତେ ସଫଳତାର ଏତେବଡ଼ ଉପଢୌକନ ପିନ୍ଧେଇ ନଥାନ୍ତା । ମୋ କମ୍ପାନୀ ମତେ ଏତେବଡ଼ ପ୍ରତିଷ୍ଠିତ ପଦବୀରେ ବସେଇ ବର୍ଷ ଶେଷରେ ତାର ବାର୍ଷିକ ଲାଭରୁ ମୋ ଆକାଉଣ୍ଟ୍ ରେ ଲକ୍ଷ ଲକ୍ଷ ଟଙ୍କାର ବୋନସ ଜମା କରୁ ନଥାନ୍ତା.. ଆଉ ଲଗାତାର ପାଞ୍ଚ ବର୍ଷ ଧରି ମୁଁ କମ୍ପାନୀର ବେଷ୍ଟ ଏକଜିକ୍ୟୁଟିଭ୍ ଅଫ୍ ଦି ଇଅର୍ ର ଆୱାର୍ଡ଼ ବି ଜିତି ନଥାଆନ୍ତି । ତେବେ ମୁଁ କଣ ସ୍ଵାଭାବିକ ଶ୍ରେଣୀଭୁକ୍ତ ? ୟାର ଉତ୍ତର ଯଦି ଦୁନିଆ ବାଲାଙ୍କୁ କେହି ପଚାରି ବସିବ ନା ତେବେ ସେମାନେ ହୁଏତ ପ୍ରତିଯୋଗିତାମୂଳକଭାବେ ମୋର ସଫଳତାର ପୃଷ୍ଠା ସବୁ ବଖାଣି ବସିବେ ।ହେଲେ ଯେତେବେଳେ ଏଇ ଏକା ପ୍ରଶ୍ନଟି ମୋ ପାଟିରୁ ବାହାରି ଯାଇ ଦର୍ପଣରୁ ପ୍ରତିଫଳିତ ହେବ ଆଉ ସେଠୁ ଫେରିଆସି ମୋ ମନ ପରଦାରେ ଧକ୍କା ଖାଇବ ନା...ସେତେବେଳେ ମୁଁ ନିଃସଂଙ୍କୋଚରେ ୟାର ଉତ୍ତର ରଖିବି....ହଁ , ହେଲେ ହେବି ପଛେ ମୁଁ ଜଣେ ଅସ୍ବାଭାବିକ... ଜଣେ ପାଗଳ... ତ କଣ ହେଇଗଲା ସେଇଠୁ...?ଏଇ ପାଗଳାମି ଟିକକ ହିଁ ତ ମୋତେ ଖୋରାକ୍ ଯୋଗାଏ ଆଉ ଗୋଟେ ଦିନ ଅଧିକ ଜୀଇ ଯିବାକୁ । ଦୁନିଆ ଆଗରେ ନିଜର ପରିପକ୍ୱତାର ମିଛ ପ୍ରମାଣ ବାଢ଼ି ବସିବାକୁ... ଆଉ ରାତି ହେଲେ ଘରକୁ ଫେରି, ନିଜର ଏ ହସହସ ମୁଖାଟାକୁ ତଳେ ଥୋଇଦେଇ, ତୁମ ଦେଇଥିବା ସେଇ ଆଘାତର ଅଧାଶୁଖିଲା ଘା ସବୁକୁ ଆଉଥରେ ଉଖାରି ବସିବାକୁ....ବଡ଼ ଅଜବ ଲାଗେ ସେତେବେଳେ ସତରେ...ମନ ଭିତରର ଅସୁମାରି ଅଭିମାନ ସବୁ ଚାହୁଁ ଚାହୁଁ ସତେ କେମିତି ଗୋଟେ ରାଗକୁ ରୂପାନ୍ତରିତ ହେଇ ଯାଆନ୍ତି । ପୁଞ୍ଜିଭୂତ ଅସନ୍ତୋଷ ସବୁ ପ୍ରଶ୍ନର ରୂପ ନେଇ ଉତ୍ତର ଖୋଜିବା ପ୍ରୟାସ ରେ ବାୟୁମଣ୍ଡଳରେ କେଉଁଠି ମିଳେଇ ଯାଆନ୍ତି ।ଆଉ ମୁଁ ଯାହା ନିର୍ବିକାର ଭାବରେ ଜଳି ଚାଲିଥାଏ ତୁମର ସେ ପ୍ରତାରଣାର ନିଆଁରେ...ସବୁଦିନ.... ସବୁ ରାତିରେ...ଅଗଣିତ ଥର ପଚାରି ବସିଛି ତୁମ ସେଇ ଫଟୋଟି ଆଗରେ....କଣ ଭୁଲ୍ କରିଥିଲି ମୁଁ ?କଣ ମୋର ଦୋଷ ଥିଲା ନମି ?ମୋ ସ୍ଵପ୍ନ ସବୁକୁ ପାଦରେ ଏମିତି ଦଳି ଦେଇ ଚାଲିଗଲା ବେଳେ ଥରେ ବି କଣ କଷ୍ଟ ହେଇନଥିଲା ତୁମକୁ..ଥରେ ବି କଣ ତୁମ ବିବେକ ତୁମକୁ ବାଧା ଦେଇ ନଥିଲା ସେତେବେଳେ.. ଥରେ ବି କଣ ତୁମେ ଚିନ୍ତା କଲନି ଯେ ତୁମବିନା କେମିତି ବଞ୍ଚିବି ମୁଁ...କଣ ଅସୁବିଧା ହେଇ ଯାଇଥାଆନ୍ତା ଯଦି ସେଦିନ ସିଧାସିଧା ଏଡେଇ ଯାଇଥାଆନ୍ତ ସେ ପ୍ରସ୍ତାବଟାକୁ...ମୁହଁ ଖୋଲି କହିଦେଇ ଥାଆନ୍ତ ଯେ ତୁମେ ଏଥିପାଇଁ ପ୍ରସ୍ତୁତ ନୁହଁ ବୋଲି। ତୁମର ସେ ଦେହମନଟାକୁ ଆଗରୁ ହିଁ ତୁମେ ଆଉ କାହାକୁ ସମର୍ପି ଦେଇଛ ବୋଲି... ଈଶ୍ୱରଙ୍କୁ ସାକ୍ଷୀ ରଖି ଆଉ କାହାକୁ ନିଜର ଆପଣାର କରିବାକୁ କଥା ଦେଇସାରିଛ ବୋଲି.....ମୋରି ଆଖି ଆଗରେ ତୁମେ ସେଦିନ ବୋହୂ ବେଶରେ ସଜେଇ ହେବାକୁ ଯାଉଥିଲ, ଆଉ ମୋ ଛାତି ଭିତରଟା ସେତେବେଳେ ଯନ୍ତ୍ରଣାରେ ଖାଲି ଛଟପଟ ହେଉଥିଲା। ସେପଟେ ହଳଦୀ ପାଣିରେ ତୁମକୁ ଗାଧେଇ ଦେଉଥିଲେ ଆଉ ଏପଟେ ରକ୍ତରେ ମୁଁ ଲହୁଲୁହାଣ ହେଇ ସାରିଥିଲି।ସେପଟେ ନାଲି ପାଟଶାଢ଼ୀରେ ତୁମକୁ ସଜେଇ ଦିଆଯାଉଥିଲା ଆଉ ଏପଟେ ସେଇ ନାଲିରଙ୍ଗର ରକ୍ତର ଧାରସବୁ ମୋ ଦେହହାତ ରୁ ବହିବହି ଯାଉଥିଲା । ସେପଟେ ବେଦୀ ଉପରେ ତୁମର ହାତଗଣ୍ଠି ପଡୁଥିଲା ଆଉ ଏପଟେ କୌଣସି ଏକ ବୁଦା ମୂଳରେ ମୁଁ ଚେତାଶୂନ୍ୟ ହେଇ ପଡି ରହିଥିଲି । ସେପଟେ ତୁମେ ଲୋକଗହଳି ଭିତରେ ଘରୁ ବିଦା ହେଇକି ଯାଉଥିଲ ଆଉ ଏପଟେ ମୁଁ ଏକାଏକା ମୃତ୍ୟୁ ସାଙ୍ଗରେ ଲଢେଇ କରୁଥିଲି ।କୁହ, ଭୁଲ୍ କାହାର ଥିଲା ନମି .....?ମୁଁ ତ କହିବି ଭୁଲ ତୁମ ସମସ୍ତଙ୍କର ଥିଲା ବୋଲି..ଭୁଲ ତୁମ ଭାଇ ଏବଂ ସମ୍ପର୍କୀୟମାନଙ୍କର ଥିଲା ଯିଏ କି ମୋର ଯୁକ୍ତିସଂଗତ ପ୍ରତିବାଦ ବଦଳରେ ମତେ ବାହାରକୁ ଡାକିନେଇ ନୃଶଂସ ଭାବରେ ମାଡ଼ ମାରିଥିଲେ ।ଆଉ ଶେଷରେ ଭୁଲ ତୁମର ବି ତ ଥିଲା ନା ନମି....... , କାହିଁକି ନା ତୁମେ ବି ତ ସେଦିନ କାଠ କଣ୍ଢେଇଟେ ପରି ଚୁପଚାପ୍ ବେଦୀ ଉପରେ ଯାଇ ବସି ପଡ଼ିଥିଲ ....ଆଜି ଏତେ ଦିନପରେ ମଧ୍ୟ ମୁଁ ନିର୍ଣ୍ଣୟ କରି ପାରେନା ନମି ତୁମେ ମୋ ପାଇଁ ଈଶ୍ବରଙ୍କ ଆଶୀର୍ବାଦ ଥିଲ ନା କେଉଁ ଏକ ପୂର୍ବ ଜନ୍ମର ମୋ କୃତକର୍ମର ଅଭିଶାପ...ଏବେ ବି ମୁଁ ତୁମ ପାଇଁ ହିଁ ପ୍ରେରିତ ହୁଏ.. ସବୁ ସଫଳତାରେ ତୁମକୁ ମୋ ହାତଧରିପାଖରେ ଠିଆ ହେଇଥିବାର ଅନୁଭବ କରେ... ସବୁ କଷ୍ଟରେ ତୁମ କୋଳରେ ମଥାରଖି ଗୁଣୁଗୁଣୁ ହେଇ କେତେ କଥା କହି ପକାଏ... ତୁମ ଉପସ୍ଥିତିର ମହକ ସବୁବେଳେ ମୋ ପାଖରେ ଥାଏ... ମତେ କେବେ କହିଥିବା ତୁମର ପ୍ରତ୍ୟେକଟି ଧାଡିକୁ ମନ୍ତ୍ର ପରି ମୁଁ ଜପି ହେଉଥାଏ । ଜୀବନର ଅଡୁଆ ସୂତା ଭିତରୁ ବାହାରି ଭବିଷ୍ୟତର ସିଡ଼ିରେ ଆଗକୁ ବଢ଼ିବାର ଉପଦେଶ ଅନ୍ୟ ମାନଙ୍କ ଆଗରେ ତ ବେଶ୍ ବାଢ଼ିଦିଏ... ହେଲେ ନିଜ ବେଳକୁ ପୁରାପୁରି ଜଡ଼ବଧିରଟେ ପାଲଟି ଯାଏ...ଏତେଦିନ ଭିତରେ ଏ ସହରକୁ ଫେରିବାକୁ ଥରେ କେବେ ମଧ୍ୟ ଚିନ୍ତା କରି ନଥିଲି ମୁଁ... ଯେଉଁ ସହରର ପ୍ରତ୍ୟେକଟି ଗଳିକନ୍ଦିରେ ତୁମେ ମୋ ପାଇଁ କେବଳ ଯନ୍ତ୍ରଣା ହିଁ ଛାଡ଼ି ଯାଇଛ... ଏତେ ବଦଳି ଯାଇଥିବା ଏଇ ସହର ଭିତରୁ ବି ମୋ ସହିତ ଲୁଚକାଳି ଖେଳୁଥିବା ତୁମର ସ୍ମୃତିଗୁଡ଼ାକୁ ମୁଁ ଅନାୟାସରେ ସେମାନଙ୍କର କାନଧରି ବାହାରକୁ ଟାଣି ନେଇଆସି ପାରିବି... ତୁମ ପାଦଶବ୍ଦରୁ ହିଁ ତୁମର ଉପସ୍ଥିତିକୁ ବି ଏକଦମ୍ ବାରି ପାରିବି... ତୁମ ଛାଇ ଦେଖି ମଧ୍ୟ ତୁମର ଅବିକଳ ଚିତ୍ରଟିଏ ନିଃସନ୍ଦେହରେ ଆଙ୍କିଦେଇ ପାରିବି...ଆଜି ମୋର ଏଇ ଜନ୍ମ ଦିନରେ ଇଏ ମୋ ପ୍ରତି ଈଶ୍ୱରଙ୍କର କେଉଁଭଳି ପରିହାସ ମୁଁ ବୁଝି ପାରିଲିନି ନମି.. .ସେଇ ସପିଂ ମଲ୍ । ସେଇ କେକ୍ ଦୋକାନ । ସେଇ ପୁରୁଣା ସ୍ମୃତି.... ଯେଉଁଠି କେବେ ଦିନେ ମୋ ଜନ୍ମଦିନ ପାଇଁ ଏଇ ଏକା ଦୋକାନରୁ ହିଁ ତୁମେ ବରାଦ୍ ଦେଇ କେକ୍ କିଣିଆଣୁଥିଲ....ଆଉ ଆଜି ନିଜ ପରିବାର ପାଇଁ ସେଇ ଦୋକାନରୁ କେକ୍ ନେଲାବେଳେ କଣ ଟିକେ ବି ମନେ ପଡୁନି ପୁରୁଣା କଥାସବୁ...ମୋ ପସନ୍ଦ ର କେକ୍ ନମିଳିଲେ ତୁମେ କେମିତି ଝଗଡା କରୁଥିଲ ସେଠି... ମୋ ନାଁ'ର ସ୍ପେଲିଂ ଭୁଲ୍ କରିଦେଇଥିଲା ବୋଲି କେମିତି ରାଗିକରି ତାକୁ ବଦଳ କରି ଦେଇଥିଲ ଥରେ.....ସତରେ ତୁମେ ବୋହୁତ ବଦଳି ଗଲ ନମି ...ମୋ ପାଇଁ ତୁମେ ଆଉ ମୋ ନମି ହେଇକି ନାହଁ... ମୋ ନମି ତ, ଏବେ ବି ମୋ ମନ ଭିତରେ ତା ଘର କରିକି ରହୁଛି...ସିଏ ତୁମ ଭଳି ଆଉ ଏତେ ଛନ୍ଦ କପଟ ଜାଣିନି... କି ଋତୁ ପରି ବଦଳି ବି ଯାଏନି... ଯେମିତି ତୁମେ ବଦଳି ଗଲ... ସିଏ ଭାବନାର ଆଦର କରେ... ଯାହା ଆଜି ତୁମେ ଭୁଲି ଯାଇଛ...,ଭଲ ହେଲା ସେଠୁ ଫେରି ଆସିଲି । ଆଉ କେବେ ବି ଏ ସହରକୁ ଫେରିବିନି । ଯେତେ ଅର୍ଜେଣ୍ଟ୍ ଅଫିସ୍ କାମ ଥାଉ ପଛକେ...କମ୍ପାନୀର ଅର୍ଜେଣ୍ଟ୍ ଡିଲ୍ ଫାଇନାଲ କରିବାକୁ ମାୟା ମ୍ୟାଡାମ୍ ଙ୍କ ସାଙ୍ଗରେ ଏଠିକି ଆସିବାକୁ ପଡ଼ିଥିଲା । ବହୁତ୍ ଚେଷ୍ଟା କରିଥିଲି ଆଭଏଡ୍ କରିଯିବାକୁ ହେଲେ କରି ପାରିଲିନି । ଡ଼ିଲ୍ ଫାଇନାଲ କରିସାରି ମାୟା ମ୍ୟାଡାମ୍ ବି ମୋତେ ସେଇ ମଲ୍ କୁ ହିଁ ଡାକିନେଇଥିଲେ ଯୋଉଠୁ ତାଙ୍କ ହଜବ୍ୟାଣ୍ଡ୍ ଙ୍କ ପାଇଁ ତାଙ୍କୁ ଗିଫ୍ଟ ଚଏସ୍ କରିବାର ଥିଲା । ଆଉ ମଲ୍ ଭିତରେ ପଶୁ ପଶୁ ସେ କେକ୍ ଦୋକାନ ଆଗରେ ମୋର ତୁମକୁ ହିଁ ଭେଟିବାର ଥିଲା ।କୁହ ! ଏ ସବୁ ଈଶ୍ୱରଙ୍କ ପରିହାସ ନଥିଲା ତ କଣ ଥିଲା ଆଉ ତେବେ । ସେଠୁ ଫେରି ନ ଆସି କଣ ବା ଆଉ କରି ପାରିଥାଆନ୍ତି ମୁଁ । ତୁମ ସାଙ୍ଗରେ ମିଶି ଆଗଭଳି କଣ ବାର୍ଥ ଡେ ସେଲିବ୍ରେଟ୍ କରି ଥାଆନ୍ତି ।ତୁମେ ଗଲାପରେ ଆଉ ମୋ ଅରିଜିନାଲ୍ ଵାର୍ଥ ଡେ ମୁଁ କେବେ ବି ସେଲିବ୍ରେଟ କରିନି , କି ଏକଥା କାହାକୁ ଆଉ ଜଣେଇନି ମଧ୍ୟ । ଯଦିଓ ଅଫିସିଆଲ୍ ବାର୍ଥ 'ଡେ ଟି ମୋର ଅଫିସ୍ ରେ ବେଶ୍ ଜାକଜମକରେ ପାଳନ କରାଯାଏ ତଥାପି ତୁମ ସାଙ୍ଗରେ ପାଳିଥିବା ସେଇ ପୁରୁଣା ଜନ୍ମଦିନ ସବୁକୁ ମୁଁ ଏବେ ବି ବୋହୁତ ମିସ୍ କରେ..ତଥାପି ତୁମ ସହିତ ମୋର ଏ ଆକସ୍ମିକ ଦେଖା'କୁ ମୁଁ ଈଶ୍ୱରଙ୍କର ଗୋଟେ ଉପହାର ବୋଲି ଭାବି ନୋଉଛି.. ଆଉ ମୋ ଜୀବନର ଅଭୁଲା ଦିନ ଗୁଡ଼ିକ ମଧ୍ୟରେ ଆକୁ ମଧ୍ୟ ସ୍ଥାନ ଦେଇ ଦୋଉଛି... ବୋଧ୍ ହୁଏ ଏମିତି ହିଁ ଆମ ଶେଷ ଦେଖା ହେବାର ଥିଲା...ଜୀବନ ଥିବା ଅବସ୍ଥାରେ ତୁମକୁ ଆଉଥରେ ଖାଲି ଦେଖିବାକୁ ଅନେକ ଥର ଠାକୁରଙ୍କ ପାଖରେ ନୀରବରେ ପ୍ରାର୍ଥନା କରିଥିଲି.. ଯାହାହେଉ... ସେଇ ଆଶାଟା ବି ଆଜି ମୋର ପୂରଣ ହେଇଗଲା ।ଯଦି ଈଶ୍ୱର ମୋ ପ୍ରାର୍ଥନା ଶୁଣିଛନ୍ତି ତେବେ ତାଙ୍କୁ ଆଉ ଗୋଟେ ଶେଷ ପ୍ରାର୍ଥନା କରିବି..ତୁମକୁ ସବୁବେଳେ ଖୁସିରେ ରଖନ୍ତୁ ସେ... ତୁମେ ସେଇମିତି ହିଁ ହସୁଥାଅ ସବୁବେଳେ ଯେମିତି କଲେଜ୍ ର ସେ ପ୍ରଥମ ଦେଖାରେ ମୋ ସାଙ୍ଗରେ ହସି ହସି କଥା ହେଇଥିଲ... ଠିକ୍ ସେମିତି...ମତେ ମୋ ରାସ୍ତାରେ ଛାଡ଼ିଦିଅ । ମୋ ଅଧିକାରରୁ ସବୁ, ଆଉ ମତେ ବଞ୍ଚିତ କରନି ତୁମେ । ତୁମ ଉପରେ ରାଗିବାର ଅଧିକାର... ତୁମ ଉପରେ ଅଭିମାନ କରିବାର ଅଧିକାର... ତୁମକୁ ମନେଇବାର ଅଧିକାର... ଆଉ ତାପରେ ତୁମକୁ ହସେଇବାର ଅଧିକାର...ନିଜେ କାନ୍ଦିବାର ଅଧିକାର... ଆଉ ତୁମ କୋଳରେ ମଥା ରଖି ଶୋଇଯିବାର ଅଧିକାର...ସେ ଯନ୍ତ୍ରଣାର ଅଡୁଆ ସୂତା ଭିତରୁ ବାଛି ବସିବାର ଅଧିକାର...ତୁମ ପ୍ରେମକୁ ... ତୁମ ପ୍ରତାରଣା କୁ... ତୁମର ସେ ବୋହୂରାଣୀ ବେଶକୁ.. ସେ ହଳଦୀପାଣି ଆଉ ହୁଳହୁଳିକୁ... ଆଉ ବ୍ରାହ୍ମଣର ସେଇ ମନ୍ତ୍ରକୁ...ଯଥା ରାବଣସ୍ୟ ମନ୍ଦୋଦରୀ...ତୁଳୀ ଧରି ଏବେବି ଆଙ୍କୁଛିଅବୁଝା ଏ ମନ ତୁମ ଛବି....ରଙ୍ଗର ସେ ଛିଟାର ଆଘାତେଯନ୍ତ୍ରଣାର ମୋକ୍ଷ ଦିନେ ଲଭି....ପିନ୍ଧି ଏକ ହସର ମଲାଟ ଅଭିଶପ୍ତ ବିବଶ ଲଲାଟେ,ମୋ ସ୍ଵପ୍ନର ଭଙ୍ଗାସ୍ତୁପ ତଳୁତଥାପି ତୋ ଶୁଭ ମନାସିବି....Continue.... Part 2



Rate this content
Log in

More oriya story from Debabrata Barik Debunu

Similar oriya story from Romance