Anujhansi Palai

Romance Tragedy Inspirational

4.2  

Anujhansi Palai

Romance Tragedy Inspirational

ଅଚାନକ

ଅଚାନକ

10 mins
68



(କାଳ୍ପନିକ ପ୍ରେମ କାହାଣୀ)

ଶୀତ କୋପ  ହାଲକା ହାଲକା ଛାଡ଼ି ଛାଡ଼ି ଯାଉଥିଲା ଆଉ ଗ୍ରୀଷ୍ମ ତାପ ତାର କାୟା ବିସ୍ତ।ରିବାକୁ ପ୍ରସ୍ତୁତ ହେଉ ଥିଲା ।

କାରଣ ଆଗକୁ ଶିବ ରାତ୍ରୀ ଆସୁଥିଲା ଥିଲା । ଜାଗର ପରେ ଶୀତଟା ଅଧାରୁ ଅଧିକ କମି ଯାଏ ।

 

ମୁଁ ବହୁତ ଖୁସି ଥିଲି ଯା ହେଉ ମୋର ମନ୍ନତ୍ ଏଥର ତାର କାମ ଦେଖାଇବ । ମୁଁ ମନ୍ଦିରରେ ମାନସିକ କରି ଆସିଥିଲି ଯଦି ମୋର ବିବାହ ଏଥର ହେଲା ତେବେ ମୁଁ ଜାଗର ଜାଳିବି ।

ଶେଷରେ । ମୋ ବାହାଘର ଠିକ୍ ହୋଇ ହିଁ ଗଲା । ଏତେ ବାଧା ବିଘ୍ନ ସହିବା ପରେ ଆମ ପ୍ରେମକୁ ଗୋଟେ ନୂଆ ଦିଗ ମିଳିଲା ବୋଲି ଲାଗିଲା ମୋତେ । । ବିନିତ୍ ଓ ମୋ ନିର୍ବନ୍ଧ ସହ ବାହାଘର ଆସନ୍ତା ମାର୍ଚ୍ଚକୁ ହେବ ବୋଲି ଉଭୟ ପରିବାର ଲୋକେ ନିଷ୍ପତ୍ତି ନେଲେ ଗୋଟେ ଜାଗାରେ ବସି ।

ମାର୍ଚ୍ଚ ମାସ ଆସିଲା ଗୋଟେ ପଣ୍ଡିତ ପାଖରେ ଜାତକ ଦେଖା ଗଲା । ଜାତକରୁ ଦୁଇଟି ଭଲ ତିଥି ଧାର୍ଯ୍ୟ କରା ଗଲା ଗୋଟେ ନିର୍ବନ୍ଧ ପାଇଁ ଆଉ ଗୋଟେ ବାହାଘର ପାଇଁ ।

ଆଠ ଦିନ ଏ ପାଖ ସେପାଖ କରି ନିର୍ବନ୍ଧକୁ ବାହାଘରର ଦିନ ମଧ୍ୟରେ ତଫ।ତ୍ ଥିଲା ।

ଵିନିତ୍ ସହ ସବୁ ମୋର ସବୁ ବେଳେ ଫୋନ୍ରେ କଥା ଚାଲୁଥିଲା । କାରଣ ବିନିତ୍ ବମ୍ବେରେ କାର୍ଯ୍ୟରତ ଥିଲା । ବିନିତ ଗୋଟେ ଫାଇବଷ୍ଟାର ହୋଟେଲରେ । ଭାରତୀୟ ଖାଦ୍ୟ ବିଭାଗର ଗୋଟେ ସେଫ୍ ଭାବେ ଚାକିରି କରୁଥିଲା ।

ମନେ ପଡିଯାଏ ଯେତେବେଳେ ସେ ଅତୀତର ସ୍ମୃତି ,,,ବହୁତ ହସ ବାହାରି ଆସେ ମୋ ମନର ଗୋଟେ ସୂକ୍ଷ୍ମ କୋଣରୁ  ମୋ ଚିବୁକ୍ ଦେଇ । ।

ପତଳା ଚୁଁ ଚୁଇଆଁ ଶରୀର ସାଙ୍ଗକୁ ଶ୍ୟାମଳ ବର୍ଣ୍ଣ ରଙ୍ଗ । ଆଠ ନ ହାତ ବିଶିଷ୍ଟ ଉଚ୍ଚା ଶରୀର ତା ସାଙ୍ଗକୁ ଅଷ୍ଟ୍ରେଲିଆ କୁକୁଡ଼ା ମୁକୁଟ ପରି ନାଲି ନାଲି ମେହେନ୍ଦି କରା କେଶ ।

ଯିଏ ବି ପ୍ରଥମେ ଦେଖିବ ଭାବି ନେବ ଯେ ପିଲାଟା ଫାଡୁ ଆଉ ବାତରା କିସମର ନିହାତି ହେଇ ଥିବ ।

ସେମିତି ମୁଁ ବି ଭାବି ନେଇ ଥିଲି ପ୍ରଥମ ଦେଖାରେ ।

ମୁଁ ମୋ graduation ବେଳେ ରୋଡରେ ଏକ ଘରୋଇ ମେସରେ ରହି ପଢ଼ୁଥିଲି ।

ମୁଁ ଆଉ ତିନି ଜଣ ଝିଅ ଗୋଟେ ରୁମରେ ରହୁଥିଲୁ । ଆମେ ସମସ୍ତେ ଆମର ପାଳି କରି ରଖି ଥିଲୁ । କିଏ କୋଉ ଦିନ ରୋଷେଇ କରିବ ।

ପରୀକ୍ଷା ସମୟ ବିଶେଷ କରି ଆମେ ରନ୍ଧାରନ୍ଧି କରୁ ନଥିଲୁ ।

ଯିଏ ଯେମିତି ପାରେ ବାହାରୁ ମଗାଇ ଖାଇବା ଖାଉ ଥିଲେ ନଚେତ୍ ହୋଟେଲରେ ଯାଇ ଖାଇ ଦେଇ ଆସୁଥିଲେ।

ମୁଁ ଆଉ ଗୋଟେ ମୋ ସାଙ୍ଗ । ଆମ ଦୁଇ ଜଣଙ୍କ ଅନର୍ସ୍ ଏକା ଥିଲା । ତେଣୁ ଆମେ ଏକା ସାଙ୍ଗରେ ପଢା ପଢି କରୁଥିଲୁ । ହୋଟେଲ୍କୁ ଗଲେ ଖାଇବା ପାଇଁ ସାଙ୍ଗ ହୋଇ ଯାଉଥିଲୁ ,, ଆଉ ବାହାରୁ ଖାଇବା ମଗାଇଲେ ବି ସାଙ୍ଗ ହେଇ ମଗାଉଥିଲୁ ।>>> କାରଣ ଏକା ସହ ପଢା ପଢି କରୁଥିଲୁ ବୋଲି ।

ଆମ ମେସଠୁ ହାଫ୍ କିଲୋମିଟର୍ ଦୂରରେ ଗୋଟେ ବିରିୟାନି ପଏଣ୍ଟ ଥିଲା । । ଯାହା କଷ୍ଟମରଙ୍କ ପାଇଁ ହୋମ୍ ଡେଲିଭେରୀର ସୁବିଧା ଯୋଗାଇ ଦେଉଥିଲା । ।

ତେଣୁ ମେସର ପ୍ରାୟତଃ ପିଲାଙ୍କ ପାଖେ ସେ  ମାଲିକ୍ ଟିର ନମ୍ବର୍ ଥିଲା ।

ମୁଁ ପ୍ରଥମେ ଜାଣି ନଥିଲି ସେଠି ଏମିତି ସୁବିଧା ଥିବାର । । ରୁମ୍ ପିଲାଙ୍କଠୁ ଦେଖିବା ପରେ ମୁଁ ବି ତାଙ୍କ ସହ ମିଶି ମୋ ପାର୍ଶଲ୍ ରୁମକୁ ମଗାଇଲି ।

ସେଇଠି ହିଁ ମୋର ବିନିତ୍ ସହ ସାକ୍ଷାତ ହୋଇ ଥିଲା ।

ବିନିତ ନିଜ ପଢ଼ା ସହ ସେଠି ସନ୍ଧ୍ୟାରେ ପାର୍ଟ୍ ଟାଇମ୍ ଜବ୍ କରୁ ଥିଲା ।

ପ୍ରଥମ ବାର ମୋର ଯେବେ ବିନିତ୍ ସହ ଆମ୍ନା ସାମ୍ନା ହୋଇଥିଲା । ସେତେବେଳେ ବିନୀତର ଧଡ଼ଧଡ଼ିଆ ଡବାବାଲା ଲୁନା ଓ ତା ରୂପରେଖକୁ ଦେଖି ମୁଁ ନିଜ ହସକୁ ରୋକି ପାରିନଥିଲି ।

ବିନୀତ ସେତେବେଳେ ବହୁତ୍ ପତଳା ଥିଲା । ଆଉ ତା ସାଙ୍ଗକୁ ସେ ବିରିୟାନି ପଏଣ୍ଟର ଲାଲ୍ ରଙ୍ଗର ଲମ୍ବା ଗଞ୍ଜି ବାଲା ୟୁନିଫର୍ମ ପିନ୍ଧା ଶରୀର ଆଉ ଲାଲ୍ କେଶ ସତେ କି ଚିଡିଆଖାନାର ହୁକ ପରି ଦିଶୁଥିଲା ।

ଅବଶ୍ୟ ତା ସହ ପ୍ରେମରେ ପଡ଼ିଲା ପରେ ମୋ ଆଖିରେ ତା ସେ କମିଗୁଡ଼ିକ କୁଆଡେ ଉଭାନ ହୋଇ ଯାଇଥିଲା ।

ବିନିତ୍ ଅନେକ ସମୟ ବିରିୟାନି ନିଜେ ବନାଇ ନିଜେ ଆଣି ଅର୍ଡ଼ର ପାର୍ଶଲ୍ କରି ଯାଉଥିଲା ।

ବିରିୟାନିର ସ୍ଵାଦ ବହୁତ ଭଲ ଲାଗୁଥିଲା ବେଳେ ବେଳେ । ଆମ ସମସ୍ତଙ୍କୁ । ଦିନେ ଆମେ କଥାବାର୍ତ୍ତା ହୋଇ ନିଷ୍ପତ୍ତି ନେଲୁ କିଏ ବନାଉଛି ତାଙ୍କ ଦୋକାନରେ ଏମିତି ବିରିୟାନି ଓ ତାର ବିଧି କଣ ସବୁ ପଚାରି ବୁଝିବା . ଆଉ ନିଜେ ଦିନେ ଏମିତି ବନାଇ ଖାଇବା ।

ଯେହେତୁ ବିନିତ୍ ପ୍ରାୟ ସମୟ ଆମ ରୁମରେ ବିରିୟାନି ଆଣି ଦେଉ ଥିଲା ତେଣୁ ତାକୁ ଆମେ ପଚାରି ବୁଝିବାକୁ ଠିକ୍ କଲୁ ।

ସେ ସମୟରେ ପ୍ରି-ଡିଗ୍ରୀର ପରୀକ୍ଷା ଚାଲୁଥିଲା । ପରୀକ୍ଷା ଯେଉଁ ଦିନ ଶେଷ ହୋଇଥିଲା,, ସେ ଦିନ ସନ୍ଧ୍ୟାକୁ ଆମେ ସମସ୍ତେ ମେସର ମାଲିକଙ୍କୁ କହି ସେ ଦୋକାନକୁ ଗଲୁ ଆଉ ସେ ଦୋକାନର ମାଲିକଙ୍କୁ କହି ସେ ବିରିୟାନିର ବିଦ୍ଧି ବୁଝି ନେଲୁ .

ସେବେଠୁ ବିନିତ୍ ସହ ଆମର ପରିଚୟ ହୋଇ ଗଲା । କାରଣ ସେ ଆମ ବୟସ ଓ ଆମ ଶ୍ରେଣୀରେ ପଢୁ ଥିଲା । 

ଧୀରେ ଧୀରେ ମୋ ଯୁକ୍ତ ତିନିର ଶେଷ ବର୍ଷ ପାଖେଇ ଆସୁଥିଲା ଆଉ ବିନିତ୍ ସହ ମୋ ସମ୍ପର୍କ ପ୍ରେମରେ ରୂପାନ୍ତରିତ ହେଉ ଥିଲା ।

ମୋର ଯୁକ୍ତ ତିନି ଶେଷ ହେବା ପରେ ମୁଁ ପିଜି ପଢା ପାଇଁ ରାଜଧାନୀକୁ ଚାଲି ଆସିଥିଲି ।

ବିନିତ୍ ବି ମୋ ପଛେ ପଛେ  ଚାଲି ଆସିଥିଲା । ।

ମୋର ତ ଗୋଟେ ଲକ୍ଷ୍ୟ ଥିଲା ପଢା । ଯାହା ପାଇଁ ମୁଁ ସୁଦୂର ଭୁବନେଶ୍ୱରକୁ ଚାଲି ଆସିଥିଲି ।

ହେଲେ ବିନିତ୍ ଏମିତି ବିନା କିଛି ଲକ୍ଷ୍ୟରେ ଆସି ଯାଇଥିଲା । କଣ କରିବ ସେ ?? ଖାଲି କଣ ମୋତେ ଲାଇନ ମାରିବ ?? ଏମିତି ଭାବି ନିଜ ପୂର୍ବ ଅର୍ଜିତ ଜ୍ଞାନକୁ ସାହାରା କରି ବିନିତ୍ ,ସେଠି ବି ଗୋଟେ ବିରିୟାନି ଦୋକାନରେ ଡେଲିଭେରୀ ବୟ୍ ଭାବେ କାମ କଲା ।

ଏହାର ଛ' ମାସ ପରେ ଘରେ କେମିତି କଣ ଜାଣି ଗଲେ ମୋ ଏ ଲୁଚାଣିଆଁ ପ୍ରେମ ବିଷୟରେ । ଘରେ ମୋ ପ୍ରେମଠୁ ବେଶୀ ପ୍ରେମିକକୁ । ବିରୋଧ କରା ଗଲା ।

__ ପୁଅର ଭବିଷ୍ୟତ କଣ କିଛି ନାହିଁ । ବନ୍ଧୁବାନ୍ଧବ, ସାହିପଡିଶା ଜ୍ୱାଇଁ ବିଷୟରେ ପଚାରିବେ ଆମେ କଣ ଉତ୍ତର ଦେବୁ ??

ଆମ ଝିଅର ବର ।ଗୋଟେ ବିରିୟାନି ବାଲା ଯିଏ ଦ୍ଵାର ଦ୍ଵାର ବୁଲି ବିରିୟାନି ଦେଉଛି ।

ଏମିତି ଘର ଲୋକେ ମୋତେ କହି ଟାଳି ଦେଲେ । ସେତେବେଳେ। ପ୍ରେମଟି ଆମର, ସୁଖର ରାସ୍ତାରୁ ବାହାରି  ଜଞ୍ଜାଳ ରାସ୍ତାକୁ ବାଛି ନେଇ ଥିଲା ।।

ଏମିତି ଦେଖୁ ଦେଖୁ ମୋର ଗୋଟେ ବର୍ଷ ଶେଷ ହୋଇ ଗଲା ପିଜିର ।

ବିନିତତ୍କୁ ମୁଁ ସେ ସବୁ ବିଷୟ ବସ୍ତୁ ଜଣାଇ ଦେଇ ଥିଲି ବୋଲି ସେ । ତା ପରଠୁ ଅଳ୍ପ ଅଳ୍ପ ସଞ୍ଚୟ କରିବାରେ ଲାଗି ପଡ଼ିଥିଲା ।

ମୋର ଯେଉଁ ବର୍ଷ ଶେଷ ପରୀକ୍ଷା ଥିଲା ପିଜିର, ସେ ବର୍ଷ ବିନିତ୍ ଗୋଟେ କଲେଜରେ ହୋଟେଲ୍ ମ୍ୟାନେମେଣ୍ଟ କୋର୍ସରେ ନିଜ ନାମ ଲେଖାଇ ଦେଇ ଥିଲା ।

ମୋ ପଢା ସରିଲା ପରେ ମୁଁ ଗାଁ ଅଭିମୁଖେ ଚାଲି ଆସି ଥିଲି । ଆଉ ଏଠି ଗାଁରେ ଗୋଟେ ଛୋଟ ନର୍ସରୀରେ ହଜାରେ/ଦୁଇ ହଜାର ଟଙ୍କିଆ ଚାକିରିଟେରେ ଯୋଗ ଦେଇଥିଲି ।

ଆଉ ବିନିତ୍ ସେଠି ସେମିତି ତା କୋର୍ସ୍ ସହ ଡେଲିଭେରି ବୟ୍ ଭାବେ ବ୍ୟସ୍ତ ରହୁଥିଲା ।।

ମୁଁ ଆଉ ସେ (ବିନିତ୍) ଫୋନରେ ଅଳ୍ପ କଥା ହେଉ ଥିଲୁ ସିନା . କିନ୍ତୁ ଆମ ସମ୍ପର୍କ ଟିକେ ଅଧିକ ନିବିଡ ହୋଇ ଯାଇଥିଲା । କାରଣ ଆମେ ଉଭୟ ମାନସିକ ସ୍ଥରରେ ପୂର୍ଣ୍ଣ ରୂପେ ବିକଶିତ ହୋଇ ସାରି ଥିଲୁ । କଞ୍ଚା ବୟସ ପ୍ରେମରେ କେବଳ ସୁଖ ଥାଏ ଆଉ ପାକଳ ବୟସ ପ୍ରେମରେ ଭବିଷ୍ୟତ ପ୍ରତି ଚିନ୍ତା । ଈଶ୍ୱରଙ୍କ ପାଖେ ସବୁ ବେଳେ ମୋ ମୁଣ୍ଡ ଯେବେ ନଉଁ ଥିଲା କେବଳ ମୋ ପରିବାରର ପୂର୍ଣ୍ଣ ସମ୍ମତି ମିଳିବା ସକାଶେ ।

ଶେଷରେ କିଛି ବର୍ଷ ପରେ ବିନିତ୍ ଗୋଟେ ହୋଟେଲରେ ସେଫ୍ ହିସାବରେ ଚାକିରି ପାଇ ଗଲା ।

ଘରେ ପୁଣି ଥରେ ଆମ ବିଷୟ ବସ୍ତୁ ଉପରେ ଚର୍ଚ୍ଚା ଚାଲିଲା । ପୁଣି ସେଇ ପୁରୁଣା କଥାର ପୁନରାବୃତ୍ତି । ନାହିଁ ନାହିଁ ନାହିଁ  ଆମର ଚଳିବ ନାହିଁ ।

ଏମିତି କଥା ଚାଲିଲା ଘରେ କିଛି ମାସ ଯାଇ ଯେମିତି କଚେରୀରେ ମୋକଦ୍ଦମା ଚାଲିଲା ପରି । ଅପରାହ୍ନରେ ଏମିତି ଦିନେ ବସି ମୁଁ ପିଲାଙ୍କ ପରୀକ୍ଷା କଥାର ମୂଲ୍ୟଙ୍କ କରୁଥିଲି ।

ବିନିତର ଫୋନ୍ ଆସିଲା । ମୁଁ ବ୍ୟସ୍ତ ଯୋଗୁଁ ଫୋନର ସ୍କ୍ରିନକୁ ଆଖି ନେଉନଥିଲି ।

ବାର୍ ବାର୍ ଫୋନ୍ ପରେ ମୁଁ ବିନିତକୁ ଉତ୍ତର ଦେଇଥିଲି ।

ମୋ ଉତ୍ତରଠୁ ତା ଉତ୍ତର ମୋତେ ବେଶୀ ଖୁସି ଦେଇ ଦେଲା ।

------

ହନି !! ମୋର ଗୋଟେ ପଞ୍ଚତାରକା ବିଶିଷ୍ଟ ନାମୀ ହୋଟେଲରେ ଚାକିରୀ ହୋଇଯାଇଛି । ମୁଁ ସେଠିକୁ କାଲି ବାହାରୁଛି । ମୋ ପ୍ରଥମ ଦରମା ହାତକୁ ଆସିଲା ପରେ ମୁଁ ନିଜେ ମୋ ଘର ଲୋକଙ୍କ ଦ୍ଵାରା ଆମ କଥାକୁ ଆଗାଇ ନେବି ।

ଏ ଫୋନ୍ ୨୦୧୯ର ଶେଷ ମାସର ଶେଷ ସପ୍ତାହର ଥିଲା ।

ସତକୁ ସତ ବିନିତ୍ ସେଇଆ କଲା । ଆଉ ଏଥର ଘର ଲୋକ ବି ରାଜି ହୋଇ ଗଲେ . ଆମ ସମ୍ପର୍କକୁ ନେଇ। ହେଲେ ବିବାହ କଥାଟା ଏ ଯାଇ ଅଟକି ରହିଥିଲା । ଗଳାରେ ମାଛ କଣ୍ଟା ଅଟକିଲା ପରି ।

ଆଗକୁ ମକର ସଂକ୍ରାନ୍ତି ଆସୁଥିଲା । ମୁଁ ସେଇ ଦିନ ଯାଇ ଶିବମନ୍ଦିରରେ  ପୂଜା ଦେଇ ଆସିବି ବୋଲି ମନେ ମନେ ନିଷ୍ପତ୍ତି ନେଲି ।

ଆମ ଗାଁର କୋଶେ ଦୂରରେ ଗୋଟେ ଶିବ ମନ୍ଦିର ଅଛି । ଯାହା ପାତାଳ ଫୁଟା । । ନଦୀ କୂଳରେ ମନ୍ଦିର ହେଇ ଥିବାରୁ ଆଉ ଆଡେ ପାତାଳ ଫୁଟା ପାଇଁ ଶିବ ଲିଙ୍ଗ ସର୍ବଦା ଜଳମଗ୍ନ ହୋଇ ରହେ । କେବଳ ସେଇ ଗୋଟେ ଦିନ ବ୍ୟତିକ୍ରମ । ଆଖ ପାଖ ଲୋକଙ୍କ କଥା ଶୁଣିବାକୁ ମିଳେ __ ଯିଏ ସେଦିନ ଲିଙ୍ଗଦର୍ଶନ କରେ ତାର ସବୁ ଇଚ୍ଛା ପୂର୍ଣ୍ଣ କରନ୍ତି ମହାଦେବ ।

କାଳେ ମୋ ମାନସିକ ପୂର୍ଣ୍ଣ ହେବ ସେଇ ବିଶ୍ୱାସରେ ମୁଁ ଗଲି  ଆଉ ମାନସିକ କରି ଆସିଲି ବାହାଘର ହେଲେ ମୁଁ ଜାଗର ଓଷା ସହ ଜାଗର ଦୀପ ଜାଳିବି । ନିର୍ଜଳା ।ଜାଗର ଓଷା କଲି । ମୁଣ୍ଡ ଧୋଇ ଓଷା ପୁଣି ଖାଲି ପେଟ ଓ ତା ପର ଦିନ ପଣା ପିଆ ଯୋଗୁଁ ମୋତେ ଜୋର ଥଣ୍ଡା ଓ ଜର ଜାବୁଡ଼ି ଧରି ନେଲା ।

କିନ୍ତୁ ମୋତେ ଜରର କଷ୍ଟଠୁ ବାହାଘରର ଖୁସି ବେଶୀ ଦେହ ଓ ମନକୁ ଝିମ୍ ଝିମ୍ କରି ପକାଉ ଥିଲା । ଗୋଟେ ହେଲା ଡର ଆଉ ଅନ୍ୟଟି ହେଲା ଖୁସି .ଏ ଦୁଇ ପରିସ୍ଥିତିରେ ଯେବେ ଦେହ ଶୀତେଇ ଯାଏ ସେତେବେଳେ ଆମ ଆଖି ଓ ସ୍ପନ୍ଦନ କଥା କହିବା ଆରମ୍ଭ କରେ . । ମାର୍ଚ୍ଚ ଆଗରୁ କରୋନାର ଚର୍ଚ୍ଚା ପେପର୍ ଓ ଟିଭିରେ ସ୍ଥାନ ନେଇ ସାରିଥିଲା । । ସବୁ ଠିକ୍ ଠାକ୍ ଚାଲିଥିଲା ମୁଁ ଆଉ ସେ ବହୁତ ଖୁସି ଥିଲୁ । ମାର୍ଚ୍ଚ ଶେଷ ଆଡକୁ ନିର୍ବନ୍ଧ ଓ ବାହାଘର ହେବ ।

ହେଲେ ଲକ୍ ଡାଉନ୍ ହେତୁ ବିନିତ୍ ଓଡ଼ିଶା ଆସି ହିଁ ପାରିଲାନି । ବମ୍ବେରେ ସେ ଅଟକି ଗଲା ।

ଆମେ ଅପେକ୍ଷାରେ ରହିଲୁ କେବେ ଟ୍ରେନ ଫ୍ଲାଇଟ୍ ଚାଲିବ ଆଉ ସେ ଆସିବ । ଆଉ ଆମ ବାହାଘର ତିଥି ଆଗକୁ ବାହାର କରା ଯିବ ନୂଆ ପାଞ୍ଜିରୁ ।

ହୋଲି ପରେ ପରେ ନୂଆ ପାଞ୍ଜି ଛପା ସରି ଥାଏ କିନ୍ତୁ ପଣା ସଂକ୍ରାନ୍ତି ପରେ ଘରକୁ ଆସେ ।

ଦେଖି ଦେଖୁ ମେ ମାସ ଧରିଲା ଆଉ ବିନିତ୍ ସେଠୁ ଆସିଲା । ଅନଲାଇନରେ ଆମେ ବହୁତ ସାରା ବାହାଘର ଉପଯୋଗୀ ଜିନିଷ ସପିଙ୍ଗ କରି ନେଇଥିଲୁ, ଏ ଲକ୍ ଡାଉନ୍ ଭିତରେ । କିଏ ଦୋକାନ ବଜାର ଯାଇ ପୋଲିସର ଲାଠି ଖାଇବ । ସେ ଯାହା ବି ହେଉ । ବାହାଘରର ତିଥି ଠିକ୍ ଠାକ୍ କରିବା ଆଗରୁ ଆଉ ଥରେ । ପୁଣି ଆଉ ଥରେ ମୋ ପରିବାର ଲୋକ ମନା କରିବା ଆରମ୍ଭ କରି ଦେଲେ ।

__ ଲକ୍ ଡାଉନ୍ । ପୁଅର ହୋଟେଲ୍ ବନ୍ଦ । ପୁଅର ରୋଜଗାର ନାହିଁ । ଝିଅ କେମିତି ଅବା ଦେବୁ ???

କିଏ ଜାଣିଲା କେବେ କରୋନା ହଟିବ ଆଉ ତା ହୋଟେଲ୍ ଖୋଲିବ । ଆମେ ସରକାରୀ ଚାକିରିଆ ପୁଅ ଖୋଜି ବାହା ଦେବୁ । କାମକୁ ଯାଉ କି ନ ଯାଉ ଟଙ୍କା ଗଣ୍ଡାଏ ତ ହାତକୁ ଆସିବା ମାସ ଶେଷକୁ । ସେମିତିରେ ବି ତାକୁ କରୋନା ହେଇନଥିବ ବୋଲି ପ୍ରମାଣ କଣ????

ଭୂତ ଭୁଆଁ ବୁଲାଇଲେ ଯେମିତି ଆମେ ବୁଲି ବୁଲି ସେଇ ଜାଗାରେ ଆସି ପହଞ୍ଚିଯାଆନ୍ତି, ସେମିତି ବି ଆମ ସହ ହେଲା । ଦାସେ ଆଇଲେ ମୂଳରୁ ଗାଆ ପରିକା ସେଇ ନା ଶବ୍ଦର ପୁନରାବୃତ୍ତି ।

ବିନିତ୍ କାନରେ ଏ ସବୁ କଥା ପକାଇ ଦେଲି ।

ବିନିତ୍ ମୋ କଥାରେ ଜବାବ୍ ଦେଲା __ ହଁ ସେମାନେ ଠିକ୍ କହୁଛନ୍ତି । ମୋର ରୋଜଗାର ବୋଲି କିଛି ନାହିଁ । ଯାହା ଯେତିକି ଟଙ୍କା ଅଛି ତାକୁ ବସି ଖାଇଲେ ବରଷେଟେ ବି ଲାଗିବନି ସରିବାକୁ । ପୁଣି ସେଥିରେ ପିଲା ଛୁଆ ପରିବାର ବଢାଇବା ଚିନ୍ତା । ହଉ ତୁମେ ବ୍ୟସ୍ତ ହୁଅନି । ମୁଁ କିଛି ଗୋଟେ ଉପାୟ କରିବି ।

ଏମିତି କହି ବିନିତ୍ ମୋତେ ସାନ୍ତ୍ୱନା ଦେଇ ବୋଧ କରି ଦେଲା ସିନା ହେଲେ ନିଜେ ଭିତରେ ଭିତରେ ଚିନ୍ତାର ନଦୀରେ ଉବୁଡୁବୁ ହେଲା ।

ଏ କଥାର ହପ୍ତାଟେ ପରେ ବିନିତ୍ ମୋତେ ଫୋନ୍ କରି କହିଲା ମୁଁ ଗୋଟେ ବେକରି ଖୋଲିଛି ମାଡ଼ମ !! ଆପଣ ଯଦି ଚାହିଁବେ ଜନ୍ମଦିନ,, ବିବାହ ବାର୍ଷିକରେ କେକ ସହ ବିରିୟାନି ଓ ପିଜା ମଗାଇ ପାରିବେ । ହୋମ୍ ଡେଲିଭେରିରେ ଟଙ୍କା ନାହିଁ ।

ମୋତେ ଏ ସବୁ ଶୁଣି ଟିକେ ଶାନ୍ତି ଲାଗିଲା । ଆଉ ଖୁସି କାରଣ ଆଖ ପାଖରେ କୌଣସି ବି ଗୋଟେ ବେକରି ନଥିଲା ବିନିତର ବେକରି ବ୍ୟତୀତ । ଭଲ ଚାଲିବ ଭାବି ନେଇ ଖୁସି ହେଲି ।

ଘରେ ପୁଣି କଥା ପଡ଼ିଲା  ବହୁତ ବୁଝା ବୁଝି ପରେ ଘରେ ପୁଣି ରାଜି ହେଲେ । ଆଉ ରଜ ପରେ ବାହାଘର ମନ୍ଦିରରେ ହେବାର ନିଷ୍ପତ୍ତି ନିଆ ଗଲା । ଆମ ବାହାଘରକୁ ବିନିତ୍ ଭଉଣୀର ନିଜ ନଣନ୍ଦର ବାହାଘର ବି ସେଇ ମନ୍ଦିରରେ ହେବ ବୋଲି ଧାର୍ଯ୍ୟ କରା ଯାଇଥିଲା । ଗୋଟେ ଦିନ ଗୋଟେ ଜାଗା ଆଉ ଦୁଇ ଦୁଇଟା ବାହାଘର ବହୁତ ମଜ୍ଜା ଆସିବ । ବହୁତ ଖୁସି ଥିଲି ମୁଁ ମୋ ବାହାଘର ଦିନ ସକାଳୁ । ଅପରାହ୍ନରେ ଆମ ନମ୍ବର ଥିଲା  ମନ୍ଦିରରେ । ବହୁତ ବାହାଘର ସେ ଦିନ ସକାଳୁ ଥିଲା ଯେ ସେ ମନ୍ଦିରରେ । ମନ୍ଦିରର କର୍ତ୍ତୃପକ୍ଷ ମନା କରି ଦେଇଥିଲେ 

ଆମକୁ । ସେ ଯାହା ବି ହେଉ  ରାତି ହେଉ କି ଖରା ବେଳ ବାହାଘର ହେବାଟା ମୁଖ୍ୟ । ବାହାଘର ପୂର୍ବ ଦିନ । ଭାଙ୍ଗ ଖାଇ ଶୋଇଲା ପରି ଏମିତି ନିଦରେ ଶୋଇ ଥିଲି ଯେ ମୁଁ । । ନିଦ ଭାଙ୍ଗିଲା ବେଳକୁ ନଅଟା । ମନ୍ଦିରରେ ବାରଟା ସୁଦ୍ଧା ପହଞ୍ଚି ନିଜ ପାଇଁ ଗୋଟେ ଯଜ୍ଞକୁଣ୍ଡ ଥିବା ମଣ୍ଡପକୁ ନେବାକୁ ହେବ । ନଚେତ୍ ଆଉ କେହି ଟଙ୍କା ପୈଠ କରି ଆଗୁଆ ହାତେଇ ନେବ । ବନ୍ଧୁ ବାନ୍ଧବ ସମେତ ଉଭୟ ପରିବାର ସେଠି ଏଗାରଟା ସୁଦ୍ଧା ପହଞ୍ଚିବାର କଥା ହୋଇ ଗଲା । ଓଡ଼ିଆ ଘର ବାହା ମଙ୍ଗୁଳିରେ ଗୋଟେ ନିୟମ ଅଛି ପ୍ରଥମେ ପୁଅ ମଙ୍ଗୁଳି ହେଲା ବାଦ୍ ଝିଅକୁ ମଙ୍ଗୁଳା ଯାଏ । ମୁଁ ହଳଦିଆ ରଙ୍ଗକୁ ନାଲି ଛିଟା ପାଡିର ମଙ୍ଗୁଳ। ଶାଢ଼ୀ ପିନ୍ଧି ବସିଥାଏ ।

ଘଣ୍ଟାକୁ ବାର୍ ବାର୍ ଖାଲି ଚାହୁଁ ଥାଏ କେତେବେଳେ ମଙ୍ଗୁଳି କରାଯିବ ଆଉ ମୁଁ ଯାଇ ମୋ ସଜ ପଟା ହେବି । ଜୀବନରେ ଥରେ ବାହାଘର ହୁଏ ଆଉ ଝିଅ ଦୁଇ ଥର ଭଲରେ ସଜେଇ ହୁଏ । ଗୋଟେ ବିବାହ ବେଦୀକୁ ଯିବା ଆଗରୁ ଆଉ ଗୋଟେ ଚତୁର୍ଥୀ ପିଣ୍ଡ ବେଦୀକୁ ଯିବା ଆଗରୁ । ଆମ ଘରୁ ତାଙ୍କ ଫୋନକୁ ଅପେକ୍ଷା କରା ଯାଇଥିଲା କି କେତେବେଳେ ସେମାନେ ଫୋନ୍ କରିବେ ଆଉ ମୋତେ ଏମାନେ ମଙ୍ଗୁଳାଇବେ । ଦେଖୁ ଦେଖୁ ଏଗାରଟା ବାଜିଗଲା ଅଥଚ ଫୋନ୍ ଆସିଲାନି ଯେମିତି । ଆମ ଘରୁ ଫୋନ୍ କରା ଗଲା । ମୁଁ ସେମିତି ମଙ୍ଗୁଳ। ପିଢ଼ା ଉପରେ ବସି ପାଣି ବାଲଟିରେ ହାତକୁ ପୁରାଇ ପାଣିକୁ ଚବ୍ ଚବ୍ କରିବାରେ ବ୍ୟସ୍ତ ଥାଏ । ସେତିକି ବେଳେ ମୋ ଭାଇ ଜଣେ ହେବେ ପଡିଶା ଘରର ତାଙ୍କ ସ୍ତ୍ରୀ ମୋ କାନ୍ଧରେ ଆଣି ଥୋଇ ଦେଲେ ସାଧା ଡ୍ରେସଟେ । ଆଉ କହିଲେ ଡ୍ରେସ୍ ପିନ୍ଧି ନିଅ । ଆଁ ଏ କେମିତିକା ପ୍ରଶ୍ନ ?? ମୁଁ ଡ୍ରେସଟିକୁ ବାଲଟିରେ ଫିଙ୍ଗି ବାଡି ପଟୁ ଚାଲି ଆସି ଦେଖିଲା ବେଳେକୁ ବିନିତ୍ ଆଉ ତା ପରିବାର ଲୋକେ ହଜାର । କଥା କଣ ??? ବାହାଘର ପୁଣି ଘୁଞ୍ଚି ଗଲା କି ??? ନା ମଣ୍ଡପ ଅଭାବ ପଡ଼ିଲା । ଏମିତି ଭାବି ମୁଁ ପହଞ୍ଚି ଗଲା ପରେ ସେ ଜାଗାରେ । ବିନିତ୍ ମୋତେ ଦେଖି ଲୁହ ଛଳ ଛଳ ଆଖିରେ କହିଲା କ୍ଷମା କରି ଦେବ । ମୁଁ ତୁମକୁ ବାହା ନ ହୁଏ ବୋଲି କହୁଛନ୍ତି ଘର ଲୋକେ । ବିନିତ୍ ମଜ୍ଜା କରୁନଥିଲା ବୋଲି ମୁଁ ଜାଣି ଗଲି । ହେଲେ କଣ ପାଇଁ??? ବିନିତ୍ ଭଉଣୀର ନଣନ୍ଦ ଯାହାର ବାହାଘର ହେବାର ଥିଲା । ତା ଭାବି ବରର ମରଣ ହୋଇ ଯାଇଛି କିଛି ଘଣ୍ଟା ଆଗରୁ । କରୋନା ଜ୍ଵରରେ । ଝିଅ ମଙ୍ଗୁଳି ହୋଇ ସାରିଛି । ଆଉ ବରର ଅକାଳ ବିୟୋଗ । । ଯଦି ଝିଅକୁ ବାହା ନ କରାଯାଏ ତେବେ ଲୋକ ନିନ୍ଦାକୁ ପାପ ମୁଣ୍ଡାଇବ ଝିଅଟା ଜୀବନ ସାରା ।

ତେଣୁ ବିନିତ୍ ଭିଣୋଇ ସର୍ତ୍ତ ରଖି ଦେଲେ ଯଦି ବିନିତ୍ ନ ବାହା ହୁଏ ମୋ ଭଉଣୀକୁ ତେବେ . ମୁଁ ତା ନିଜ ଭଉଣୀକୁ ଛାଡ଼ପତ୍ର ଦେବି । ମୁଁ ବି କେମିତି ଗୋଟେ ଝିଅ ହୋଇ ଅନ୍ୟ ଝିଅକୁ ମରିବା ପାଇଁ ସାରା ଜୀବନ ଛାଡ଼ି ପାରି ଥାଆନ୍ତି । ମୁଁ ନିଜ ପ୍ରେମକୁ ବଳି ଦେଇ ନାରୀତ୍ଵର ସମ୍ମାନ ପାଇଁ ହଁ କରିବାଟା ଠିକ୍ ବୋଲି ଭାବି କହିଲି । ହଁ---ବିନିତ୍ ତୁମେ ଯାଅ । ବିବାହ ଆଗରୁ କରିଥିବା ପ୍ରେମ ନ ମିଳିଲା ନାହିଁ  ବିବାହ ପରେ ମିଳିବାକୁ ଯାଉଥିବା ସେ ପ୍ରେମକୁ ସାଉଁଟି ନେବ  ନିଶ୍ଚୟ ରୂପରେ । ମୋ ମୁହଁରୁ ଏ ପଦକ ଶୁଣିବା ପରେ । ବିନିତର ଭଉଣୀ ମୋତେ ଆସି କୁଣ୍ଢାଇ ପକାଇ କାନ୍ଦିବାକୁ ଲାଗିଲା --। ଯଦି ମୁଁ ନାଁ ନ କରି ଥାଆନ୍ତି ତେବେ ବିନିତ୍ ମୋତେ ହିଁ ବାହା ହେବାର କଥାକୁ ଧରି ବସିଥିଲା । ଇଚ୍ଛା ନଥିଲେ ବି ବିନିତ୍ ସେଦିନ ବାଧ୍ୟ ହୋଇ ମୋତେ ମନା କରି ଦେଇ ସେ ଝିଅକୁ ବାହା ହେବ ବୋଲି ଚାଲି ଗଲା । ନିଜ ପ୍ରେମ ପାଇଁ ଭଉଣୀକୁ ସାରା ଜୀବନ କଣ ଘରେ ବସାଇବ ?? ଯେହେତୁ ମୁଁ ମଙ୍ଗୁଳି ହୋଇ ନଥିଲି ତେଣୁ ସେ ଦିନ । ବିନିତର ମୀରାବାଇ ବନି ରହିଗଲି । ସେଦିନର ସେ ଅପରାହ୍ନ ମୋ ପାଇଁ କେଉଁ ଆଡ଼ୁ ଅଚାନକ୍ ଘୂର୍ଣ୍ଣିଝଡ ଆଣିଥିଲା ସତେକି । ସେମିତିକା ସେଇ ପୂର୍ବ ପରି ଅନୁଭବ . ଝିମ୍ ଝିମ୍ କାରି ସୁଖ ବଦଳରେ ଦୁଃଖ ଆଣି ଆସି ଯାଇଥିଲା । ମନେ ପଡିଗଲା ମୋର ସବୁ ସେଇ ଅତୀତ । ଆଉ ମିଳିଲା କିଛି ଶିକ୍ଷା ___ ଯିଏ ତୁମର ପ୍ରେମିକ ହେବାର ଥିବ ସେ ତୁମର ପ୍ରେମିକ ହୋଇ ସାରା ଜୀବନ ରହିବ କେବେ ସେ ଜୀବନସାଥି ବନି ପାରିବନି ।



Rate this content
Log in

Similar oriya story from Romance