ବାଞ୍ଝ(ଆଉ ଏକ ଯଶୋଦା ମା ର କାହାଣୀ
ବାଞ୍ଝ(ଆଉ ଏକ ଯଶୋଦା ମା ର କାହାଣୀ
ଅନୁ ବହୁତ୍ ଗରିବ ଘର ର ଝିଅ ଥିଲା ଶଙ୍ଖ ମଲ-ମଲ ପରି ଗୋରା ମୁଁହ ଖୁମ୍ବ ସଦୃଶ ଲମ୍ବା ଆଉ ସ୍ଵସ୍ତ୍ୟାବତି ଥିଲା କମ୍ ପାଠ ପଢି ଥିଲା କୌଣସି କାରଣରୁ ତାର ସ୍କୁଲ ପଢ଼ା ଅଧାରୁ ବନ୍ଦ ହୋଇ , ପ୍ରତିବନ୍ଧକ ପଡି ଯାଇ ଥିଲା । କହିବାକୁ ଗଲେ ତାର କେହି ନଥିଲା କେବଳ ପକ୍ଷା ଘାତରେ ପୀଡ଼ିତ ବାପାଟେ , ଯାହାର ବୋଝ ମୁଣ୍ଡାଇ ସେ ନିଜ ମୁଣ୍ଡରେ ଛୋଟ୍ ବେଳୁ ବୋହି ଆସିଛି , ଅର୍ଥ ଅଭାବରୁ ସେ ତାର ବାପାର ଚିକିତ୍ସା କୌଣସି ବଡ଼ ମେଡ଼ିକାଲ ରେ କରି ନ ପାରି ଗାଁ ର ଛୋଟ ସରକାରୀ ମେଡ଼ିକାଲ ରେ ଚିକିତ୍ସା କରାଉଥିଲା । ଆଉ କିଛି ଦେଶୀ ମୋଡା ଘଷା ଜାଣି ଥିବା ଲୋକ ଙ୍କ ପାଖରେ ତା ବାପା ର ମୋଡା ଘଷା କରାଉ ଥିଲା ଆଉ ତାଙ୍କୁ ଟଙ୍କା ଦେଇ ବେଳେ ପାରୁ ଥିଲା ବେଳେ ପାରୁ ନଥିଲା ଯେତେବେଳେ ପାରୁ ନଥିଲା ସେମାନଙ୍କୁ । ସେ ଯାଇ ସେମାନଙ୍କ ଘରେ ତାଙ୍କ ଘର କାମ କରୁ ଥିଲା ବହୁତ୍ ଶାନ୍ତ ଆଉ ସରଳ ସ୍ଵଭ।ବ ଦେଖି ତାକୁ ବହୁତ୍ ଲୋକ ଭଲ ପାଉଥିଲେ , ତେଣୁ ବେଳେ ବେଳେ ତାଙ୍କ ଘରେ ଖାଇବାକୁ ଦେଉ ଥିଲେ ..ତାର ୟେପରି ବ୍ୟବହାର ଆଉ ରୂପରେ ସଭିକୁ ମୋହି ଦେଉ ଥିଲା ।
ଏମିତି ଜଣକ ଘରେ କାମ କରୁ କରୁ ସେ ଘରର ମାଲିକ ତାକୁ ଗୋଟେ ପ୍ରସ୍ତାବ ଦେଲେ , ପୁଅ ଟି ସରକାରୀ ଚାକିରିଆ କଲିକତା ରେ ରୁହେ ଆଉ ତା ବାପା ଗାଁ ର ସରପଞ୍ଚ ମା ଗୃହିଣୀ ବହୁତ୍ ଧନୀ ଘରର ପୁଅ ଥିଲା । ଦେଖିବାକୁ ରାଜକୁମାର ପରି କିନ୍ତୁ ରାଜକୁମାର ପାଇଁ ସୁନ୍ଦର୍ ରାଜକୁମାରୀ ମିଳୁ ନଥିଲା ବହୁତ୍ ଖୋଜା ଖୋଜି କଲେଣି ସରପଞ୍ଚ ବାବୁ ,ଅନୁ ବହୁତ୍ ସୁନ୍ଦର୍ ଥିଲା ତେଣୁ ଅନୁ ର ପ୍ରସ୍ତାବ ଦେଇ ଥିଲେ ଅନୁ ର ମାଲିକ୍ ଅନୁ ରାଜି ହେଲାନି ଜମା,, ରୋଗିଣ। ବାପ୍ କୁ ଛାଡ଼ି କେମିତି ସୁଖ୍ ରେ ଘର ସଂସାର ତୋଳିବ ,,,,ମାଲିକ୍ ମୁହଁରେ ରୋକ୍ ଠୋକ୍ ମନା କରି ଦେଲା ଅନୁ ଆଉ ଗୋଡ ଧରି କ୍ଷମା ବି ,,ମାଗି ସେ ଜାଗାରୁ ଚାଲି ଆସିଲା ଆଉ ରୋଗୁଣ। ବାପା ଗୋଡ ପାଖେ ବସି କାନ୍ଦିବାକୁ ଲାଗିଲା .. କାନ୍ଦିବା ସମୟରେ ଲୁହ ଦୁଇ ଟୋପା ଝରି ବାପ ଟି ର ଗୋଡ ରେ ପଡ଼ିଲା ଯେତେବେଳେ, ତା ବାପା କୁ ଶୀତଳ ଅନୁଭବ ହେବରୁ ଆଖି ଖୋଲି ଚାହିଁ ପକାଇଲେ ତା ବାପା ଆଉ ଦେଖିଲେ । ଝିଅ ତାଙ୍କର କାନ୍ଦୁଛି । ହେଲେ କଣ ପାଇଁ?
ଅନୁର ବାପା _ ଆଲୋ ମ। କଣ ପାଇଁ କାନ୍ଦୁଛୁ ଲୋ ।କଣ ହେଇଛି ,,? କହ
ଅନୁ - ନାଇ ବାପା ,ମୁଁ ତୁମକୁ ଛାଡ଼ି କୁଆଡେ ବି ଯିବିନି ।
ଅନୁର ବାପା - ଆରେ ମା ତୁ କାଇଁ ଛାଡ଼ି ଯିବୁ କି ମୋତେ ..ହଁ ଗଲେ ସେଇ,ଶାଶୂ ଘରକୁ ଯିବୁ । ଆଉ କୁଆଡେ ଯେ ଯିବୁ ?
ଅନୁ _ ସେଇଟା ମୁଁ ଛାହୁନି ,,ମୁଁ ବାହା ହେବିନି ବାପା । ତୁମେ ଜାଣିଚ ,,ଆଜି ମୋ ମାଲିକ୍ ମୋତେ ବାହା ଘର ପ୍ରସ୍ତାବ ଦେଲେ ।
ଅନୁର ବାପା _ ସତରେ ଏ ତ ଖୁସି କଥା ,,ମୁଁ ତ ବୁଢ଼ା ହୋଇ ଗଲିଣି ମା । ଆଉ ରୋଗୀଟେ ମୁଁ ,,,,ଚାଲି ବୁଲି ପାରୁନି କିଏ ତୋ ବାହା ଘର କଥା ବୁଝିବ କହିଲୁ । ଆଜି ଅଛି କାଲି ଯଦି ମରି ଯାଏ କଣ କରିବୁ କହିଲୁ? ଅନୁ _ ନାଇ ବାପା ମୁଁ ବାହା ହେବିନି ।
ଅନୁର ବାପା_ (ରାଗ ରେ) ତୋତେ ମୋ ରାଣ ଏବେ ଜା ମାଲିକ୍ ଙ୍କୁ କହିବୁ ମୋ ସହ ଦେଖା କରିବାକୁ । ମୁଁ ଚାଲି ପାରୁ ଥିଲେ କେବେ ଠୁ ଦେଖା କରିବାକୁ ଯାଇ ସାରି ଥାଆନ୍ତି ।
ଅନୁ - ବାପା ନାଇ (ଜୋର୍ ଜୋର୍ କାନ୍ଦି) ।
ଅନୁର ବାପା_ ନ ଯିବୁ ଯଦି ମୋ ମଲା ମୁହିଁ ଦେଖିବୁ ଆଜି । ବାପ ର ଜିଦ ଆଗେ ହାର ମାନି ଗଙ୍ଗା ପୁଣି ଥରେ ଗଲା ମାଲିକ୍ ଘରକୁ ,,ଆଉ ତା ବାପା କହି ଥିବା ଅନୁସାରେ ,,ମାଲିକଙ୍କୁ ଘରକୁ ଡାକିଲା ମାଲିକ୍ ଜଣକ ଆସିଲେ ଗଙ୍ଗା ବାପା ସହ କଥା ହେବା ଲାଗି। ଆଉ ସବୁ କଥା କହିଲେ । ଗଙ୍ଗା ସବୁ କଥା ତାଙ୍କର ଶୁଣିବା ପାଇଁ ଚ। ଦେବା ଛଳରେ ତାଙ୍କ୍ ପାଖକୁ ଗଲା । ଗଙ୍ଗା _ ମୁଁ ରାଜି ଏ ବାହା ଘରରେ କିନ୍ତୁ ମୋର ଗୋଟେ ସର୍ତ୍ ମାଲିକ୍ ଜଣକ ଆଚାର୍ଯ୍ୟ ହୋଇ ଗଙ୍ଗାକୁ ଅନାଇଲେ ଓ କଣ ସେ ସର୍ତ୍ତ କହ ବୋଲି ପଚାରିଲେ । ଗଙ୍ଗାର ଉତ୍ତର ଶୁଣି ବାକୁ ଅପେକ୍ଷା କଲେ ମାଲିକ୍ ଜଣକ ।
ଗଙ୍ଗା _ ମୋ ବାହା ଘର ପରେ ମୋ ବାପା ମୋ ସହ ରହିବେ । ଯଦି ରାଜି ସେମାନେ ତ ମୁଁ ବି ରାଜି । ଏକଥା ଶୁଣି ହା ହା କରି ହସି ପକାଇଲେ ସେ ମାଲିକ୍ ଜଣକ । ହଉ ଠିକ୍ ଅଛି ମୁଁ ପୁଅ ଘର ସହ କଥା ହେବି । (ରାଜି ହୋଇଗଲେ ପୁଅ ଘର ଲୋକ ଆଉ ବାହା ଘର ହୋଇ ଗଲା ଅନୁ ର) ଅନୁ ର ରୂପ ଯେମିତି ଗୁଣ ବି ସେମିତି ଥିଲା ।ତେଣୁ ଜ।ଉ, ଜ।ଉ ସମସ୍ତଙ୍କ ମନ ରେ ଘର କରି ଦେଲା । ଶାଶୂ ଶଶୁର ଓ ତା ସ୍ଵାମୀ ବହୁତ୍ ଭଲ ପାଉ ଥିଲେ ଅନୁ କୁ । ଅନୁ ର ବାପା ବହୁତ୍ ଖୁସି ଥିଲେ ,,କି ତାଙ୍କ୍ ଝିଅ ବହୁତ୍ ଭାଗ୍ୟବତୀ ଏମିତି ଶାଶୁଘର ପାଇଛି । ଅନୁ ର ସ୍ଵାମୀ ଅନୁ କୁ ସାଥୀ ରେ କଲିକତା ନେବାକୁ ବହୁତ୍ ଥର ଚେଷ୍ଟା କରିଛି ,,ହେଲେ ଗଙ୍ଗା କେବେ ରାଜି ହୁଏନି ,,ତା ବାପାଙ୍କୁ ଛାଡ଼ି ଯିବାକୁ । ହେଲେ ତା ଶାଶୂ ବହୁତ୍ ମନ ଦୁଃଖ କରନ୍ତି , ବୋହୂ ଟା ତାଙ୍କର ସ୍ଵାମୀ ସୁଖ କରି ପ।ରୁନି ,,କେବଳ ବାପ୍ ଟା ସେବା ପାଇଁ । ହେଲେ ଅନୁ ର ଶାଶୁ ଅନୁ କୁ ପ୍ରତି ଦୁର୍ଗା ପୂଜା ରେ, ଜବରଦସ୍ତି କରି ପଠାନ୍ତି ବୁଲି ବାକୁ କଲିକତା କୁ । କଲିକତା ରେ ଦୂର୍ଗା ପୂଜା ବହୁତ୍ ଧୁମ୍ ଧାମରେ ହୁଏ। ତେଣୁ ସେଇ ବର୍ଷ ରେ ଥରେ ଅନୁ ଯାଏ ତା ସ୍ଵାମୀ ସହ । ଏମିତି ସବୁ ସୁଖ ଦୁଃଖ ରେ ଅନୁ ର ଜୀବନ କଟୁ ଥାଏ । ଭଗବାନ ବି ବହୁତ୍ ଅଜବ ,,କାହା କପାଳରେ କଣ ଲେଖିଛନ୍ତି ସେଟା ତାଙ୍କୁ ଜଣା । କାହାକୁ ଧନୀ ତ୍ କାହାକୁ ଗରିବ କରିଛନ୍ତି ,, କାହା ଚଲା ବାଟେ କଣ୍ଟା ଭରିଛନ୍ତି ତ୍ କାହା ପାଇଁ ଫୁଲ । ସେମିତି କିଛି ଅନୁ ର କପାଳେ ହେବାକୁ ଜ।ଉ ଥିଲା ।
ବାହା ଘର କୁ ୪ବର୍ଷ ପୁରି ଯାଇ ଥିଲା । ହେଲେ, ଅନୁ ର କୋଳ ନିଶୁନ ଥିଲା ଏଯାଏଁ । ମା ହେବାର ସୌଭାଗ୍ୟ ତାକୁ ମିଳି ନଥିଲା । ବହୁତ୍ ଡାକ୍ତର ବଇଦ ଙ୍କୁ ଦେଖାଇ ସାରି ଥିଲା । ସମସ୍ତଙ୍କ ର ସେଇ ଗୋଟେ କଥା ,,ସବୁ ଠିକ୍ ହୋଇ ଯିବ ଈଶ୍ବରଙ୍କ ଉପରେ ଭରଷା ରଖ । ଆଉ କିଛି ପଡିଶା ଲୋକ ମାନେ ଠାକୁର ମ।କାଳ ପୂଜା ପାଇଁ ଉପଦେଶ ଦେଲେ । ସେଥିରେ ବି ସେ ରାଜି ହୋଇ ଅନୁ ଓଷା ପୂଜା ସବୁ କଲା । ସ୍ଵାମୀ ସହ ଯାଇ କେତେ ଥର କଲିକତାରେ ଦୁର୍ଗା ମେଢ଼ ବି ଦେଲା । କାଳେ ମାଁ ତାର ଡାକ ଶୁଣିବେ । ଏମିତି ଦେଖୁ ଦେଖୁ ପୁଣି ୨ ବର୍ଷ ବିତି ଗଲା ହେଲେ , ଛୁଆ ଟେ କୋଳ ରେ ଆସିଲାଣି । ଆରମ୍ଭ ହୋଇଗଲା ସ।ହି ପଡିଶା ଙ୍କ ଟାହି ଟାପର। ,,କଥା କଥାରେ , ବାଞ୍ଝ୍ ଏତେ ସୁନ୍ଦର ହେଲେ ମା ହେଇ ପାରୁଁ ନି । ମହାକାଳ ଫଳ ଉପରେ ସୁନ୍ଦର୍ ଭିତରେ ପୋଡ଼ା ଅଙ୍ଗ୍।ର । ଏସବୁ ଶୁଣି କୌଣସି ବି ନାରୀ କାନ୍ଦିବ , ସେମିତି ହିଁ ଅନୁ ର ଅବସ୍ଥା ଥିଲା । ସରପଞ୍ଚ ବାପୁ ଙ୍କ ପାଖକୁ ଯିଏ ବି ଆସୁ ଥିଲେ ସିଏ କଥା କଥାରେ, ନାତି ନାତୁଣୀ କେବେ ଖେଳାଇବେ ପଚାରୁ ଥିଲେ । କଣ ତାଙ୍କୁ ଉତ୍ତର ଦେବେ ସରପଞ୍ଚ ଜଣକ ଜାଣି ପ।ରୁ ନଥିଲେ । ମନ ର ଦୁଃଖ କୁ ଛୁପାଇ ,, ହସ ହସ ମୁହଁ ରେ ଉତ୍ତର ଦେଉ ଥିଲେ ,ଯେବେ ଈଶ୍ୱର ଖୁସି ହେବେ । କିନ୍ତୁ ଶାଶୂଙ୍କ ର କଷଣ ଦେବା ଆରମ୍ଭ ହୋଇ ଯାଇ ଥିଲା,, ଅନୁ ଉପରେ । ଜଉ ଶାଶୂ ଦିନେ ନ ଦେଖିଲେ ବାଉଳି ହେଉ ଥିଲେ । ସେ ଏବେ କଥା କଥା ରେ ଗାଳି କରିବା ଅଭ୍ୟାସ କରି ଦେଇ ଥିଲେ ।
ଶାଶୂ - ଯଦି ମୋ ପୁଅ ପାଖକୁ ଯାଇ ଥାଆନ୍ତୁ ରହି ଥାଆନ୍ତୁ ,,,ତେବେ ମୁଁ ଏତେ ବେଳ କୁ ଗୋଟେ ନୁହଁ ଦୁଇ ଦୁଇ ଟା ନାତି ନାତୁଣୀ କୁ ଖେଳ।ନ୍ତି ନି । ଯେଉ ବୟସ ରେ ଜନମ କରିବାର ଥିଲା ସେ ବୟସରେ ପତି ନୁହଁ ବୋପ। ସେବା କଲୁ । ଆଉ କଣ ବୁଢ଼ୀ ବୟସ ରେ ପିଲା ଜନମ କରିବୁ ? ତୁ ଅଲାଯୁକି ଵୋପା ସେବା କରିବୁ ଆଁ ? ପଛେ ମୋ ବଂଶ ବୁଡୁ ,, ଏ ସବୁ ଘଟଣା ଅନୁ ର ବାପା ଦେଖୀ ପଥର ପ୍ରାୟ ହୋଇ ଯାଇ ଥିଲେ । କଣ କରିବେ କଣ ବୁଝେଇବେ ,,ଜାଣି ପାରୁ ନଥିଲେ ବୃଦ୍ଧ ଜଣକ ,, ଏମିତି ଦୁଃଖ ରେ ଦିନ କାଟିବାକୁ ଲାଗିଲା ଅନୁ । ଦିନେ ବସି ଅନୁ ତା ଅତୀତ ର କଥା ସବୁ ଭାବୁଥିଲ। । ବାହା ନ ହୋଇ ଥିଲେ ,ଭଲ ହୋଇ ଥାଆନ୍ତା । ଏ କାରଣ ରୁ ମୁଁ ଏ ବାହା ଘର ଚାହୁଁ ନ ଥିଲି । ସବୁ ମୋ ବାପା ଆଉ ମୋ କପାଳ (ଏମିତି କଥା ସବୁ ଭ।ବି ମୁଣ୍ଡ ରେ ହାତ ଦେଇ ବସି ଥିଲା ଅନୁ) ହଟା ତ୍,,,, କବାଟ ଠକ୍ ଠକ୍ ଆବ।ଜ ହେଲ। । ଅନୁ ଖୋଲି ବା ପାଇଁ କବାଟ ଆଗେଇ ଗଲା ,, କବାଟ ଖୋଲି ଦେଖିଲା ବେଳକୁ ,,ଅନୁ ର ସ୍ଵାମୀ ଦୁଆର ସେପାଖେ ଛିଡା ହୋଇଛି । ଅନୁ ଖୁସି ହୋଇ ପଚାରିଲା ,,ଆରେ କୁହା ନାଇଁ ପୋଛା ନାଇଁ ହଟା ତ୍ ଆସିଛ ଘରକୁ । କିଛି ବି ଉତ୍ତର ଦେଲାନି ଅନୁ ର ସ୍ଵାମୀ ,,। ଭିତରକୁ ପଶି ଆସିଲା ଆଉ ତା ସଙ୍ଗେ ଜଣେ ସ୍ତ୍ରୀ ଲୋକ ଭିତରକୁ ପଶି ଆସିଲା । ଭିତରେ ପଶିଛି କି ନାଇ , ଅନୁ ତାକୁ ପାଦ ରୁ ମୁଣ୍ଡ କେଶ୍ ଯାଇଁ ନିରେଖି ଦେଖିଲା । ହାତରେ ତାର ବ୍ୟାଗ୍ ଥିଲା । ପାଦରେ ଅଳତା , ମଥାରେ ସିନ୍ଦୂର ନାକ ରେ ନୋଥ ପିନ୍ଧି ଥିଲା ସେ ସ୍ତ୍ରୀ ଜଣକ । ସବୁ ଠୁ ମଜା କଥା ହେଲା ,, ସ୍ତ୍ରୀ ଲୋକଟି ପାନ ଖାଉ ଥିଲା ଓ ତା ଓଠ ଦାନ୍ତ ନାଲି ଥିଲା । ଅନୁ ହସି ହସି ପଚାରିଲା ,,ହେଇ ଲୋ କିଏ ତୁ ମୋ ସ୍ବାମୀ ପଛେ ପଛେ ମୋ ଘରକୁ କାଇଁ ଆସିଚୁ । କଣ ଦରକାର କହ ? ସ୍ତ୍ରୀ ଲୋକ ଟା ପାନ୍ ଛାପ କୁ ପଦ।ରେ ଫିଙ୍ଗି ଉତ୍ତର ଦେଲା ,,ମୋ ନାଁ କୋମଲି ଆଉ ଏ ହେଲେ ମୋ ସ୍ବାମୀ ଆଉ ମୁଁ ତାଙ୍କ ସ୍ତ୍ରୀ । ଏକଥା ଶୁଣିଲା ପରେ ଅନୁ ର ହସ ଉଭାନ ହୋଇ ଗଲା । ଆଉ ବଲ ବଲ କରି ସ୍ଵାମୀ ର ମୁହଁ କୁ ଚାହିଁଲା । ସ୍ଵାମୀ ତାର ଉତ୍ତର ଦେଲା ତାକୁ ରୋକଠୋକ । ସ୍ଵାମୀ _ ୟେ ହେଲା ମୋ ସ୍ତ୍ରୀ ତାକୁ ମୁଁ ବାହା ହୋଇଛି । କିଛି ଦିନ ତଳେ ଆମ ବାହା ଘର ହୋଇଛି । ଅନୁ _ ହେଲେ ମୋର କଣ ଦୋଷ । ମୋ ପାଇଁ ତୁମେ ସୌତୁଣି ଆଣିଲ କାହିଁକି? ଥରେ ମୋ ବିଷୟରେ ଚିନ୍ତା କଲ୍ ନି । ସିଆଡେ ବାହା ହେବା ପୂର୍ବରୁ ଥରେ ବିଷ ଦେଇ ଯାଇ ଥାଆନ୍ତି । ଆଉ ଖୁସି ରେ ବାହା ହୋଇ ଥାଆନ୍ତା । ସ୍ଵାମୀ _ କ୍ଷମା କର ମୋତେ । ମୁଁ ମୋ ପରିବାର ର ଗୋଟେ ପୁଅ ନା ଆଗକୁ ନା ପଛ କୁ କେହି ଅଛନ୍ତି ।
ବାହା ଘର ୭ବର୍ଷ ଏଠି ଚାଲିବ କିଛି ଦିନ ପରେ ହେଲେ ।ମୁଁ ବାପା ହେବାର ସୁଖ ପାଇଲିନୀ । ନା ମୋ ବାପା ମା ଜେଜେ ଓ ଜେଜେ ମା ସୁଖ ପାଇଛନ୍ତି ।
ଅନୁ - (ସ୍ଵାମୀ ପାଖକୁ ଲାଗି ଯାଇ) ଏକ। ତୁମେ ନୁହଁ ,,ମୁଁ ବି ତ ମା ହେବାର ସୁଖ ପାଇନି । ମୋ ଦୋଷ ନୁହଁ ତୁମର ବି ଦୋଷ ଅଛି । କେତେ ଠାକୁର ପୂଜା ବଇଦ ଦେଖା ,,ଯିଏ ଯାହା କହିଲା କଲି ଯଦି ପିଲା ଟେ ନ ହେଲେ ଦୋଷ ରହିଲା କଣ ମୋ ଠୀ ।
ସ୍ଵାମୀ _ ହଁ ତୋ ଠୀ ,,, କାଳେ ଲୋକ ମତେ କାପୁରୁଷ କହି, ମୋ ପୁରୁଷତ୍ୱ ଉପରେ ଆଙ୍ଗୁଳି ଉଠାଇବେ। ତେଣୁ ଆଉ ଗୋଟେ ବାହା ହେଲି । ବଳେ ତୁ ଜାଣିବୁନୀ କି ଦୋଷ କାହାର ?
ଅନୁ _
ୟେ କୋମଲୀ ତୁ କହ ,ତୁ ବି ତ ଗୋଟେ ନାରୀ । କେମିତି ଗୋଟେ ଆଉ ନାରୀ ର ଘର ଜ।ଳିଦେଲୁ ? କୋମଲି କହ କଣ ପାଇଁ କଲୁ ଏମିତି ।।
କୋମଲି _ (ପାନ ଛାପ ଢ଼ୋକି)) ଆଲୋ ତୋ ସ୍ଵାମୀ ମୋତେ ଟଙ୍କା ଦେଇ ବାହା ହୋଇଛି ବୁଝିଲୁ,,,। ନହେଲେ କୋମଲି ଭିକ।ରୀ କୁ ବାହା ହୋଇ ଥାଆନ୍ତା ନା କଣ ? ଆଉ ମୁଁ ଆଗରୁ ଜାଣିଛି ମୁଁ ହେଲି ଦୁବେଇ ସ୍ତ୍ରୀ । ମୋ ଆଗରୁ ୟେ ମୋ ସ୍ବାମୀ ଆଉ ଗୋଟେ ସ୍ତ୍ରୀ ରଖିଛି ବୋଲି ଜ।ଣେ ଲୋ ମୁଁ।
ଅନୁ _ ମୁଁ ଯାଉଛି ବାପା ମା ଙ୍କୁ ଡାକି କହିବି । ଦଉଡି ଦଉଡି ଗଲା ଗଙ୍ଗା ସବୁ ଆଡେ ଖୋଜିଲା ଶାଶୂ ଓ ଶଶୁର ଙ୍କୁ ,ହେଲେ ପାଇଲାନି ଅନୁ । ହଟାତ୍,,ବାହାରୁ ଢୋଲ ମହୁରୀ ର ଶବ୍ଦ ଭାସି ଆସିଲା ଘର ଭିତରକୁ । ଅନୁ ଖୋଜିବା ବନ୍ଦ କରି ,ଦେଖିବା ପାଇଁ କିଏ ସବୁ ଘର ଆଗରେ ଢୋଲ ପିଟୁଛନ୍ତି ବୋଲି ,ଚାଲି ଗଲା ଆଉ ଦେଖିଲା ବେଳକୁ ଶାଶୂ ଶଶୁର ଆଉ ରୋଷଣିବଲା ହେଲେ କଣ ପାଇଁ ଏମାନେ ଆସିଛନ୍ତି?
ଶାଶୂ _ ଅନୁ ପାଖକୁ ଆସି) ଆଲୋ ନୂଆ ବୋହୂ ର ସ୍ବାଗତ କଲୁ କି ନ। ? ଜା ଜଲଦି କର । ଆଉ ତା ପରେ ଏ ଲୋକ ଗୁଡାଙ୍କୁ ,ଚା ଜଳଖିଆ କରି ଦେବୁ ବୁଝିଲୁ ।
ଅନୁ _ (କିଛି ନ ବୁଝି ପାରି) ମା ମୁଁ ଆଙ୍କୁ କିଆଁ ଦେବି ଚା ଜଳଖିଆ ? ସେ ତାଙ୍କର ଢୋଲ ପିଟି ବାଟେ ବାଟେ ଯିବେନି କି ,
ଶାଶୂ _ ଆଲୋ ଏ ନୂଆ ବୋହୂ ର ସ୍ବାଗତ ରେ ବଜା ହେଉଛି । ଚୁପ୍ ଚାପ୍ ଜା କହିଲି । ଅନୁ ଏ କଥା ଶୁଣି କାନ୍ଦି କାନ୍ଦି ପଳାଇଲା ବାଡ଼ି ପଟ ରୋଷେଇ ଘରକୁ,,। ଆଉ,,ଚୁଲି ପାଖେ ବସି କାନ୍ଦିବାକୁ ଲାଗିଲା ଅନୁ ,,ଏମିତି ଫୁଟା କପାଳ ମୋର । ଲୁହ କୁ ଲୁଗା କାନି ରେ ପୋଛିଲା ଅନୁ । ତା ବାପା ଶୋଇ ଥିବା ଘରକୁ ଗଲା । ଅନୁ ଯାଇ ଦେଖିଲା ବେଳେ କୁ ,,ତା ବାପା ଙ୍କ ଆଖିରୁ ଲୁହ ଝରି ପଡୁଛି ତଳେ । ଲୁହ ପୋଛିବ କଣ ଅନୁ ତା ବାପା ର । ଓଲଟା ବାପା ଶୋଇ ଥିବା ଖଟିଆ ପାଖେ ଗୁଦ କିନା ବସି ପଡ଼ି, ବାପା ଗୋଡ଼ ତଳେ ମଥା ମାଡ଼ି କାନ୍ଦିବାକୁ ଲାଗିଲା । ଆଉ କହିବାକୁ ଲାଗିଲା - ବାପା ଦେଖୁଛ ତ ,,ତୁମ ଜ୍ବାଇଁ ଆଉ ଗୋଟେ ନୂଆ ବାହା ହେଇ ଆସିଛନ୍ତି । ମୋ ପାଇଁ ନୂଆ ସୈାତୁଣି ଟେ ଆଣିଛନ୍ତି । ଏଥି ପାଇଁ ମୁଁ ବାହା ହେବାକୁ ମନା କରୁ ଥିଲି ତୁମକୁ । ଅଭିଆଡି ଥିଲି ଭଲ ଥିଲା ,,କାମ କରି ପର ଘରେ ଟଙ୍କା ଆଣି, ଖୁସି ରେ ଦୁଇ ବେଳା ଖାଇବା ତ ଖାଉ ଥିଲି । କିଛି ଚିନ୍ତା ନଥିଲା ତୁମ ଛଡା ମୋର । ଆଉ ଏବେ ସବୁ ପ୍ରକାର ଚିନ୍ତା , (ଲୁହ ପୋଛି ଅନୁ) ଚାଲ ଆମେ ପଳାଇବା ଏଠୁ,, ବାପା , ରୁହନ୍ତୁ ନୁଆଁ ବୋହୂ ସହ । ଅନୁ ର ବାପା _ (ମୁକ ପରି ଶୁଣୁ ଥାଏ) ଅନୁ ର ମୁଣ୍ଡ କୁ ଆଉଁଶି କହିଲେ ତାକୁ । ମା ଯାହା ତୋର ହିନି କପାଳ । ଦଇବ ହାତରେ ଦୋୖଡି ଆଉ ମଣିଷ ହେଲା ଗାଈ କଣ ଜାଣିନୁ? ସଂସାର ଭିତରେ ଘର କରି ଥିଲେ ପଥର ପଡ଼ିଲେ ସହି । ତ... ତୋତେ ସହିବାକୁ ପଡ଼ିବ ମା । ଆଉ ଶାଶୂ ଘରୁ ପଳାଇଲେ , ଗାଁ ଲୋକେ କେତେ ଜଣ କହିବେ । ଝିଅ କୁ ଶାଶୂ ଘରୁ ବାହାର କରି ଦେଇଚନ୍ତି । ମୋତେ କଣ ଭଲ ଲାଗିବ କହିଲୁ । ପଛେ ଦୁଃଖ ସହ ଏଠି ତୋତେ ଜୀବନ କାଟିବାକୁ ପଡ଼ିବ ।
ଅନୁ - ନାଇଁ ବାପା ମା ହୋଇ ନ ପାରିଲେ ନାରିତ୍ଵ ର ପୂର୍ଣ୍ଣ ହୁଏନି ଜଣେ । ନ ହେଲେ ପୂର୍ଣ୍ଣ ମୁଁ ,,,କିଛି ଦୁଃଖ ନାଇ । ଏ କଥା ଜାଣିଚ ବାପା ,ଗୋଟେ ନାରୀ ସବୁ ସହିବ,କିନ୍ତୁ ତା ସ୍ଵାମୀ କୁ କାହା ସାଥେ ଭାଗ କରିବା ,କେବେ ଜଣେ ନାରୀ ଚାହୁଁ ବନି । ଅନୁ ର ବାପା - ହଁ ମା ମୁଁ ଜାଣେ । ତୁ ବାଞ୍ଝ ନୁହେଁ କିଏ କହିଲା ତୁ ବାଞ୍ଝ । ମୁଁ ପା ଗୋଟେ ପୁଅ ତୋର । ଛୁଆ ଟେ ପରି ଯତ୍ନ ତ କେତେ କରୁଛୁ । ଆଉ ଯେବେ ସେ ଈଶ୍ୱର ଙ୍କ ଇଚ୍ଛା ହେବ ତୋତେ କିଏ ସେଦିନ ମା ଡାକିବ । ଦେଖିବୁ ଅନୁ - ସବୁ ସେ ମୋ ମାଲିକ୍ ଦୋଷ । ଏମିତିକା ଘରେ ମୋତେ ବାହା କରାଇଦେଲା । ଦେଖା ହେଲେ ଗାଳି ଦେବି ଦେଖିବ,,ତୁମେ
ଅନୁ ର ବାପା - ତାଙ୍କର କଣ ଦୋଷ? ସବୁ ତୋ କପାଳ ,,ତୋ କପାଳରେ ଏ ପୁଅ ଥିଲା । ଜଉ ବାଟେ ହେଉ ତୋ ବାହା ଘର ହେଲା ।
ଅନୁ - ତୁମେ ମୋତେ ବୁଝାନି ଆଉ ବାପା (ଏମିତି କହି ପଳାଇ ଆସିଲା ଅନୁ ତା ବାପା ପାଖରୁ ,,ଆଉ ଚା ଜଳଖିଆ କରି ଦେଲା ସମସ୍ତଙ୍କୁ। ସବୁ ଗଲା ପରେ ଅନୁ ତା ଶଶୁର ଙ୍କ ପାଖ କୁ ଗଲା) ବାପା ତୁମେ ତ ସରପଞ୍ଚ ୟେ ଗାଁ ର,, ଆଉ ସବୁ ଠି ନ୍ୟାୟ ନିଶାବ୍ ହେଲେ ତୁମେ ହିଁ ବୁଝ । ତ ...ଆଜି ମୋ ପାଇଁ ନ୍ୟାୟ କର । ହାତ ଯୋଡୁଛି ବାପା (ଆଣ୍ଠୁ ମାଡ଼ି) (ଏ ସବୁ କୋମଲି ଦେଖି ହସୁ ଥାଏ)
ଶଶୁର - ବୋହୂ ମା ମୋତେ ଭୁଲ୍ ବୁଝି ବୁନୀ ,,ମୁଁ ସରପଞ୍ଚ ହେଲେ ବି ଗୋଟେ ପିତା । କେମିତି ତୁ କହ ମୋ ପୁଅ ସୁଖ ପାଇଁ ମୁଁ କିଛି ବି କରିବିନି କେମିତି ? ମୋର ବି ଉତ୍ତରାଧିକାରୀ ଦରକାର । ଏତେ ସମ୍ପତି କୁ ଭୋଗ କରିବା ପାଇଁ ,,ତା ଛଡା ଗାଁ ଲୋକ ଙ୍କ ଟାହୀ ଟ।ପରା କେତେ ଶୁଣି ଚୁପ୍ ରହିବି ।
ଅନୁ_ ବାପା କାହା ଠୁ ଗୋଟେ ଛୁଆ ମାଗି ଆଣି ନିଜ ବଂଶ ର କରି ଥିଲେ କଣ ହେଇ ଥାଆନ୍ତା ?
ଶଶୁର _ ନାଇଁ ମା ,, ଲୋକେ କହି ଥାଆନ୍ତେ ମୋ ପୁଅ କୁ କାପୁରୁଷ । (କଉଠୁ ଥିଲା ଅନୁ ଶାଶୂ ବାହାରି ପଡ଼ି)
ଶାଶୂ _ (ଅଣ୍ଟା ରେ ହାତ ଦେଇ ,ରାଗ ମୁଁହ ରେ)ଖାଲି କାପୁରୁଷ ନୁହେଁ । ଛୁଆ ଆଣି ଥିଲେ କହି ବୁଲି ଥାଆନ୍ତେ ସାହି ପଡିଶା ଲୋକ । ଦେଖ ଦେଖ କଉ ଜାରଜ ଛୁଆ କୁ ଆଣି ଘରେ ପୁରେଇଛନ୍ତି । ପଛକୁ ଖୁଣ୍ଟା ବାଢ଼ି ଥାଆନ୍ତେ ।
ଅନୁ _ ହେଲେ ମା ,ମୋ ସୌଉତୁଣୀ ଜଉ ଆଣିଲ,,ଲୋକେ କଣ ତୁମ କୁ ସାବସି ଦେବେ?
ଶାଶୂ_ ଏ ବହୁତ୍ କହୁଛୁ ,,,ସୁନ୍ଦରୀ ବୋହୂ ଆଣି ଥିଲି ବୋଲି କେତେ ଖୁସି ହେଉ ଥିଲି। ହେଲେ ସେ ଖୁସି କୁ କିଏ ଖାଇ ଗଲା । ଯଦି ତୋର ଅସୁବିଧା ହେଉଛି ,,,ତୁ ପାଳ ତୋ ବାପା କୁ ନେଇ ।। (ଏସବୁ କଥା ଅନୁ ର ବାପା କାନରେ ପଡୁ ଥାଏ,, ବୁଢ଼ା ଜଣକ ସହି ପାରିଲେନି ଭାବିଲେ ସତରେ ମୁଁ ମୋ ଝିଅ,,ଜୀବନ ନଷ୍ଟ କରିଛି । ଏମିତି ଭାବି ସେଠି ଜୀବନ ଚାଲି ଗଲା ତାଙ୍କର) ଏ କଥାର ୩ମାସ ପର ର କଥା ଅନୁ ବାପା କୁ ହରାଇ ବହୁତ୍ ଦୁଃଖି ଥିଲା । ତା ଠୁ ବି ବେଶୀ ଦୁଃଖ ଥିଲା । ତା ସ୍ବାମୀ ଏବେ ତା ସହ ନୁହଁ ତା ସୌତୁଣୀ ସହ ରହୁଥିଲା । ଅନୁ ସହ କଥା ପଦେ ବି ହେଉ ନଥିଲା । ଆଉ ତା ଶାଶୂ ଘର ର ଅନୁ ଚାକର ବନି ଯାଇ ଥିଲା । ନା କାହାର ସ୍ନେହ ,,ନା କାହାର ଆଦର ପାଉ ଥିଲା ଆଗ ପରି । ସୈାତୁଣୀ ର ସବୁ କାମ କରିବାକୁ ପଡୁ ଥିଲା । ଅନୁ ବହୁତ୍ ଥର ଭାବିଥିଲା ଘରୁ ଲୁଚି ପଳାଇବାକୁ ,,ହେଲେ ତା ବାପା କହିଥିବା କଥା କୁ ଭୁଲି ପାରୁ ନଥିଲା ,,ତେଣୁ ସେ ଯିବା ଆଗରୁ ପାଦ ଅଟକି ଜ।ଉ ଥିଲା । ଆଉ ଖାଲି ବାପା ର ଛବି ମୁହଁ ରେ ନ।ଚୁ ଥିଲା । ଧୀରେ ଧୀରେ ସମୟ ତାର କଡ ଲେଉଟାଇ ଆଗକୁ ବଢ଼ି ଚାଲିଲା । ଘରେ ଖୁସି ର ଲହରୀ ଖେଳି ଗଲା ଯେତେବେଳେ ।କୋମଲି ମା ହେଲା ଗୋଟେ ଝିଅ ର । ସରପଞ୍ଚ ବାବୁ ସାରା ଗାଁ କୁ ଭୋଜି ଭାତ ଦେଲେ । ସାରା ଗାଁ ତାଙ୍କ୍ ଖୁସି ରେ ଖୁସି ଥିଲା । ଆଉ ଅନୁ ର ଶାଶୁ ମନେ ମନେ ଚିନ୍ତୁ ଥିଲା । ପ୍ରମାଣ ମିଳିଲା ମୋ ପୁଅ ନୁହେଁ ବରଂ ୟେ ଆଁଠୁକୁରି ବାଞ୍ଝ ଟା । ତେଣୁ ଶାଶୂ ଟି କୋମଲି କୁ ଶିଖାଇ ପଢାଇ ଥିଲା ,, ଛୁଆକୁ ଅନୁ ଠୁ ଦୂରରେ ରଖିବାକୁ । ଭୋଜିରେ ସବୁ ଥିଲେ କିନ୍ତୁ ଅନୁ ନଥିଲା । କୁଆଡେ ଯାଇଛି ବୋଲି କୋମଲି ଖୋଜିଲା । ଦେଖିଲା ବେଳକୁ ,,ଅନୁ ଘର ପଛ ପଟ ରେ ବସି କାନ୍ଦୁଛି । ତା ପାଖକୁ କୋମଲି ଗଲା, ଅନୁ ପିଠି କୁ ହାତ ମାରି ତାକୁ ଡାକିଲା କୋମଲି _ ୟେ ଅନୁ । ଅନ୍ଧାର ରେ ବସି କାଇଁ କାନ୍ଦୁଛୁ । ଭିତରକୁ ଚାଲ୍ ଖାଇବୁ ଭୋଜି । ଅନୁ - ମୋ ଜୀବନ ତ ଅନ୍ଧାର ହୋଇ ଯାଇଛି ,,, ଆଲୁଅ କଣ ଦରକାର । ତୁ ମୋ ସୌଉତୁନି ତୋତେ ଏତେ କାଇଁ ଦୟା ଆସୁଛି ? ଜା ତୋ ସ୍ଵାମୀ ଆଉ ଛୁଆ ସହ ଖୁସି ହେବୁ । କୋମଲି _ ମୋ ଛୁଆ କଣ ତୋ ଛୁଆ ନୁହେଁ ? ଭୁଲ୍ ନା ତୁ ଆମ ଦୁଇ ଜଣକ ଗୋଟେ ସିନ୍ଦୂର ବୋଲି । ଅଧା ତୋ ମଥା ରେ ଅଧା ମୋ ମଥା ରେ । ତ,,କଣ ପାଇଁ ଛୁଆ ଅଧା ଅଧା ହେବନି ।।
ଅନୁ _ ନା ନା ମୁଁ ତୋ ଠୁ ତୋ ଛୁଆ ନେବି କାଇଁ ? ମୋତେ ବାଞ୍ଝି କହୁଚି ଦୁନିଆ ଆଉ ପୁଣି କହିବ ଛୁଆ ଚୋରଣି ।
କୋମଲି - (ହସିଲା ହା ହା କରି) ପ।ଗିଳୀ ଶୌତୁଣୀ ମୋର । କିଏ କହିଲା କି ଚୋରି କରି ନେବାକୁ । ତୁ ଯଶୋଦା ମା ହ ବୋଲି ମୁଁ କହିଲି । ଆଉ ମୁଁ ଦେବକୀ । ଦେଖ ଯଦି ମୋର କିଛି ହୁଏ କେବେ । ମୋ ଛୁଆ କୁ କିଏ ଦେଖିବ । ଯେତେ ହେଲେ ବି ତୁ ବି ଗୋଟେ ବଡ଼ ମା ,,ମୋ ସ୍ବାମୀ ର ପ୍ରଥମ ସ୍ତ୍ରୀ । (କୋମଲି ର ଏପରି କଥା ଶୁଣି ତାକୁ କୁଢ଼େଇ ପକାଇଲା ଅନୁ) ଅନୁ _ ସତରେ ମୁଁ ପ୍ରଥମ ସ୍ତ୍ରୀ ଯିଏ କି ଶୌତୁଣି ନୁହଁ ଗୋଟେ ଭଉଣୀ ପାଇଛି ।ଆଉ ମୋ ବାପା ଯାହା କଉ ଥିଲେ ସତ୍ ।ସଂସାର ରେ ରହି ଦୁଃଖ କଷ୍ଟ ସହିଲେ ,, ଭବିଷ୍ୟତ ରେ ସୁଖ ମିଳେ ।। ଆଜି ବାପା ମୋର ଥିଲେ ବହୁତ୍ ଖୁସି ହେଇ ଥାଆନ୍ତେ । କୋମଳି - ଶୁଣୁ ଅନୁ ,,ସମସ୍ତଙ୍କ ଆଗରେ ତୁ ମୋ ସୌତୁଣି ହେବାର ଅଭିନୟ କରିବୁ ,,ଆଉ ଏକୁଟିଆ ବେଳେ ଭଉଣୀ ପରି । କାରଣ ଶାଶୂ ମା ମୋତେ ମନା କରିଛନ୍ତି ,,ଛୁଆ ଠୁ ତୋତେ ଦୂର ରେ ରଖିବାକୁ । କ୍ଷମା କରିଦେବୁ ଲୋ ମୋତେ । । (ଏମିତି ବହୁତ୍ ଦିନ ଲୁଚି ଛପି ଅନୁ କୋମଲି ର ଝିଅ କୁ ନିଜ ଝିଅ ପରି ସ୍ନେହ କରୁ ଥିଲା । ଆଉ କୋମଲି ବାଟ ଜାଗି ବସୁଥିଲା କେହି ଆସିଲେ ଅନୁ କୁ ପଳାଇବାକୁ କହୁ ଥିଲା) ଅନୁ ଓ କୋମଲି ବହୁତ୍ ଶାନ୍ତି ରେ ରହିଲେ । ଦିନେ କୋମଲି କୁ ବହୁତ୍ ବଡ଼ ରୋଗ ହେଲା ,,ତା ସ୍ବାମୀ ଯେତେ ଡାକ୍ତର ନେଇ ଦେଖାଇଲା କଲିକତା ର ବଡ଼ ବଡ଼ ମେଡ଼ିକାଲ ରେ ,ଭଲ ହେଲାନି କୋମଲି ,,ଆଉ ଶେଷ କୁ ସେ କହିଲା ପରି ଅନୁ କୁ ,ତାର କିଛି ହେଇ ଗଲେ କିଏ ବୁଝିବ ତା ପିଲା କଥା । । ଅନୁ ର ଶାଶୁ ଅନୁ କୁ ବିଦା କରି ଦେଇ ଥିଲେ । କାରଣ ସେ ଜାଣି ଦେଇ ଥିଲେ କୋମଲି ର ମାରିବା ଆଗରୁ,, ଅନୁ କୋମଲି ର ପିଲା କୁ ଲୁଚି ଲୁଚି ଗେହ୍ଲା କରୁଛି । ଅନୁ ଗୋଟେ ଳକ୍ଷୀ ଛାଡ଼ି ବାଞ୍ଝ ଟେ । କୋମଲି ର ଛୁଆ ଉପରେ ତା କୁ ଦୃଷ୍ଟି ପଡ଼ିବ । ହେଲେ ଯେତେ ବେଳେ କୋମଲି ମରି ଗଲା । ତା ଛୁଆ କୁ ତା ଶାଶୂ ରଖିଲେ ସତ କିନ୍ତୁ ସମ୍ଭାଳି ପାରୁ ନ ଥିଲେ । ବାଧ୍ୟ ହୋଇ ଅନୁ ଶଶୁର ଆଉ ସ୍ଵାମୀ କଥା ରେ ଅନୁ କୁ ଖୋଜି ଫେରାଇ ଆଣିଲେ । କାରଣ ଅନୁ ଜଉ ଲୁଚି ଲୁଚି ଛୁଆଟିକୁ ଛୋଟ୍ ବେଳୁ ଗେହ୍ଲା କରୁ ଥିଲା ,,ସେଇଟା ଛୁଆ ଟି ର ଆଦତ୍ ପଡି ଯାଇ ଥିଲା । କୋମଲି ପରେ ଅନୁ କୁ ତା ମା ବୋଲି ଭାବି ଦେଉ ଥିଲା । ଯାହା ବି ହେଉ ଅନୁ ଫେରି ଆସିଲା କାରଣ ତାକୁ ତା ମମତା ଡ଼ାକୁ ଥିଲା । ଫେରି ଆସିଲା ପରେ ଅନୁ ଛୁଆ ଟି କୁ ନିଜ ଝିଅ ବୋଲି ଭାବି ଭଲ ପାଉ ଥିଲା । କୋମଲୀ ର ଝିଅ ହେଇ ଥିବାରୁ ,,ଅନୁ ତା ନାଁ ପାନ୍ ରଖି ଦେଲା । କାରଣ କୋମଲୀ ବହୁତ୍ ପାନ ଭଲ ପାଉଥିଲା । ଆଉ ସବୁ ଠୁ ଖୁସି ର ଦିନ ଥିଲା ଅନୁ ପାଇଁ ଜଉ ଦିନ ପାନ କଥା କହିବା ଆରମ୍ଭ କରି ଥିଲା ଆଉ ଅନୁ କୁ ତା ମା ବୋଲି ଡାକିବ। ଶିଖି ଯାଇଥିଲା ଆଉ (ଅନୁ)ସେ ଏବେ ବ।ଞ୍ଝ ନୁହେଁ ଯଶୋଦା ମା ବନି ଯାଇଥିଲା । ଲୋକେ ତାକୁ ଅନୁ ନୁହେଁ ଯଶୋଦା ନା ରେ ଡାକିବା ଆରମ୍ଭ କରି ଦେଇ ଥିଲେ ।