କାଳୀ ବୋହୂ
କାଳୀ ବୋହୂ


ବାବୁ ମିତ୍ରଲାଭ ଙ୍କ ପରିବାର କହିବାକୁ ଗଲେ ଗୋଟେ ମାତ୍ର ଝିଅ ଆଉ ସେ । ନା ସ୍ତ୍ରୀ ନା ପୁଅ ନା ବାପା ମା ,,,ନା ଭାଇ ଓ ନା ଭାଇ ସ୍ତ୍ରୀ ଭାଇ ବୋହୂ କେହିବି ନଥିଲେ "।
ଏ ସବୁ ସମ୍ପର୍କ ସମାଜରେ ଥିଲା ଅନ୍ୟ ମାନଙ୍କ ଘରେ ହେଲେ ବାବୁ ମିତ୍ରଲାଭ ଏ ସୁଖ ସବୁରୁ ବଞ୍ଚିତ ଥିଲେ ।
ତଥାବି ସେ" ଦୁଃଖୀ ନଥିଲେ ଏତେଟା ।
ଦୁଃଖ କହିବାକୁ ଗଲେ" ତାଙ୍କ ଝିଅ ମାମୀ ପାଇଁ ହିଁ ଥିଲା । ବାର ଜାଗାରୁ ଆସି ଝିଅ ହାତରନ୍ଧା ଖାଇବା ଖାଇ ଖୁସି ହେଉଥିଲେ ଅଥଚ ଝିଅକୁ ଦେଖି କଥା ସବୁ ଥାକ ଦେଇ ଚାଲିଯାଉଥିଲେ । ମାମୀ ଟିକେ କାଳୀ ନୁହେଁ ବରଂ ତିପଣ୍ଡ କାଳୀ ଥିଲା । ସମସ୍ତେ ଲକ୍ଷ୍ମୀ ପ୍ରତିମା ପରି ସୁନ୍ଦରୀ ବଧୂ ଚାହୁଁ ଥିଲେ , କିନ୍ତୁ କେହି ବି ମାତା କାଳୀଙ୍କ ପରି ନିର୍ଭୟା ଚାହୁଁ ନଥିଲେ ।
ମାମୀ ମନରେ ଟିକେ ବି ଦୁଃଖ ନଥିଲା ବାହାଘର କଥାକୁ ନେଇ ତାର ହୋ ନା ଢୋ । ସେ ମନସ୍ଥ କରିନେଇଥିଲା ତା ବାପା ଙ୍କର ବୁଢ଼ା ବେଳର ସାହାରା ସାଜିବ,, ଆଉ ବାକିତକ ଉମୁରୀ କଟାଇ ଦେବ ନିଜ ଭିଟା ମାଟି ଗାଁରେ ।
କୋଉ କାମ ଅଚ୍ଛପା ନଥିଲା , ମାମୀକୁ ଗଛ ଚଢା ଠୁଁ ସୋରିଷ ପେଡିବା ଯାଇଁ । ଘରେ ସବୁ କିସମର ସୁବିଧା କରାଇ ଥିଲେ ମିତ୍ରଲାଭ ବାବୁ ନିଜ ଅଲିଅଳି ଦୁଲଣୀ ପାଇଁ । ହେଲେ ମାମୀ ସୁବିଧା ବାଟରେ ମିଳୁଥିବା କାମକୁ ପସନ୍ଦ କରୁ ନଥିଲା । ନିଜ ଘର ଠୁଁ ମାଇଲେ ଦୂରରେ ଥିବା ନଦୀକୁ ଗାଧୋଇ ବା ପାଇଁ ଯାଉଥିଲା ।
ନଦୀ ତୁଠରେ ତାକୁ ବହୁତ କଥା ଶୁଣିବାକୁ ପଡୁଥିଲା ସାହି ପଡିଶି ସ୍ତ୍ରୀ ଲୋକ ମାନଙ୍କ ଠୁ କାଳୀ, ବୁଢ଼ୀ ଦରବୁଢ଼ୀ ।
ତଥାପି , ମାମୀ ନଦୀ ତୁଠକୁ ଗାଧୋଇବାକୁ ଯାଉଥିଲା ।
ମିତ୍ରଲାଭ ବାବୁ ନିଜ ଗାଁରେ ହେଉଥିବା ଦୂର୍ଗା ପୂଜାରେ ମା ଙ୍କ ଦଶହରାରେ ମା ଙ୍କ,, ପାଖେ ହରି ବୋଲ ପକାଇ ମାନସିକ କରିଥିଲେ ବିଗତ ବର୍ଷ ।ଯଦି ତାଙ୍କ ଝିଅ ବାହାଘର ହୋଇଯାଏ ଏଥର ତେବେ ସେ ଏଥର ପୂଜାରେ ମେଢ଼ ସହ ସମସ୍ତ ଖର୍ଚ୍ଚ ବହନ କରିବେ ।
ହେଲେ ଝିଅର ବାହାଘର ଏ ଯାଇଁ କେଉଁଠି ଗୋଟେ ଜୋଟି ପାରିଲାନି ଆଷାଢ଼ ମାସରେ ଥିବା ବାହାଘର ଲଗ୍ନ ଶେଷ ହେବାକୁ ଆସିଲାଣି । ତା ପରେ ନା କୋଉ ପୁଅ ଘର ଦେଖା ହେବ ନା କୋଉ ପୁଅ ଘର ଝିଅକୁ ଦେଖିବାକୁ ଆସି ପାରିବେ । ପୁଣି ଯାଇଁ ଆଶ୍ଵିନ ମାସକୁ ପୁଅ ଦେଖା ଦେଖି । କଥାରେ ଅଛି ଜନ୍ମ ହୋଇଛନ୍ତି ମାନେ ମରଣ ବି ସୁନିଶ୍ଚିତ, । ଠିକ୍ ସେମିତି ନାରୀ ଟେ ଜନ୍ମ ହୋଇଛି ମାନେ ତା ପାଇଁ ନର ଟେ ଜନ୍ମ ହୋଇଥିବ । ମାମୀର ଜୀବନସାଥି କୋଉଠୁ ନା କୋଉଠି ଗୋଟେ ଥିବ ବୋଲି ଭାବୁଥିଲେ ତା ବାପା ।
ଦିନେ ସକାଳୁ ସକାଳୁ ପାଖ ଗାଁର ମିତ୍ରଲାଭ ବାବୁ ଙ୍କ ଜଣେ ବନ୍ଧୁ ଆସି ବାହାଘରର ବନ୍ଧୁ ଗୁଆ ଦେଇ ନିମନ୍ତ୍ରଣ କରି ଚାଲିଗଲେ ।ବନ୍ଧୁ ଜଣ ଙ୍କ ତ ଚାଲି ଗଲେ ବିଦାୟ ନେଇ ,ତାଙ୍କ ବାଟେ ବାଟେ ମଙ୍ଗୁଳା ଗୁଆ ଦେଇ ।
ହେଲେ, ମିତ୍ରଲାଭ ବାବୁ ଙ୍କ ଆଖିର ଲୁହ ଆଉ ତାଙ୍କ ଆଖି କଣରେରହିଲା ନାହିଁ ଜକେଇ ହୋଇ ।
ଠପ୍ ଠପ୍ କରି ଲୁଚି ଥିବା ସେ ଲୁହ ବହି ଆସିଲା ।
କାରଣ ଯେଉଁ ବନ୍ଧୁ ଝିଅ ଟିର ବାହାଘର ହେବାକୁ ଯାଉଥିଲା ; ସେ ଝିଅ ଟିର ବୟସ ମାମୀର ବୟସ ଠୁଁ ଦୁଇ ବର୍ଷ ପଛୁଆ ଥିଲା । ଖୋଜା ନଡ଼ା କିଛି ନାହିଁ ଅଚାନକ ଧଡପଗଡ କରି ବାହାଘର କେମିତି ଯୋଟାଇ ଦେଇ ବାହାଘର କରିବାକୁ ବସିଲେଣି ।
ଅଥଚ ସେ କେବେ ଠୁଁ ନିଜ ଝିଅ ପାଇଁ ଭଲ ବର ଓ ଭଲ ଘର ଟେ ଖୋଜି ଖୋଜି ହତାଶ ହୋଇ ଗଲେଣି କିନ୍ତୁ କୋଉଠି ଗୋଟେ ବାହାଘର ସୁଝୁନି ।
×××××× ×××××××××× ××××××××××
ଯେଝା ଯେଝା ଭାଗ୍ୟ ଆଉ ନୁହେଁ ତ କଣ ??
ନିଜ ବାପା ଙ୍କୁ କାନ୍ଦୁ ଥିବାର ଦେଖି ମାମୀ ତାଙ୍କ ଲୁହକୁ ପୋଛି ଦେଲା ଆଉ ବୁଝାଇବାକୁ ଚେଷ୍ଟା କଲା ----
ଯେଉଁ ପୁଅ ଝିଅ ବହାହେଉ ନାହାଁନ୍ତି କଣ ସେମାନେ ବଞ୍ଚୁ ନାହାଁନ୍ତି ???ସେମିତିରେ କୋଉ ଭାଇ ଭାଉଜ ଅଛନ୍ତି ଜେ ତାର । ଯେ ତାକୁରୋକ ଠୋକ୍ ଲଗାଇ ବ ଆଉ ତାକୁ କହିବ ଏଟା ତା ଘର ନୁହେଁ ମୋ ଘର ବୋଲି ।
ଯାହା ଯେମିତି ହେଉ ଆଡ଼ୁ ସାଡୁ କହି ନିଜ ବାପା ଙ୍କ ମନକୁ ଶାନ୍ତ କରିବା ପାଇଁ ମାମୀ ବହୁତ ପ୍ରୟାସ କଲା ଆଉ ସଫଳ ବି ହେଲା ।
ବାପା ଝିଅ ମିଶି ବାହାରିଲେ ବଜାରକୁ ସୁନା ଜିନିଷ ସହ ଶାଢ଼ୀ ପଟା କିଣା କିଣି ପାଇଁ ,, ବନ୍ଧୁ ବେଭାର ଦେବା ସକାଶେ । ଘରେ ପଛେ ଲଙ୍କା ଲୁଣ ଥାଉ କି ନ ଥାଉ ,,ବନ୍ଧୁ ବେଭାର ପାଇଁ ଯୋଗାଡ ଅନ୍ତର ନିହାତି ଆବଶ୍ୟକ ଆଜିର ସମାଜରେ ।
ବନ୍ଧୁ ବେଭାର ଦେବାକୁ ହୁଏ ଆମ ମାନଙ୍କୁ ; ବନ୍ଧୁ ଙ୍କ କାମ ନିମନ୍ତରେ ଏଟା ଗୋଟେ ପୁରୁଣା ପ୍ରଥା । ନିଅନ୍ତି କେବଳ ସେଟା ନୁହେଁ ସେମାନେ ବି ଆମ କାମ ନିମନ୍ତ ହେଲେ ଆମକୁ ବି ବେଭାର ଭେଟେଇ ଦିଅନ୍ତି ।
ବଜାରରୁ ସୁନା ଜିନିଷ କିଣି ସାରିବା ପରେ ପୁଣି ଶାଢ଼ୀ ଦୋକାନ ଭିତରକୁ ପଶିଲେ ଉଭୟ ବାପା ଝିଅ ।
ମାମୀର ନଜରରେ ଗୋଟେ ଶାଢ଼ୀ ପଡ଼ିଲା ଯାହାକୁ ଦେଖି ସେ ପ୍ରଥମ ବାର ଭାବିଲା -- ମୋର ବାହାଘର ହୁଅନ୍ତା କି ମୋତେ ବି ଏମିତି କିଏ ଶାଢ଼ୀ ଦିଅନ୍ତା ଆଉ ମୁଁ ବି ଏମିତି ସୁନ୍ଦର ଶାଢ଼ୀକୁ ପିନ୍ଧନ୍ତି ।
ଯଦି ବି ସେ ନିଜ ପାଇଁ ନେଇ ଯାଏ ଏ ଶାଢ଼ୀଟି ତଥାବୀ ସେ ଶାଢ଼ୀଟିକୁ ପିନ୍ଧି ପାରିବ ନାହିଁ । କାରଣ ସେ କାଳୀ ଥିଲା ଆଉ ସେରଙ୍ଗ ଟି ତା ଉପରେ ମାନିବ ନାହିଁ ,, ବୋଲି ସେ ଭାବିନେଲା ।ସେ ଶାଢ଼ୀଟି ବହୁତ ପସନ୍ଦ ଆସିବାରୁ ନିଜ ପାଇଁ ନ ଆଣି ପାରିଲେ, କଣ ହେଲା ?? ସେ ସେଇ ବନ୍ଧୁ ଝିଅ ପାଇଁ ଆଣିଲା । ଯାହାକୁ ବେଭାରରେ ଦେବ ଏ ଶାଢ଼ୀ ଖଣ୍ଡ କ ତାଙ୍କ ଘର ଲୋକ ଖୁସି ହୁଅନ୍ତୁ କି ନ ହୁଅନ୍ତୁ ବାହାହେଲା କନିଆଁ ଝିଅ ଟି ତ ଖୁସି ହେବ । କିଣା କିଣି ସାରି ଘରକୁ ଫେରି ଆସିଲେ ଦୁହେଁ ବାପ ଝିଅ ।
ମାମୀର ମନ ଖାଲି ସେ ଶାଢ଼ୀ ପାଖରେ ଲାଖିରହିଥିଲା ,,
ବାର୍ ବାର୍ ଶାଢ଼ୀ ଖଣ୍ଡକୁ ସେ ଖାଲି ବ୍ୟାଗ୍ରୁ କାଢି ଦେଖୁ ଥିଲା ଆଉରଖି ଦେଉଥିଲା । ସେଇ ବନ୍ଦୁ ଘରର ବାହାଘର ଗୋଟେ ଦିନ ଆଗରୁ ମାମୀ ଆଉ ତାର ବାପା ମିତ୍ରଲାଭ ବାବୁ ଦୁହେଁ ମିଶି ଘରେ ତାଲା ମାରି ଚାଲିଗଲେ ବିବାହରେ ଯୋଗ ଦେବା ଲାଗି ।
ସବିତା ନାମୀ ଭାଉଜ ଜଣେ ମାମୀର,,, ସେ ବନ୍ଧୁର ବୋହୂ ହିସାବ ।
ମାମୀ କୁ ଦେଖି ଚଙ୍ଗେଇ ହେବା ଛଳରେ --- କହିଦେଲା "" ଲୋ ମାମୀ ! ତୋ ଠୁଁ ସାନ ଯିଏ ସିଏ ବାହା ହେଲାଣି ,, ତୁ କେବେ ବହାହେବୁ ???
ନା ସେମିତି ବାପଘରେ ମଞ୍ଜି ପୋତିରହିବୁ ଗଛ ହେଲା ଯାଇଁ ।ମାମୀକୁ ବହୁତ୍ ଖରାପ୍ ଲାଗିଲା ସତ କିନ୍ତୁ ପଦେ ସେ ମୁହଁରୁ କିଛି ବି ଉତ୍ତର ଦେଲାନି ।
ବନ୍ଧୁଘର ଏକରେ ପୁଣିକୁଣିଅଁ। ମେଞ୍ଚାରେ ମେଞ୍ଚାଏ ।
ଯଦି ଆଡ଼ୁ ସାଡୁ କହିବ ସେ ତେବେ ତାକୁ ଖରାପ ଭାବନ୍ତୁ କି ନାହିଁ ତାର ବାପାକୁ ନିହାତିରୂପେ ଭାବିବେ ।
ଯେ ----- ଝିଅକୁ କେମିତିକା ସଂସ୍କାର ଦେଇଛନ୍ତି ବାବୁ ମିତ୍ରଲାଭ ।କେମିତି ବାହାଘର ସରିବ ଆଉ ନିଜ ବାପା ଙ୍କ ସହ ଘରକୁ ଯିବ ଅପେକ୍ଷା କରି ହେଲା ମାମୀ ।
ବାଜା ବାଜି ଉଠିଲା ବାଣ ବି ଫୁଟୁଥିଲା ସମସ୍ତେ ଜାଣି ଗଲେ ବର ଆସି ଗଲାଣି ବୋଲି ,। ଠିକ୍ ସେତିକି ବେଳେ ହୁରି ହାଲ୍ଲା ପଡିଲା --ଓ କନିଆଁକୁ ଖୋଜା ହେଲା ।
ଦେଖିଲା ବେଳକୁ କନିଆଁ ଟି ନିଜ ପ୍ରେମିକ ସହ ଫେରାର ହୋଇ ଯାଇଛି ।କଣ କରିବେ କଣ ନାହିଁ ?? କାରଣ ଇଜ୍ଜତର କଥା ଥିଲା । ଯଦି ବର କନିଆଁ ସହ ନ ଫେରେ ତେବେ ଲୋକେ କଣ ନାହିଁ କଣ କହିବେ ?? ଗାଁରେ ହାଟ ନାଟ ବସିବ । ଶେଷକୁ ମିତ୍ରଲାଭ ବାବୁ ଙ୍କୁ ସାହାଯ୍ୟ ହିସାବରେ ମାମୀକୁ ବେଦୀରେ କନିଆଁ ଜାଗାରେ ବସିବାକୁ କହିଲେ । କାରଣ ମାମୀ ପାଇଁ ବର ଖୋଜା ଚାଲିଥିଲା କେବେଠୁ ।ହେଲେ ମିତ୍ରଲାଭ ବାବୁରାଜି ହେଲାନି । କାରଣ ସେ ସେଇ ବରର ପରିବାର ବିଷୟରେ କିଛି ଜାଣି ନଥିଲେ କି ବୁଝି ନଥିଲେ । ଝିଅ କାଳୀ ବୋଲି କଣ ତାକୁ ଅଜଣା ଅଚିହ୍ନା ଘରକୁ ଟେକି ଦେବା ଉଚିତ୍ କି । ମିତ୍ର ବାବୁ ବୁଝିଗଲେ ବନ୍ଧୁ ଝିଅ ଟିର ଜଲଦି କଣ ପାଇଁ ବାହାଘର କରାଇବାକୁ ପାଦ କାଢି ଥିଲେ ତା ଘର ଲୋକେ।
ଶେଷକୁ ମିତ୍ର ବାବୁ ନିଜ ବନ୍ଧୁର ମାନ୍ ଇଜ୍ଜତ ପାଇଁ ଚୁଡାନ୍ତ ନିଷ୍ପତି ନେଲେ ବର ଘର ସହ କଥା ହେବେ ଆଉ ସବୁ ସତ ସତ କହି ବେ ବୋଲି । ଆଉ ଯଦି ସେମାନେ ତାଙ୍କ କାଳୀ ଝିଅକୁ ସ୍ୱ ଇଚ୍ଛାରେ ବୋହୂ କରି ନେବାରେରାଜି ହେବେ ତାହାଲେ ଯାଇଁ ବିବାହ ସମ୍ଭବ ନଚେତ୍ ନାହିଁ ।
ବର 'ର ପରିବାର କହିବାକୁ ଗଲେ
ବର ଟି ଆଉ ତାର ବିଧବା ବୁଦ୍ଧି ମା ଟେ ଆଉ କେହି ନଥିଲେ ତା ବେତିତ ।
ମିତ୍ର ବାବୁ ଆଉ ତାଙ୍କ ବନ୍ଧୁ ପରିବାର ଲୋକ ସବୁ ମିଶି ବର ଟିର ମା ସହ କଥା ହେଲେ ।
ସେ ବୃଦ୍ଧା ଜଣ ଙ୍କ ନିଜ ସମ୍ମାନ ପାଇଁ ସହଜରେ ମାନିଗଲେ ମାମୀକୁ ନିଜ ଘରର ବୋହୂ କରିବା ପାଇଁ ।
ଯୋଉ ଶାଢ଼ୀ ଟି ମାମୀ ଆଣିଥିଲା ପସନ୍ଦ କରି ସେ ଝିଅ ଟି ପାଇଁ ଶେଷକୁ ସେ ଶାଢ଼ୀ ଟିକୁ ନିଜେ ପିନ୍ଧି ବେଦୀ ଉପରେ ବସି ବାହାହେଲା ।
କିଏ ଜାଣିଥିଲା ଯେଉଁ ଭୋଜିରେ ବାପ ଝିଅକୁଣିଆଁ ହୋଇ ଯାଉଛନ୍ତି ସେ ଭୋଜିରେ ସେ ଦୁହେଁ ସମୁଦୀ ଆଉ କନିଆଁ ବନିଯିବେ ବୋଲି । ଯାହା ବି ହେଉ ଈଶ୍ୱର ଙ୍କ ଇଚ୍ଛା ଯାହା ଥିଲା । ଭଲରେ ଭଲରେ ବାହାଘର ସରିଗଲା ବର କନିଆଁ ବିଦା ହେଲେ । ମିତ୍ରଲାଭ ବାବୁ ଙ୍କ ମନରେ ସର୍ବଦା ଗୋଟେ ଅବଶୋଷରହୁଥିଲା ଯେ --- ମା ଟେ ପାଇବ ତାଙ୍କ ଝିଅ ଛୋଟ ବେଳୁ ମା ସୁଖ କଣ ଜାଣି ନଥିଲା ସେ ।
ଧଡ୍ ପଗଡ କରି ବାହା ଦେଇ ଦେଲେ ଝିଅକୁ ସତ । ହେଲେ ଝିଅ ଖୁସିରେ ଅଛି କି ନାହିଁ ସେ ଆଜି ଯାଏଁ ଜାଣି ନଥିଲେ ।
ଠିକ୍ ସେଇ ସମୟରେ ମନେ ପଡ଼ିଲା ମିତ୍ର ବାବୁ ଙ୍କର"" ଦୂର୍ଗା ପୂଜା ମେଢ଼ ଦେବା କଥା ।
ହଁ ଏଟା ଭଲ ଉପାୟ ଝିଅ ଜ୍ୱାଇଁ କୁ ନିଜ ଘରକୁ ୧୫ ଦିନ ପାଇଁ ଆମନ୍ତ୍ରଣ କରିବାର ।
କାରଣ ମେଢ଼ ଯିଏ ଦିଏ ପୂଜାରେ ସେ ଘରର ଜଣେ ପୁରୁଷ ଓ ମହିଳା ସ୍ବାମୀ ସ୍ତ୍ରୀ ହିଁ ଦୁହେଁ ବସନ୍ତି ।
ଆଉ ମେଢ଼ ନିଜ ଝିଅ ପାଇଁ ମନାସି ଥିଲେ ଯେହେତୁ ମିତ୍ରଲାଭ ବାବୁ , ତେଣୁ ତାଙ୍କ ଝିଅ ଜ୍ୱାଇଁ ହିଁ ବସିବେ ପୂଜାରେ । ଦୂର୍ଗା ପୂଜାର ସମୟ ଆସି ଗଲା ଝିଅ ଜ୍ୱାଇଁ ବି ଆସିଲେ । ଝିଅର ସୁନ୍ଦର ବେଶ ଭୂଷା ଦେଖି ମିତ୍ର ବାବୁ ବହୁତ ଖୁସି ହେଲେ । ଯେ ତାଙ୍କ କାଳୀ ଝିଅ ଗହଣା ପିନ୍ଧି କେଡେ ସୁନ୍ଦର ଦିଶୁଛି । ପୂଜା ଆରମ୍ଭ ହୋଇଗଲା ଝିଅ ଜ୍ୱାଇଁ ପୂଜାରେ ବସିଲେ । ପୂଜାରେ ଏତେ ବ୍ୟସ୍ତ ଥିଲା ଯେ ମାମୀ ତାକୁ ସମୟ ହେଉ ନଥିଲା ନିଜ ବାପା ଙ୍କ ସାଥେ ଭଲରେ ପଦେ କଥା ହେବା ପାଇଁ ।
ମିତ୍ରଲାଭ ବାବୁ ବି ମନେ ମନେ ମୋଉକା ଖୋଜୁଥିଲେ କି କେତେବେଳେ ଟିକେ ଫାଙ୍କା ମିଳନ୍ତ। କି ଝିଅ ସହ କଥା ହେବା ପାଇଁ ।
ଦଶହରା ପୂଜା ଶେଷ ହେଲା ମେଢ଼ ପରିକ୍ରମା ଓ ବୁଡ଼ା ହେବା ପାଇଁ ମିତ୍ରଲାଭ ବାବୁ ଆଉ ତାଙ୍କ ଜ୍ୱାଇଁକୁ ଡକାଗଲା ।ରାତିର ସମୟ ହୋଇଥିବା ଯୋଗୁଁ ମିତ୍ର ବାବୁ ମନା କରିଦେଲେ ଯିବାକୁ ମେଢ଼ ସହ ଗାଁ ପରିକ୍ରମାରେ ।
କାରଣ ମୈାକାକୁ ଅପେକ୍ଷା କରିରହିଥିଲେ ମିତ୍ର ବାବୁ । ଜ୍ୱାଇଁ ପୁଅ ତ ଚାଲିଗଲେ ଗାଁ ଭିତରକୁ ଆସୁ ଆସୁ କେତେରାତି ହେବ କେଜାଣି ?? ଏଟା ଠିକ୍ ସମୟ ଝିଅ ସହ କଥା ହେବାର ।
ଝିଅକୁ ଖୋଜି ଖୋଜି ମିତ୍ର ବାବୁ ପହଞ୍ଚି ଗଲେରୋଷେଇ ଘର ଭିତରେ ।
ଦୂର୍ଗା ଙ୍କ ପାଖେ ଭୋଗ ଲାଗିଥିବା ଦଶହରା ମଣ୍ଡାକୁ
ମାମୀ ଗୋଟେ ଟିଫିନ୍ରେ ଭର୍ତ୍ତି କରୁ ଥିଲା ବସି।
ମିତ୍ର ବାବୁ ଏ ଦୃଶ୍ୟକୁ ଦେଖି -- ପ୍ରଶ୍ନ କଲେ ::: ଆଲୋ ମା !!
ମଣ୍ଡା ଗୁଡାକ ଟିଫିନ୍ ରେ କାଇଁ ପୁରାଉଛୁ ଲୋ ।
ଆମେ ସମସ୍ତେ ଖିଇବା ତ ମଣ୍ଡା ଗୁଡାକ ଏବେ ଜ୍ୱାଇଁ ପୁଅ ଫେରିଲା ପରେ ତ କଣ ପାଇଁ ତାକୁ ସାଉତୁଛୁ ଟିଫିନ୍ ରେ??ଶାଶୂଘରକୁ କାଲି ସକାଳେ ସାଙ୍ଗରେ ଏ ମଣ୍ଡା ନେଇ କି ଯିବି ମୋ ଶାଶୂ ଙ୍କ ପାଇଁ ବୋଲି ରଖିଛି ।
ମୋ ଶାଶୂ ଙ୍କୁ ଚାଉଳ ମଣ୍ଡା ବହୁତ ପସନ୍ଦ ଆଉ ଏ ତ ମା ଙ୍କ ପ୍ରସାଦ । ଆମେ ସମସ୍ତେ ପାଇଛୁ କେବଳ ମୋ ଶାଶୂ ଙ୍କୁ ବାଦ୍ ଦେଇ ।
ଏ କଣ ଝିଅ କାଲି ସକାଳେ ଚାଲିଯିବ ବୋଲି କହୁଛି ??
ତା ସହ ତ ମୁଁ କଥା ହୋଇ ନାହିଁ ତା ନୂଆ ଘର ବିଷୟରେ ଭଲରେ ପଦେ । ଆଉ ଗୋଟେରାତିରେ କଣ ସବୁ କଥା ପଚାରି ବୁଝି ହେବ କି ???
ନା ନା ମା ଏତେ ଜଲଦି କେମିତି ଚାଲି ଯିବୁ ?? ଆଉ ଚାରି ଆଠ ଦିନରହି କି ଯିବୁ ହେଲା । ଜ୍ୱାଇଁ ତାଙ୍କର ଆଗୁଆ ଯାଆନ୍ତୁ
କଣ ହେଲା ?? ମୁଁ ତୋତେ ପଛରେ ନେଇ ଛାଡ଼ି ଆସିବି ତୋ ଶାଶୂଘରେ
ମିତ୍ର ବାବୁ ମାମୀକୁ ଦୁଃଖୀ ହୋଇ କହିଲେ ଏମିତି ସେଠି ଠିଆ ଠିଆ --
ମାମୀ ମଣ୍ଡା ଟିଫିନ୍କୁ ସିକା କଣ୍ଟାରେ ଝୁଲାଇ ଦେଲା ଆଉ ନିଜ ହସ ହସ କଣ୍ଠରେ ବାହାରି ଆସି ରୋଷେଇ ଘରୁ କହିଲା ---
ବାପା ତୁମେ ଜାଣିନ ମୋ ଶାଶୂ ମୋତେ ଛାଡ଼ୁ ହିଁ ନଥିଲେ
ବାପଘର କୁ ଆସିବାକୁ ।
ଖାଲି ପୂଜା ପାଠ ପାଇଁ ମୋତେ ଛାଡ଼ିଲେ ଦଶ ଦିନ ପାଇଁ । ଏଇଆ କହି କି ଜେ ଦଶହରା ସରିଲେ ମା ତୁ ଚାଲି ଆସିବୁ ।ଝିଅ ପାଟିରୁ ଶୁଣି ଏ କଥା ମିତ୍ର ବାବୁରାଗିଗଲେ ।ଏ କଣ ମୋ ଝିଅକୁ ତାଗିଦ୍ କରି ପଠାଇଛି
ଆଲୋ ମା ! ତୋ ଶାଶୁ ଅନ୍ୟ ଶାଶୂ ଙ୍କ ପରିରଙ୍ଗ ଦେଖାଇ ଦେଲା ।
ନୂଆ ବୋହୂକୁ ବାପ ଘର ପାଇଁ ଏବେ ଠୁ ମନା ।
ମାମୀ ଠୋ ଠୋ କରି ହସିଲା ଏଥର
--- ବାପା ମୋ ଶାଶୂ ଅନ୍ୟ ଶାଶୂ ଙ୍କ ପରି ନୁହେଁ ।
ମୋ ଶାଶୂ ମୋତେ ବହୁତ ଭଲ ପାଆନ୍ତି ଜାଣିଲ ।
ମୋ ହାତରନ୍ଧା ଆଉ ମୋ ହାତ ମୋଡା ନ ଖାଇଲେ ତାଙ୍କର ହଜମ ହୁଏନି କିରାତିରେ ନିଦ । ମୋ ହାତରନ୍ଧା କାଳେ ତାଙ୍କୁ ଲକ୍ଷ୍ମୀ ଠାକୁରାଣୀ ଙ୍କ ଅବଢ଼ା ପରି ଲାଗେ ।
ତେଣୁ ସେ ମୋତେ ବାର ବାର କହି କି ପଠାଇ ଥିଲେ ଦଶ ଦିନ ପରେ ବାପ ଘରୁ ଚଳିଆସିବା ପାଇଁ ।
ଏ କଥା ଶୁଣିଲା ପରେ ମିତ୍ରଲାଭ ବାବୁ ଙ୍କ ପାଟି ଏକଦମ ଖନି ବାଜିଗଲା ଆଉ ତାଙ୍କ ଆଖିରୁ ଧାର ଧାର ଲୋତକ ଗାଡ଼ି ଆସିଲା ।