ମଦର୍ସ୍ ଡେ ଗିଫ୍ଟ
ମଦର୍ସ୍ ଡେ ଗିଫ୍ଟ


ମୁଁ , ବହୁତ୍ ଖୁସି ଥିଲି. କାରଣ ମୁଁ ଏତେ ଦିନ ପରେ ଘର କୁ ଯିବି ଓ ମା ସହ ମିଶି ମାତୃ ଦିବସ ପ।ଳିବି ।
ମା ହାତ ର ଆରିସା ଓ ଘିଅ ପଖାଳ ଓ ବଢ଼ି ଚୁର। ନଦୀ ମାଛ ବେସର ତରକାରୀ ଏମିତି କେତେ କଣ ପାଟି ଲାଳୁଆ କଲା ପରି ଖାଦ୍ୟ କହିବି ମା କୁ ବନାଇ ଦେବ ଓ ମୁଁ ମଜା ନେଇ ନେଇ ଖାଇବି ।। ଏଠି ମେଶ୍ ଖାଇବା ରେ ବିବିହ୍ନ ପ୍ରକାର ମିଳୁଛି ହେଲେ ମା ହାତ ରନ୍ଧା ବହୁତ୍ ନିଆର।..... ଆଉ ସ୍ୱାଦିଷ୍ଟ ଯୁକ୍ତ...।।
ହେଲେ କୋରୋନ। ପାଇଁ ମୋ ଟିକେଟ ରଦ୍ଧ ହୋଇ ଗଲା ..।
ମା କୁ ଦୁଇ ବର୍ଷ ହେଲା ଦେଖି ନଥିଲି ... ମୁଁ ଯାହା ଫୋନ୍ ରେ ମା ସହ ଗପୁ ଥିଲି ।
ବହୁତ୍ ଥର ମୋ ମା ମୋତେ ଦେଖିବ ଦେଖିବ ବୋଲି କହୁ ଥାଏ ।
ମୁଁ ଚିନ୍ତା କରି ରହି ଥିଲି ...ଗୋଟେ ସ୍ମାର୍ଟ୍ ଫୋନ୍ ନେବି ଆଉ ମା କୁ ଦେଇ ,,,ତାକୁ ଭିଡିଓ କଲ ଶିଖାଇ ଦେବି ସେ କଥା ହେବ ।
ଖାଲି କଥା ନୁହେଁ ଅନଲାଇନ ରେ ତା ପସନ୍ଦ ର ପୌରାଣିକ ଧାରାବାହିକ ଦେଖିବ ..।
ଫୋନ୍ କିଣି ବି ସାରି ଥିଲି ଡାଟା ପ୍ୟ।କ୍ ଯାହା ପଡି ଥାଆନ୍ତା.. ଘରକୁ ନେଲା ପରେ ...ଛାଡ଼ ସବୁ ଦୁର୍ଭାଗ୍ୟ ...।
ହଉ ଯେବେ ଯିବି ଦେଇ ଦେବି ମା କୁ ତା ନୂଆ ସ୍ମାର୍ଟ୍ ଫୋନ୍ ।
ସ୍ମାର୍ଟ୍ ଫୋନ୍ ଧରି ମୋ ମା ପୁରା ସ୍ମାର୍ଟ୍ ଦେଖା ଯିବ ..।
ଏମିତି ଭାବି ନୂଆ ଫୋନ୍ ଟିକୁ ଦେଖୁ ଥାଏ ଠିକ୍ ସେତିକି ବେଳେ ଫୋନ୍ ଆସିଲା __ ପଡୋଶୀ ଘରୁ,,
ମୁଁ ଫୋନ୍ ରିସିଭ୍ କଲି _ହ।ଲୋ ହଁ ଖୁଡି କୁହ କହିଲି
ସେ ପାଖେ ଫୋନ୍ ରେ ପଡୋଶୀ ଘର ଖୁଡ଼ୀ ଥିଲେ କହିଲେ _ବିକାଶ ଗାଁ କୁ କେବେ ଆସିବୁକି ରେ ???
ମୁଁ_ ହଁ ଖୁଡି ଦେଖୁଛ ତ କେମିତି ପରିସ୍ଥିତି ଚାଲିଛି ...ଏମିତି ବିଷମ ସଙ୍କଟ ରେ ଗାଡ଼ି ଘୋଡ଼ା ସବୁ ବନ୍ଦ ତୁମେ ଜାଣିଛ ....
ସରକାର କେବେ ଲକ୍ ଡାଉନ୍ ଉଠାଉଛନ୍ତି ଦେଖା ଯାଉ ...।
ଖୁଡି__ନା ତୁ ଯେମିତି ହଉ ପଛେ ଆସୁନୁ ଆଖ ପାଖ କ। ଗାଡ଼ି ମାଗି ଘରକୁ ...
ଖୁଡି ଙ୍କୁ ଏମିତି ବିଚଳିତ ହେବାର ମୁଁ ଦେଖି ଟିକେ ଘ।ବୁରେଇ ଗଲି... କି କଣ ପାଇଁ ସେ ମୋତେ ଏମିତି କହୁଛନ୍ତି ଆସିବା ପାଇଁ...
କିଛି ହେଇଛି କି ବୋଲି ଭାବି ପଚାରି ଲି ତାଙ୍କୁ...
ତାଙ୍କ ଉତ୍ତର ଯାହା ଥିଲା ଶୁଣି ମୁଁ ପୁରା ନିସ୍ତେଜ୍ ହୋଇ ଗଲି ସେଠି ଫୋନ୍ ଧରି ଠିଆ ଠିଆ ।
ତାଙ୍କ ପାଟି ରୁ ଗୋଟେ ବାକ୍ୟ ଥିଲା _ ବିକାଶ ତୋ ମା ଆଉ ନାହିଁ ରେ କାଲି ରାତି ରେ ଜଉ ମେଘ ପବନ ହେଇ ଥିଲା
ସେତିକି ବେଳେ ତୋ ମା ତମ ବାଡି ଆମ୍ବ ଗଛ ମୂଳ ରୁ ଆମ୍ବ ଗୋଟାଉ ଥିଲା ।
ସେତିକି ବେଳେ ଆମ୍ବ ଡାଳ ଖଣ୍ଡେ ଭାଙ୍ଗି କି ପଡ଼ିଲା ମୁଣ୍ଡ ଉପରେ ଆସି ତାଙ୍କର ଆଉ ସେ ସେଠି କାଲି ରାତି ରେ ପଡି ମରି ଯାଇଥିଲେ ।
ଆମେ ସକାଳୁ ସାବିତ୍ରୀ ବ୍ରତ ପାଇଁ ଆମ୍ବ ଦରକାର ବୋଲି ମାଗିବାକୁ ଯାଇ ଥିଲୁ .. ତମ ଘର କୁ ହେଲେ ତୋ ମା କୁ ନ ପାଇ... ଆମ୍ବ ଗଛ ମୂଳ କୁ ନିଜେ ଆମ୍ବ ତୋଲିବୁ ଆଉ ତୋ ମା କୁ କହିବି ଆସିଲେ ...
ଏମିତି ଭାବି ଗଛ ମୂଳ କୁ ଗଲୁ ଆଉ
ଦେଖିଲା ବେଳକୁ ଏମିତି ଘଟଣା...।
ତୁ ଆସିଲେ ଯାଇ ଶବ ଉଠିବ ବୁଝିଲୁ...।