Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Anujhansi Palai

Romance Others

3.9  

Anujhansi Palai

Romance Others

ହ୍ୟାପି ଆନିବର୍ଷରୀ

ହ୍ୟାପି ଆନିବର୍ଷରୀ

4 mins
12.1K


ମିତାର ବାହାଘରକୁ ୫ ବର୍ଷ ପୁରି ବାକୁ ଆଉ କିଛି ମୁହୂର୍ତ୍ତ ଥିଲା । ରାତି ୧୨ ବାଜିବା ଆଗରୁ ମିତାକୁ ନିଜ ହାତ ତିଆରି କେକ୍ ବନାଇ ସେଥିରେ ହାପି - 5th ଆନିବର୍ଷରି ଲେଖି ନିଜ ବେଡ଼ରୁମରେ ରଖିବାର ଥିଲା । ହେଲେ ବର୍ଷା ସବୁ ଭଣ୍ଡୁର କରି ପକାଇଲା ମିତର ପୁରୁଣା ଦିନର ସ୍ଵପ୍ନକୁ । ଦିନରୁ ଜୋର୍ ପବନକୁ ଘଡ଼ଘଡ଼ିର ନାଦ ହେଲେ ବର୍ଷା ଦୁଇ ତିନି ବୁନ୍ଦା ଟୋପା  ବରଷିଛି ବୋଲି କେହି କହି ବେନି । ଏମିତି କି ସେଥିରେ ହାତ ତିଆରି କାଗଜର ଡଙ୍ଗା ଭାସା ଯାଏ ଯଦି ସେ ଭାସିଵ କି ନାହିଁ ବୋଲି ଜଣେ ସଦ୍ୟ ଜାତ ଟୁକୁ ଟୁକୁ କଥା କହିବା ଆରମ୍ଭ କରିଥିବା ପିଲାଟେ କହି ବି ପାରିବ । 

ଲାଇନ ଖାଲି ଲୁଚକାଳି ଖେଳୁ ଥିଲୁ ମିତା ସାଥେ ତେଣୁ ସେ ତା ଓଭନ୍ ରେ କେକ୍ କାଢ ଓ ପୁରା କରୁ ଥିଲା ବାର୍ ବାର୍ । ଚାହିଁ ଥିଲେ ପଦାରୁ କେକ୍ ଆଣି କାଟି ପାରି ଥାଆନ୍ତା ,ହେଲେ ଆନିବର୍ଷରି ମିତା ଆଉ ତା ନିଜ ସ୍ବାମୀର ହିଁ ଥିଲା ତେବେ ସେ କଣ ପାଇଁ ? ପଦାରୁ ଆଣି କେକ୍ ,କାଟି ଥାଆନ୍ତା । ତେଣୁ ସେ ନିଜ ହାତରେ କେକ୍ ବନାଇବା ଖୁଆଇବାକୁ ପସନ୍ଦ କଲା ।

ସ୍ବାମୀ ତାର ତା ହାତରନ୍ଧାର ଦିୱାନା ପୂର୍ବରୁ ଥିଲେ ଆଉ ଟିକେ ଦିୱାନା କରିବା ପାଇଁ ମିତା ଅନଲାଇନରୁ ଡାଟା ଉଡ଼ାଇ  ପଦା ଷ୍ଟାଇଲ ପରି ସୁନ୍ଦର୍ ଓ ଟେଷ୍ଟି କେକ୍ ତିଆରି ଶିଖି ଯାଇଥିଲା ।

ସେ ବି ସଞ୍ଜୀବ କପୁରଙ୍କ ୟୁ ଟ୍ୟୁବ୍ ପେଜ୍ ରୁ ।

ମିତା ୧୫ ଦିନ ଆଗରୁ ନିଜ ଶାଶୁ ଶଶୁର ଆଉ ସବୁ ପରିବାର ଲୋକ ଙ୍କୁ ଲୁଚି ଲୁଚି ସ୍ବାମୀଙ୍କ ଆଖି ଓ କାନ ଠୁ, ନିଜ ଫୋନ୍ ରେ ଫୋନ୍ କରି କହି ଥିଲା ଆସିବା ପାଇଁ ଟାଉନ୍ କୁ ଯେହେତୁ ସେ ନିଜ ସ୍ବାମୀ ସାଥେ ଟାଉନ୍ ରେ ରହୁ ଥିଲା । ଆଉ ସମସ୍ତେ ଗାଁରେ। ସମସ୍ତେ ଆସିଲେ ମିଶି ରେଷ୍ଟୁରାଣ୍ଟ ଯାଇ ଖାଇବେ ଆଉ ମଜା ମସ୍ତି କରିବେ ।  ସେ ପ୍ଲାନ୍ ଟା କାଲି ଦିନରେ ହେବାର ଅଛି କିନ୍ତୁ ଯାଉ ଟା ଆଜିର ଥିଲା ସେଟା ସଫଳ ହେଲେ ଯାଇ କାଲି କଥା ଚିନ୍ତା କରିବ ନ। ମିତା । ଯାହା ବି ହେଉ ଯେମିତି ମିତା କେକ୍ ବନାଇରେଡ୍ଡୀ କରି ଦେଲା ଈଶ୍ୱର ଙ୍କୁ ଡାକି ଡାକି ।

ଆଉ ୩୦ ମିନିଟ୍ ବାକି ଥିଲ ଘଣ୍ଟାରରେ ରାତି ୧୨ ବ।ଜିବାକୁ । ମିତା ତା ପାଦ ଯୋଡ଼ିକୁ ଚିପି ଚିପି ବିଲେଇ ପରି ବଢ଼ି ଗଲା, ନିଜ ସ୍ବାମୀ ବସି ଅଫିସ୍ କାମ କରୁଥିବା ଷ୍ଟଡିରୁମ୍ ଆଡକୁ ।

ଯେହେତୁ ରାତି ହୋଇ ଯାଇଥିଲା ତେଣୁ ଘରର ସବୁ ଆଡେ ଜିରୋ ଲାଇଟ୍ ଜଳୁ ଥିଲା । ଖାଲି ରୋଷେଇ ଘର ଆଉ ସ୍ବାମୀ ବସି କାମ କରୁଥିବା ଘର ଦୁଇଟିକୁ ଛାଡ଼ି । ମିତା କାନ୍ଥ ଆହୁଡ଼ରେ ନିଜକୁ ଲୁଚାଇ ଦେଇ ତା ସ୍ବାମୀ କଣ କରୁଛନ୍ତି ଦେଖିବ।କୁ , କାନ୍ଥ ସେପାଖରୁ ନିଜ ଆଖିକୁ ଜବକାଚ ପରି କରି ଜୋର୍ ରେ ନିକ୍ଷେପ କଲା । ଆଉ ଦେଖିଲା ସ୍ବାମୀ ତାର ଲମ୍ବା ଚେୟାର ଉପରେ ବସି ଲାପଟପ ଧରି କାମରେ ବ୍ୟସ୍ତ ଥିଲେ ଆଉ କାନରେ ଇଅର୍ କଡ୍ ଦେଇ ଗୀତ ଶୁଣୁଛନ୍ତି ।

ମିତା ଚାଲି ଆସିଲା ପୁଣି ଥରେ ରୋଷେଇ ଘର ଭିତରକୁ । ଆଉ ତା ରୋଷେଇ ଘର ଭିତରେ ଥିବା କାନ୍ଥ ଆଲମାରୀରୁ କଢ଼ିଲା ଉପହାରଟି । ଯାହାକୁ ସେ କେବେ ଠୁ ଲୁଚାଇ ରଖିଥିଲା ଖାଲି ଏଇ ଦିନକୁ ଅପେକ୍ଷା କରି ସ୍ବାମୀଙ୍କୁ ଦେବା ପାଇଁ । ଉପହାର ଭିତରେ ଥିଲା ଲୁଚି ଥିଲା ଗୋଟେ ସାର୍ଟ ଟେ । ଯାହାକୁ ମିତା କିଣି ଆଣି ରଖି ଥିଲା । ମିତା ଉପହାର ଉପରେ ଆଣି ଛିଞ୍ଚି ଦେଲା କେଇ ବୁନ୍ଦା ଅତରର ଟୋପାକୁ ।

କାରଣ ଯିଏ ଯାହାକୁ କିଛି ଉପହାର ଦିଏ ସେ ସେଥିରେ ଭଳିକି ଭଳି ପ୍ଲାଷ୍ଟିକ କାଗଜର ଫୁଲ ଆଉ ପର୍ଫୁମ୍ ପକାଏ । ଉପହାରକୁ ଅଧିକ କ୍ଲାସିକ୍ କରିବା ଉଦ୍ଦେଶ୍ୟରେ । ମିତା ନିଜ ହାତରେ ଧରି ସେ ଉପହାରକୁ ଶୁଙ୍ଘିବାକୁ ଲାଗିଲା ଆଉ ହସିଲା ସତେକି ସେ ଅତରରେ କିଏ ନିଶା ନହେଲେ ଲାଫିଂ ଗ୍ୟାସ୍ ମିଶାଇ ଦେଇଛି କି ? ନହେଲେ ଏମିତି କାଇଁ ହସିଲା ମିତା ? ହସି ହସି ପୁଣି ଥରେ ଥୋଇ ଦେଲା ଉପହାରକୁ ପୂର୍ବ ପରି ଆଉ ନିଜ ଫୋନ୍ ରେ ଦେଖିଲା କାଢି ନିଜ ସ୍ବାମୀ ଆଉ ତା ଫୋଟୋ ସବୁ ; ବାହା ଘର ଠୁ ଆଜି ଯାଏ ଯେତେ ସବୁ ଫୋଟୋ ତା ଫୋନ୍ ମେମୋରିରେ ମିତା ଆବଦ୍ଧ କରିରଖିଥିଲା ।

ଉପର ତଳ କରି କରି ଦେଖିଲା ଫୋଟୋ ସବୁ ଗୋଟେ ପରେ ଗୋଟେ । ଠିକ୍ ସେତିକି ବେଳେ କଣ ହେଲା କେଜାଣି,?ମୀତାର ବୁଢ଼ା ଆଙ୍ଗୁଳିରହି ଗଲା ତା ଫୋନ୍ ସ୍କ୍ରିନ୍ ଉପରେ ।

କଣ ଫୋନ୍ ହ୍ୟାଙ୍ଗ ହେଲାକି ମିତାର ?

ନାଇ ସେମିତି କିଛି ନଥିଲା -

ମିତାର ଆଙ୍ଗୁଳି ଅଟକି ଯାଇଥିଲା ତାର ସେଇ ପୁରୁଣା ଫୋଟୋ ଉପରେ । ଯାଉଟା ତା '' ପ୍ରଥମ ଆନିବର୍ଷରିରେ ସେ ତା ସ୍ବାମୀ ସହ ଉଠାଇ ଥିଲା । ମିତ ଫୋଟୋ ଟିକୁ ଯୁମ୍ କଲା ଆଉ ବାର୍ ବାର୍ ଦେଖିଲା ସେ ଫୋଟୋକୁ । ମନେ ପଡି ଯାଉଥିଲା କେମିତି ସେ ତା ସ୍ବାମୀକୁ ପ୍ରଥମ ଥର ପାଇଁ ଗୋଟେ ସାର୍ଟ ଉପହାରରେ ଭେଟେଇ ଦେଇଥିଲା ।

ସେବେ ଠୁ ମିତା ତା ସ୍ବାମୀର ପସନ୍ଦ ଅପସନ୍ଦ ବିଷୟରେ ଟିକେ ଟିକେ ଅବଗତ ହେବାକୁ ଲାଗିଲା । ଆଉ ଜାଣିଲା ତା ସ୍ବାମୀ ଭଲ ଖାଇବା ଭାଛିବା ଠୁ ଭଲ ପିନ୍ଧିବାକୁ ପସନ୍ଦ କରୁ ଥିଲେ ତେଣୁ ସେ ନିଜ ଇଚ୍ଛାରେ ପସନ୍ଦ କରି ସାର୍ଟ୍ ପିନ୍ଧୁ ଥିଲେ , ମାନେ ଚୂଜି ସ୍ବାମୀଟିଏ ।

ହେଲେ ଯେବେ ଠୁ ମିତା ଟାଉନ୍ କୁ ରହିବାକୁ ଆସିଛି ତାଙ୍କ ସହ , ସେବେ ଠୁ ମିତା ସାଜିଛି ତା ସ୍ବାମୀର ଡ୍ରେସ ଡିଜାଇର୍ଣ୍ଣର୍ ।

ପ୍ରତିଟି ସାର୍ଟକୁ ଧୋଇ ଇସ୍ତ୍ରୀ କରିଲା ବେଳେ ମିତା ତା ସ୍ବାମୀଙ୍କ ଶାର୍ଟ କୁ ନିଜ ଘ୍ରାଣ ଶକ୍ତି ସାହାଯ୍ୟରେ ଶୁଂଘୁ ଥିଲା । ଆଉ ମନେ ମନେ ଭାବୁ ଥିଲା ଶାର୍ଟ୍ ସିନା ନୂଆ ନୂଆ ପିନ୍ଧୁଛନ୍ତି ସ୍ବାମୀ ମୋର, ହେଲେ ବାସ୍ନା ସେଇ ଗୋଟେ ଥିଲା । ଯେମିତି ଗୋଲାପର ରଙ୍ଗ ବହୁତ୍ ପ୍ରକାରର ନାଲି ଗୋଲାପି ଧଳା କିନ୍ତୁ ତାର ମହକ ଗୋଟିଏ ଆଉ ନାମ ବି ଗୋଟିଏ ଥିଲା ।

ସେମିତି..... ତା ସ୍ବାମୀ ସାର୍ଟ ରେ ମହକ ଗୋଟେ ହିଁ ଥିଲା ।

ଆଜି ଏ ସାର୍ଟ୍ ଦେବ ପୁଣି ଥରେ ଉପହାର ସୋରୁପ । ଆଉ କହିବ ନିଜକୁ ସାର୍ଟ୍ ଟି ପିନ୍ଧିବାକୁ । ଆଉ ତା ପାରେ ସିଏ ଆଉ ତା ସ୍ବାମୀ ମିଶି ବହୁତ୍ ଫୋଟୋ ଉଠାଇବେ ଠିକ୍ ପ୍ରଥମ ସାର୍ଟ୍ ପିନ୍ଧି ଯେପରି ,ପ୍ରଥମ ଆନିବର୍ଷରିରେ ଫୋଟୋ ଉଠାଇଲା ପରି । ଆଉ ସେ ଫୋଟୋ କେବଳ ତା ସ୍ଵାମୀଙ୍କର ଏକା ନୁହଁ ବରଂ... ତାର ଆଉ ତା ସ୍ବାମୀଙ୍କର କପଲ୍ ଫୋଟୋ ହୋଇ ସ୍ମୃତି ବନି ଆଯାଡିବ ପୁଣି ବରଷେ ଯାକ ।


ଏମିତି ଭାବୁ ଥିଲା ବେଳେ ମିତା ଢଙ୍ଗ ଢଙ୍ଗ ଆବଜ୍ କରି ୧୨ ଥର ବାଜି ଉଠିଲା କାନ୍ଥରେ ଝୁଲୁ ଥିବା ଘଣ୍ଟାଟା । ଆଉ ବିଚଳିତ ହୋଇ କେକ୍ ଗୋଟେ ହାତେ ଆଉ ଉପହାର ଆଉ ଗୋଟେ ହାତେ ଧରି ମିତା ବୁଲୁ ପଡି ଯେତେବେଳେ ଯିବାକୁ ତରବର ହେଉ ଥିଲା । (କିଛି ମିନିଟ୍ ଆଗରୁ ମିତାର ସ୍ବାମୀ ବାହାରୁ ଥାଇରୋଷେଇ ଘର ଭିତରର ଦୃଶ୍ୟକୁ ଦେଖି ,ଦାନ୍ତ ମାଡ଼ି ଓଠରେ ଅଳ୍ପ ଶବ୍ଦ କରି ହସୁଥିଲେ) ଠିକ୍ ସେତିକି ବେଳେ .... ମିତାର ସ୍ବାମୀ ମିତାକୁ ନିଜ ଆଡକୁ ଭିଡି ନେଇ ହ୍ୟପି ଆନିବର୍ଷରି ଟୁ ୟୁ ମାଇଁ ଡିଅର୍ ୱାଇଫ୍ !!

ମିତା ପୁରା ବୋକି ବନି ଗଲା ନିଜ ସ୍ବାମୀଙ୍କ ମୁହଁରୁ ଶୁଣି ୱିଶ୍ କୁ ।

ଆଉ କହିଲା ସ୍ବାମୀଙ୍କୁ ତାର ତୁମେ ମୋର ସରପ୍ରାଇଜକୁ ଖରାପ୍ କରି ଦେଲ । ମିତାକୁ ଉତ୍ତର କଲେ ତା ସ୍ବାମୀ -- ନାଇଁ ମୁଁ ଖରାପ୍ କରିନି ଓଲଟା ଅଧିକ "ସରପ୍ରାଇଜ କରାଇଲି ତୁମକୁ ।

ତୁମେ ଭାବି ଥିଲ ମୁଁ ଭୁଲି ଯାଇଛି ବୋଲି ଆଁ ??

ମିତା ନିଜ ସ୍ବାମୀ ଙ୍କୁ ବି ୱିଶ କଲା ଆଉ ଦୁହେଁ ମିଶି ଗଲେ ନିଜ ବେଡ଼ରୁମ ଆଡକୁ କେକ୍ କାଟିବା ପାଇଁ ।


Rate this content
Log in

More oriya story from Anujhansi Palai

Similar oriya story from Romance