Anujhansi Palai

Drama Tragedy Fantasy

2  

Anujhansi Palai

Drama Tragedy Fantasy

ମହାକାଳ ଫଳ ପରି ଏ ପ୍ରେମ

ମହାକାଳ ଫଳ ପରି ଏ ପ୍ରେମ

21 mins
78


କାହାଣୀ ଆଗରୁ...

(କାହାଣୀଟା ମୁଁ କୌଣସି ସଚ୍ଚୋଟ ପ୍ରେମୀ ଯୁଗଳ ମାନଙ୍କୁ ଆକ୍ଷେପ କରି ଲେଖି ନାହିଁ । କାହାଣୀଟି ମୁଁ ଲେଖିଛି ସେଇ ମାନଙ୍କ ପାଇଁ " ଜଉ ମାନେ ପ୍ରେମକୁ ରୂପରଙ୍ଗ ଗୁଣର କିଲପାଲରେ ଓଜନ କରନ୍ତି । ଆଉ ଓଜନ ଭାରି ହୋଇ ଗଲେ ତାକୁ ହାଲୁକା କରିବା ଉଦ୍ଦେଶ୍ୟ ଚାରି କାନ୍ଥର ଆବଦ୍ଧ କୋଠରୀକୁ ନେଇ ଯାଆନ୍ତି ନିଜ ଘୃଣ୍ୟ ମାନସିକତାର ପରିପୂର୍ତି ପାଇଁ ମାନେ ଶରୀରର ଭୋକ ମନର ତୃସାର୍ଥତାକୁ ମେଣ୍ଟେଇବା ପାଇଁ ) plz କେହି ଭୁଲ୍ ବୁଝିବେନି କି ଖରାପ୍ ମତଦାନ କରିବେନି । ଆପଣ ମାନଙ୍କୁ ଭଲଭାବେ ଜଣା ଆଜିକାର ପ୍ରେମର ସଂଜ୍ଞା କଣ?

କାହାଣୀଟି କାଳ୍ପନିକ ଅଟେ ।


 " ବାପାଙ୍କର ଫୋନ୍ ଆସିଲା ମୋତେରାତି ପ୍ରାୟ ୧୨ଟା ପାଖ ପାଖି । ମୁଁ ସେତେବେଳକୁ ଅଧ ଘଣ୍ଟାର ନିଦ ନେଇ ମୋ ଶରୀରକୁ ନିସ୍ତେଜ୍ କରି ,ମୋ ବେଡ୍ ଉପରେ ଶୋଇ ପଡ଼ିଥିଲି । ସକାଳୁ କ୍ଲାସ୍ ଯେହେତୁ ଥିଲା ତା ପର ଦିନ ତେଣୁ ରୁମ୍ ମେଣ୍ଟ ମାନଙ୍କ ସହ ମଜ୍ଜା ମସ୍ତି ନ କରି ଡେରି ରାତି ଯାଏଁ ମୁଁ ମୋ ପାଠ ପଢି ଶୋଇପଡ଼ିଥିଲି ଜଲଦି । ମୋର ଗୋଟେ ଖରାପ୍ ଗୁଣ ଥିଲା ମୁଁ ଶୋଇଲେ ମାନେ ଦିନ ହେଉ କି ରାତି ନିଜ ଫୋନ୍ କୁ ଶାନ୍ତ ବିଭାଗରେ ଭର୍ତତି କରି ଦେଇ ନିଜ ଠୁ କୋଷେ ଦୂରରେ ଥୋଇ ଦିଏ । ଫଳରେ କେହି ଯେମିତି ମୋ ନିଦ କୋଷିକାକୁ ଜାଗ୍ରତ ନ କରି ଦିଏ ଫୋନ୍ ରେ ଘଣ୍ଟି ବାଡେଇ ସେଦିନ ମୁଁ ଅଜାଣାତରେ, ନିଜ ଫୋନ୍ ଟିକୁ ନିଜ ଶୋଇବା ତକିଆ ତଳେ ଜାକି ଶୋଇ ପଡ଼ିଥିଲି । ଯେମିତି ବାପାଙ୍କର ଫୋନ୍ ଆସିଛି, ସେମିତି ମୋ ଫୋନ୍ ଜୋର୍ ଜୋର୍ କରି ଧକ୍ ଧକ ହେବାକୁ ଲାଗି ପଡ଼ିଲା । ଆଉ ମୋ ନିଦ ଭାଙ୍ଗିଗଲା ସେ ଧକ୍ ଧକ୍ ଶବ୍ଦରେ।" ଏତେ ରାତିରେ କିଏ ଫୋନ୍ କରିଛି ମୋତେ ଏମିତି ଭାବି ଫୋନ୍ ଟିକୁ ତକିଆ ତଳୁ ଆଣି ଦେଖିଲି ନିଜ ଆଖିକୁ ମଳି ମଳି । ଯେମିତି ଦେଖିଛି ଇନକମିଂ କଲ୍ ଟିରେ ମୋ ହିଟଲର ବାପାଙ୍କ ନାମ, ସିଧା ଧଡ଼ପକଡ ହୋଇ ଉଠି ବସିପଡ଼ିଲି ମୋ ବେଡ୍ ଉପରେ ।

ଏତେ ରାତିରେ ବାପା ଫୋନ୍ କରିଛନ୍ତି ହେଲେ କଣ ପାଇଁ ? ପରୀକ୍ଷାର ରେଜଲ୍ଟ ଆସି ଯାଇଛି କି ? ନା ଘରେ କିଛି ଅସୁବିଧା ହେଲା?

ଏମିତି ଡରରେ ବରଡା ପତର ପରି ଥରହର ହୋଇ ଉଠିଲା ମନ ,ଆଉ ତା ସାଥେ ତାଳକୁ ତାଳ ମିଳାଇ କମ୍ପି ବାକୁ ଲାଗିଲା ମୋର ଶରୀର । ଫୋନ୍ କୁ ଗ୍ରହଣ କଲି "ହାଲୋ ବାପା କଣ ପାଇଁ ଫୋନ୍ କରି ଥିଲ ? କୁହ ..

ମୋ ନିଦୁଆ ଦବିଲା ସ୍ଵରକୁ ଶୁଣି ବାପା ମୋର କହିଲେ ଶୋଇପଡ଼ି ଥିଲୁ କି? ଆଁ କି ପ୍ରଶ୍ନ ମୋ ବାପାଙ୍କର ରାତି ୧୨ ରେ ଲୋକ ନ ଶୋଇ କଣ ଭୂତ ସହ ଲୁଡୁ ଖେଲାନ୍ତିକି ?

ମନେ ମନେ ଏମିତି ମୁଁ ଭାବୁ ଥାଏ ।

କଣ ଶୋଇପଡ଼ିଲୁ କି ଲୋ?

ନା ବାପାକୁହ ,ତୁମେ ଏତେରାତିରେ ଫୋନ୍ କରିଛ କଣ କିଛି ଅସୁବିଧା ହେଲାକି ?

ଆରେ ଶୁଣୁ ତୋ ଆଧାର କ।ର୍ଡ ଆସି ଯାଇଛି ଆଉ ସେଥିରେ ତୋ ନାମ ଭୁଲ୍ ଅଛି ।

ବାପା ତୁମେ ଏ କଥା କହିବାକୁ ମୋତେ ଏତେ ରାତିରେ ଫୋନ୍ କରିଥିଲ ।

ମୁଁ ଏମିତି ମୋ ବାପାଙ୍କୁ କହୁ ଥାଏ ନିଜ ମନେରେ ଟିକେ ଚିଡିବା ଗୁଣକୁ ବୋହି । ସତେ ଯେମିତି ପରୀକ୍ଷା ହଲ୍ ରେ ସ୍କ୍ୱାର୍ଡ ବିନା କାରଣରେ ମେମ୍ବର ଓଫ୍ ପାଲିଆମେଣ୍ଟ (ଏମ୍.ପି) କରିବା ଉଦ୍ଦେଶ୍ୟରେ  ଘେରାଉ କଲେ ଯେମିତି ଚିଡ଼ା ଆସେ , ସେମିତି ମୋତେ ଆସୁଥାଏ ସେ ରାତିରେ । ଏମିତି ଭାବିଲା ବେଳ ମୋ ପାଟି ଚୁପ୍ ହେଇଗଲା କିଛି ସେକେଣ୍ଡ ପାଇଁ ବାପାଙ୍କ ଆଗେ ।ମୁଁ ତ ମୋ ଚିଡ଼ିବାରେ ବ୍ୟସ୍ତ ଥିଲି ବାପାଙ୍କ କଥା କଣ କାନ ଦେବି । ମୋ ଚୁପ୍ ହୋଇଯିବାକୁ ଦେଖି ବାପା ପୁଣି ଥରେ କହିବାକୁ ଲାଗିଲେ ସେଇ କଥା ଶୋଇପଡିଲୁ କି?

ବାପା ତୁମେ କୁହ ମୁଁ ଚେଇଁଛି, ଶୋଇନି ।

ହଁ ତୋ ନାମ୍ ଯୋଉ ଭୁଲ୍ ହେଇ ଯାଇଛି, ତାକୁ ଠିକ୍ କରିବାକୁ କାଲି ଗାଁକୁ ଫେର । ଗାଁରେ ଆଜି ଓ କାଲି ଦୁଇ ଦିନ କ୍ୟାମ୍ପ ରହିବ । ଆଧାର ଯାହାର ଯାହା ଭୁଲ୍ ହେଇଛି ତାକୁ ସବୁ ସୁଧାରିବା ପାଇଁ ସରକାର ପଞ୍ଚାୟତ ସ୍ତରରେ ଏମିତି ସବୁ ଆଧାର କ୍ୟାମ୍ପ ପକାଇଛନ୍ତି ତ ତୋତେ ଆସିବାକୁ ହେବ କାଲି ଯାହାବି ହେଲେ ନିଜ ଆଧାରକୁ ଠିକ୍ କରିବା ପାଇଁ ।

ହଉ ବାପା କହି ମୁଁ ଏ ପାଖରୁ ଆଉ ମୋ ବାପା ହଉ ରଖିଲି କହି ସେପାଖରୁ ଫୋନ୍ କୁ କାଟିଲେ । ନିଜ ଆଧାର କଥା ଯାହା ବି ହେଲେ ମୋତେ ଗାଁକୁ ଯିବାକୁ ପଡିବ ଭାବି ଆଉ ଶୋଇଲି ନାହିଁ । କାରଣ ମୋତେ ନିଦ ହିଁ ହେଲାନି ବସ୍ ରେ ଯିବା କଥା ଭାବି । ବସ୍ ରେ ଜଉ କେଁ କେଁ ଟିନିକଟିନିକ ଶବ୍ଦ ଆଉ ତା ସାଙ୍ଗକୁ ମଝିରେ ମଝିରେ ହମ୍ପସ ଓ ଷ୍ଟପେଜ୍ ମାନଙ୍କୁ ଦେଖି ବ୍ରେକ ମାରି ଫୁସ୍ ସ୍ . ସ୍ ସ୍. ଶବ୍ଦ କରି ଧୀରେ ସେ ଛାଡ଼ୁ ଥିବା ଡିଜେଲ୍ ର ପୋଡ଼ା ଗନ୍ଧ ଏ ସବୁ ମୋତେ ବହୁତ ବିରକ୍ତ କରାଇ ଦିଏ ବସ୍ ରେ ଯିବା ଆସିବାର ସଫର୍ ବେଳେ। ଯଦି ବସ୍ ର ଝରକା ପାଖ ସିଟ୍ ମିଳି ଯାଏ ତ ଟିକେ ବାହାର ହାଉଆ ମୁହଁରେ ବାଜିବା କ୍ଷଣି ଓଷତ ଲାଗେ ସଫର୍ଟି । ଆଉ ଯଦି ନ ମିଳେ ଏକ ଦମ୍ ବେକାର ।

ତେଣୁ ତ ମୋତେ ଛୋଟ ବେଳୁ ଏସି ବସ୍ କି ଗାଡ଼ି ପସନ୍ଦ ଆସେନି ଏଥିପାଇଁ । ଆଉ ତା ସାଙ୍ଗକୁ ତାଳ ଦେଇ ତାଣ୍ଡବ କରେ ମୋର ମଥା । ମୁଣ୍ଡ ବ୍ୟଥାକୁ ବାନ୍ତି ଇସ୍ ସ୍. ସେ ସବୁ ବିରକ୍ତି କର ଦୁଃସପ୍ନ ।

ଏ ସବୁ ଭାବି ସକାଳ ତ ଦୂରର କଥା ସେଇ ରାତିରେ ମୋ ମୁଣ୍ଡ ବିନ୍ଧିଲା ବହୁତ । ନିଜ ହାଣ୍ଡ ବ୍ୟାଗ୍ ରୁ ନ୍ୟାକ୍ସ ଡ୍ରମ -250ରୁ ଗୋଟେ କାଢି ଖାଇଲି ଆଉ ନିଜ ବ୍ୟାଗ୍ ପ୍ୟାକ୍ କଲି । ଦୁଇ ଦିନ ପାଇଁ ମୋତେ ଯିବାର ଥିଲା ଗାଁକୁ ତେଣୁ ସେ ହିସାବରେ ନିଜ ବ୍ୟାଗ୍ କୁ ସଜାଡି ରଖିଲି । ରୁମ୍ ରେ ଲାଲ୍ ରଙ୍ଗର ଶୂନ ବଲ୍ (0 ଲାଇଟ୍) ଜଳୁଥିଲା । ଆଉ ସେଇ ଝାପସା ଝାପସା ଆଲୁଅରେ ସମସ୍ତଙ୍କ ଶୋଇବା ମୁହଁ ଦେଖା ଯାଉଥିଲା ମୋତେ । ସତେକି ମେଡିକାଲ୍ ର ମୂର୍ଦାଖାନା ଖାନରେ ମୁଁ ରାତି ଡିୟୁଟି କରୁଥିଲି ବୋଲି ଲାଗୁଥିଲା ମୋତେ । କାରଣ ସବୁ ରୁମ୍ ମେଣ୍ଟ ମାନେ ନିଜ ନିଜ ବେଡ୍ ଉପରେ  ମୂର୍ଦାର ମାନଙ୍କ ପରି ଲମ୍ବ ଖମ୍ବ ହୋଇ ଶୋଇ ଥିଲେ । କେବଳ ମୋତେ ଛାଡି...

କଣ କରିବି ଭାବି ଭାବି ଫୋନ୍ ରେ ସମୟ ଦେଖିଲା ବେଳକୁ ରାତି ସାଢ଼େ ଗୋଟେ । ମୁଁ ଶୁନଶାନ୍ ହୋଇ କାନ୍ଥକୁ ଆଉଜି ବସିଲି ନିଜ ବେଡ୍ ଉପରେ । ମୁଁ ସିନା ଚିନ୍ତାରେ ମଜ୍ଜି ଶୁନଶାନ୍ ହୋଇ ଯାଇଥିଲି ହେଲେ ସେରୁମ୍ ମେଣ୍ଟ ମାନଙ୍କ ଭିତରୁ କିଛି ଜଣ ସାପ ପରି ଫୁତକାର ମାରି ଘଡୁକୁ ଥିଲେ ତ ଆଉ, କେତେ ଜଣ ଫିଲ୍ମ ରେ କୁମ୍ଭକର୍ଣ୍ଣ ଚରିତ୍ରର ପରି ଗରଜି ଗରଜି ଘୁଙ୍ଗୁଡ଼ିର ଶବ୍ଦ ଛାଡ଼ୁ ଥିଲେ ।

ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ଥିବାରୁ ସେ ଶବ୍ଦ ଗୁଡାକ ଖାଲି ଏ କାନ୍ଥରୁ ସେ କାନ୍ଥ ପିଟି ହୋଇ ମୋ କାନକୁ କଣ କଣ କରିପକାଉ ଥିଲା। ବିରକ୍ତି ହୋଇ ଉଠିଲି ଏକରେ ଅନିଦ୍ରା, ଦୁଇରେ କାଲି ବସ୍ ସଫର ହେ ଈଶ୍ୱର କଣ କରିବି ? କାହାକୁ ମୁଁ କିଛି ତ କହି ପାରିବିନି । ପାଣି ,ବିଜୁଳି ର ଖର୍ଚ୍ଚ ଓ ଡେରି ରାତି ଯାଏଁ ବାହାରେ ବୁଲିବା ଓ ମାସ ଶେଷର ଭଡ଼ା ଏ ସବୁ ଉପରେ ପ୍ରତିବନ୍ଧକର ଫଳକ ଓହଳି ଥିଲା ରୁମ୍ ର ଦୁଆରେ ନିଜ ହଷ୍ଟେଲର ମାଲିକାଣୀଙ୍କ ସ୍ୱ ହସ୍ତ ଦ୍ବରା ।

ତ ମୁଁ କଉ ଭି.ଆଇ.ପି ଥିଲି ନା ଅଧିକ ରେଣ୍ଟ ଦେଉ ଥିଲି ଯେ ମୋ ପାଇଁ ମାଲିକାଣୀ ସେ ଫଳକରେ ଘୁଙ୍ଗୁଡ଼ି ମାରି ଅନ୍ୟର ନିଦ୍ରକୁ ବ୍ୟାଘାତ ଦେବା ମନା ଏଠି ବୋଲି ଲେଖି ଝୁଲାଇ ଥାଆନ୍ତେ । ସେ ବେଶୁରା ଆବାଜ ଗୁଡ଼ିକୁ ଶୁଣିବା ଅପେକ୍ଷା କିଛି ଗୀତ ଶୁଣିନେବା ଭଲ ବୋଲି ମୋତେ ମୋ ମନ କହିଲା । ହେଲେ ମୋ ମସ୍ତିଷ୍କ କହିଲା, ନାଇ ଅନୁ ଗୀତ ଶୁଣୁ ନି ତୁ ଜମା ନହେଲେ ମୁଣ୍ଡ ବିନ୍ଧା ଅଧିକ ବଢ଼ି ଯିବ । ତୁ ଫୋନ୍ କଡ୍ କାନରେ ଜାକିଲା ମାନେ । ଜଣେ ମହାନ୍ ବ୍ୟକ୍ତି କହିଥିଲେ ... ମସ୍ତିଷ୍କ ନୁହେଁ ନିଜ ମନର କଥାକୁ ଶୁଣିବା ଉଚିତ । କାରଣ ଆମ ମନ ଆମ ଶରୀରର ପ୍ରଧାନମନ୍ତ୍ରୀ ଅଟେ ।

ଆଉ ପ୍ରଧାନମନ୍ତ୍ରୀ  ମୋଦୀ ଜି ନିଜେ ତ କୁହନ୍ତୁ ଟିଭି ଆଗରେ-ମନ କି ବାତ । ତ ମୁଁ ସିଧା ନିଜ ମନକୁ ଚୟନ କରି ଚୁପ୍ ଚାପ୍ ନିଜ ଫୋନ୍ର କଡ଼କୁ କାନରେ ଜାକି ଗୀତ ଶୁଣିଲି । ଗୀତ ଶୁଣୁ ଶୁଣୁରାତି ପାହି ପାଞ୍ଚ ବାଜି ଗଲାଣି କେତେବେଳେ "ମୁଁ ଜାଣି ପାରି ନ ଥିଲି । କାରଣ ଗୀତ ଶୁଣିବାରେ ପୁରାପୁରି ମଜ୍ଜି ଯାଇଥିଲି । ଯେମିତି ଦେଖିଲି ପାଞ୍ଚ ବାଜିଲାଣି ବୋଲି , ଧଡ଼ପଗଡ ହୋଇ ଉଠି ନିଜ କାମ ସବୁ ସାରି ରେଡ୍ଡୀ ହୋଇ ବାହାରି ଗଲି ରସୁଲଗଡ଼ ବସ୍ ଷ୍ଟାଣ୍ଡକୁ । ଯେହେତୁ ମୋତେ ସକାଳ ଛ'ର ପ୍ରଥମ ବସ୍ ଧରିବାର ଥିଲା ଘର ପାଇଁ ତେଣୁ ମୁଁ ଏତେ ସହଳ ବାହାରି ଯାଇଥିଲି ହଷ୍ଟେଲରୁ । ପିିପ୍ ପିିପ୍ ଶବ୍ଦ କରି ଆସିଲା ବସ୍ ଟେ ବହୁତ ଦୂରରୁ । ବସ୍ ର ଦୁଆର ମୁହଁରେ କଣ୍ଡକ୍ଟର ଛିଡା ହୋଇ ହାତକୁ ହଲାଇ ଯାଜପୁର ଯାଜପୁର କହି ଚିଲାଉ ଥିଲା । ସେ ଦିନ ମା ଦୁର୍ଗା ଏସି ବସ୍ ଟି ବନ୍ଦ ଥିଲା ଓ ତା ସମୟରେ ଆଉ ଗୋଟେ ସାଧାରଣ ବସ୍ ଆସିଥିବାର ଦେଖି ମୁଁ ଖୁସିରେ ଯାଇ ବସି ଗଲି ବସ୍ ଭିତରେ ।

ସକାଳର ପ୍ରଥମ ବସ୍ ଯେହେତୁ ଥିଲା ସେ ବସ୍ ଟି ତେଣୁ ବହୁତ ଭିଡ଼ ଥିଲା । ସିଟ୍ ଗୋଟେ ବି ପାଇ ନଥିଲି ମୁଁ ବସିବା ପାଇଁ । କଣ କରିବି ଏମିତି ଭାବି ଭାବି ବସ୍ ର ଗୋଟେ ରଡ଼କୁ ଧରି ଛିଡା ହୋଇ ହୋଇ କଟକ ଯାଏଁ ଗଲି । ଯାହା ଯେତିକି ଅଫିସିଆ ଆଉ କଲେଜ୍ ଲୋକ ଥିଲେ କଟକରେ ଉତୁରି ପଡ଼ିଲେ ବସ୍ ରୁ । ସେତିକି ବେଳେ ମୋତେ ମୋ ବାମ ପାଖ ଧାଡ଼ିର ସବା ପଛର ଦୁଇ ନମ୍ବର ସିଟ୍ ରୁ ଜଣଙ୍କର ପାଟି ଶବ୍ଦ ଶୁଭାଗଲା ।

"ହ।ଲୋ ଏ ହାଲୋ !! 'ଶୁଣ ଏଠି ସିଟ୍ ଖାଲି ଅଛି ମାଡ଼ି ଆସ' କିଏ ଏମିତି ଡାକୁଛି କାହାକୁ ଭାବି ମୁଁ ଅନାଇଲି ଶବ୍ଦର ଦିଗକୁ । ଗୋଟେ ଝିଅ ଟେ ତାର ମେହେନ୍ଦି ଲଗା ହାତକୁ ହଲାଇ , ଇଶାରାରେ ଠାରୁ ଥିଲା ମୋତେ ତା କଡ ସିଟ୍ କୁ। ମୁଁ ଭାବିଲି ସେ ଆଉ କାହାକୁ ଡାକୁଛି ତେଣୁ ମୁଁ ମୋ ପଛକୁ ବୁଲି ଅନାଇଲି । ପୁଣି ସେ ମୋତେ ଡାକିଲା ଏଥର ଜାଣିଲି ସେ ମୋତେ ହିଁ ଡାକୁଥିଲା ବୋଲି । କାରଣ ମୁଁ ପଛକୁ ବୁଲିଲା ବେଳେ ତାର ଶବ୍ଦ ଥିଲା ମୋ ପାଇଁ ହେ ପଛକୁ ଚାହୁଁଛ କଣ ମୁଁ ତୁମକୁ ହିଁ ଡାକୁଛି ।

ଓହୋ !! କହି ମୁଁ ଛୋଟ ହସ ଟେ ହସି ଦେଇ ଚାଲି ଗଲି ସେ ଝିଅ ପାଖ ସିଟ୍ ରେ ବସିବା ପାଇଁ ।

ତୁମକୁ କେତେବଳରୁ ଦେଖୁଛି ଛିଡା ହେବାର ସେଠି ତେଣୁ ଡାକିଲି ବୋଲି ଝିଅଟି ମୋତେ ହସି ହସି କହିଲା ।

ମୁଁ ସେ ଝିଅ ପାଇଁ ଅଜଣା ଥିଲି ସେ ବି ମୋ ପାଇଁ ସେମିତି ହିଁ ଥିଲା । ଶ୍ୟାମଳ ବର୍ଣ୍ଣରଙ୍ଗକୁ ପତଳା ଶରୀର ତା ସାଙ୍ଗକୁ ମେହିନ୍ଦି ଲଗା ହାତ . ଜଣା ପଡୁ ଥିଲା ଝିଅଟି ନିହାତି ଗାଁର ହୋଇ ଥିବ । ଝିଅଟି ତାର ନିଜ ଫୋନ୍ ରେ ବ୍ୟସ୍ତ ରହିବାରୁ ମୁଁ କିଛି ନ କହି ପଦେ ଥାଙ୍କ୍ୟୁ ଛାଡ଼ ମୁଁ ବି ମୋ ଫୋନ୍ ରେ ମଜ୍ଜି ଗଲି।। ଠିକ୍ ସେତିକି ବେଳେ ବସ୍ ଟି ଗୋଟେ ଛୋଟ୍ ଷ୍ଟାଣ୍ଡରେ ରହିଲା ଲୋକଙ୍କୁ ନେବା ପାଇଁ ।

ଝାଲ୍ ମୁଡ଼ି ଝାଲ କାକୁଡି ଆଉ ତା ପଛେ ପଛେ ଓଡ଼ିଆ ପେପର୍ ଓଡ଼ିଆ ପେପର୍.. କହି ପୌଢ ବୟସର ଦୁଇ ଲୋକ ବସ୍ ଭିତରକୁ ପଶି ଆସିଲେ । ମୁଁ ଗୋଟେ ପେପର୍ କିଣିଲି ଗପ ପଢ଼ିବା ପାଇଁ । ପେପର୍ ରେ ଗପ ପଢୁ ପଢୁ ମତେ ଅନୁଭବ ହେଲା ମୋତେ ବି ଗପ ଲେଖିବାର ଅଛି । ପେପର୍ ରେ ବହୁତ ବାର୍ ଚେଷ୍ଟା କରୁ ଥିଲି ହେଲେ ଅସଫଳ ହେଉ ଥିଲି ମୁଁ ।

କଣ କରିବି ଭାବି ଭାବି ମୁଁ ମୋ କାହାଣୀ ଆପ୍ ଖୋଲିଲି କିଛି ଗୋଟେ ଲେଖିବି ଭାବି । କଣ ଡେଲି ଡେଲି ଖାଲି କାହାଣୀ ପଢ଼ୁଥିବି ଆଉ ଆପ୍ ର ଲାଇବ୍ରେରୀରେ କାହାଣୀ ଗୁଡ଼ିକୁ ଜମା କରି କରି । ମୋତେ ବି ନିଜକୁ ଉପସ୍ଥାପିତ କରିବାକୁ ଅଛି ଖାଲି ପାଠ ପଢି ଦେଲେ କଣ ସବୁ କିଛି ମିଳିଯାଏ । କଣ ଲେଖିବି କାହାକୁ ଓ କା ବିଷୟରେ ଲେଖିବି ଭାବୁ ଥାଏ । ଠିକ୍ ସେତିକି ବେଳେ ଗାଡ଼ିର ପୋଡ଼ା ଡିଜେଲ୍ ରେ ଫିସ୍ସ୍ ସ୍ ଗନ୍ଧ୍ ଝରକା ଫାଙ୍କରେ ଆସି ମୋ ନାକରେ ବାଜିବାରୁ ମୁଁ ଗୋଟା ପୁରା ରୋଗୀଙ୍କ ପରି ବ୍ୟବହାର କଲି । ଆଉ ବାନ୍ତି ଲାଗିଲା ମୋତେ ,ଠିକ୍ ସେଇ ସମୟରେ ସେ ଅନାମିକା ଝିଅଟି ମୋତେ ସାହାଯ୍ୟ କଲା । ନିଜ ଝରକା ପାଖ ସିଟ୍ ରୁ ଉଠି ପଡ଼ି ମୋତେ ସେ ଝରକା ପାଖରେ ବସିବାକୁ କହିଲା ଓ ମୋ ପିଠି ପଛ ଥପୁଡାଇ ଦେଇ ନିଜ ବ୍ୟାଗ୍ ରୁ ଲେମ୍ବୁ ଖଣ୍ଡେ କାଢି କି ଦେଲା । ମୁଁ ଜଲଦି ଜଲଦିରେ ଲେମ୍ବୁ ଆଣିବାକୁ ଭୁଲି ଯାଇ ଥିଲି ହଷ୍ଟେଲରୁ। ସେ ଯାହା ବି ହେଉ ମୋତେଟିକେ ଭଲ ଲାଗିଲା ତା ଲେମ୍ବୁରେ । ଏବେ ଆମେ କଥା ହେବା ଆରମ୍ଭ କଲୁ ପରସ୍ପର ସହ ନିଜ ନିଜ ବିଷୟରେ । ଝିଅରିର ନାମ କଳ୍ପନା ଥିଲା ଆଉ ଝିଅଟି ବାଣୀ ବିହାରର ଗବେଷଣା ବିଭାଗର ଛାତ୍ରୀ ଥିଲା । ଓଡ଼ିଆରେ ଯେହେତୁ ଗବେଷଣା କରୁଥିଲା । ମୁଁ ତାକୁ ମୋ ଲେଖା କଥା କହୁ କହୁ କହୁ ଦେଲି ସେ ମୋତେ କହିଲା । ମୁଁ ଗୋଟେ ଗପ ଦେବି ଲେଖିବ ।

ମୁଁ ସିଧା ହଁ କଲି । ସେ ମୋତେ ତାଙ୍କ ବିଷୟରେ କହିବାକୁ ଆରମ୍ଭ କଲେ କେମିତି କଣ ପ୍ରେମରେ ପଡ଼ିଲେ ଓ ଧୋକ ଖାଇଲେ ଓ ଖରାପ୍ ଲୋକଙ୍କର ଶିକାର ହେଲେ ଏମିତି ସବୁ । ସବୁ କଥା ଆରମ୍ଭରେ ଯେମିତି ପ୍ରଚଳିତ ଥିଲା ଗୋଟେ ଧାଡ଼ି "ଲେଡିଜ୍ ଫାଷ୍ଟ " ତ ଗୋଟେ ନାରୀର କାହାଣୀକୁ ପ୍ରଥମେ ମୁଁ ଲେଖିବି ବୋଲି ସୁନିଶ୍ଚିତ କରି ନେଲି ।


"କଳ୍ପନା ବହୁତ ଆଶା ନେଇ ଗାଁରୁ ପାଠ ପଢ଼ିବା ପାଇଁ ଭୁବନେଶ୍ୱର ଆସି ଥିଲା । ଛୋଟ୍ ଟେ ବେଳୁ ଭଲ ପାଠ ପଢିବା ଆଉ ଭଲ ଚାକିରୀ କରିବାର ଲକ୍ଷ୍ୟରଖି ଥିଲା । ଗାଁର ଝିଅ ଯେହେତୁ ଥିଲା କଳ୍ପନା ତେଣୁ ତାକୁ ମେକପ୍ ନେବା ଛୋଟ୍ ଛୋଟ୍ ଜାମା ପିନ୍ଧି ବା ପସନ୍ଦ ନଥିଲା । ହେଲେ କଣ କରିବ ସିଏ । ଯେତେବେଳେ ତାର କେହି ଗୋଟେ ପୁଅ ସାଙ୍ଗ କି ଝିଅ ସାଙ୍ଗ ବନି ପାରିଲେନି କେବଳ ତା ଗାଉଁଲି ସାଧାରଣ ବେଶଭୂଷା ପାଇଁ । କଳ୍ପନା ବହୁତ ମନ ଦୁଃଖ କରୁ ଥିଲା ଯେତେବେଳେ ଦେଖୁ ଥିଲା ତା ସାଙ୍ଗ ମାନେ ରାତିରାତି ଫୋନ୍ ରେ ଗପୁ ଥିଲେ ଆଉ ଦିନରେ ପାର୍କ ଫିଲ୍ମ୍ ଯାଉଥିଲେ ନିଜ ନିଜ ପ୍ରେମିକ ମାନଙ୍କ ସହ । କଳ୍ପନା ବହୁତ ଦୁଃଖୀ ହେଉ ଥିଲା, କି ତାର ବି ଯଦି କେହି ପ୍ରେମିକ ଥାଆନ୍ତେ ତ ସେ ତାର ଯତନ ନେଇ ଥାଆନ୍ତା । ତାକୁ ପଢାରେ ସାହାଯ୍ୟ କରି ଥାଆନ୍ତା ଯାହା ସହ ପାର୍କ ସେ ପାର୍କ ବୁଲି ଥାଆନ୍ତା । ଆଉ ତା ଦେହ ଖରାପ ହେଲେ ତାକୁ ଯତନ ନେବା ଆଡରେ ପ୍ରେମ କରିବ । ମିଠା ମିଠା ରାଗ ଋଷା କଳି ଝଗଡ଼ା ଏମିତି ବହୁତ କିଛି"। ହେଲେ କଳ୍ପନାର ଭାବନା ସବୁ ବେଳେ ଭାବନାରେ ହିଁ ଭଲ ଲାଗୁଥିଲା । ସେ ଜଉ ସହରରେ ରହୁ ଥିଲା ସେଠି ତାକୁ ଛାଡ଼ିଦେଲେ ଛେଳି ଗାଈ ପର୍ଯ୍ୟନ୍ତ ଫ୍ୟାଶନ୍ ଦେଖାଇ ହେଉ ଥିଲେ । ଲୋକେ ଯିଏ ନିଜ ଘରେ ପୋଷା ବିଲାତି କୁକୁର ପାଳି ଥିଲେ ,ତାକୁ ତ ଦାମିକା ଡ୍ରେସ୍ ଓ ବେଲଟ୍ ଏମିତି କି ଚଷମା ପିନ୍ଧାଉ ଥିଲେ ।କଳ୍ପନା ବାଧ୍ୟ ହେଲା ନିଜ ଚାଲି ଚଳନ କଥାକୁହା ଢଙ୍ଗ ଓ ନିଜ ଗାଉଁଲି ରୂପଚର୍ଯ୍ୟା ବଦଳାଇ ସହରୀ ମେମ୍ ସାଜିବାକୁ ଭାବି ନେଲା। କଳ୍ପନାକୁ ମିଳୁଥିବା ଛାତ୍ରୀବୃତ୍ତିକୁ କଳ୍ପନା ନିଜ ମେକଓଭର୍ ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତି ନେଲା । କାରଣ ଘର ଟଙ୍କାରେ ସେ ନିଜ ପାଠ ପଢା ଖର୍ଚ୍ଚ ଉଠାଇବାକୁ ଚାହୁଁ ଥିଲା । ଯଦି ବାପା ମାଙ୍କ ଟଙ୍କାକୁ ଏମିତି ଉଡ଼ାଇବି ବେକାରଟାରେ ତ ତାକୁ ପାପ ଲାଗିବ ବୋଲି ଭାବି ହେଲା କଳ୍ପନା । ରାଜଧାନୀ ଭୁବନେଶ୍ବରର ଭଲ ଭଲ ବିୟୁଟି ପାର୍ଲର ନାମକୁ ଗୁଗୁଲ୍ ରେ ମାରି ଦେଖିଲା କଳ୍ପନା ଆଉ ଜଉ ଜାଗା ଠିକ୍ ଲାଗିଲା ଗଲା ସେଠି କି। ସାଙ୍ଗ ମାନଙ୍କ ଠୁ ଷ୍ଟାଇଲ ବିଷୟରେ କିଛି ଉପାୟ ନେଲା ତ କିଛି ନିଜେ ଗୁଗୁଲରେ ଫିଲ୍ମ୍ ଷ୍ଟାର୍ ମାନଙ୍କୁ ଦେଖି ନେଲା । ଖାଲି ସ୍ନୋ, ପାଉଡର କ୍ରିମ ଓ ଓଠରେ ରଙ୍ଗ ବେରଙ୍ଗର ନାଲି ନୀଳ ଗୋଲାପି ଲଗାଇ ଦେଲେ ହେବନି । ଭଲ ଭଲ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବାକୁ ହେବ ଭାବି କଳ୍ପନା ପ୍ରତି ସନ୍ଧ୍ୟାରେ ସତେଜ ଫଳ ମୂଳ ଆଣି ଖାଉ ଥିଲା । ଧୀର ପାଣି ପଥର କଟେ ଠିକ୍ ସେମିତି କଳ୍ପନା ଧୀରେ ଧୀରେ କରି ନିଜକୁ ବଦଳେଇବାକୁ ପ୍ରୟାସ କରୁ ଥିଲା ।

ଠିକ୍ ସେଇ ସମୟ ଭିତରେ କଳ୍ପନାର ଦେଖା ହୁଏ ପ୍ରୟାସ ସହ । ପ୍ରୟାସ ଯିଏ କି ବାଣୀ ବିହାରର ଅନ୍ୟ ଏକ ବିଭାଗର ଗବେଷଣାରତ ଛାତ୍ର ଥିଲା । ଯାହା ସହ କଳ୍ପନାକୁ ପ୍ରେମ ହୋଇ ଯାଇଥିଲା । କିନ୍ତୁ ପ୍ରୟାସ ଦେଖିବାକୁରାଜା ଘର ଛୁଆ ପରି ଥିଲା ତା ଓପରେ ପଇସା ବାଲା ବାପାର ପୁଅ ଥିଲା । ତେଣୁ ପ୍ରୟାସକୁ ସମସ୍ତେ ଭଲ ଭାବେ ଚିହ୍ନି ଥିଲେ । ପ୍ରୟାସ ନାମରେ ବହୁତ  ପିଲା ଥିଲେ ବିଶ୍ୱବିଦ୍ୟାଳୟରେ ହେଲେ ପ୍ରିନ୍ସ ଚାର୍ମିଂ ପ୍ରୟାସ କହିଲେ ସମସ୍ତେ ଚିହ୍ନଟ କରି ନେଉଥିଲେ ପ୍ରୟାସକୁ । କିନ୍ତୁ ପ୍ରୟାସ ସେମିତି କିସମର ପୁଅ ନଥିଲା ଜେ କାହାକୁ ଭଲ ପାଇବ ଆଉ ତାକୁ ନିଜ ପ୍ରେମିକ ସାବ୍ୟସ୍ତ କରିବ ସମସ୍ତଙ୍କ ଆଗେ । ପ୍ରୟାସ ପାଇଁ ଭଲପାଇବାଟା ଥିଲା ଗୋଟେ ଟାଇମ୍ ପାସ୍ । ଝିଅ ମାନେ ଥିଲେ ତା ପାଇଁ ସୁନ୍ଦର୍ ଫୁଲ ଗଛ ସଦୃଶ , ଯାହାର ଫୁଲ କୁ ତୋଳିଲା ପରେ ଗଛ ସହ ଆଉ କିଛି ସମ୍ପର୍କ ନରଖିବାଟା ପରି , ଝିଅ ମାନଙ୍କ ସହ ସେମିତି ବ୍ୟବହାର ପ୍ରଦର୍ଶନ କରୁଥିଲା ପ୍ରୟାସ । ପାର୍କ ଫିଲ୍ମ୍ କଫିସପ୍ ଯିବା ଆଉ ସମୟ ବିତାଇବା ଛଳନାରେ ଝିଅଙ୍କୁ ନିଜ ଶଯ୍ୟା ସଙ୍ଗିନୀ ବନାଇ ସେମାନଙ୍କ ଶରୀରର ଗୁପ୍ତ ରହସ୍ୟକୁ ଉନ୍ମୋଚନ କରି ତାଙ୍କ ସହ ନିଜ ଗବେଷଣାର ଖେଳ ଖେଳିବା । ଯେହେତୁ ଗବେଷଣା ବିଭାଗର ଛାତର ଥିଲା ପ୍ରୟାସ । ଏତେ ସବୁ କଲା ପରେ ବି ସେ ଝିଅ ମାନେ ବି ପାଗଳି ଥିଲେ ପ୍ରୟାସ ପ୍ରେମରେ ।

ଏ ସବୁ କଳ୍ପନାର ମୁହଁରୁ ଶୁଣି" କହି ପକେଇଲି ମୁଁ ତାକୁ "କଣ ଝିଅ ଗୁଡାକ ଲଜ୍ଜ୍ୟା ହୀନା ଥିଲେ ନା ବ୍ୟାୟାଣି ଥିଲେ ? ଯିଏ ନିଜର ମୁଲ୍ୟବାନ ପଦାର୍ଥକୁ ହରାଇ ବି ସେ ପୁଅ ପାଇଁ ପାଗଳ ହେଉ ଥିଲେ । ଯଉଟା ଇଶ୍ଵରଙ୍କ ଦ୍ଵାରା ଗୋଟେ ସ୍ତ୍ରୀଲିଙ୍ଗୀକୁ ବିଶେଷ ଉପହାର ଥାଏ । ଯାହା ଥରେ ହଜିଲେ କେହି କଣ ଈଶ୍ୱର ବି ସ୍ୱୟଂ ଦେଇ ପାରିବେନି ସେମାନଙ୍କୁ ।

ମୋ କଥାକୁ ଶୁଣି କଳ୍ପନା ହସିଲା ଜୋର୍ ଜୋର୍ କରି । ଆଉ କହିଲା ...ପ୍ରୟାସ କାମଦେବଙ୍କ ଠୁ କିଛି କମ୍ ନଥିଲା । ତାରୂପ ହିଁ ତାର କାମଅସ୍ତ୍ର ଥିଲା ଯାହା ସମସ୍ତଙ୍କ ମନକୁ ଆତୁର ପ୍ରାୟ କରି ପକାଉ ଥିଲା । ଓହୋ କଳୀ ଯୁଗର ଶ୍ରୀମାନ ମଦନ ମୋହନ ଓରଫ୍ କନ୍ଦର୍ପ ବୋଲି ମୁଁ କହିଲି ପ୍ରୟାସକୁ ଆକ୍ଷେପ କରି ।

କଳ୍ପନା ମୋ କଥାରେ ହସି ଦେଇ କହିଲା 'ହିଁ ସେମିତି' । କିନ୍ତୁ ତାଳି ଗୋଟେ ହାତରେ ବାଜେନି । ପ୍ରୟାସର ଯେତିକି ଭୁଲ୍ ଥିଲା ସେତିକି ସେ ଝିଅ ମାନଙ୍କର ବି ଥିଲା । ଆଉ ମୋର ବି ଥିଲା ।

ତୁମର କଣ ଭୁଲ୍ ଥିଲା କଳ୍ପନା .?

କଳ୍ପନା କିଛି ଆରମ୍ଭ କରିବା ଆଗରୁ ବାକି ତକ୍ କାହାଣୀକୁ, ଠିକ୍ ସେଇ ସମୟରେ ପାଖ ସିଟ୍ ରେ ବସି ଥିବା ଦୁଇ ବୃଦ୍ଧା ବୟସ୍କା କହି ଉଠିଲେ, ଆଜି କାଲିକା ଝିଅ ମାନଙ୍କୁ ଦେଖ ଖାଲି ପ୍ରେମ ଓ ପ୍ରେମିକ ମାନଙ୍କ ଗପ ଛଡ଼ା କିଛି ଜାଣି ନାହାନ୍ତି । ଯୁଆଡେ ଗଲେ ସିଆଡେ ଗପିଲେ ଖାଲି ଆଉ ପୁରାଣ ପୋଥି କିଛି ନାହିଁ କି ଶାଶୁଘରକୁ କେମିତି ଚଳାଇବୁ ସେ ସବୁ ଚିନ୍ତା ନାହିଁ ଖାଲି ପ୍ରେମ ପ୍ରେମ ପ୍ରେମ ଗପ ତ ଆଉ ।

ଏକରେ ମୋ ମୁଣ୍ଡ ବଥା ହେଉ ଥିଲା ବସ ରେ ଧକଡ ଚକଡ୍ ପାଇଁ ଆଉ ତା ଉପରେ ସେ ଦୁଇ ବୃଦ୍ଧାଙ୍କର ମୂଲ୍ୟହୀନ ତୀର ନିକ୍ଷେପ କଲା ପରି ମନକୁ ସେ କଥା ଗୁଡ଼ିକ ମୋ ଦିମାକ୍କୁ ବିଦାଡ଼ି ପକାଇଲା ।

ମୁଁ କିଛି ଉତ୍ତର ଦେବ ଆଗରୁ ମୋତେ କଳ୍ପନା ରୋକି ଦେଲା ଗପ ଆଉ ଅଧା ଶୁଣିବାକୁ କହି । ମୁଁ ଥମିଗଲା କାରଣ ମୋତେ ପୁରାତକ କାହାଣୀ ଶୁଣିବାର ଥିଲା । ନହେଲେ କାହାଣୀ ନାରୀ ସହିତ ୟା ଉପରେ କେମିତି ବା ଲେଖି ଥାଆନ୍ତି ।

ପ୍ରୟାସ ପ୍ରେମରେ କଳ୍ପନା ପଡି ଗଲା ଅନ୍ୟ ଝିଅ ମାନଙ୍କ ପରି" । ହେଲେ କଳ୍ପନା ଜାଣି ନଥିଲା ପ୍ରୟାସର ପ୍ରକୃତ ଚେହେରା ପଛର କଥା । ପ୍ରୟାସର ଜନ୍ମଦିନ ପାର୍ଟି ଥାଏ ,ତେଣୁ ସେ ସମସ୍ତଙ୍କୁ ଆମତରିତ କରି ଥିଲା । ପ୍ରୟାସ ଯଦି କାହାକୁ ଜନ୍ମଦିନ ପାର୍ଟିକୁ ଆସିବାର କାର୍ଡ ନ ଦେଇ ବି ଥାଆନ୍ତା ତଥାବି ସବୁ ପଙ୍ଗପାଳ ପରି ମାଡ଼ି ଯାଇଥାନ୍ତେ ଝିଅ ଓ ପୁଅ । ଝିଅ ମାନେ ତ ଆକର୍ଷିତ ହୋଇ ଯିବାଟା ସ୍ଵାଭାବିକ କଥା ଥିଲା। ଯେହେତୁ ସେମାନେ ନାରୀ ଥିଲେ ହେଲେ ନର ଗଣ ଗୁଡ଼ାକ କଣ ପାଇଁ ଲୁହା ବନି ଯାଇ ପ୍ରୟାସର ଚୁମ୍ଭକିଅ ଶକ୍ତିରେ ଟାଣି ହେଇ ଯାଉଥିଲେ । ଯଉଠି, ବିକର୍ଷଣ ହେବାର ଥିଲା ସେଠି ତ।ର ଓଲଟା ହେଉଥିଲା । ପୁଅ ମାନେ ଏଥିପାଇଁ ପ୍ରୟାସର ସାଙ୍ଗ ହେବା ପାଇଁ ଆତୁର ହେଉଥିଲେ ଯେ, ପ୍ରୟାସ ପାଖେ ଏମିତି କିକୁହୁକ ବିଦ୍ୟାର ମନ୍ତ୍ର ଥିଲା ଯାହା ସବୁ ଝିଅଙ୍କ ଉପରେ କାମ ଦେଉଥିଲା । ସେମାନେ ସବୁ ସେଇ ବିଦ୍ୟାକୁ ହାସିଲ ପାଇଁ ପ୍ରୟାସର ନିକଟବର୍ତ୍ତୀ ସର୍ବଦା ହେଇରହୁ ଥିଲେ । କାଳେ କଉ ଝିଅ ପ୍ରୟାସକୁ ଦେଖୁ ଦେଖୁ ତାଙ୍କୁ ବି ଗୋଟେ ନଜର ଛିଞ୍ଚାଡି ଦେବ । କଳ୍ପନା ବି ଜନ୍ମଦିନ ପାର୍ଟିକୁ ଯାଇଥିଲା, କେକ୍ କାଟିବା ଆଗରୁ ପ୍ରୟାସକୁ କଳ୍ପନା ତା ମନ କଥା କହି ଥିଲା ।

କଳ୍ପନାର କଥା ଶୁଣି "_ ଆଗରୁ ସେଠି ଥିବା ଝିଅ ଯିଏ ସବୁ ପ୍ରୟାସ ପ୍ରେମ ପାଇଁ ଧାଡ଼ିରେ କେବେ ଠୁ ଅପେକ୍ଷାରେ ଥିଲେ । ସେମାନେ ଜୋର୍ ଜୋର୍ କରି ହସ୍ ହସିଲେ । ସତେକି ପୋତନା ହୋଲିକା ସୂପଣେଖା ରାକ୍ଷସୀ ମାନଙ୍କ ପରି ।

କିଏ କହିଲା କାଳୀ କିଏ କହିଲା ବେହେନ୍ ଜି ତ କିଏ କହିଲା ଗାଉଁଲି। ଶେଷକୁ ପ୍ରୟାସ ଆସି ହସି ହସି କହିଲା ବିଚାରିଟା ଆଇନା ନ ଦେଖି ହଷ୍ଟେଲରୁ ବାହାରି ପଳାଇ ଆସିଛି । କଳ୍ପନାର ଉତ୍ତର ଥିଲା ନା ମୁଁ ଦେଖିଛି ଆଇନା, ପ୍ରୟାସ ।

ଯଦି ଦେଖିଛୁ ତେବେ ତୋର ଶ୍ରେଣୀ ଜାଣି ପାରିଲୁନି ମିସ୍ କଳ୍ପନା । ପ୍ରୟାସ ଏମିତି କହି କଳ୍ପନାକୁ ଇଜ୍ଜତ ହାରିଣୀ କରି ପକାଇଲା ନିଜ ଜନ୍ମଦିନର ଉତ୍ସବରେ । ପ୍ରୟାସର ଯିଏ ବର୍ତ୍ତମାନ ପ୍ରେମିକା ଥିଲା ସେତେବେଳେ, ସିଏ ଡିଜେକୁ ଆଦେଶ କଲା ମହାରାଣୀଙ୍କ ପରି, ଏ ଡିଜେ ! ସେ ଗୀତ ଆଇ ଆମ ଏ ଲୁଜର୍.ସଚ ଏ ଲୁଜର୍ କୁ ବଜା ।

ଏମିତି ନାନା ପ୍ରକାରର ଖରାପ୍ ଟିପ୍ପଣୀର ବର୍ଷା ଗାଦୁ ଗାଦୁ କରି ବରଷି ଗଲେ କଳ୍ପନା ଉପରେ । କଳ୍ପନା ଚୁପ୍ ଚାପ୍ ଲୁହ ଝରାଇ ଝରାଇ ଚାଲି ଆସିଲ ନିଜ ହିଷ୍ଟେଲ୍ ର ରୁମକୁ । କଳ୍ପନା ପ୍ରଣ କଲା ସେ ବି ସୁନ୍ଦରୀ ବନିବ ଅନ୍ୟ ଝିଅଙ୍କ ପରି । ମେକପ୍ ଧାରିଣୀ ଫେସନ୍ ରାଣୀ ଯାହାକୁ ପ୍ରୟାସ ନିଜ ପ୍ରେମ ପ୍ରଦାନ କରୁଛି । ଘଟଣାର ଛ ସାତ ମାସ ପରେ କଳ୍ପନା ପୁରା ପୁରି ପରିବର୍ତ୍ତନ କରି ନେଇ ଥିଲା ନିଜକୁ ।

ଆଉ ଯେତେବେଳେ ତାକୁ ଦେଖିଲେ ତା କ୍ୟାମ୍ପସର ପୁଅ ମାନେ ସବୁ ତା ରୂପରେ ନୁହଁ ବର୍ଂ ତା ଫ୍ୟାସନ୍ ରେ ଟଳ ମଳ ହେଲେ । ଗାଉଁଲି କଳ୍ପନା ଯିଏ କିଛି ମାସ ଆଗରୁ ଝଲ୍ଳୀ ବେହେନ ଜି ଲାଗୁ ଥିଲା , ସିଏ ଏବେ ଏକଦମ୍ ସହରୀ ଝିଅଙ୍କ ପରି ସ୍ମାର୍ଟ୍ ଆଉ ଷ୍ଟେଇଲିଶ୍ ଲାଗୁଥିଲା । ସେଇ ସମୟରେ ପ୍ରୟାସ ନିଜ ପ୍ରେମିକା ସହ କୁଆଡେ ଓଡ଼ିଶା ବାହାରକୁ ଯାଇଥିଲା ପିକନିକ୍ କରି । ତେଣୁ ପ୍ରୟାସର ଫେରିବା ବାଟକୁ ଅପେକ୍ଷା କରି ରହିଥିଲା କଳ୍ପନା । କଳ୍ପନା ଭାବି ନେଇଥିଲା,ସେ ନିଜ ପାଇଁ ପୁଅ ସାଙ୍ଗ ବନାଇଲା ,ହେଲେ ପ୍ରେମିକ ବନାଇବ୍ କେବଳ ହିଁ ପ୍ରୟାସକୁ । କିଛି ଟି ପୁଅ ନିଜ ଆଡ଼ୁ ଆସି କଳ୍ପନାକୁ ପ୍ରେମ ନିବେଦନ କଲେ ଆଉ କିଏ ତା ହଷ୍ଟେଲ ସାଙ୍ଗ ମାନଙ୍କ ଜରିଆରେ ପ୍ରେମର ନିବେଦନ ସୋରୂପ ଚିଠି ଓ ଗୋଲାପ ଦେଲେ ।କଳ୍ପନା ବହୁତ ଖୁସି ହେଉ ଥିଲା ଏଇଆ ଭାବି - ଯା ହଉ ତାର ଏତେ ପୁଅ ଝିଅ ସାଙ୍ଗ ହୋଇଗଲେ । ହେଲେ କଳ୍ପନା ଅଜଣା ଥିଲା ସେ ପୁଅ ସାଙ୍ଗଙ୍କ ମନ ପ୍ରତି । ତାଙ୍କ ଭିତରୁ କିଛିଟା ପୁଅ ଥିଲେ ଯିଏ ନିଜ ମନରେ, କଳ୍ପନାକୁ ନେଇ ଖରାପ୍ ଖରାପ୍ ଚିତ୍ର ଆଙ୍କୁ ଥିଲେ । କଳ୍ପନାକୁ କେମିତି ନିଜ ରାତିର ରାଣୀ କରି ନିଜ ପିପାଷାକୁ ମେଣ୍ଟେଇବାକୁ ପଥ ଖୋଜୁଥିଲେ ।

କଳ୍ପନା ଯେମିତି ଏ ସବୁ ଚିତ୍ର ଅଙ୍କନ ବିଷୟରେ ଜାଣି ପାରିଲା,ସେ ବହୁତ ଦୁଃଖୀ ହୋଇ ସେ ସମସ୍ତଙ୍କ ଠୁ ନିଜ ସଂପର୍କ ଭାଙ୍ଗି ଆଣିଲା । ଆଉ ଅପେକ୍ଷା କଲା ପ୍ରୟାସର । ପ୍ରୟାସ ହିଁ ଭଲ ପିଲା ବୋଲି ଭାବୁ ଥିଲା କଳ୍ପନା। ହେଲେ ଯେବେ ପ୍ରୟାସ ତା ପ୍ରେମର ନିବେଦନକୁ ଆଦର ସହକାରେ ଗ୍ରହଣ କରି ନେଇ , ଗୋଟେ ଚାକଚକ୍ୟ ହୋଟେଲ ରୁମ୍ କୁ ଡାକି ନେଲା । ହୋଟେଲ ରୁମ୍ କୁ ଯିବ ପୂର୍ବରୁ କଳ୍ପନାର ଖୁସିର ଠିକଣା ହିଁ ନଥିଲା ଏଇଆ ଭାବି - ଯେ ତା ପ୍ରୟାସ ଏବେ କେବଳ ତାର ,ଆଉ କଉ ଝିଅ ମାନଙ୍କର ନୁହଁ । ଡେରିରେ ହେଉ ପଛେ ପ୍ରୟାସ ତାକୁ ଗ୍ରହଣ କରିନେଲା.।

ଏବେ ସେ ପ୍ରୟାସ ସହ ପାର୍କ  ଫିଲ୍ମ୍ ସହ ସବୁ ଆଡେ ଯିବ । ପ୍ରୟାସର ବୁଲେଟ୍ ବାଇକ୍ ପଛରେ ତା କାନ୍ଧକୁ ଶକ୍ତ କରି ନିଜ ହାତ ମୁଠାରେ ଜାବୁଡି ଧରି ବସିବ ଏକ ଦମ୍ ପ୍ରୟାସକୁ ଲାଗି ଯାଇ ଯେମିତି ତା ଓ ପ୍ରୟାସ ଭିତରେ ପ୍ରେମର ନିଃଶ୍ୱାସ ପ୍ରଶ୍ଵସ ଗତି କରି ପାରିବ କିନ୍ତୁ ଏ ଅଶାନ୍ତ ପବନ ବିଲକୁଲ୍ ନୁହେଁ । ସତରେ ଗୋଟେ ରୋମାଣ୍ଟିକ ଫିଲ୍ମର ହିରୋ ହିରୋଇନ୍ ଙ୍କ କାର୍ବନ କପି ପରି ଆମେ ଯୋଡ଼ି ପାଲଟି ଯିବୁ କିଛି ଦିନ ଅନ୍ତରାଳରେ। ଆଉ ତ ଆଉ ଏ ବର୍ଷର ଫ୍ରେବୃଆରି ୧୪ ବେକାର ଯିବନି ।ଏମିତି କଳ୍ପନା ଭାବି ନେଇ ଥିଲା । ହେଲେ ହୋଟେଲ୍ କୁ ଗଲା ପରେ ସବୁ କିଛି ବଦଳି ଯାଇଥିବା ପ୍ରେମ ବିଷୟରେ ଥିବା କଳ୍ପନାର ଚିନ୍ତାଧାରା । ଯେତେବେଳେ କଳ୍ପନା ପସି ଗଲା ସେ ହୋଟେଲ୍ ରୁମ୍ ଭିତରକୁ ଏଇଆ ଭାବି କି ପ୍ରୟାସ ତା ସହ ଶାନ୍ତିରେ କିଛି ମୁହୂର୍ତ୍ତ ବିତାଇବାକୁ ଆଣିଛି ଏଠି କି। ପ୍ରେମମୟ ପ୍ରବାସୀ ସଙ୍ଗୀତ ବାଜିବା ସହ ନାଲି ନୀଳ ବିଭିନ୍ନ ପ୍ରକାରର ହାଲକା ହାଲକା ଆଲୁଅ ବିଶିଷ୍ଟ ଲାଇଟ୍ ଧପ୍ ଧପ୍ ହେଇ ଜଳୁ ଥିଲା ସେତେକି ଏ ଦୁହେଁଙ୍କ ଅପେକ୍ଷାରେ । ଆଉ ତା ସାଙ୍ଗକୁ ରୁମ୍ ର ଚାରି ଆଡେ଼ ନାଲିରଙ୍ଗର ଗୋଲାପ ଫୁଲ ପାଖୁଡ଼ା ବିଛାଡ଼ି ସଜା ହୋଇ ଥିଲା । ଆଉ କିଛି ୱାଇଁନ ହୋଟେଲ୍ ର ବେଡ୍ ଉପରେ ଥୁଆ ହୋଇ ଥିଲା । ସତେ କି ହୋଟେଲ୍ ର ସେଇ ରୁମ୍ ଟି ନୂଆ ବିବାହିତ ଯୋଡ଼ିଙ୍କ ହନିମୁନ ସୁଇଟ୍ ପରି ଦିଶୁ ଥିଲା । ହେଲେ,ଏ ସବୁକୁ ସାଧାରଣ ଭାବି ନେଇ ଥିଲା କଳ୍ପନା । ପ୍ରୟାସ ଯେତେବେଳେ ୱାଇଁନ ବୋତଲଟେ ଆଣି ସେଥିରୁ ଗୋଟେ ପେକ ନିଜ ପାକସ୍ଥଳୀ ଭିତରକୁ ମାରି ଦ୍ଵିତୀୟ ବାର୍ ୱାଇଁନର ପେକ୍କୁ ଅଫର୍ କଲା କଳ୍ପନାକୁ ,।

ହେଲେ କଳ୍ପନା ଯେତେ ଆଧୁନିକ ହେଲେ ବି ନିଜ ବେଶ୍ ଭୂଷା ଓ ଆଭୂଷଣରୁ ମନ ତାର କିନ୍ତୁ ବିଲକୁଲ୍ ଦେଶୀ ଗାଉଁଲି ଥିଲା ତେଣୁ କଳ୍ପନା ବିଲକୁଲ୍ ମନା କରି ଦେଲା ସେ ନାଲି ପାଣି ନିଶାକୁ ପିଇବାକୁ । ଆଉ ପ୍ରୟାସ କଳ୍ପନାର ଚିନ୍ତା ନ କରି ଏଥର ଗୋଟେ ବୋତଲକୁ ଉଠାଇ ଢକ୍ ଢକ୍ କରି ଏକ ଦମ୍ ଶେଷ କରି ଦେଲା । ଆଉ ଗୋଟେ ୱାଇନ ପାଇଁ ହାତ ଲମ୍ବାଇଲା ବେଳେ ବେଡ୍ ଉପରକୁ ପ୍ରୟାସ" କଳ୍ପନା ତାକୁ ଅଟକାଇ ଦେଲା । ଆଗରୁ ବହୁତ ଝିଅଙ୍କ ସହ ନଗ୍ନତା ପରର ପ୍ରକୃତ ସତ୍ୟକୁ ଉନ୍ମୋଚନ କରି ସାରିଥିଲା ପ୍ରୟାସ । ହେଲେ , କଳ୍ପନାର ଶାନ୍ତ ସିଷ୍ଟ ଆଖି ଓ ଭୋଲି ଗୁଣ ଆଉ ତାର ଗାଉଁଲି ହାତର ଛୁଆଁରେ କମାଶକ୍ତର କଳା ଯାଦୁରେ ବଶୀଭୂତ ହୋଇ ଉଠିଲା ପ୍ରୟାସ । ପ୍ରୟାସ ଭାବୁ ଥିଲା ସେ କାମଦେବ ହୋଇ ଝିଅଙ୍କୁ ଫୁଲ ବାଣ ମାରୁ ଥିଲା କଣ ବରଂ କଳ୍ପନା ମଣିଷ ରୂପରେ ଲୁଚିରହି ଥିବା ସ୍ୱର୍ଗର ରତୀ ଦେବୀ । କଳ୍ପନାର ହାତକୁ ଧରି ନିଜ ସଂପର୍କରେ ଆଣିବାକୁ ଚାହିଁଲା ,ପ୍ରୟାସ ଓ ତା ସହ ପ୍ରେମ ସମ୍ପର୍କ ନାମ୍ ରେ ଭୌତିକ ସମ୍ପର୍କ ରଖିବାକୁ ବ୍ୟକୁଳିତ ହୋଇ ଉଠିଲା ।

ହୋଟେଲ୍ ରୁମ ସେ ସବୁ ବିକଟାଳ ରୂପକୁ ଦେଖି ପୁରା ପୁରି କାବା ହୋଇ ଗଲା କଳ୍ପନା । ନିଶାସକ୍ତ ପ୍ରୟାସର ହୀନ ଚିନ୍ତା କବଳରୁ କଳ୍ପନା ନିଜକୁ ବଞ୍ଚାଇ ପଳି ଆସିଲା , ବହୁତ ଚେଷ୍ଟା କରି। ସମ୍ଭୋଗର ବସରେ ରଡ଼ିରଡ଼ି ଚିତ୍କାର କରୁ ଥିବା ସେ ଚାରି କାନ୍ଥର ହୋଟେଲ୍ ରୁମ ଭିତରୁ ନିଜକୁ ବଳୀର ଛେଳି କରିବା ଆଗରୁ ନିଜକୁ ବଞ୍ଚାଇ ପଳି ଆସିଥିଲା ଆଉ କଳ୍ପନା ବଞ୍ଚାଇ ନେଇ ଥିଲା ନିଜ ସୌଖିନ ଶରୀର ମୂଲ୍ୟବାନ ଜିନିଷଟିକୁ_ ମାନେ ତାର ଇଜ୍ଜତକୁ।

ଏ ସବୁ ସହଜ ହେଲା ଏଥିପାଇଁ ଯେ ପ୍ରୟାସ ନିଶାରେ ବଳହୀନ ହୋଇ ତଳେ ପଡି ବେହୋସ୍ ହୋଇ ଯାଇଥିବାରୁ । ତା ପରେ ବହୁତ ଫୋନ୍ ଆସିଥିଲା ପ୍ରୟାସ ଓ ଅନ୍ୟ ପୁଅ ମାନଙ୍କ ଠୁ । କିଏ ସିନିୟର୍ ଭାଇ ଥିଲେ ତ କିଏ ତା କ୍ଲାସମେଣ୍ଟ ଯିଏ ଫୋନ୍ କରି କଳ୍ପନାକୁ ଅଶ୍ଳୀଳ ଇଙ୍ଗିତ ଶବ୍ଦରେ ଗଢା ବାକ୍ୟ କହୁ ଥିଲେ । କଳ୍ପନା ଏବେ ବୁଝପାରୁ ଥିଲା ପ୍ରେମର ଅର୍ଥ କଣ ଆଉ ସେ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ ପଛର ପ୍ରକୃତ ଉଲଗ୍ନତା କଣ । ଆଉ କଳ୍ପନା ଆବିଷ୍କାର କରି ନେଲା ଯେ ତାକୁ ପ୍ରେମ କେବଳ ତାର ସୁନ୍ଦର୍ ବେଶ୍ ଭୂଷା ପାଇଁ ମୋଫତରେ ମିଳିଥିଲା ।

ଯେମିତି ମନ୍ଦିର ଗଲେ ପ୍ରାସାଦ ସୁନିଶ୍ଚିତ !ସେମିତି ଅସାଧାରଣ ରୂପଚର୍ଯ୍ୟ କୁ ନିଜରକ୍ତ ମାଂସ ର ମିଶ୍ରିତ ଶରୀର ଉପରେ କବଚ୍ଚ କଲେ ମିଥ୍ୟା ପ୍ରେମ ଟା ମିଳିଯିବାଟା ସହଜ ଏ ଆଧୁନିକ ଯୁଗରେ ।

ସବୁଠୁ ଦୁଃଖ ଦିଆ ଓ ଅଭାବନୀୟ ଦୁର୍ଘଟଣା ଥିଲା କଳ୍ପନା ପାଇଁ , ଯେଉ ଦିନ ତାକୁ କିଛି ପ୍ରଫେସର ଏମିତି ଖରାପ୍ ଆଙ୍ଗୁଳି ଦେଖାଇଲେ ପ୍ରୟାସ ପରିକା । ତା ପର ଠୁ କଳ୍ପନା ପ୍ରେମ କରିବା ଛାଡ଼ି ଦେଲା । ଯେଉ ପ୍ରେମକୁ ସେ ସୁନ୍ଦର୍ ବିଶ୍ଵ ପ୍ରସିଦ୍ଧ ଚିତର ମୋନାଲିସା ଭାବୁ ଥିଲା ଆଉ ତା ପ୍ରେମିକ ପ୍ରୟାସ ଓ ବନ୍ଧୁ ମାନଙ୍କୁ ସେ ଚିତରର ଶିଳ୍ପୀ ଲିୟୋନାର୍ଡ଼ ଦାଭିସ୍‌ । ଆଜି ସେ ସେମାନଙ୍କ ପ୍ରକୃତ ଚେହେରା ଜାଣିବା ପରେ, କଳ୍ପନା ପ୍ରେମକୁ ବଡ଼ ଲୋକ ମାନଙ୍କ ମୁଖ୍ ନିଃସୃତ ଢଗ ମହକାଳ ଫଳ ଭାବି ନେଲା । ମହାକାଳ ଫଳ ଯାହା ଉପରେ ସୁନ୍ଦର୍ ଭିତରେ ପୋଡ଼ା ଅଙ୍ଗାର ।


ମୋତେ ବହୁତ ଦୁଃଖ ଲାଗିଲା କଳ୍ପନା ମୁହଁରୁ ଏ ସବୁ ସମୀକ୍ଷା ଶୁଣି । ଆଉ କିଛି ପଚାରିବା ଆଗରୁ କଳ୍ପନାକୁ ଅଧିକ ତା ବିଷୟରେ ଠିକ୍ ସେଇ ସମୟରେ କଳ୍ପନାର ଫୋନ୍ ବାଜି ଉଠିଲା । ଏକ୍ସକିୟୂଜ୍ ମୀ .!! ମୋ ଭାବି ସ୍ବାମୀଙ୍କର ଫୋନ୍ ଆସୁଛି, ମୁଁ ତାଙ୍କ ସହ କେଇ ମିନିଟ କଥା ଲାଗି ସାରିଲେ ତୁମକୁ ଆଉ କିଛି ବତେଇବି । ମୋ କାନ୍ଧକୁ ଟିକେ ଥାପୁଡାଇ ଏମିତି କହି କଳ୍ପନା ଫୋନ୍ ଗ୍ରହଣ କରି ଗପିବାର ଲାଗିଲା । ମୁଁ ଟିକେଟିକେ ହସିଲି ଏଇଆ ଭାବି ଯେ ମେହେନ୍ଦି ଏଥିପାଇଁ ନାଇଛି କଳ୍ପନା ବୋଧେ ତାର ନିର୍ବନ୍ଧ ହେବ ଆଜି ବୋଧେ ତେଣୁ ଗାଁକୁ ଯାଉଛି । ମୁଁ ଅପେକ୍ଷା କଲି ସେ ସମୟକୁ କି କେତେବେଳେ କଳ୍ପନାର ଫୋନ୍ ଓ ତା କଥା ଛିଡିବ ତା ଭାବି ସ୍ବାମୀ ଠୁ ଆଉ ମୁଁ ବାକି ତକ କାହାଣୀ ଶୁଣିବି ।

ପ୍ରାୟ ଘଣ୍ଟାଟେ ପାଖା ପାଖି କଥା ଚାଲିଲା ସେ ଦୁହିଙ୍କର । ସେତେବେଳକୁ ଗାଡ଼ି ଆସି ଚଣ୍ଡିଖୋଲରେ ପହଞ୍ଚି ଯାଇଥିଲା । ଚଣ୍ଡିଖୋଲର ମିଠା ପେଡା ଯାଜପୁର ପ୍ରସିଦ୍ଧ ଥିଲା । ଯେହେତୁ ମୋ ଜେଜେ ମା ମିଠା ପସନ୍ଦ କରୁଥିଲେ ଖାଇବାକୁ ଆଉ ମୋ ଛୋଟ ଛୋଟ ଭାଇ ମାନେ ବି । ତେଣୁ ମୁଁ ଚୁପ୍ ଚାପ୍ ଦୁଇଟି ପ୍ୟାକେଟ ପେଡା ଆଣିଲି ଝରକା ଫାଙ୍କରେ ହାତ ଗଳାଇ ମୋ ସିଟ୍ ଉପରେ ବସି । ଗୋଟେ ମୋ ପାଇଁ ଆଉ ଗୋଟେ କଳ୍ପନା ପାଇଁ । ଏଥି ପାଇଁ ନୂଆ ସମ୍ପର୍କ ଗଢିଲେ "କୁଛ ତୋ ମିଠା ବନତା ହେ"। ଯେହେତୁ ସେ ମୋତେ କାହାଣୀ କହୁଥିଲା ଆଉ ମୁଁ ଲେଖିବାକୁ ଜାଉଥିଲି ତେଣୁ ,ଆମ ଭିତରେ ବ୍ୟାସଦେବ ଓ ଗଣେଶଙ୍କ ପରି ସମ୍ପର୍କ ବନି ଯାଇଥିଲା ଠିକ୍ ମହାଭାରତ ଲେଖିଲା ସମୟର ଅତୃଟ ସ୍ମୃତି ପରି । କଳ୍ପନା ବହୁତ ନା ନା ପରେ ମିଠା ପ୍ୟାକେଟକୁ ନେଲା ମୋ ଠୁ ।

ନେଲା ତ ନେଲା ତା ଭିତରୁ ଦୁଇଟା ମୋତେ ଖୁଆଇ ଦେଲା ଜୋର୍ ଜବରଦସ୍ତି କରି ଯେତେ ମନା କଲେ ସତବେ ବି ।

ଆମର ଜିଲ୍ଲା ଏକ ଆଉ ପଢା ଜଗା ବି ଏକ ଆଉ ତା ଠୁ ବଡ଼ ମୁଁ ତା ଜୀବନକୁ ମୋ ଲେଖାରେ ଉତାରି ବାକୁ ଯେଉଁ ଜାଉ ଥିଲି ଧନ୍ୟବାଦ୍ ସୋରୂପା ସେ ମୋତେ ପେଡ଼ା ଖୁଆଇଲା ଏ ସବୁ କହି । ମୋତେ ବସ୍ ରେ ଯିବା ଆସିବା ବେଳେ କିଛି ପସନ୍ଦ ନୁହେଁ ଖାଇବାଟା କାରଣ ଖାଇଲେ ମାନେ କିଛି ବାନ୍ତି ହେବାଟା ଧାର୍ଯ୍ୟ । ଯେମିତି ଖାଇଛି ପେଡା ସେମିତି ବାନ୍ତି ଲାଗିଲା ମୋତେ । ଦେହ ଏକଦମ ଶୀତେଇ ପଡ଼ିଲା ପାଟି ପିତା ହୋଇ ଗଲା ଆଉ ମନଟା ଖଟା ହୋଇଗଲା । କଳ୍ପନା ବହୁତ କ୍ଷମା ମାଗିଲା ମୋତେ ,ମୁଁ ତାକୁ ଦୋଷୀ ସାବ୍ୟସ୍ତ ନ କରି କିଛି କ୍ଷଣ ପାଇଁ ଆଖି ବୁଜି ଶୋଇପଡ଼ିଲି । ଦେହଟିକେ ଭଲ ଲାଗିବ ବୋଲି ଆଉ ଉଠିଲେ କଳ୍ପନାକୁ ବାକି ତକ କଥା ଓ ତାର ସ୍ବାମୀ ବିଷୟରେ ପଚାରିବି । ଏମିତି ଭାବି ଶୋଉ ଶୋଉ ଶୋଇ ପଡ଼ିଲି ଆଉ ନିଦ ଭାଙ୍ଗିଲା ବେଳକୁ ମୋ ଆଖି ସିଧାକୁସୁମା ପୋଖରୀ ଉପରେ ପଡ଼ି ଗଲା । ଝରକାର ଫାଙ୍କରୁ ପୋଖରୀର ଦୃଶ୍ୟ ବହୁତ ସୁନ୍ଦର୍ ଦିଶୁଥିଲା ।

ଆରେ କଳ୍ପନା !!

ତୁମେ କେବେ ଏଠି ବୁଲି ଆସିଛ ନିଜ ଭାବି ସ୍ବାମୀ ସହ !? ହେଇ ଦେଖୁନା କେମିତି ହାତ ଧରା ଧରି ହେଇ ବୋଟିଂ କରୁଛନ୍ତି ପିଲା ଗୁଡାକ । ହେଲେ କଳ୍ପନାର କିଛି ଉତ୍ତର ଆସିଲାନି ଯେମିତି ମୁଁ ଝରକା ଠୁ ନିଜ ଆଖିକୁ କାଢି ଆଣି ମୋ ପାଖ ସିଟ୍ କଡକୁ ଅନାଇଲି, ହେଲେ ଯୋଉଠି କଳ୍ପନା ବସି ଥିଲା ସେଠି କଳ୍ପନା ହିଁ ନଥିଲା , ତା ବଦଳରେ ଆଉ ଗୋଟେ ଝିଅ ବସି ଥିଲା । ମୁଁ ବ୍ୟତିବ୍ରସ୍ତ ହୋଇ କଣ୍ଡକ୍ଟରକୁ ପଚାରିଲି, ଭାଇ ମୋ ପାଖ ସିଟରେ ଝିଅ କୁଆଡେ ଗଲା ?

ଆରେ ଝିଅ ! କେତେ କିଏ ବସ୍ ରୁ ଓହ୍ଲାଇ ଗଲେଣି ମୁଁ କଣ କାହାକୁ ଦେଖୁଛି ନା ଗଣୁଛି । ମନ ବହୁତ ଦୁଃଖ ହୋଇଗଲା ମୋର କଳ୍ପନାର ଫୋନ୍ ନମ୍ବର ରଖି ପାରିଲିନି ବାକି ତକ୍ କାହାଣୀ ଶୁଣିବା ପାଇଁ । ଠିକ୍ ସେତିକି ବେଳେ ସେ ନୂଆ ଝିଅଟି କହିଲା ସିସ୍ ! ତୁମ ଡାଏରୀ ତୁମ ଗୋଡ ତଳେ ପଡ଼ିଛି ଉଠାଇ ନିଅ।

ମୋ ଡାଏରୀ? କାଇଁ କହି ତଳୁ ଉଠାଇ ଆଣିଲି ଆଉ ଦେଖିଲା ବେଳକୁ ସେ ଡାଏରୀଟି କଳ୍ପନାର ହିଁ ଥିଲା । କାରଣ ତା ଉପରେ ତା ନାମ ଜଉ ଥିଲା । ମୁଁ ମୋ ବ୍ୟାଗ୍ ରେ ଡାଏରୀ ପୁରାଇରଖିଲି । ଯେବେ କେବେ ଆଖିରେ ପଡ଼ିବ ବସ୍ ରେ ଯିବା ଆସିବା ବେଳେ କଳ୍ପନା ତ ତାକୁ ଦେଇ ଦେବି ତା ସନ୍ତକ ଡାଏରୀଟି । ଭାବି ଥିଲି ବସ୍ ବାଲା ଙ୍କୁ ଦେଇ ଦେବା ପାଇଁ କିନ୍ତୁ ଦେଲିନି ଏଥି ପାଇଁ କାଳେ ହଜାଇ ଦେବେ ଏ ବସ୍ ବାଲା । ଏମିତି ଭାବନା ଭିତରେ ମୁଁ ଆସି ନିଜ ଲକ୍ଷ୍ୟସ୍ଥଳ ରେ ପହଞ୍ଚି ସାରିଥିଲି । ବସ୍ ରୁ ଓହ୍ଲାଇ ଘରକୁ ଚାଲି ଗଲି ନିଜ ବ୍ୟାଗ୍ କୁ କାନ୍ଧରେ ପକାଇ । ନିଜର ସବୁ କାମ ସାରି ଦେଲି ଯାହା ଆଧାର କାର୍ଡର ଭୁଲ୍ ସହ ମୋତେ ସମ୍ପର୍କିତ କରୁଥିଲା । କଲେଜ୍ ସାର୍ ଙ୍କ ଫୋନ୍ ଆସିଲା ମୋତେ କି ମୋର ବିଶ୍ୱବିଦ୍ୟାଳୟ ପରିବର୍ତ୍ତନ ହେଇଥିବା ଯୋଗୁ ଯୁକ୍ତ ୩ ପରେ ତ ମୋତେ ପରୀକ୍ଷାର ଫର୍ମ ଫିଲପ୍ କରାଇ ଦେବେନି କଲେଜ ସାର୍ ମାନେ । ଯଦି ପରୀକ୍ଷା ଦେବାକୁ ଇଚ୍ଛା ତେବେ ମୋତେ ମୋ ପୂର୍ବ ବିଶ୍ଵବିଦ୍ୟାଳୟରୁ ମାଇଗ୍ରେସନ୍ ସାଟିଫିକେଟ୍ ଆଣି କଲେଜ୍ ରେ ଜମା ଦେବାକୁ ପଡ଼ିବ କ୍ଲର୍କ ମହାଶୟଙ୍କ ପାଖେ ।

ବିରକ୍ତ ଲାଗିଲା ବହୁତ ମୋତେ "__ସେ ସାର୍ ଙ୍କ ଫୋନ୍ କଟିଲା ପରେ ।

ପୁଣି କାଲି ଫେରିବାକୁ ହେବ ମୋତେ ଭୁବନେଶ୍ୱର । ପୁଣି ବସ୍ ର ଧକଡ଼ ଚକ୍କଡ୍ ଠେଲା ପେଲା ବାନ୍ତି ହେ ଈଶ୍ୱର !!। ଦୁଇ ତିନ ଦିନ ଗାଁରେ ମୋ ସମୟ କିଛିଟା କାଟି କି ଯିବି ବୋଲି କେଲେଜ ସାର୍ ଓ ହିଷ୍ଟେଲର ମାଲିକାଣୀକୁ କହି କି ଆସିଥିଲି । ହେଲେ ସାର୍ ମୋତେ ଫୋନ୍ କରି କହି ଦେଲାଣି ଯେତେବେଳେ ଆସିବାକୁ ତ ମୋତେ ନିହାତି ଭାବେ ଯିବାକୁ ହେବ ।

ରାତି ଖାଇବା ଖାଇ ସାରି ଘରେ କହିଲି ସମସ୍ତଙ୍କୁ କାଲି ଫେରୁଛି ବୋଲି ଭୁବନେଶ୍ଵରକୁ କଲେଜ୍ କାମରେ । ନିଜ ବ୍ୟାଗ୍ ପ୍ୟାକ କଲା ବେଳେ କଳ୍ପନାର ଡାଏରୀ ମୋ ସାମ୍ନାରେ ପଡ଼ିଲା । ଆରେ ମୋର ଯୁକ୍ତ ୩ରେ ଜଉ ବିଶ୍ୱବିଦ୍ୟାଳୟ ଥିଲା ସେଇ ବିଶ୍ୱବିଦ୍ୟାଳୟର କଳ୍ପନା ଜଣେ ଛାତ୍ରୀ ପରା । ହେଲେ କଉ ଛୋଟ ଜାଗା ଯେ ତା ଭିତରଟା ମୁଁ ଯାଇ କଳ୍ପନାକୁ ଖୋଜିବି ଆଉ ତା ଡାଏରୀ ଜୀମା ଦେଇ ଓ ବାକି ତକ୍ କାହାଣୀ ପଚାରିବି । ଥରେ ଯାଇଥିଲି ବାଣୀବିହାର ପରିସର ଭିତରକୁ କିଛି କାମରେ __ଏଣ୍ଟ୍ରି ଗେଟ୍ ମା ବୀଣାପାଣିଙ୍କ ଠୁ ଚାଲି ଚାଲି ଭିତରର ଦୁଇ ପାର୍ଶ୍ଵର ଗଛ ବୁର୍ଚ୍ଛକୁ ଦେଖି ଦେଖି ପହଞ୍ଚିଲା ବେଳକୁ ମୁଁ ଏକ ଦମ୍ ଧଇଁଆ । ହଉ ଛାଡ଼ ଦେଖା ଯିବ ସେଟା ପର କଥା କିନ୍ତୁ ଫୋନ୍ ନମ୍ବର୍ ଥିଲେ ମୁଁ ଫୋନ୍ କରି ଦେଇ ଥାଆନ୍ତି ଯିବା ଆଗରୁ । କଳ୍ପନା ଡାଏରୀର କାଗଜ ଫର୍ଦ୍ଦ ଭିତରେ ବୋଧେ ତା ନମ୍ୱର୍ ଥାଇ ପାରେ । ଏମିତି ଭାବି ନିଜ ମନକୁ ବିଯୁକ୍ତ ପ୍ରାୟ କରି ସେ ଡାଏରୀକୁ ନିଜ କୋଳରେ ରଖି ଖୋଲିବାକୁ ଚେଷ୍ଟା କଲି । ଏଥିପାଇଁ ମନ ମୋର ବିଯୁକ୍ତ ହେଉ ଥିଲା ଯେ ଜଣଙ୍କ ବିନା ଅନୁମତିରେ ମୁଁ ତାର ବ୍ୟକ୍ତିଗତ ଡାଏରୀ ଖୋଲିବାକୁ ଯାଉଛି । ଡାଏରୀର ମୋଟା ମୋଟା ଫୋନ୍ କୋଡ଼ ନମ୍ୱର୍ ଓ ଭାରତ ମାନଚିତ୍ର ଥିବା ଫର୍ଦ୍ଦକୁ ଓଲଟାଇବା ପରେ ଦେଖିଲି ମହାକାଳ ଫଳ ପରି ପ୍ରେମ ଉପରେ ସୁନ୍ଦର୍ ଭିତରେ ପୋଡ଼ା ଅଙ୍ଗାର । ଏମିତି କାହାଣୀର ନାମ ଲେଖା ଯାଇଛି ,ଆଉ ତା ତଳେ କଳ୍ପନାର ଗୋଟେ ପୁରୁଣା ଫଟୋ ଯଉଟା ସେ ଡାଏରୀ କାଗଜ କାନ୍ଥରେ ଅଠା ଦ୍ଵାରା ଝୁଲୁଥିଲା । ଆଉ ସେ ଫୋଟୋ ତଳେ କଳ୍ପନାର ଫୋନ୍ ନମ୍ୱର୍ ଥିଲା । ସତେ ଯେମିତି ଲାଗୁଥିଲା ସେ ନମ୍ବରଟି ଏକ ଦମ୍ ସତେଜ୍ ଆଉ ଆଜିର ଲେଖା ପରି ଦିଶୁଥିଲା ସେ ପେନ୍ ର କାଳିଟି । ମୁଁ ଫୋନ୍ ନମ୍ବରଟିକୁ ଉଠାଇ ଆଣିଲି ସେ ଡାଏରୀର କାଗଜ କାଳିରୁ ମୋ ଫୋନର ସ୍କ୍ରିନ୍ ଯାଏ । ଆଉ ଫୋନ୍ କଲି କଳ୍ପନାକୁ । ଆଉ ଫୋନ୍ ଉଠାଇ କଳ୍ପନା କହିଲା ହାଲୋ ଡାଏରୀ ପାଇଲ,ମୁଁ ତୁମ ପାଇଁ ଛାଡ଼ି ଆସିଥିଲି । ତୁମେ ଶୋଇ ଥିଲ ବୋଲି ମୁଁ ତୁମକୁ ବ୍ୟାଘାତ ନ ଦେଇ ଓହ୍ଲେଇ ପଡିଥିଲି । ତୁମେ ମୋ ଡାଏରୀକୁ ପଢିପାର ଓ ତୁମ ସାଙ୍ଗମାନଙ୍କୁ ବି ପଢେଇ ପାର. ଯାହା ଫଳରେ ମୋ ପରିକା ଭୁଲ୍ ତୁମେ କି ସେମାନେ କରିବେ ନି କେବେ । ମୋ କପାଳ ଭଲ ବୋଲି ମୁଁ ଇଜ୍ଜତ ନ ହରାଇ ସେବେ ପ୍ରେମ ପାଇଗଲି "ଏବେ । ମୁଁ ମୋର ଇଜ୍ଜତ ସହକାରେ ପ୍ରକୃତ ପ୍ରେମକୁ ପାଇଲି, ଯିଏ ମୋ ମନକୁ ଦେଖି ମୋତେ ପସନ୍ଦ କରିଛନ୍ତି ବାହା ହେବେ ବୋଲି ।

ମୁଁ ଓକେ... ଓକେ... କହି କଳ୍ପନାକୁ ଅଟକାଇ ଦେଲି ଅଧିକ କିଛି କହିବା ଆଗରୁ । ଆଉ କହିଲି ଜଲଦି ରେଡ୍ଡୀ କରି ରଖି ଥାଅ ବାକି ଗପ ମୁଁ ବାଣୀବିହାର ଯାଉଛି ଦୁଇଦିନ ପରେ ମୋ କଲେଜ୍ କାମରେ । ଗୋଟେ ଭାଗ ମହକାଳ ଫଳ ପ୍ରେମ ଲେଖିବି ଆଉ ଗୋଟେ ଭାଗ ମହାକାଳ ଫଳ ପରି ପ୍ରେମକୁ କହୁଥିବା ଝିଅର ପ୍ରେମ ବିବାହ । ମୋ କଥାରେ କଳ୍ପନା ହସି ଦେଲା ହା... ହା... କରି ଆଉ ତା ସାଥେ ମୁଁ ବି ଟିକେ ତାଳ ଦେଇ ଦେଲି ହସିବାରେ ।


(କାହାଣୀଟି ପଢି ସାରିଲା ପରେ ଆପଣଙ୍କ ମତାମତ ନିହାତି ଦେବେ । କାରଣ ଆପଣଙ୍କ ଛୋଟିଆ ମତାମତ ମୋତେ ଉତସାଇିତ କରିବ ମୋ ଲେଖାକୁ ସୁଧାରିବା ପାଇଁ ଓ ଆଉ କିଛି ନୂଆ ଲେଖିବା ପାଇଁ ଆପଣଙ୍କ ପସନ୍ଦ ହିସାବରେ ) କେବଳ ମୁଁ ନୁହେଁ ମୋ ପରି ସବୁ ଲେଖକ ଓ ଲେଖିକା ମାନଙ୍କୁ ବି ଅନୁପ୍ରାଣିତ କରି ପାରିବ ଆପଣଙ୍କ ଛୋଟିଆ ପ୍ରୟାସଟେ.

ସର୍ବ ଶେଷରେ ଦୟାକରି କିଛି ଖରାପ୍ କି ଅଶ୍ଳିଳ ମତଦାନ ଦେବେ ନି ।


Rate this content
Log in

Similar oriya story from Drama