ବାପା ଙ୍କ ଟର୍ଚ୍ଚ
ବାପା ଙ୍କ ଟର୍ଚ୍ଚ


ଓଲଡ୍ ସବୁ ବେଳେ ଗୋଲଡ୍ !
ଯିଏ ବି କହିଛି ସତ୍ ରେ କହିଛି , ପୁରୁଣା ମହୁ ଯେପରି ବହୁତ୍ ଦିନ ରହିଲେ ମୂଲ୍ୟବାନ ହୋଇ ଯାଏ ଆମର ବଡ଼ ବଡ଼ ରୋଗକୁ ଭଲ କରି ଦିଏ ସେପରି ପୁରୁଣା ଦିନ କଥା ବି ବହୁତ୍ ମୂଲ୍ୟବାନ ଯେତେ ଯେତେ ବୟସ ବଢ଼େ ସେତେ ସେତେ ତାର ସ୍ମୃତି ତାଟକା ପାରିବା ପରି ମନରେ ଇତିହାସ ହୋଇ ଜାଗା କବାଜା କରି ନିଏ ଆଉ ଯେତେ ବେଳେ ସେ ସ୍ମୁତି କଥା ପଡେ କଥାରେ କଥାରେ କାହା ଆଗରେ ସେତେବେଳେ ଆମ ସାରା ଶରୀରରେ ଖୁସିର ରକ୍ତ ବହି ଯାଏ ଶିରା ପ୍ରଶିରା ଦେଇ ବେଳେ ଆଉ ଝରାଇ ଦିଏ ଲୁହ ଅସୁମାରୀ ଆଉ ଗରମ୍ କରି ଦିଏ ମନ ଆମର ।
ଠିକ୍ ସେମିତି ମୋର କିଛି ସ୍ମୃତି ଥିଲା ଆଉ ସେ ହେଲା ମୋ ବାପାଙ୍କ ପୁରୁଣା - ଏଭରରେଡି - ଟର୍ଚ୍ଚ ।
ହା.. ହା.. ବହୁତ୍ ହସ ଆସେ ସ୍ମୃତି ମନେ ପଡିଲେ
ଆଉ ଛୁଇଁଲା ମାତ୍ରେକେ ସେ ଟର୍ଚ୍ଚ କୁ ବହୁତ୍ ସାରା ଲୁହ ଗଡ଼ି ବି ଆସେ । ।
ବାହାଘରର ଅଳ୍ପ ଦିନ ହୋଇନି ମୋ ବାପା ଚାଲିଗଲେ ୟେ ଦୁନିଆ ଛାଡ଼ି ଆରପାରିକୁ । ତା ଆଗରୁ ସେ ମୋତେ ତାଙ୍କର ଅତି ପ୍ରିୟ ଟର୍ଚ୍ଚ ଦେଇ ଥିଲେ । ବାପା ସମସ୍ତ ଭାଇ ଭଉଣୀଙ୍କୁ କିଛିନା କିଛି ଦେଇ ଥିଲେ ।
ସେ ମୋ କହିବା ଆଗରୁ ମୋ ମନ ଜାଣି ତାଙ୍କ ଟର୍ଚ୍ଚ ଦେଇ ଥିଲେ ଯୋଉ କି ମୋ ପିଲା ବେଳ ସାଥୀ ଥିଲା । ।
ସେ ଟର୍ଚ୍ଚ ରଙ୍ଗଟା ରୂପେଲି ରଙ୍ଗର ଥିଲା ତେଣୁ ମୁଁ ତାକୁ ରୂପା ଭାବି ଦେଇ ଥିଲି ପିଲା ବେଳେ ।
ବହୁତ୍ ଚଞ୍ଚଳ ସ୍ଵାଭାବର ଥିଲି ତେଣୁ ବାପା ଥୋଇଲା ମାତ୍ରକେ ଆଣି ଟର୍ଚ୍ଚ କାଳେ କିଏ ନେଇ ଯିବ ତ ଆଗରୁ ମୁଁ ଟର୍ଚ୍ଚରେ ଥିବା ରୀଙ୍ଗୁରେ ଖଣ୍ଡେ ପ୍ଲାଷ୍ଟିକ ସୂତା ବାନ୍ଧି ବେକରେ ଝୁଲାଇ ଦେଇ ବୁଲୁ ଥିଲି ।
ଆଉ ଯେତେବେଳେ ମା ବାପା ଦେଖୁ ଥିଲେ ହସି ହସି ମୋତେ କହୁ ଥିଲେ ହେଇ ଦେଖ ଆସିଲା ତ୍ରିଶୂଳ ମରା ଶିବଙ୍କ ଷଣ୍ଢ । ହା.. ହା..କିନ୍ତୁ ଭାଇ ଭଉଣୀ ମାନେ ଷଣ୍ଢ ଡାକିଲା ମାତ୍ରେକେ ମୁଁ ମାଡ଼ ଗୋଳ ଚାଲୁ କରି ଦେଉ ଥିଲି । ୟେ ପରେ ପକା ପକି ଚାଲୁ ଥିଲା
ସବୁ ଶୋଇ ସରିଲା ପରେ ମୁଁ ସେ ଟର୍ଚ୍ଚକୁ ରେଜେଇ ତଳେ ପୁରାଇ ଜହ୍ନ ମାମୁଁ ଗପ ବହିର ସଭୁ ଠୁ ରୋମାଞ୍ଚମୟ କାହାଣୀ ବିକ୍ରମ ବେତାଳ ପଢୁଥିଲି ଆଉ ବେତାଳର ସେଇ ପଦ ବହିର - ରାଜ ତୁ ମୁଁହ ଖାେଲିଲୁ ତ ମୁଁ ଚାଲିଲି ହି ହି ..।
ସଙ୍ଗେ ସଙ୍ଗେ ବହିକୁ ବନ୍ଦ କରି ସୋଇ ପଡେ ଟକିଆରେ ମୁଁହ ପୋତି କାରଣ କାଳେ ବେତାଳ ବହିରୁ ବାହାରି ମୋତେ ଡରାଇବ ନହେଲେ ବିକ୍ରମଙ୍କ ବେକରେ ଝୁଲିଲା ପରି ମୋ ବେକରେ ଓହଳୀ ହେବ ।
ୟେ ମିତି ବହୁତ କିଛି ଭାବି ସୋଇ ପାରେନି ଆଉ ଟର୍ଚ୍ଚ କୁ ଲଗାଇ ସୋଇ ପଡେ ।
ବାପା ଗାଳି କରନ୍ତି କି କଣ ପାଇ ମୁଁ ସେ ଜହ୍ନ ମାମୁଁ ବହିର ବିକ୍ରମ ବେତାଳ ଗପ ପଡୁଛି ହେଲେ କଣ୍ କରିବା ଗୋଟେ। ନିଶା ଥିଲା ପଢ଼ିବାର ଗପ କେମିତି ମାସ ଶେଷ ହେବ ଆଉ ବହି ଆସିବ ଧରିତ୍ରୀ ପେପର ର ।
ସେ ଟର୍ଚ୍ଚରେ ମୁଁ ବହୁତ୍ କିଛି କରୁ ଥିଲି ଅନ୍ଧାରରେ ବୁଲିବା କିଛି ଲୁଚାଇ ମା ର ହାତ ତିଆରି ଖଟା
ଖାଇବା ଲାଇନ ଗଲା ମାତ୍ରକେ ୟେମିତି ବହୁତ୍ କିଛି ସ୍ଵପ୍ନ ।
ବାପା ଙ୍କ ମେନ୍ ଅଫିସ୍ କଲିକତାରେ ଥିଲା ତ ବାପା ମାସରେ ଥରେ ଅଧେ ଯାଉ ଥିଲେ ସେଠୁ ସେ କିଣି ଆଣି ଥିଲେ ।
ବାହାଘର ବହୁତ୍ ବର୍ଷ ଆଗରୁ ବାପାଙ୍କ ଦେହ ଖରାପ ହେବାରୁ ଚାକିରୀରୁ ବିଦାୟ ନେଇ ଘରେ ବସି ରହିଲେ ।
ତାଙ୍କ ସହିତ ମୋର ବହୁତ୍ ସମୟ କଟୁ ଥିଲା ବଜାର ମେଳା ଯୁଆଡେ ଜଉ ଥିଲେ ବାପା ମୋତେ ସାଙ୍ଗରେ ନେଇ ଯାଉ ଥିଲେ ବୁଲିବାରେ ବହୁତ୍ ରୁଚି ବି ଥିଲା । ବାପାଙ୍କୁ ମଜାରେ ମଜାରେ କହେ ବାପା ତୁମର ୟେ ଟର୍ଚ୍ଚ କଲିକତାର ବହୁତ୍ ଭଲ ପଡିଲା ମୋତେ ବି ଯୌତୁକ ରେ ଟର୍ଚ୍ଚ ଟେ ଦେବ୍ ।
ଶାଶୂ ଘରେ ନହେଲେ ଖଟା ଲୁଚାଇ କେମିତି ଖାଇବି ଯଦି ଶାଶୂ କଜିଆଗୋଇ ହୋଇ ଥିବ ତ୍ ହା ହା...।
ବାପାଙ୍କ ତ୍ ଚାକିରୀ ଚାଲି ଗଲା ବାପା ମୋତେ ମୋ ଚଳିବା ପାଇଁ ଗାଁ ଦୋକାନରୁ ଗୋଟେ ସୋଲାର ଟର୍ଚ୍ଚ କିଣି ବାକ୍ସରେ ପୁରାଇ ଦେଇ ଥିଲେ ।
ଶାଶୂ ଘର୍ ଆସିଲା ପରେ ମୁଁ ତାକୁ ବ୍ୟବହାର କରେ ଯୋଉ ଦିନ ଖରା ନ ପଡେ ସେଦିନ ଟର୍ଚ୍ଚ ତାର ଦେଢ଼ଶୁର ପରି ହୋଇ ଯାଏ ମୋ ପାଇଁ ।
ବାପା ବହୁତ୍ ମନ୍ ଊଣା କରନ୍ତି କି ଝିଅ କୁ ସେ ତିନି ବ୍ୟାଟେରୀ ବାଲା ଏଭର୍ ରେଡି ଟର୍ଚ୍ଚ କିଣି ଦେବାକୁ ।କାରଣ ସେଥିରେ ନା ଚାର୍ଜ ଦରକାର ନା ସୂର୍ଯ୍ୟର କିରଣ ଦରକାର ଦରକାର କେବଳ ତିନୋଟି ପେଟୁରାମ୍ ନାଲିଆ ନାଲିଆ ବ୍ୟାଟେରୀ ।
ଧୀରେ ଧୀରେ ସମୟ ଅତିକ୍ରମ କଲା ଅତିଆଧୁନିକ୍ ଟର୍ଚ୍ଚ ଚାର୍ଜ ବାଲା ଲାଇଟ୍ ବଜାରକୁ ଆସିଲା ।
ବାପା ମରିବା କିଛି ଦିନ ଆଗରୁ ବାପାକୁ ଦେଖିବାକୁ ଯାଇ ଥିଲି ବାପା ମୋତେ ଶେଷ ଉପହାର ସ୍ୱରୂପରେ ସେ ରୂପା ଟର୍ଚ୍ଚ ଟି ମୋ ହାତରେ ଗଲାଇ ଦେଲେ ଗୋଟେ ସୂତା ବାନ୍ଧି ।
ୟେହା ଦେଖି ଭୋ ଭୋ କାନ୍ଦି ଉଠିଲା ମୋ ଛାତି ଆଉ ଗଡ଼ି ଆସିଲା ଧୀର ଲୁହର ଝରଣା ।
ସେବେଠୁ ମୁଁ ମୋ ପାଖରେ ସନ୍ତକ୍ କରି ରଖିଛି ,ଥରେ ଅଧେ ତା କାଚ ବଦଳିଚି ନଚେତ୍ ବହୁତ୍ ଲକି ସେ ଟର୍ଚ୍ଚ ।
ଆଉ ଏବେ ୟେ ଟର୍ଚ୍ଚ ପାଲଟିଛି ସଂଘ୍ରାଳୟ ର ପଦାର୍ଥ ପରି ଯାହାକୁ ମନେ ପଡ଼ିଲେ ଦେଖୁଛି ଆଉ ରଖିଛି ।
ଆଉ ମୋ ପିଲା ମାନେ ଦେଖିଲେ ମଜାରେ ଉଡାନ୍ତି କି ଅଜା ଙ୍କୁ କିଛି ମିଳିଲାନି ଦେବାକୁ ଦେଲେ ଗୋଟେ ବ୍ରିଟିସ ଅମଳ ର (ଚୋରା ବତି) ଟର୍ଚ୍ଚ ।
ସେମାନେ କେମିତି ବୁଝିବେ ସ୍ମୃତିର ମହତ୍ୱ କାରଣ ଦୁନିଆ ବହୁତ୍ ଆଧୁନିକ ହୋଇ ଯାଇଛି ସବୁ ଆଡେ ଖାଲି ଷ୍ଟ୍ରୀଟ ଲାଇଟ୍ ଆଉ ଘରେ ଘରେ ଇଁନଭଟର ଲାଇଟ୍ ତା ବେତିତ୍ ବ୍ୟକ୍ତିଗତ ବ୍ୟବହାର ପାଇଁ ମୋବାଇଲ ଟର୍ଚ୍ଚ କଣ ? ପୁଣି ସେଇ ସ୍ମୃତି ସବୁକୁ ୟେ ଆଧୁନିକ ଯୁଗ ତା ଆଧୁନିକ ଛପାଖନାରେ ମୋର ଅତୀତ ରୁ କିଛି ଫର୍ଦ୍ଦ ଆଣି ବର୍ତ୍ତମାନ ରେ ଛାପି ପାରିବ କଣ? ସତରେ ମୋତେ ପଢାଇଙ୍କୁ ଦେବ୍ ମୋର ସ୍ମୁତି ପୁଣି କଣ ?
ସୁଯୋଗ ଦେବୟେ ଦୁନିଆ ?
ବଦଳିବ କଣ ସତ୍ ରେ ୟେ ଦୁନିଆ ମୋ ପାଇଁ ଆଉ ମୋର ସେ ସ୍ମୁତି ପାଇଁ ....।