STORYMIRROR

Nihar Ranjan pradhan

Comedy Horror Classics

3  

Nihar Ranjan pradhan

Comedy Horror Classics

ଆଉ ତୋ ଗଳିରେ ପାଦ ରଖିବି ନାହିଁ

ଆଉ ତୋ ଗଳିରେ ପାଦ ରଖିବି ନାହିଁ

4 mins
217


    ମୋ କଲେଜରେ ହେମା , ନନ୍ଦିନୀ, ପ୍ରିୟା ,ବେବିନା ଆଉ କଣ୍ଢେଇ କେହି କାହାଠାରୁ କମ ନୁହନ୍ତି l ସୁନ୍ଦରୀ ଯେମିତି ପାଠ ବି ସେମିତି l ହେଲେ ମୁଁ ଆଯୋଗା ନାଁ ପାଠ ଅଛି ନାଁ ରୂପ l କ୍ଲାସରେ ବସିବା ବେଳେ ମୁଁ ଜଣ କରି ସମସ୍ତଙ୍କୁ ଅନାଏ ହେଲେ ସେମାନଙ୍କ ମନ ତ ଯାଇଁ ବହି ଭିତରେ ମୋତେ କିଏ ଚାହୁଁଛି ? ମୋ ସାଙ୍ଗ ମାନଙ୍କର ଗୋଟେ ଗୋଟେ ଗାର୍ଲଫ୍ରେଣ୍ଡ ଖାଲି ମୋତେ ଛାଡି କ୍ଲାସରେ ଧାଡିର ଆଗରେ ବସୁଥିବାର ଭାବିଲି ସେ ପାଞ୍ଚ ଜଣ ନହେଲେ ନାହିଁ ଆଉ ତ କେହି ମୋତେ ଚାହୁଁଥିବ । ଆଗରେ ବସୁଛି ବୋଲି ଜାଣି ପାରୁନି ଏହା ଭାବି ଧାଡିର ସବା ପଛକୁ ଗଲି ଯାହା ବି ହେଲେ ଗୋଟେ ଗାର୍ଲ ଫ୍ରେଣ୍ଡ ଯୋଗାଡ଼ କରି ମୋ ମୁଣ୍ଡରେ ଲାଗିଥିବା କଳଙ୍କକୁ ଧୋଇବାକୁ ପଡିବ l ହେଲେ କିଏ କାହିଁ ମୋତେ ପଛକୁ ବୁଲି ଅନାଇବ କ୍ଲାସର ରିୟା ସବୁଠୁ କାଳୀ, ଦାନ୍ତ ବି ଆଗକୁ ବାହାରିପଡିଛି , ଓଠ ଟା ବି ଗ୍ରହଣ ଖଣ୍ଡିଆ , ସିଏ ବି ଦିନେ ହେଲେ ମୋତେ ପଛକୁ ବୁଲି ଚାହିଁବାର ମୁଁ କେବେ ଦେଖିନି ?

      ସେଦିନ ଭାବୁଥିଲି ନାଁ ମୋ ଦ୍ୱାରା ଆଉ ହବନି ଯାଇଁ ଆଗରେ ବସି ବି ଏ ଝିଅ ଗୁଡ଼ାଙ୍କୁ ଆଉ ଭୁଲରେ ଅନେଇବିନି କିନ୍ତୁ ସେଦିନ ଅଙ୍କିତ ସାର " ଅପେକ୍ଷାର ଫଳ ମିଠା " ବିଷୟଟା ପଢ଼ାଇବାରୁ ଭାବିଲି ସତ କଥା ଆଉ କିଛିଦିନ ସମ୍ଭାଳି ଯିବା ଦେଖିବା କଣ ହେଉଛି ?

    କଲେଜ ଫେରିବା ବାଟରେ ଆମେ ସମସ୍ତେ ସାଙ୍ଗମାନେ ସାଙ୍ଗ ହୋଇ ଆସୁ କିନ୍ତୁ ସାନ ମଙ୍ଗଳା ଛକରୁ ଗୋଟେ ଗଳି ବାଟ ଦେଇ ମୁଁ ଏକା ଏକା ଘରକୁ ଫେରେ ସବୁଦିନ ପରି ସେଦିନ ବି ଏକା ଘରକୁ ଫେରୁଥିଲି l ହଠାତ ଉଡ଼ା ବର୍ଷାଟା ଦୁମୁଦୁମୁ କରି ବରଷି ପଡିଲା l ଉପାୟ ନପାଇ ସେହି ଗଳିରେ ଥିବା ଗୋଟେ ଘରର ଛାତ ତଳେ ଛିଡା ହୋଇଗଲି ବର୍ଷା କମୁନଥାଏ କିଛି ସମୟ ପରେ ସେ ଘରୁ ଗୋଟେ ସୁନ୍ଦରୀ ସୁକୁମାରୀ ଝିଅଟି ବାହାରି ଆସିଲା ଏଭଳି ସୁନ୍ଦରୀ ଆମ କଲେଜରେ ବି ନଥିଲେ କି ରୂପ କି ଯୌବନ ! ମନକୁ ମୋର ଆନ୍ଦୋଳିତ କଲା ବାହାରେ ଏତେ ଜୋରରେ ବର୍ଷା କିନ୍ତୁ ତା ଶରୀରର ଉଷ୍ମତାର ପ୍ରକୋପ ଏତେ ଥିଲା ଯେ ମୋ ଦେହରୁ ଝାଳ ବୋହିବାକୁ ଲାଗିଲା ଏହା ଭିତରେ ସେ ଝିଅଟି ଆଖି ସହିତ ମୋର ଆଖି ଦୁଇଥର ମିଶିସାରିଲାଣି କାହିଁକି କେଜାଣି ସେ ମୋତେ ଦେଖି ହସିଦେଲା ଆଉ ମୁଁ ଭାବନାରେ ତାହାର ହାତକୁ ଧରି ବର୍ଷାରେ ଭିଜିବାକୁ ନେଇ ଗଲି । ସେ ଓଦା କୁ ମୁଁ ଓଦା ଆଉ ତାପରେ କଣ ? ତା ପରେ ଗୀତ ....

 ଗୀତ ସରିବା ବେଳକୁ ବର୍ଷା ବି ଛାଡି ଯାଇଥିଲା , ଭାବନାରୁ ନିବୃତ ହୋଇ ଦେଖିଲା ବେଳକୁ ସେ ଝିଅଟା ସେମିତି ଛିଡା ହୋଇଥାଏ । ପୁଣି ଥରେ ତା ଆଖି ସହିତ ଆଖି ମିଶିଗଲା ମୋତେ ଟିକେ ଲାଜ ଲାଗିବାରୁ ସାଇକେଲ ଧରି ଏକମୁହିଁ ଘରକୁ ଫେରିଲି । ରାତିସାରା ତକିଆକୁ ଧରି ଖାଲି ସେ ଝିଅ କଥା ଭାବି ନିଦ ହେଲାଣି ।

    ସକାଳ ହେଲା ଆଜି ଟିକେ କଲେଜ ଜଲ୍ଦି ବାହାରି ଗଲି ଗଲାବେଳେ ସାନମଙ୍ଗଳାର ସେହି ଗଳିବାଟ ଦେଇ ଗଲାବେଳେ ବାଲକୋନୀରେ ଛିଡା ହୋଇଥିବା ସେ ଝିଅଟିର ଆଖି ସହିତ ପୁଣି ଆଖି ମିଶିଗଲା ଆସିବା ବେଳେ ବି ଏହି ଘଟଣାର ପୁନଶ୍ଚ ପୁନରାବୃତ୍ତି ହେଲା । ଏମିତି ଧୀରେ ଧୀରେ ଆମ ଦୁହିଁଙ୍କର ଆଖିରେ ଆଖିରେ ପ୍ରେମ ହୋଇଯାଇଥିଲା ତା କଥା ଭାବି ମନ ମୋର କୁହୁଳି ଉଠୁଥିଲା । ସେଦିନ ଆସୁଥିବା ବେଳେ ସେ ବାଲକୋନୀ ଉପରୁ କାଗଜଟି ପକାଇଲା କାଗଜଟିକୁ ଉଠାଇ ଘରକୁ ଆଣି ଖୋଲି ଦେଖିଲି 8328××××74 ନମ୍ବର ସହିତ ପ୍ରୀତି ବୋଲି ଲେଖା ଥିଲା । ସାଙ୍ଗେ ସାଙ୍ଗେ ଫୋନ କଲି ଆଉ ତାପରେ ଆମେ ଦୁହେଁ ପାଗଳ ପ୍ରେମୀ ଯୋଡ଼ିଙ୍କ ପରି କଥା ହୋଇ ରାତି ବିତାଇ ଦେଉଥିଲୁ ।

    ଦିନେ ଖରାବେଳେ ସେ ମୋତେ ତା ଘରକୁ ଆସିବାକୁ କହିଲା, ଆଜି କଲେଜ ଅଧାରୁ ପଳାଇ ଆସିଲି ପୁଣି ସେହି ଗଳିବାଟ ଗଲା ବେଳକୁ ସେ ବାଲକୋନୀରେ ଛିଡା ହୋଇଥାଏ । ମୋତେ ଦେଖି ହାତ ଠାରି ଘରକୁ ଆସିବାକୁ କହିଲା, ସାଇକେଲଟାକୁ ବାହାରେ ଷ୍ଟାଣ୍ଡ ମାରି ଦେଇ ତର ତର ହୋଇ ଘର ଭିତରକୁ ପଶିଗଲି ଘରର କବାଟ ଖୋଲାଥିଲା । ପଶିଗଲି ପ୍ରୀତି ଆସି ମୋ ହାତକୁ ଧରିନେଇ ଘର ଭିତରକୁ ଚାଲିଲା । ଆଗେ ଆଗେ ପ୍ରୀତି ଆଉ ପଛେ ପଛେ ମୁଁ l ଘରଟା ବହୁତ ଛୋଟ ଥିଲା । ପ୍ରୀତି ତା ନିଜ କୋଠରୀକୁ ମୋତେ ନେଇଗଲା । ମୋତେ ଖଟ ଉପରକୁ ଠେଲି ଦେଲା । ଆଜି ନାଲି ଲେହେଙ୍ଗାରେ ପ୍ରୀତି ଆହୁରି ସୁନ୍ଦର ଲାଗୁଥିଲା ଆଉ ସେହି ପ୍ରୀତିର ପରଶ ଟିକଟ ପାଇବା ପାଇଁ ମୁଁ ଖଟ ଉପରେ ଆଖିବନ୍ଦ କରି ଶୋଇ ରହିଥିଲି । ଦୁହିଁଙ୍କ ଓଠରେ ଓଠ ମିଶି ସାରିଥିଲା ଯାହା ଶରୀର ମିଶିବାକୁ ବାକି ଥିଲା ଠିକ ଏହି ସମୟରେ ଘରର କଲିଂ ବେଲ ବାଜିଲା । ମୁଁ ଚମକି ଉଠି ଆଖି ଖୋଲି ଦେଖିଲା ବେଳକୁ ପ୍ରୀତି ନାହିଁ । ଯା ଶଳା ମଲା ମଣିଷ , ନିଶ୍ଚିନ୍ତ ପ୍ରୀତିର ଭାଇ କି ବାପା ହୋଇଥିବ ! ଗୋଟା ମାଡ ତଳେ ପଡ଼ିବନି ଏହା କହି ନିଜ ଶାର୍ଟ ଟାକୁ ଉଠାଇ ନେଇ ପିନ୍ଧିବାକୁ ଲାଗିଲି ଘରର କଲିଂ ବେଲ ସେମିତି ବାଜୁଥାଏ । ମୋତେ ଲାଗିଲା କେହି ଜଣେ କବାଟକୁ ଧକ୍କା ଦେଉଛି ଭାଙ୍ଗିବା ଲାଗି ଭାବିଥିଲି ଖଟ ତଳେ ଲୁଚି ପଡ଼ିବି ହେଲେ ଏ କଣ ? ପ୍ରୀତି କଣ ପାଇଁ କବାଟ ଖୋଲୁନି ଦେଖୁ ଦେଖୁ ଦୁଇଜଣ ଲୋକ ଘର ଭିତରୁ ପଶି ଆସି ମୋତେ ବାହାରକୁ ଭିଡିନେଲେ ମଲା ମଣିଷ ଆଜି ପ୍ରୀତିର ପରସର ଚି଼ହ୍ନବର୍ଣ୍ଣ ନଥିଲା l ମୋତେ ବାହାରକୁ ଆଣିବା ପରେ ଜଣେ ଲୋକ ମୋତେ କହିଲା -- ଏ ପୁଅ କଣ ମରିବା ଲାଗି ସେ ଘର ଭିତରକୁ ଯାଇଥିଲୁ ? ମୁଁ କିଛି ବୁଝିବା ଆଗରୁ ଲୋକଟି ପୁନଶ୍ଚ କହିଲା, ତୁ ପାଗଳ ନାଁ କଣ ? ଆରେ ଏ ଘର ହେଉଛି " ହଣ୍ଟେଡ ହାଉସ " ଏଠି ଗୋଟେ ଝିଅର ଆତ୍ମା ରୁହେ, ସେ କେତେ ଲୋକଙ୍କୁ ମାରିସାରିଲାଣି ଆଉ ତୁମକୁ ବି ଏବେ ମାରିଦେଇଥାନ୍ତା । ଦେଖୁ ଦେଖୁ ବହୁତ ଲୋକ ସେଠାରେ ଏକାଠି ହୋଇଗଲେ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା , ଏଇଟା " ହଣ୍ଟେଡ ହାଉସ " ଭାଗ୍ୟ ଭଲ ତୁ ବଞ୍ଚିଗଲୁ ପୁଅ ମୋ ମୁଣ୍ଡ କାମ କରୁନ ଥାଏ । ବିପଦର ବନ୍ଧୁ ସାଜି ଦୁଇଟି ଲୋକ ମୋ ଜୀବନ ବଞ୍ଚାଇଦେଲେ ମୋ ଓଠ ଟା ଭାରି ଗଲଗଲ ହେଉଥାଏ ।

  ଘରକୁ ଫେରିବା ପରେ ଆଉଥରେ ଭଲ କରି ଗାଧୋଇଲି । ଓଠରେ ସାବୁନୁ ମାରି ଭଲ କରି ଧୋଇଲି । ସେ ଯେଉଁ କାଗଜରେ ମୋତେ ତା ନମ୍ବର ଲେଖି ଦେଇଥିଲା ତାକୁ ଆଜି ବି ବହି ଭିତରେ ସାଇତି ରଖିଥିଲି, ଭାବିଲି ପ୍ରୀତି ଯଦି ମିଛ ହୋଇଥିବ ତା ହେଲେ ସେ କାଗଜ ବି ମିଛ ହୋଇଥିବ । ଏହା ଭାବି ବହି ଖୋଲି ଦେଖିଲା ବେଳକୁ ସେଇଟା ଗୋଟେ କୁରକୁରି ଜରି ଥିଲା ଆଉ ମୋ ଫୋନରେ ସେମିତି କିଛି ନମ୍ବର ନଥିଲା ଯେଉଁଥିରେ ମୁଁ ନିତିଦିନ କଥା ହେଉଥିଲି । ଡର ଲାଗିବାରୁ ଜେଜଙ୍କ ପାଖରେ ସୋଇଲି । ତାପରଦିନ କଲେଜ ଆସି ପୁନଶ୍ଚ ଆଗ ଧାଡିରେ ବସିଲି ଝିଅଙ୍କ ନିଶା ମୋର ଖସିଯାଇଥିଲା ।

ଆଉ କାହାକୁ ଅନେଇବିନି । ମୋର ଗାର୍ଲ ଫ୍ରେଣ୍ଡ ଦରକାର ନାହିଁ । ଆଜି ପ୍ରଥମ ଥର ପାଇଁ ଝିଅଙ୍କ ବଦଳରେ ମୁଁ ବହିରେ ଧ୍ୟାନ ଦେଲି । କଲେଜରୁ ଫେରିବା ପରେ ସାନମଙ୍ଗଳାରୁ ସେହି ଗଳିବାଟ ଦେଇ ଅଳ୍ପ ବାଟ ଆସିଛି କି ନାହିଁ ମୋର ପ୍ରୀତି କଥା ମନେପଡ଼ିଗଲା, ସେଉଠୁ ସିଧା ସାଇକେଲ ବୁଲାଇ ସାମସାହି ପୋଲ ଦେଇ ଘରକୁ ଆସିଲି ଆଉ ମନେମନେ କହୁଥିଲି " ଆଉ ତୋ ଗଳିରେ ପାଦ ରଖିବି ନାହିଁ "।

   କ୍ରମଶଃ...


Rate this content
Log in

Similar oriya story from Comedy