STORYMIRROR

Nihar Ranjan pradhan

Comedy Inspirational

3  

Nihar Ranjan pradhan

Comedy Inspirational

ମୋ ଦେହରେ ଓଢଣୀ ପଡିଛି ନୂଆନୂଆ

ମୋ ଦେହରେ ଓଢଣୀ ପଡିଛି ନୂଆନୂଆ

4 mins
207


     ବିଜ୍ଞାନ ବହୁତ ଆଗକୁ ବଢିଛି .. ବଂଚିବାର ଢାଞ୍ଚା ବି ବଦଳିଛି .... ଗାଉଁଲି ମାଟିରେ ସହରୀ ସଭ୍ୟତାର ମେଂଚାଏ ଅନମନା ନାଲି ମହରମ ମାଟି ନହେଲେ କଳା ପିଚୁଟିଏ ପଡ଼ିଲାଣି ... ତଥାପି ମୋ ପ୍ରେମିକା ମଧୁମତି ଯେମିତି ଥିଲା ସେମିତି ଅଛି ... ସୁରଟରେ ରହି ସବୁଦିନ ମଧୁମତି ସହିତ ଦିନଟିଏ କଥା ନହେଲେ ମୋ ଭାତ ହଜମ ହୁଏନି ..ମଧୁମତି କୁ ନେଇ କେତେ ସ୍ବପ୍ନ ଦେଖେ ମୁଁ ... ମୋ ବିଛଣାରେ ଦୁଇଟି ତକିଆ ..ଗୋଟେ ମୁ ମୋ ମୁଣ୍ଡତଳେ ଦିଏ ଆରଟି ମୋ ମଧୁମତି , ଯେତେବେଳେ ମୋ ସାଙ୍ଗ ବିଶ୍ୱଜିତ ସୋଇପଡ଼େ ସେତେବେଳେ ମୁଁ ସେ ତକିଆ ସହିତ ବହୁତ କଥାହୁଏ ... ଲାଜ ଲାଗୁଚି କହିବାକୁ ,ହେଲେ ଏତେକଥା ଯେତେବେଳେ କହିଲିନି ସେ କଥା ଟା ବି କହିଦେଉଛି ... ତକିଆ କୁ ମଧୁମତି ର ମୁଁହଟା ଭାବି ମାଡ଼ିବସେ .... ଆଙ୍କିଦିଏ ଚୁମ୍ବନ ପରେ ଚୁମ୍ବନ ... ବିଚରା ତକିଆଟା ଯେତେବେଳେ ମୋ ନାଳ ରେ ଭିଜିଯାଏ ସେତେବେଳେ ବହୁତ ଗନ୍ଧ ହୁଏ ....ସେତେବେଳେ ଭାବନା ରାଇଜରୁ ଫେରିଆସି ତକିଆଟାକୁ ପାଖରେ ସୁଆଇ ଚାଦର ଟିଏ ଘୋଡାଇ ମୁଁ ସୋଇପଡ଼େ । ଦିନେ ସକାଳୁ ଦେଖିଲି ମୋ ସାଙ୍ଗ ବିଶ୍ୱଜିତ ସେ ତକିଆଟା ଉପରେ ଗୋଡ଼ ରଖି ନିଜ ପ୍ରେମିକା ସହିତ କଥା ହେବାର ମସଗୁଲ । ମୋ ରାଗ ଯାଇଁ ମଥା ଉପରେ ତକିଆ ଟାକୁ ଝିଙ୍କି ନେଇ ଚାରି ଅକ୍ଷରିଆ ଦୁଇଟି ଶବ୍ଦ ପରିବେଷଣ କରିଦେଲି ... ବିଶ୍ୱଜିତ ଆଁ ଟା କରି ଚାହିଁ ରହିଥାଏ ଆଉ ମନେ ମନେ ଭାବୁଥାଏ କଣ କରି ତୋହର ? ମଧୁମତି କୁ ପାଇବାର ଭୋକ ଆଉ କୋରନା ର ଦାଉରୁ ରକ୍ଷ୍ୟା ପାଇବା ପାଇଁ ସୁରଟ ରୁ ଗାଁ କୁ ଫେରିଲି ...।


  ମଧୁମତି କୁ ପାଇବାର ଲାଳସା ଏତେମାତ୍ରାରେ ମୋର ବଢ଼ିଯାଇଥାଏ ଯେ ଭାବିଥିଲି ଦେଖିବା ମାତ୍ରେ ହାତକୁ ଭିଡ଼ିନେଇ ଘର ପଛପଟ ଘଷି ଗଦା ପାଖକୁ ନେଇଯିବି ଆଉ ତାପରେ .....

 ହେଲେ ସରକାରଙ୍କ ନିର୍ଦେଶ କିଛିଦିନ ସଙ୍ଘରୁଦ୍ଧରେ ରହିବାକୁ ପଡିବ ... ପୁଣି ସମୟ ବଢିଲା ... ବାପା ବୋଉ ସାନ ଭାଇ ମକରା ସମସ୍ତେ ଦେଖା କରିବାକୁ ଆସିଲେ ..ହେଲା ମଧୁମତି ଆସିଲାନାହିଁ ... ହଁ ଏକା ଏକା ଝିଅଟା କେଉଁ ପରିଚୟ ନେଇ ମୋ ପାଖକୁ ଆସିବ , ଲୋକେ କଣ କହିବେ ?


 ଆସିବାର ଦଶଦିନ ପରେ ମୁଁ କୋରନା ପଜିଟିଭ ଚିହ୍ନଟ ହେଲି ... ଯା ଶଳା , ମଣିଷ ମଲା ଏଥର ! ଆଜିକାଲି ମଧୁମତି ମୋ ସହିତ ଫୋନ ରେ କଥା ବାର୍ତ୍ତା କରିବା ବି ବନ୍ଦ କରିଦେଇଥଲା .. ହଁ ଯେମିତି ଭାଇରସ ଟା ଫୋନ ବାଟ ଦେଇ ତାକୁ ସଂକ୍ରମିତ କରିଦେବ ! ସେଦିନ ମେସେଜ କଲା ମୋତେ ୫000/- ଟଙ୍କା ଦରକାର ହଁ ଗୋଟେ ନୂଆ ଓଢଣୀଟିଏ କିଣିବି ୨00 ଟଙ୍କା ଅଧିକ ଦେବୁ । ମନେ ମନେ ଭାବିଲି ଦୁନିଆ ଯାଇ କୋଉଠି ହେଲାଣି , ଆରେ ଆଜିକାଲି ରୋବୋର୍ଟ ପରା ସବୁ କାମ କଲାଣି - ପନିପରିବ ଆଣିବା ଠାରୁ ରୋଷାଇ ବାସ , ଛୁଆଙ୍କୁ ପଢ଼ାଇବା ଠାରୁ ତାଙ୍କୁ ସ୍କୁଲ କୁ ନେବା ଆଣିବା ଏମିତିକି ଲୋକଙ୍କୁ ଯୋଗବି ଶିଖାଇଲାଣି ... ଏ ମଧୁମତି ଟା କେଉଁ ଦୁନିଆରେ ବଞ୍ଚୁଛି କେଜାଣି ? ତାକୁ ଓଢଣୀ ଟାଏ ଦରକାର । ପୁଣି ଭାବିଲି ହଁ ଓଢଣୀ ଟିଏ ଆଣୁ , ଦେହରେ ଓଢଣୀ ନ ପକାଇଲେ ରୂପ ରଙ୍ଗଭରା ଯୌବନ ରେ ଆଖି ପକାଇବାକୁ ଲୋକଙ୍କୁ ସମୟ ଲାଗିବନି । ଠିକ ଏତିକିବେଳେ ନର୍ସ ଲକ୍ଷ୍ୟ କରି ମୋର ସେହି ଜାଗାରେ ଏମିତି ଇଞ୍ଜେକ୍ସନ ଫୋଡିଦେଲେ ଯେ ପାଟିରୁ ପ୍ରଥମ ଥର ପାଇଁ ମଧୁମତି ନାଁ ନ ବାହରି ବୋଉଲୋ ବାହାରିପଡିଲା ...।


   ମଧୁମତିର ଭଲ ପାଇବା ଆଉ ବୋଉର ଠାକୁରଙ୍କ ପ୍ରତି ଥିବା ଭକ୍ତି ମୋତେ ଏଡ଼େ ବଡ଼ ରୋଗଟାରୁ ବଞ୍ଚାଇ ଆଣିଲା ... ଭାବିଲି ମୋ ପ୍ରେମ ଲାଗି ମୁଁ ନୂଆ ଜୀବନ ପାଇଛି .... ଘରକୁ ଆସୁଛି କହି ମଧୁମତି କୁ ଫୋନ କଲି ହେଲେ ତା ଫୋନ ବନ୍ଦ ଥିଲା .. ଘରକୁ ଆସିଦେଖିଲି ବାପା ବୋଉ ମୋ ପାଖକୁ ଖୁସିରେ ଧାଇଁ ଆସିବେ କଣ ଗୁମ ମାରି ବସିଛନ୍ତି .... ଘଟଣା ଟା କିଛି ବଡ଼ ଘଟିଛି ...ଦୂରରେ ଥାଇ ପଚାରିଲି -- କଣ ହୋଇଛି ବୋଉ ?


 ବୋଉ କାନ୍ଦି କାନ୍ଦି କହିଲା ତୋ ସାନ ଭାଇ ମକରା ଦୁଇଦିନ ହେବ କାହାକୁ ନେଇ ପଳାଇ ଯାଇଛି .... ତୋ ବାପା କହୁଛନ୍ତି ବଡ଼ ପୁଅ ଥାଉଥାଉ ସାନ ପୁଅଟା ବାହା ହୋଇଗଲା , ସେ ନିର୍ଲଜ ର ମୁହଁ ଆଉ ଚାହିବେନି କି ତାକୁ ଘରକୁ ଆଣିବିନି ...


ମନେ ମନେ ଭାବିଲି ହଁ ଇଏ କୋଉ ନୂଆକଥା ....ସିଏ ନିଜେ ବି ତ ମଧୁମତି କୁ ଭଲ ପାଉଛି .. ଯଦି ଏହି ସମୟରେ ସାନ ଭାଇକୁ ସାହାଯ୍ୟ କରେ ତେବେ ତା ସାନ ଭାଇ ମକରା ତାକୁ ବି ସାହାଯ୍ୟ କରିବ .... ବାପା ଙ୍କୁ ବହୁତ ବୁଝାଇବା ପରେ ସେ ରାଜି ହେଲେ ... ବାପା ନିଜେ ଯାଇଁ ମକରା ଆଉ ତା ସ୍ତ୍ରୀ କୁ ଘରକୁ ଆଣିଲେ ... ଭାଙ୍ଗି ଯିବା ପୂର୍ବରୁ ଘରଟା ବଂଚିଗଲା ...।


ପ୍ରଥମ ଥର ଭାଇବୋହୁ ର ମୁହଁ ଟା ଦେଖିଲେ କିଛି ଦେବାକୁ ପଡେ ଏକଥା ମୁଁ ଜାଣେ ... ମକରା ର ସ୍ତ୍ରୀ ମୋତେ ଦଣ୍ଡବତ ଟେ ମାରିଲା ... ଆଉ ନୂଆ ନୂଆ ଓଢଣୀ ଭିତରୁ ମୁହଁଟା ଖୋଲି ଯେବେବେଳେ ମୋତେ ଦେଖାଇଦେଲା ... ମୁଁ ହାଉଳି ଖାଇ ଖଟ ଉପରୁ ଉଠିଗଲି ... ମଧୁମତି ତୁମେ ? ସେ ବି ମୋତେ ଦେଖିନେଇ ନୂଆ ନୂଆ ପକାଇଥିବା ଓଢଣୀ ଭିତରେ ମୁହଁଟାକୁ ନୁଚେଇଦେଲା ... ତା ହେଲେ ମୋ ପଠାଇଥିବା ଟଙ୍କାରେ ଏଇ ଓଢଣୀ କିଣା ଯାଇଛି ... ପାଖରେ ଠିଆ ହୋଇଥିବା ମୋ ବୋଉ କହିଲା ତୁ କଣ ମଧୁମତି କୁ ଜାଣୁ ?


କି ଉତ୍ତର ଦେବି ଜାଣିପାରୁନଥିଲି , ମନେ କହୁଥିଲି ହଇରେ ମକରା ତୁ ଏଇୟା କଲୁ ... ନୂଆ ନୂଆ ଓଢଣୀ ଭିତରୁ ମଧୁମତି କଣ ଭାବୁଥିଲା ମୁଁ ଜାଣେନି ... ସେ ତକିଆ ଟା ଖଟ ଉପରେ ପଡି ଆଜି କାହିଁ କି ମୋତେ ଅସନା ଦେଖାଯାଉଥିଲା । ନିଜ ସ୍ୱପ୍ନରେ ରାଜକୁମାରୀ ଆଜି ମୋ ଭାଇବୋହୁ ଯାହାକୁ ଛୁଇଁବା ପାପ ଆଉ ଉପରେ କୋରନା ...ଭାବିଲି ଦୁଇଜଣଙ୍କ ଠାରୁ ଦୂରତା ବଜାଇ ରଖିବା ଠିକ ହେବ .. ଏହି ସମୟରେ ବୋଉ କହିଲା --ଭାଇବୋହୁ ର ମୁହଁ ଦେଖିଲୁ କିଛି ଦେବୁ ନା ଏମିତି ଠିଆ ଟା ହୋଇ ଭାବୁଥିବୁ ...ହଁ କହି ମନି ପର୍ସ ଟା ଖୋଲିଲି , ମନେ ମନେ ଭାବିଲି ସବୁତ ଦେଇଛି ଆଉ ପୁଣି କଣ ଦେବି ...କଣେଇ ଚାହିଁଲି , ବେହିଆ ମଧୁମତି ଟା ଆଉ କିଛି ନେବା ଆଶାରେ ନୂଆ ନୂଆ ପକାଇଥିବା ଓଢଣୀ ଭିତରେ ଥାଇ ସେମିତି ଛିଡା ହୋଇଥିଲା ....ଆଜିଠାରୁ ସେ ମୋ ଶତ୍ରୁ ମଶଃମୁଁ ମୋ ଶତ୍ରୁ ଠାରୁ ଦୁରେଇ ରହିବାକୁ ଚାହୁଁଥିଲି ।


Rate this content
Log in

Similar oriya story from Comedy