ମଶାଣି ତଳୁ ତୋତେ ଭଲ ପାଉଛି
ମଶାଣି ତଳୁ ତୋତେ ଭଲ ପାଉଛି
କେଁ ...... କେଁ ....କବାଟର କେଁ କେଁ ଶବ୍ଦ .....ଝରକା ର ବାଡେଇ ହେବାର ଦୃଶ୍ୟ .... ଧଡ଼ ଧଡ଼ ...... କେଁ ଏ .......କେଁ ଏ .... ଝରକା ବାଟ ଦେଇ ଦୁଲୁକାଇ ପବନ ଘର ଭିତରକୁ ପଶିଆସିଲା ..... ଏହି ସମୟରେ ଖଟ ଉପରେ ସୋଇଥିବା ଅଳତା ର ନିଦ ଭାଙ୍ଗିଗଲା ..... କେଁ ଏ କେଁ ....ଧଡ଼ ଧଡ଼ ଧଡ଼ ....କେଁ .....ହୁକେ ହୋ ହୁକେ ହୋ .....ଭୁ ...ଭୁଭୁ .....କେଁ କେଁ .....ଅଳତାକୁ ଲାଗିଲା କେହି ଗୋଟେ ଛାଇ ଘର ଭିତରକୁ ପଶିଆସୁଛି .....ଅଳତା ପାଟି କରି ଉଠିଲା କିଏ .... କିଏ ସେଠି ?
ହୁକେ ହୋ ...ଭୁ ....ଭୂଭୁ .....କେଁ ଏ କେଁ ......ପଚାରୁଛି ପରା କିଏ ସେଠି ...ଅଳତା ପୁଣି ପାଟି କରି ଉଠିଲା ....ବାହାରୁ କାହାର ଧୀର କଣ୍ଠସ୍ୱର ଟିଏ ଶୁଭିଲା ..... ମଶାଣି ତଳୁ ତୋତେ ଭଲ ପାଉଛି ......ମଶାଣି ତଳୁ ତୋତେ ଭଲ ପାଉଛି......କିଏ ସେଠି ......କେଁ ଏ କେଁ .....
କିଛିଦିନ ପୂର୍ବରୁ ଘଟଣା
( ଅଳତା ରାଗିକରି ନିଜ ପ୍ରେମିକ ବଂଶୀ କୁ )
ଖାଲି ଭଲ ପାଇଲେ କଣ ଦୁଃଖ ଯିବ .....ତୋତେ ମୋ ପାଇଁ ଫୋନଟିଏ ଆଣିବାକୁ କହିଥିଲି ଟି ..... ହେଲେ ଏ କଣ ? ଗୋଟେ ଘଣ୍ଟା ଆଣି ଦେଇଦେଲୁ ....
ମୁଁ ଚାକିରୀ ଟିଏ କରେ ସେତେବେଳେ ତୁ ଯାହାକହିବୁ ଆଣି ତୋ ପାଦ ଥୋଇଦେବି , ପକେଟ ଖର୍ଚରୁ ବଞ୍ଚାଇ ତୋ ପାଇଁ ଘଣ୍ଟାଟିଏ ଆଣିଛି ଲୋ .....ତୋତେ ମୁଁ ବହୁତ ଭଲ ପାଏ ଅଳତା ...ମରିଗଲେବି ମଶାଣି ତଳୁ ଥାଏ ତୋତେ ସେମିତି ଭଲ ପାଉଥିବି ....ବଂଶୀ କୁହେ ।
ଆହାଲୋ ମୋ ରସିକ ନାଗର ....ପ୍ରେମ ଉଛୁଳି ପଡୁଛି ତୋର ....ଚାକିରୀ କଲେ ଆଣି ମୋ ପାଦ ତଳେ ଥୋଇଦେବୁ ନା ଟଙ୍କା ଦେଖି ଆଉ କାହାର ହାତ ଧରିନେବୁ ...ସିଧା କଥା ମୋତେ ଫୋନଟିଏ ଦରକାର , ଦୁଇଦିନ ଭିତରେ ଦେବୁ ଯଦି ଦେ ନହେଲେ ମୋତେ ଭୁଲି ଯା ....ଏହା କହି ଅଳତା ସେଠାରୁ ଯିବାକୁ ଲାଗେ ......ପଛରୁ ବଂଶୀ ଯେତେ ଅଟକାଇବାକୁ ଚେଷ୍ଟା କଲେବି ସେ ସେଠାରୁ ଚାଲିଯାଏ .....ବିଚରା ବଂଶୀ ।
ଅଳତା ଘରେ ପହଂଚି ଦେଖିଲା ବାପା ଙ୍କ ପାଖରେ କେହିଜଣେ ପରଦେଶୀ ବାବୁ ବସିଛନ୍ତି ....ଅଳତାକୁ ଦେଖି ଅଳତାର ବାପା କହିଲେ ----- ମା ଏ ହେଉଛନ୍ତି ସିଦ୍ଧାର୍ଥ ବାବୁ ... ଗାଁ ମୁଣ୍ଡ ଶେଷ ପଡିଆ ରେ ଯେଉଁ ସିମେଣ୍ଟ କମ୍ପାନୀଟିଏ ହେବାରଥିଲା ....ବାବୁଆସିଛନ୍ତି ଦେଖାରେଖା କରିବାକୁ ...କିଛି ଦିନ ପାଇଁ ଆମ ଘରେ ରହିବେ ....ତେଣୁ ବାବୁଙ୍କର ସବୁ ଦାଇତ୍ୱ ଆମର ......ପରଦେଶୀ ସିଦ୍ଧାର୍ଥ ବାବୁ ସେମିତି ଅଳତାକୁ ଅପଲକ ନୟନରେ ଚାହିଁ ରହିଥାନ୍ତି ଆଉ ମନେ ମନେ ଭାବୁଥାନ୍ତି ---- ଏ ପଙ୍କ କାଦୁଅ ମାଟିର ଝିଅ ମାନେ ବି ଏତେ ସୁନ୍ଦର .......
ସିଦ୍ଧାର୍ଥ ବାବୁଙ୍କର ସବୁ ଦାଇତ୍ୱ ଅଳତା ବୁଝିଆସୁଛି .... ଅଳତା ପାଖରେ ଫୋନଟିଏ ନଥିବାରୁ ଅଳତା ମନର ଦୁଃଖକୁ ସିଦ୍ଧାର୍ଥ ବାବୁ ଜାଣିପାରି ଗୋଟେ ଦାମୀ ଫୋନଟିଏ ଅଳତା ହାତକୁ ବଢ଼ାଇଦେବା ସମୟରେ କିଛିକ୍ଷଣ ପାଇଁ ଅଳତାର ହାତକୁ ଧରିନେଇଥିଲେ .....ଅଳତା ଏହାର ବିରୋଧ କରିବା ପରିବର୍ତ୍ତେ ତଳକୁ ମୁହଁ କରି ହସି ଦେଇ ନିଜ ହାତକୁ ଛଡାଇ ନେଇଥିଲା ସିଦ୍ଧାର୍ଥ ବାବୁଙ୍କ ଠାରୁ । କେମିତି ବିରୋଧ କରିବ ...ଫୋନଟା ତାକୁ ମିଳିଛି ଯେତେବେଳ .....
ସମୟ ସୁବିଧା ମିଳିଲେ ସିଦ୍ଧାର୍ଥ ବାବୁ ଅଳତାକୁ ନିଜ ବାହୁ ବନ୍ଧନରେ ବାନ୍ଧି ନିଅନ୍ତି .... ଅଳତାକୁ ବହୁତ ଭଲ ପାଆନ୍ତି ବୋଲି କୁହନ୍ତି ....ଅଳତା ଭାବେ ଗାଉଁଲି ବଂଶୀଟାକୁ ବାହାହେଲେ ତା ଜୀବନ ମାଟି ହୋଇଯିବ .... ଯଦି ସିଦ୍ଧାର୍ଥ ବାବୁଙ୍କୁ ବାହା ହୁଏ ମହାରାଣୀ ହୋଇ ରହିବି .... ସେଥିଲାଗି ସିଦ୍ଧାର୍ଥ ବାବୁ ଯାହାକରନ୍ତି ଅଳତା କେବେ ପ୍ରତିବାଦ କରେନି .... କିନ୍ତୁ ସିଦ୍ଧାର୍ଥ ବାବୁତ ନିଜ ଶରୀରର ଭୋକ ମେଣ୍ଟାଇବା ପାଇଁ ଶରୀରଟିଏ ଖୋଜୁଛନ୍ତି ସେ କଥା ଗାଉଁଲି କାହୁଁ ବୁଝିପାରିବ .....ହେଲେ ଘରେ ବୁଢାଟା ଥିବାର ବାହାନା ଦେଖାଇ ଅଳତା ସିଦ୍ଧାର୍ଥ ବାବୁଙ୍କ ବାହୁରୁ ନିଜକୁ ସବୁଦିନ ମୁକୁଳାଇ ନିଏ .....
ସେଦିନ ସନ୍ଧ୍ୟାରେ ସିମେଣ୍ଟ କମ୍ପାନୀ ବୁଲିଯିବା କହି ସିଦ୍ଧାର୍ଥ ବାବୁ ବାହାରିଲେ .... ଅଳତାର ବାପାଙ୍କ ଦେହ ଖରାପ ଥିବାରୁ ସେ ବାବୁଙ୍କ ସାଙ୍ଗରେ ଯାଇ ନ ପାରିବାରୁ ଅଳତାକୁ ବାବୁଙ୍କ ସାଙ୍ଗରେ ଅଳତାକୁ ପଠାଇଲେ ....ବାବୁଙ୍କ ଭୁଟୁ ଭୁଟୁଆ ଗାଡ଼ିରେ ଯେତେବେଳେ ଅଳତା ପଛରେ ବସି ବାହାରିଲା , ଭାବିଲା ସେ କେଉଁ ସ୍ୱର୍ଗରେ ଅଛି .... ଫୋନ ଅଛି , ଗାଡି ଅଛି ,ଟଙ୍କା ଅଛି ତାକୁ ଆଉ କଣ ଦରକାର ସେ ଭୁଲିଯିବାକୁ ଚାହୁଁଥିଲା ବଂଶୀକୁ .... ଯାହାର ସ୍ୱର ତାକୁ ଆଉ ଭଲ ଲାଗୁନଥିଲା ସେହି ପୁରୁଣା ଗୀତଟାକୁ ସବୁବେଳେ ଗାଉଥିବ... .ମଶାଣି ତଳୁ ତୋତେ ଭଲ ପାଉଛି....
ପୂରୁବ ଆକାଶରେ ଧରିଥିବା ମେଘଟା ଦୁମୁଦୁମୁ କରି ବରଷି ଗଲା ... ପଡିଆରେ ଘର ଫର ନାହିଁ ... ବାଧ୍ୟ ହୋଇ ସେମାନେ ଗୋଟେ ବରଗଛ ମୂଳେ ଛିଡାହୋଇଗଲେ .... ବର୍ଷାରେ ଅଳତା ର ଡ୍ରେସ ଗୁଡାକ ଭିଜିଯାଇ ତା ଶରୀରକୁ ଜାବୁଡି ଧରିଥିଲା ....ବିଜୁଳି ର ଘଡ ଘଡ ଶବ୍ଦରେ ଅଳତା ଧରିନିଏ ସିଦ୍ଧାର୍ଥ ବାବୁଙ୍କୁ । ଅନ୍ଧାର ରାତି , ବାହୁର ସୁନ୍ଦରୀ ଅଳତା ... ଆଜି ବୁଢ଼ା ବାପା ନାହିଁ ଯେ ଅଳତା ବାହାନା କରି ସେଠାରୁ ଖସିଯିବ ..... ସେହି ବରଗଛ ମୂଳେ ସିଦ୍ଧାର୍ଥ ବାବୁ ନିଜର କେଉଁ ଦିନର ଭୋକ ମେଣ୍ଟାଈ ଦେଲେ ଅଳତା ଜାଣି ପାରିଲାନି .... ସେହି ବର୍ଷାରେ ଅଳତା ର ରଙ୍ଗ ଧୋଇସାରିଥିଲା ସିଦ୍ଧାର୍ଥ ବାବୁ .....
ଏଣିକି ଅଳତା ମନରେ ଭୟ ନାହିଁ .... ଘର ଭିତରେ ମଧ୍ୟ ଅଳତାର ରଙ୍ଗରେ ଉବୁଟୁବୁ ହୁଅନ୍ତି ଦୁଇ ଶରୀର । ଅଳତା ବାପା ଦିନେ ଦୁହିଁଙ୍କୁ ଦେଖିନେଲା ....ସିଦ୍ଧାର୍ଥ ବାବୁଙ୍କୁ ଗାଁ ମୁଣ୍ଡ ପଡିଆ ପାଖ ଘରେ ରହିବାକୁ ପଠାଇଦେଲା । ଏଣିକି ଆଉ ଦୁଇ ପ୍ରାଣୀ ଆଗ ଭଳି ମିଶିପାରିଲେଣି ... ଶରୀରର ଭୋକ ବଢିବାକୁ ଲାଗିଥାଏ ..... ବେଳ ଉଣ୍ଡି ଦିନେ ସିଦ୍ଧାର୍ଥ ବାବୁ ଚାଲିଆସିଲେ ଅଳତାର ଘରକୁ । ବହୁତ ଦିନେ ଅଳତାକୁ ପାଇଥିବାରୁ ନିଜ କାମନାର ଲାଳସାରେ ମସଗୁଲ ହୋଇଗଲେ ଦୁହେଁ .... ଏହି ସମୟରେ ଅଳତାର ବାପା ପଶି ଆସଲା ଘର ଭିତରକୁ ..... ଅଳତାକୁ ଏପରି ଅବସ୍ଥାରେ ଦେଖି ଚାପୁଡ଼ା ଟିଏ ବସାଇ ଦେଇଥିଲା ଅଳତା ଗାଲରେ ଆଉ ସିଦ୍ଧାର୍ଥ ବାବୁଙ୍କୁ ଅସଭ୍ୟ ଭାଷାରେ ଗାଳି କରିବାକୁ ଲାଗିଲେ । ସିଦ୍ଧାର୍ଥ ବାବୁ ଜାଣିଲେ ଯଦି ଏ ବୁଢାଟା ରହିବ ତେବେ ତା ଲାଳସା ସେ ମେଣ୍ଟାଇ ପାରିବନି , ୟାକୁ ରାସ୍ତାରୁ ହଟାଇଦେଲେ କଥା ସରିଲା .... ଏହାକହି ବୁଢାର ଗଳାଟାକୁ ଧରିନେଲା .... ବୁଢାଟା ଛାଟିପିଟି ହେବାକୁ ଲାଗିଲା ... ଅଳତା କହୁଥାଏ ନାଇଁ ବାବୁ ମୋ ବାପାଙ୍କୁ ଛାଡିଦିଅ .....ହେଲେ ସିଦ୍ଧାର୍ଥ ବାବୁଙ୍କ ମୁଣ୍ଡରେ ଭୂତ ସବାର ଥିଲା କି କଣ କେଇଟା ମୁହୂର୍ତ ଭିତରେ ବୁଢାଟାକୁ ତଣ୍ଟି ଚିପି ମାରିଦେଲା ....।
ଠିକ ଏହିସମୟରେ ବଂଶୀ ହାତରେ ଫୋନ ଟିଏ ଧରି ଅଳତାକୁ ଦେବାଲାଗି ଘରଭିତରକୁ ପଶିଆସିଛି ... ସାମ୍ନାରେ ସିଦ୍ଧାର୍ଥ ବାବୁ , ଅର୍ଦ୍ଧ ନଗ୍ନ ଅଳତା ଆଉ ସାମ୍ମନାରେ ଅଳତା ବାପାର ନିସ୍ତେଜ ଶରୀର । ବଂଶୀକୁ ବୁଝିବାକୁ ବାକି ନଥିଲା କଣ ଘଟିଚି ବୋଲି ସେ ଚିତ୍କାର କରିବାକୁ ଲାଗିଲା ..... ଉପାୟ ନପାଇ ସିଦ୍ଧାର୍ଥ ଏବଂ ଅଳତା ବଂଶୀର ବେକକୁ ଗୋଟେ ଦଉଡ଼ିରେ ଭିଡିଦେଲେ .... ଅଣନିଶ୍ୱାସୀ ହୋଇ ଯାଉଥିଲା ବଂଶୀ ...ହାତରୁ ଅଳତା ପାଇଁ ଆଣିଥିବା ଫୋନଟି ତଳକୁ ଖସିପଡିଲା ...ଆଉ କିଛି କ୍ଷଣ ଭିତରେ ଦୁଇ ଦୁଇଟି ମୃତ ଶରୀର ତଳେ ପଡିଥିଲା । ଦୁଇ ଜଣଙ୍କୁ ସେହି ଘର ଭିତରେ ପୋତିଦେଇ ଅଳତା ଆଉ ସିଦ୍ଧାର୍ଥ ବାବୁ ଚାଲି ଆସିଥିଲେ ସହରକୁ ।
ଅଳତା ସହରକୁ ଆସି ଜାଣିଲା ସିଦ୍ଧାର୍ଥ ବାବୁ ଆଗରୁ ବିବାହିତ .... ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି .... ହେଲେ ସେ ଅଳତାକୁ ସାନ୍ତ୍ୱନା ଦେଇ କହିଛନ୍ତି , ସହରରେ ଦୁଇ ତିନୋଟି ବାହାହେବା କୌଣସି ନୂଆ କଥା ନୁହେଁ । ସମୟ ଦେଖି ବାପାଙ୍କୁ କହି ତୁମ ହାତଧରି ଘରକୁ ନେଇଯିବି ...ଟିକେ ଅପେକ୍ଷ୍ୟା କର ....ସେଥିଲାଗି ତାଙ୍କ ନିଜ ଘର ଠାରୁ କିଛି ଦୂରରେ ଗୋଟେ ଭଡାଘରେ ରଖିଛନ୍ତି ଅଳତାକୁ ।
ଦୀର୍ଘ ତିନିମାସ ହେବ ସିଦ୍ଧାର୍ଥ ବାବୁ ଅଳତାକୁ ଏହି କଥା ତା ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି । ......
ବର୍ତମାନ
ବିଜୁଳି ଆସିଯାଇଛି , ତୋଫାନ ବି ଟିକେ ଶାନ୍ତ ହୋଇଛି .....ଘର ର କଲିଂ ବେଲ ବାଜିବାରୁ ଅଳତା ଘର ଖୋଲି ଦେଖିଲା ...... ସିଦ୍ଧାର୍ଥ ବାବୁ ଆଉ ତିନୋଟି ଲୋକ ଘର ଭିତରକୁ ପଶିଆସିଲେ । ଅଳତା କିଛି କହିବା ଆଗରୁ ସିଦ୍ଧାର୍ଥ ବାବୁ କବାଟ ଟାକୁ ବନ୍ଦ କରି ଅଳତାକୁ କହିଲେ ..... ଅଳତା ଏ ହେଲେ ଶୁଭଙ୍କର ବାବୁ ..ୟାଙ୍କ ଯୋଗୁ ମୁଁ ଏତେବଡ଼ ଲୋକ ...ଗୋଟେ ବଡ଼ ଟେଣ୍ଡର ଆସିଛି .... ମୁଁ ଆହୁରି ଧନୀ ହୋଇଯିବି ....ତୁମକୁ ୟା ଠାରୁ ଦାମୀ ଫୋନ ଟିଏ ଦେବି .... ଚାରିଚକିଆ ଗାଡ଼ିରେ ବସାଇ ତୁମକୁ ସବୁଦିନ ପାଇଁ ଆମ ଘରକୁ ନେଇଯିବି ......ମାତ୍ର ଥରୁଟିଏ ପାଇଁ ତୁମ ଅଳତା ର ରଙ୍ଗରେ ଏମାନଙ୍କ ଶରୀରର ରଙ୍ଗୀନ କରିଦିଅ .....ଏଥର ଅଳତା ବୁଝି ପାରୁଥିଲା, ଭୁଲ କାହାର?
ଅଳତା ନିଜ ଭୁଲ ବୁଝିପାରିଥିଲା .... ସିଦ୍ଧାର୍ଥ ବାବୁ ନିଜ ର ସ୍ୱାର୍ଥ ପୂରଣ ଲାଗି ଅଳତାକୁ ହାତ ବାରିସି କରିଛନ୍ତି ବୁଝିବାକୁ ବାକି ନଥିଲା ତାକୁ ....ଅଳତା ସିଦ୍ଧାର୍ଥ ବାବୁଙ୍କ କଥାରେ ରାଜି ନହେବାରୁ ସିଦ୍ଧାର୍ଥ ବାବୁ ଅଳତାରେ ଚୁଟିକୁ ଧରି କହିଲେ ------ ଶାଳୀ ବେଶ୍ୟା .... ତୁ କଣ ଭାବୁଚୁ ମୁଁ ତୋତେ ବାହାହେବା ଲାଗି ଏଠି ରଖିଛି ....ତୋ କାମ ହେଲା ଏମାନଙ୍କ ପାଖରେ ଶୋଇବୁ .....ଏହା କହି ତାକୁ ଖଟ ଉପରକୁ ଫିଙ୍ଗି ଦିଏ ...ଆଉ ଅଜଣା ତିନିଜଣ ବ୍ୟକ୍ତି ଅଳତାକୁ ଧର୍ଷଣ ନିମନ୍ତେ ଆଗକୁ ବଢନ୍ତି ....ହଠାତ ବିଜୁଳି ଚାଲିଯାଏ .... ପୁଣି କବାଟର କେଁ କେଁ ଶବ୍ଦ ....ଝରକାର ଧଡ଼ ଧଡ଼ ଶବ୍ଦ ....ଆଉ ଅଳତା ର ମୁହଁରେ ବଂଶୀର ଚେହେରା .... ଅଳତାର ଏ ରୁପକୁ ଦେଖି ସମସ୍ତେ ଭୟଭୀତ ହୋଇପଡନ୍ତି .....ଚେଷ୍ଟା କରନ୍ତି କବାଟ ଖୋଲି ଚାଲିଯିବାକୁ ....ହେଲେ ଏ କଣ କବାଟ ଖୋଲୁନି ଯେ .......କିଛି କ୍ଷଣ ପରେ ଯେବେ ଅଳତାକୁ ହୋସ ଆସେ ଅଳତା ଦେଖେ ତଳେ ସିଦ୍ଧାର୍ଥ ବାବୁଙ୍କୁ ମିଶାଇ ଚାରି ଚାରୋଟି ଶବ ...... ଅଳତା ଚିତ୍କାର କରି ଉଠେ ..... ନା ମୁଁ ମାରିନି ଏମାନଙ୍କୁ .....କିଏ ଅଛି ଏଠି .... ହଠାତ ଅଳତା ର ବ୍ୟାଗ ଭିତରୁ ବାଜି ଉଠେ ଗୀତଟେ .... ମଶାଣି ତଳୁ ତୋତେ ଭଲ ପାଉଛି...... ନିଜ ବ୍ୟାଗ ଟି ଆଡେଇ ଦେଖେ ବଂଶୀ ଦେଇଥିବା ଫୋନ ଟି .... ଏ ଫୋନ ଟି ଏଠାକୁ କେମିତି ଆସିଲା .... ମୁଁ ୟାକୁ ବଂଶୀ ର ଶବ ସହିତ ପୋତି ଦେଇଥିଲି ..... ଯେତେ ଚେଷ୍ଟା କଲେ ବି ଗୀତଟିକୁ ବନ୍ଦ କରିପାରୁନଥାଏ ଅଳତା ....ମଶାଣି ତଳୁ ତୋତେ ଭଲ ପାଉଛି....କାହାର ଗୋଟେ ଛାଇ ଘର ଘର ଭିତରେ ବୁଲିଥାଏ ...ଏ କାହାର ଛାଇର ଛାଇ ହୋଇ ପାରେ ? ଡରିଯାଏ ଅଳତା ... ନା , ଆଉ ସେ ବଞ୍ଚିପାରିବନି ... ଘର ଫ୍ୟାନରେ ଲୁଗାଟାକୁ ଲଗାଇ ବେକରେ ଟାଙ୍ଗୀଦେଲା ଅଳତା ...ସବୁ ଶେଷ ... ତଥାପି ଫୋନଟିରୁ ଗୀତଟେ ବାଜୁ ଥାଏ .... ମଶାଣି ତଳୁ ତୋତେ ଭଲ ପାଉଛି.....
.
କ୍ରମଶଃ ......

