STORYMIRROR

Nihar Ranjan pradhan

Classics Inspirational Others

3  

Nihar Ranjan pradhan

Classics Inspirational Others

ପ୍ରଥମ ପ୍ରେମର ପ୍ରଥମ ଚିଠି

ପ୍ରଥମ ପ୍ରେମର ପ୍ରଥମ ଚିଠି

5 mins
165


   ଆଶୁତୋଷ ବାବୁଙ୍କର ବାହାଘରକୁ ବର୍ଷେ ପୁରୁନି , ସ୍ତ୍ରୀ ଉମା କିନ୍ତୁ ଆଶୁତୋଷ କୁ ପାଇ ଖୁସି ନୁହନ୍ତି ... ଅନାଥ ଅଂଶୁମାନ ହାତରେ ବାପା ମା ତାହାର ଟେକି ଦେଲେ ... କହିଲେ ପିଲାଟା ସ୍କୁଲ ମାଷ୍ଟର ତୋତେ ବହୁତ ଖୁସିରେ ରଖିବ ... ଖୁସିରେ ରଖିବ ନା ଆଳୁଚୋପା ରଖିବ । ସେ ବି କମ ଉଚ୍ଚ ଶିକ୍ଷିତା ନୁହଁ ... ବାପା କୁ ବାରୁ ବାରୁ କହୁଥିଲା ସେ ଅଜୟ କୁ ଭଲ ପାଏ ... ଏଇ ଆମ ଶେଷ ଗାଁ ମୁଣ୍ଡ ସନା ଓଝା ପୁଅ ଅଜୟ । ଟୋକାଟା ଦେଖିବାକୁ କୌଣସି ରାଜକୁମାର ଠାରୁ କମ ନୁହେଁ ... ତୋଫା ଗୋରା ରଙ୍ଗ ଚେହେରା ସାଙ୍ଗକୁ କଳା ମୁଚୁମୁଚିଆ କେଶ ଗାଁ ର ସବୁ ଝିଅକୁ ପାଗଳ କରେ ... ଆଉ ତା ସ୍ୱାମୀ ଅଂଶୁମାନ ଦେଖିବାକୁ କଳା ବାନ୍ଦର ,ଟଙ୍କା ରୋଜଗାର କରୁଛି ବୋଲି କଣ ଟଙ୍କା କୁ ଚାଟିବି । ବାପା କହୁଥିଲା ସେ ଅଜୟ ଆଉ ବୋପା ସନା କାଳେ ଭଲ ମଣିଷ ନୁହଁ ... ସାଙ୍ଗ ହୋଇ ମଦ ପିଅନ୍ତି ... ଧର୍ଷଣ କରନ୍ତି । ଝିଅଟାକୁ ଏଭଳି ମିଛ କଥା କହିବାକୁ ମୋ ବାପାଟାକୁ ଟିକେ ଲାଜ ଲାଗିଲାନି ।


ସେ ତ ବହୁଥର ଅଜୟ ବାହୁବନ୍ଧନରେ ବାନ୍ଧି ହୋଇଛି , ଓଠ ପାଖରେ ଓଠ ରଖିଛି, ଶରୀର ସହିତ ଶରୀର ମିସାଇଛି  । କାହିଁ କେବେ ଅଜୟ ମୁହଁରୁ ମଦ ର ଗନ୍ଧ ତ ଆସିନି । ଆଉ ତା ବାପା ସନା ଦେବତା ସମାନ ଲୋକ ମୋତେ ଦେଖିଲେ ମୁହଁଟା ତଳକୁ କରି ଚାଲିଯିବ .... ହଁ କେମିତି ବା ଯିବନି ଯେତେବେଳେ ମୁଁ ତାଙ୍କର ଭାବି ବୋହୁ ହେବାକୁ ଯାଉଛି । କିନ୍ତୁ ଅଜୟ ଉମା ଛଡା ଆଉ କାହାକୁ ଚାହେଁନି ଏକଥା କେବଳ ଉମାକୁ ଜଣା ... ବାହାଘର ଦିନ ଅଜୟ ସହିତ ପଳାଇଯିବି ବୋଲି ସ୍ଥିର କରିଥିଲା କିନ୍ତୁ କଣ ହେଲା କେଜାଣି ଅଜୟ ବାରିକ ପୁଅ ସମା ହାତରେ ଖବର ଦେଲା ତୁମେ ବାହାହୋଇ ଯାଅ ତମକୁ ତୁମ ଶାଶୁଘରୁ ଉଠାଇଆଣିବି । ସେଥିପାଇଁ ଉମା ଆଜିପର୍ଯ୍ୟନ୍ତ ନିଜ ସ୍ୱାମୀ ଅଂଶୁମାନ ସହିତ ଶାରୀରିକ ସମ୍ପର୍କ ରଖିନି ... କୌଣସି ନା କୌଣସି ବାହାନା କରି ବଞ୍ଚି ଆସିଛି ସେ । ଏଥିପାଇଁ ଅଂଶୁମାନ ବି କେବେ ବାଧ୍ୟ କରିନି ଉମାକୁ । ବାହାଘର ପରେ ବି ଅଜୟ ତାକୁ ନାମି ଦାମୀ ଉପହାର ଦେଇଛି ଏଇଥିରୁ ଅଜୟ ତାକୁ କେତେ ଭଲ ପାଏ ତାହା ପ୍ରମାଣିତ ..।


   ଏପଟେ ଉମା ଶରୀରର ଭୋକ ବଢ଼ିବାରେ ଲାଗିଥାଏ ... ବହୁତ ଦିନ ହେବ ଅଜୟ ସହିତ ଶଯ୍ୟାସାଇ ହୋଇନି ।  ସେଦିନ ଅଂଶୁମାନ ସବୁଦିନ ପାରି ସ୍କୁଲ ଯାଇଥାଏ ... ଏହାର ସୁଯୋଗ ନେଇ ଉମା ଗାଡ଼ିଟିଏ କରି ଅଜୟ ପାଖକୁ ଚାଲିଗଲା । ଯିବା ବେଳେ ଘରର ଚାକରାଣୀ କୁ କହିଗଲା , ବାବୁଙ୍କୁ କହିଦେବୁ ସେ ସବୁଦିନ ପାଇଁ ଅଜୟ ପାଖକୁ ଯାଉଛି । ଉମା ମନରେ ଗର୍ବ, ବହୁତ ଦିନପରେ ଅଜୟକୁ ପାଖକୁ ଯାଉଛି ।  


   ସେଦିନ ଅଜୟ ପାଖରେ ପହଂଚିବା ପରେ ଦୁହେଁ ପ୍ରେମୀ ଯୁଗଳ ପରସ୍ପରକୁ ପାଇଁ କାମନା ର ବାସ୍ନା ରେ ବୁଡିଯାଇଥିଲେ କିଛି ସମୟ ପାଇଁ । ଆଜି କାହିଁକି କେଜାଣି ପ୍ରଥମ ଥର ପାଇଁ ଅଜୟ ମୁହଁରୁ ମଦର ବାସ୍ନା ଆସୁଥିଲା । ଉମା ପଚାରିବାରୁ ଅଜୟ କହିଲା -- ତୁମେ ଏତେ ଦିନ ହେବ ମୋ ଠାରୁ ଗଲଣି ,ତୁମବିନା କେମିତି ରହିଥାନ୍ତି କୁହ ? ଉମା ଜାଣିଲା ଅଜୟ ତାକୁ ବହୁତ ଭଲ ପାଏ , ଅଭିମାନ ସ୍ୱର ରେ ଉମା କହିଲା -- ଏଥର ମୁଁ ଆସିଗଲିଣି ତୁମେ ସେ ମଦ କୁ ଆଉ ପିଇବନି ... ଅଜୟ ହଁ କହି ଉମାର ଓଠରେ ଓଠ ଟାକୁ ମିଶାଇ ଦେଲା । ଉମା ବହୁତ ଖୁସି ଥିଲା , ସେ କଳାବଂଦର ଅଂଶୁମାନ ପାଖରୁ ସବୁଦିନ ପାଇଁ ଛୁଟି ମିଳିଯାଇଥିବାରୁ । ଅଜୟ ସହିତ ସମ୍ପର୍କ ଗଢିବାର ସୁନେଲି ସ୍ବପ୍ନ କଥା ଭାବି ଭାବି ଉମାକୁ ନିଦ ଆସିଯାଇଥାଏ ... ହଠାତ ଅନୁଭବ କରିଲା ଚଦର ଭିତରେ ଥିବ ତାହାର ନଗ୍ନ ଶରୀରକୁ କେହି ଜଣେ ଚୁମ୍ବନ ଚୁମ୍ବନ ପରେ ଚୁମ୍ବନ କରି ଚାଲିଛି ... ଅଜୟ ଭାବି ଉମା ତାକୁ ନିଜ ଆଡକୁ ଭିଡ଼ିନେଲା ...ଅଜୟ ମୁହଁରେ ତ ଦାଢ଼ି ନ ଥିଲା ହେଲା ଏହା ମୁହଁ ରେ ଦାଢ଼ି ... ଚମିକି ପଡି ଆଖିଖୋଲି ଦେଖିଲା ଅଜୟ ବାପା ସନା ...ଅଜୟ ଅଜୟ କହି ଚିତ୍କାର କରିବାକୁ ଲାଗିଲା ... ବଂଚିବା ଲାଗି ଛାଟି ପିଟି ହେଉଥିଲା ... ଅଜୟ ଆସିଲା ...ରାଗିଯାଇ ବାପାଙ୍କୁ କହିଲା , ଏ କଣ ବାପା ତୁମକୁ କହିଥିଲି ଟିକେ ଅପେକ୍ଷ୍ୟା କର .. ହେଲେ ତୁମ ଦ୍ୱାରା ହେବନି । ଯଦି ଆସିଲ କବାଟ ଭଲ କରି ବନ୍ଦ କରିଦିଅ ଭିତରୁ ଯେମିତି ଏହାର ଆବାଜ ବାହାରକୁ ଆସିବନି । ହାତବାକ୍ୟ ପରି ଚାହିଁ ରହିଥିଲା ଉମା ... ତା ହେଲେ ବାପା ଯାହା କହିଥିଲେ କଣ ସତ ... ଆଉ କିଛି ଭାବିବା ଆଗରୁ ସନା ନିଜ ରସରେ ଭିଜାଇବାକୁ ନିଜ ଆଡକୁ ଭିଡିନେଲା ଉମାକୁ ....।


     ଉମା ଶରୀର ଭରି ଏ ମଣିଷ ରୁପି ପଶୁମାନଙ୍କର କଟା ଦାଗ ... ଭାବିଥିଲା କେଉଁ ନଦୀ କୁ ଯାଇଁ ଆତ୍ମ ହତ୍ୟା କରିନେବ , ନା ବାସ ଥରୁଟିଏ ପାଇଁ ସେ ଅଂଶୁମାନ କୁ ଭୁଲ ମାଗିନେବ ଆଉ ତା ପରେ ସବୁଦିନ ପାଇଁ ଶାନ୍ତିରେ ଶୋଇଯିବ କାଳ ରେ କୋଳରେ । ଉମା ରାତି ଅଧରେ ଅଂଶୁମାନ ଘରେ ପହଁଚିଲା ... କବାଟ ଆଜି ଖୋଲାଥିଲା ଉମା ପାଇଁ । ହୁଏତ ଅଂଶୁମାନ ଭୁଲିଯାଇଥିବେ ବନ୍ଦ କରିବାକୁ ... ଘର ର ବିଜୁଳି ବି ବନ୍ଦ ହୋଇନଥିଲା ... ସେ ଦେଖିଲା ଗୋଟେ ଚିଠି ରଖାହୋଇଛି ଡ୍ରଇଂ ଟେବୁଲ ଉପରେ .. ଚିଠିଟିକୁ ଆଣି ପଢିବାକୁ ଲାଗିଲା ଉମା ......

  

    ମୋର ପ୍ରିୟର ଉମା ,

 

           ଦୟାକରି ଚିଠିଟିକୁ ସମ୍ପୂର୍ଣ ନପଢି ଚିରିବନି ... ତୁମକୁ ତୁମ ପ୍ରେମର ରାଣ ...ମୁଁ ଅନାଥ, ସମସ୍ତେ ଜାଣନ୍ତି  । ଯେବେଠୁ ତୁମକୁ ବାହାହେଲି ମୋତେ ଲାଗିଲା ମୁଁ ସବୁ କିଛି ପାଇଗଲି । ଏ ଅନାଥ ଅଂଶୁମାନ ସବୁକିଛି ଫେରିପାଇଲା । ସକାଳୁ ଉଠି ମୁଁ ଆଖି ବନ୍ଦ କରି ତୁମ କୋଠରୀକୁ ପ୍ରଥମେ ଯାଏ ଆଉ ତୁମ ମୁହଁଟିକୁ ଦେଖିଦେଲେ ମୁଁ ମନେ ମନେ ବହୁତ ଖୁସି ହୁଏ । ଚାକରାଣୀ ଟା ଯେତେବେଳେ କାମ ନକରି ଘରକୁ ଚାଲିଯାଏ , ମୁଁ ତୁମ ଲୁଗା ସଫା କରି ଛାତ ଉପରେ ଶୁଖାଇଦିଏ । ତୁମେ ଭାବ ଚାକରାଣୀ ସଫା କରୁଛି ଆଉ ଚାକରାଣୀ ଭାବେ ତୁମେ । ଆଉ ସେଇଦିନ ଯେଉଁ ଚୁଡା ସନ୍ତୁଳାଟା ଖାଇ ଚାକରାଣୀର ବହୁତ ତାରିଫ କରିଥିଲ ,ସେଇଟା ବି ମୁଁ କରିଥିଲି । ସେ ଚୁଡା ସନ୍ତୁଳା ମୋତେ ମୋ ବୋଉ ଶିଖାଇ ଥିଲା । ତୁମକୁ ଯେତେବେଳେ ଚୁଡା ସନ୍ତୁଳା ଦରକାର ହେଉଥିଲ ଚାକରାଣୀ ମୋତେ ଡାକି କରାଇନେଉଥିଲା । ଅତି ଶ୍ରଦ୍ଧାରେ ତୁମ ପାଇଁ ସେଦିନ ଶାଢ଼ିଟିଏ ଆଣିଥିଲି ହେଲେ ତୁମକୁ ମୋର ଉପହାର ପସନ୍ଦ ନୁହେଁ କହି ମୋ ମୁହଁକୁ ଫୋଫାଡ଼ି ଦେଲ । ସେବେଠାରୁ ମୁଁ ପ୍ରତ୍ୟେକ ଉପହାର ରେ ଅଜୟ ନାଁ ଲେଖି ଡାକରେ ତୁମକୁ ପଠାଏ ।  ସତ କହିବାକୁ ଗଲେ ତୁମେ ମୋ ପାଖରେ ଥିଲ । ତୁମକୁ ଖୁସି ରଖିବା ପାଇଁ ଡାକର ସାହାରା ନେଲି ଏଥିପାଇଁ ମୋତେ କ୍ଷମା କରିବ । ଏଇ ସେଦିନ ରାତିରେ ଯେଉଁ କରେଣ୍ଟ ନଥିଲା ... ତୁମକୁ ଗରମ ହେବାରୁ ତୁମେ ଚାକରାଣୀ କୁ ଡାକିଲ ବିଞ୍ଚଣା ବିଂଚିବାକୁ , ସେତ ନଥିଲା ତେଣୁ ମୁଁ ରାତିସାରା ଉଜାଗର ରହି ତୁମକୁ ବିଞ୍ଚୁଥିଲା । କହିବାକୁ ଗଲେ ତୁମକୁ ମୁଁ ଏକତରଫା ପ୍ରେମ କରି ବସିଥିଲି .. ମୋ ବୋଉ ଙ୍କ ରାଣ ଖାଇ କହୁଛି ତୁମେ ହିଁ ମୋର ପ୍ରଥମ ପ୍ରେମ ଆଉ ଏ ମୋ ପ୍ରଥମ ପ୍ରେମର ପ୍ରଥମ ଚିଠି ... ମୁଁ ଜାଣେନି ତୁମକୁ ଏ ଚିଠି ମିଳିବକି ନାହିଁ ଯଦି ମିଳିଲା ମୁଁ ତୁମକୁ ଆଉ ମିଳିବିନି , ହଁ ଏ କାଳିଆ ବଂଦର ମଣିଷଟା ତୁମର କେଉଁ କାମରେ ଆସିବ ଯେ , ପ୍ରଥମ ଥର ପାଇଁ ସାହସ କରି ଏ ଚିଠି ମାଧ୍ୟମରେ ଚୁମା ଟିଏ ଦେଉଛି ... ଗ୍ରହଣ କରିବ ନ କରିବ ତୁମ ଇଛା ...ରହିଲି । ।

                              "   ଇତି  "

                      ତୁମର ହତଭାଗ୍ୟ ସ୍ୱାମୀ

                                ଅଂଶୁମାନ

     ଚିତ୍କାର କରି ଅଂଶୁମାନର କୋଠରୀ ଭିତରକୁ ଦୌଡ଼ି ଗଲା ଉମା ... ଦେଖିଲା ଫ୍ୟାନ ରେ ଝୁଲି ରହିଛି ଅଂଶୁମାନ ର ଶବ । ଆଜି ପ୍ରଥମ ଥର ପାଇଁ ସେ କାଳିଆ ବଂଦର ମଣିଷଟା ତାକୁ ଦେବତା ଭଳିଆ ଦେଖା ଯାଉଥିଲା ... ଆଉ ଉମା ହାତରେ ଅଂଶୁମାନ ର ପ୍ରଥମ ପ୍ରେମର ପ୍ରଥମ ଚିଠି କୁ ଧରି ନିଜେ ଶେଷ ଡାକରା ଦେବା ପାଇଁ ଅଂଶୁମାନ ଶବ ପାଖ ଫ୍ୟାନରେ ଟା ଲୁଗାଟିକୁ ଭିଡି ନିଜ ବେକରେ ଗୁଡ଼ାଇ ଦେଲା .....

  କ୍ରମଶଃ ....



Rate this content
Log in

Similar oriya story from Classics