STORYMIRROR

Nihar Ranjan pradhan

Children Stories Classics Inspirational

3  

Nihar Ranjan pradhan

Children Stories Classics Inspirational

ଟିକେଟ

ଟିକେଟ

3 mins
232

    

 ରମାକାନ୍ତ ବାବୁଙ୍କର ତିନି ପୁଅ ଆଉ ଗୋଟେ ଝିଅ । ବସ୍ କଣ୍ଡକ୍ଟର ରୂପେ କାର୍ଯ୍ୟ କରି ଦୁଃଖ ସୁଖେ ଘରଟିକୁ ଚଳାନ୍ତି । ସକାଳୁ ସକାଳୁ ଘରୁ ବାହାରି ଯାଆନ୍ତି ଆଉ ଫେରୁ ଫେରୁ ରାତି ୯ । ପୁଅ ତିନୋଟି ବଡ଼ ହେଲେ ବାହାବି ହେଲେ। ବାକି ରହିଲା ଝିଅଟି , ଝିଅଟିର ପଢିବାରେ ବହୁତ ଇଚ୍ଛା , ଝିଅଟିକୁ ବାହାଘର କରାଇଦେଇ ସବୁଦିନ ପାଇଁ ଶାନ୍ତିରେ ସୋଇଯିବାକୁ ଇଚ୍ଛା । ତିନିପୁଅ ଯାହା ରୋଜଗାର କରନ୍ତି ବୁଢ଼ା ହାତରେ ଦେଇ ଦିଅନ୍ତି । ହସ ଖୁସିରେ ସଂସାରଟି ଚାଲିଥାଏ ବସ୍ ଗଡ଼ିଲା ଭଳି ।


   ତିନି ପୁଅଙ୍କର ପିଲା ଛୁଆ ବି ହେଲେ , ଏଥର ଚାଲିଲା ହିଂସା ଆଉ ମୋର ମନୋଭାବ ।

ମଝିଆ ବୋହୂ କହିଲା ମୋର ଦୁଇ ଝିଅ କାଲି ସକାଳେ ସେମାନେ ବଡ଼ ହେବେ, ତାଙ୍କର ବାହାଘର ହେବ , କିଏ କରିବ ? ବୁଢ଼ା ବାପାଟା ଅଛିବୋଲି ସମସ୍ତେ ଉପର ଦେଖାଣିଆ ହେଉଛନ୍ତି , ବୁଢ଼ା ଚାଲିଗଲେ ଆମକୁ କେହି ପଚାରିବେନି । ମୋ ଛୁଆ ଦୁଇଟାଙ୍କୁ ସକାଳେ ପଖାଳ କଂସାଏ ଆଉ ସାରୁ ମୁଣ୍ଡା ଭର୍ତ୍ତାଟା ଦେଇଦେଲେ ଚଳିଯିବ , କଣ ପାଇଁ ସକାଳୁ ମ୍ୟାଗି, ପରଠା ହେଉଛି। ? ଯିଏ ଖାଉଛି ଖାଉ କାଲିଠାରୁ ମୁଁ ଜଳଖିଆ ବାବଦରେ ଖର୍ଚଟା ଦେବିନି ।


କଥାକୁ କଥା ଯୋଡି ବଡ଼ ବୋହୂ କହିଲା ମୋର ନଅଟା ନୁହେଁ କି ଛଅଟା ଗୋଟେ ବୋଲି ପୁଅ , ତୁମେ ମାନେ ଯଦି ନଖାଇବ ମୁଁ କଣ ତା ଖାଇବା ବନ୍ଦ କରିଦେବି। ମୋ ପୁଅର ସକାଳୁ ମ୍ୟାଗି, ଆଳୁ ପରଠା ନ ହେଲେ ନହୁଏ । ଯିଏ ଖାଇଲେ ଖାଉ ନ ଖାଇଲେ ନାହିଁ ମୋ ପୁଅ କିନ୍ତୁ ଖାଇବ ।


    ମଝିଆ ବୋହୂ କହିଲା :- ଯଦି ତୋ ପୁଅ ଖାଇବ ତୁ ଦେ , ହେଲେ ସେଥିଲାଗି ଗ୍ୟାସ ଜାଳିବୁନି । ଯେମିତି ଅଲଗା ଜଳଖିଆ କରିବୁ ସେମିତି ଅଲଗା ଗ୍ୟାସ ଚୁଲାଟା ବି ନେଇଆସ । କଣ କହୁଛୁ ସାନ ?

   ସାନ ବୋହୂ :- ହଁ ଅପା ତୁମେ ଠିକ କହୁଛ , ମୋ ଝିଅ ଆଉ ପୁଅ ଦୁଇଜଣତ ଯାଇ ତାଙ୍କ ମାମୁଁ ଘରେ ରହିଲେ ମୁଁ ୟାଙ୍କୁ ବି କହିଦେବି ମାସ ଶେଷରେ ହଜାର ଟଙ୍କା ଜଳଖିଆ ବାବଦରେ କାଟିକରି ଦେବାକୁ। ମୋର ସକାଳୁ ୟାଙ୍କୁ କହି ଦଶ ଟଙ୍କାର ବରା ପିଆଜି ନେଇଆସିଲେ କାମ ଚଳିଲା ।


   ବଡ଼ ବୋହୂ :- ତୁମ ପଇସା କୁ କଣ ମୁଁ ଅନାଇଛି ନା ତୁମ ଟଙ୍କାରେ ମୋ ପୁଅ ଜଳଖିଆ ତିଆରି ହେଉଛି। ଆଉ ଯେଉଁ ତୋ ଝିଅଙ୍କର ପଖାଳ ଲାଗି ଦୁଇମୁଠା ଚାଉଳ ଅଧିକ ପଡୁଛି , ସେ କଣ ତୋ ବୋପା ଘରୁ ଆସୁଛି। ?

ମଝିଆ ବୋହୂ :- ନାଇବା ମୋ ବୋପା ଘରୁ କଣ ଆସୁଛି , ତୋ ବୋପା ଘରୁ ଯାହା ଆସୁଛି ଏକା । ସେଦିନ ମୋ ସାନ ଝିଅଟା ସାନ ବୋହୂ ଘରୁ ଦୁଇଟା ବିସ୍କୁଟ ନେଇ ଆସିଲା ବୋଲି ଦୁଇଟା ଦୁମୁଦୁମୁ କରି ପିଠିରେ ଥୋଇଦେଲା । ଖାଲି ୟାଙ୍କ ମୁହଁକୁ ଚାହିଁ ନୀରବ ରହିଲି । ନ ହେଲେ ମହାଭାରତର ଓଳିଏ ଯୁଦ୍ଧଟା ସେହିଦିନ ହୋଇଯାଇଥାନ୍ତା ।


 ସାନ ବୋହୂ :- ହଁ ମୁଁ ଜାଣିଛି ତୋ ଔକାତ , ଝିଅଙ୍କୁ କହି ଚୋରି କରାଉଛୁ । ଯଦି ବିସ୍କୁଟ ନ ଦେଇପାରୁଛୁ ବିଷ ଦେଇ ମାରିଦେଉନୁ 

। ବଡ଼ ଯା' ବୋଲି କିଛି କହୁନି ତୋତେ , ମୁଁ ସାହୁ ଘରର ଝିଅ । ମୋ ସହିତ ଲାଗିଲେ ତୋ ତଣ୍ଟି କଣା କରିବାକୁ ସମୟ ଲାଗିବନି ।

ମଝିଆ ବୋହୂ :- ହଁ ବା ବହୁତ ଲୋକଙ୍କ ତଣ୍ଟି ତୁ କଣା କରିଛୁ , ଗାଡି ଧକ୍କାରେ ଯେତେବେଳେ ତୋ ସ୍ୱାମୀ ମେଡିକାଲରେ ପଡିଥିଲା, ମୋ ଗେରସ୍ତ ତୋ ସ୍ୱାମୀ ଟାକୁ ରକ୍ତ ଦେଲା ବୋଲି ଆଜି ମୁଣ୍ଡରେ ସିନ୍ଦୁର ନାଇଁ ମୋ ମୁହଁରେ ଜବାବ ଦେଉଛୁ , କାହିଁ ବଡ଼ ଭାଇ ତ ରକତ ଦେଲେନି।


ବଡ଼ ବୋହୂ :- କାହିଁକି ବା ମୋ ଗେରସ୍ତ ଦେବ , ତୁମ ଦୁଇଜଣଙ୍କ ଠାରୁ ୨ହଜାର ଟଙ୍କା ମୁଁ ଅଧିକ ଦେଉଛି ତା ସାଙ୍ଗରେ ରକତ ବି ଦେବି ?


   ଘରେ କଳିଟା ମହାମାରୀ ର ରୂପ ନେଇ ସାରା ଘରଟାକୁ ଗ୍ରାସ କରିନେଲା , ଯେଉଁ ମହାମାରୀ ଶିକାର ହେଉଥିଲେ ରମାକାନ୍ତ ବାବୁଙ୍କର ପରିବାର , ଏଣିକି ଯିଏ ଯାହା ଟଙ୍କା ଆଣିଲା ନିଜ ସ୍ତ୍ରୀ ହାତରେ ଦେଲା , ଆଜି ଘରଟା ଭାଙ୍ଗି ଚାରି ଭାଗରେ ହୋଇଯାଇଥିଲା । ତିନି ଭାଇଙ୍କର ତିନୋଟି ଘର ଆଉ ବୁଢ଼ା ବୁଢ଼ୀଙ୍କର ଗୋଟେ ଘର। କେହି ଏମାନଙ୍କୁ ରଖିବାକୁ ନାରାଜ। ଝିଅଟା ବାହାହେବାକୁ ବସ୍ ିଲାନି । ବାହାଘର ପାଇଁ କେହି ଭାଇ ଟଙ୍କା ଟିଏ ଦେବାକୁ କୁଣ୍ଠାବୋଧ , ସବୁଦିନ ପରି ସେଦିନ ରମାକାନ୍ତ ବାବୁ ବସ୍ ଧରିଲେ , ଘରଟା ବସ୍ ଭଳି ଆଗକୁ ଆଗକୁ ମାଡିଚାଲିଥିଲା, ଆଉ ସେହି ବସ୍ ରେ ବସ୍ ିଥିବା ଯାତ୍ରୀ ଯେମିତି କେହି କାହାକୁ ଜାଣିନଥିଲେ ସେମିତି ତା ନିଜ ଘରଟାରେ କେହି କାହାକୁ ଜାଣିନଥିଲେ , ଭାଇ ଗୁଡାକ ଭଗାରୀ ହୋଇସାରିଥିଲେ ତିନି କଳିହୁଡ଼ି ବୋହୁଙ୍କ ଲାଗି । ବସ୍ ଗଡୁଥାଏ।ଆଖିର ଲୁହରେ ଟିକେଟ ବହିଟାର ଉପର ଦୁଇଟା ଫର୍ଦ ଭିଜିଯାଇଥିଲା I ସେହି ବସ୍ ଭିତରୁ ରମାକାନ୍ତ ବାବୁ ସବୁଦିନ ଭଳି ପାଟିକରି ଉଠିଲେ ଟିକେଟ, ଟିକେଟ।। କାରଣ ସେ ଜାଣିଥିଲେ ନିଜ କର୍ମ ହିଁ ଶ୍ରେଷ୍ଠ ।

     



Rate this content
Log in