Nihar Ranjan pradhan

Inspirational Thriller

3  

Nihar Ranjan pradhan

Inspirational Thriller

ସରିନି ସରିନି ଏ ମହାଭାରତ

ସରିନି ସରିନି ଏ ମହାଭାରତ

4 mins
184


  

       ସରିନି ସରିନି ଏ ମହାଭାରତ

              ଓଳିଏ ରହିଛି ବାକି ,

       କିଏ ସେ ହାରିବ କିଏ ସେ ଜିତିବ

              ଦେଖିବ ବୋଲି ଏ ଆଖି ।।

      ହଁ ଆଜ୍ଞା ଠିକ ପଢିଲେ ....... ଏଇ ଆମ ସୀତା ନାନୀ , ସାନ ଭଉଣୀ ମିତା ଆଉ ଛୋଟ ଭାଇ ସରୋଜ କୁ ନେଇ ତାହାର ଛୋଟ ସଂସାରଟିଏ । ବାପ ମା ଦୁଇଟା ଦୁଇ ବର୍ଷ ତଳୁ ସଂସାର କୁ ପର କରିସାରିଛନ୍ତି । ଆଜି ବି ମନ ଅଛି ତାହାର ସେଦିନର କଥା , ସବୁଦିନ ପରି ସେଦିନ ସମସ୍ତେ ଖାଇସାରି ଶୋଇବାକୁ ଗଲେ । ଘରେ ବୋଲି କୁଡ଼ିଆ ଖଣ୍ଡିଏ । ସେଇଠି ରୋଷାଇ ସେଇଠି ଶୋଇବା । ସେହି ଘର କୋଣ କୁ ଲାଗି ଧାନ ଦୁଇବସ୍ତା ଆଉ ତା ଉପରେ କୁଣ୍ଡା ଅଧ ଟୋକେଇ । ଧାନ ବସ୍ତା କୁ ଲାଗି ଛୋଟ ମୂଷା ଗାତଟି ।


       ରାତି ମଧ୍ୟାହ୍ନ , ହଠାତ ବୋଉ ପାଟିକରି ଉଠିଲା । ଗୋଟେ କଣ କାମୁଡି ପକାଇଲା ମୋତେ । ଚେମଣି ଟାକୁ ଟିକେ ତେଜି ବାପା ମୁଁ ଉଠିଲୁ । ବାପା ଦେଖିଲେ ସରୋଜ ର ମୁଣ୍ଡ ଉପରେ ଫଣା ଟେକି ଫଁ ଫଁ କରୁଥିବା ତମ୍ପ ସାପଟିଏ । ସରୋଜ ସେମିତି ନିଦରେ ଶୋଇଥାଏ । ଯଦି କଡ଼ ଲେଉଟାଇବ , ସାପଟା ଅନାଇ ରହିଛି ଚୋଟ ମାରିବା ଲାଗି । କିଛି ଭାବି ନ ଚିନ୍ତି ବାପା ସାପଟିର ମୁଣ୍ଡକୁ ଧରିନେଲେ ଆଉ ସାପ ବାପାର ହାତକୁ । ସାପଟିକୁ ନେଇ ବାହାରେ ଛାଡିଦେଇ ଆସିଲେ । ଏଣେ ବୋଉ ର ମୁଣ୍ଡ ବୁଲାଇ ଦେଉଥାଏ । ବାପା ଘରକୁ ଭିତରକୁ ଆସି ମୋତେ କହିଲେ ଯା ଚନ୍ଦରା ଗୁଣିଆକୁ ଡାକି ଆଣିବୁ । ମୁଁ ଦେଖିଲେ ବାପାଙ୍କ ହାତରୁ ରକ୍ତର ସୁଅ ଛୁଟୁଛି । ମୁଁ କାଳବିଳମ୍ବ ନକରି ଗୁଣିଆ ଘରକୁ ଦଉଡିଲି ।


      ସୀତା ନାନୀ ବେଗେବେଗେ ଯାଉଥାଏ , ଘରେ ବାପା ବୋଉ ଦୁଇଟା ସାପ ର ଆଘାତରେ ଯନ୍ତ୍ରିତ ହେଉଥାନ୍ତି । ସରୋଜ ଆଉ ମିତା ବି ଉଠିସାରିଥିଲେ । ବୋଉ କହୁଥାଏ ତୁମେ ଦୁଇଟା ଶୋଇପଡ ଆମର କିଛିହେବନି । ଚକୁଳି ପାଇଁ ଦୁଇଟା ଚାଉଳ ପାଣିରେ ବତୁରାଈଛି । ମା ମିତା , ସୀତା ଦିଦି କୁ କହିବୁ ଆମ ଶିଳଟାରେ ଚାଉଳ ଠିକ ସେ ବାଟି ହେଉନି । ସନିଆ ଭାଇ ଘରୁ ଚାଉଳ ବାଟି ନେଇ ଆସିବ । ହଁ ଶିକା ଉପରେ ଗୁଡ଼ ମେଞ୍ଚେ ଅଛି , ଜନ୍ଦା ପିମ୍ପୁଡି ଖାଇବା ଆଗରୁ ଦିଦିକୁ କହି ତୁମେ ଖାଇନେବ ।


   ହଠାତ ସୀତାର ବାଟକୁ ଓଗାଳି ଛିଡା ହୋଇଗଲେ ସେହି ଗାଁର ଅବଧାନେ ଙ୍କ ପୁଅ ରମେଶ ଆଉ ତା ମଦୁଆ ସାଙ୍ଗ ଝରିଆ । ଜାତିରେ ବ୍ରାହ୍ମଣ ହେଲେବି କୌଣସି ଅସୁର ଠାରୁ କମ ନଥିଲା ରମେଶ । ବହୁ ଦିନରୁ ତାହାର ନଜର ଥିଲା ସୀତା ଉପରେ । ସୀତା ଯିବାକୁ ଚାହୁଁଥିଲା ଗୁଣିଆ ପାଖକୁ କିନ୍ତୁ ରାତି ଅଧରେ ଦୁଇ ନର ପିପାସୁ ଦୌପଦି ର ବସ୍ତ୍ର ହରଣ କରିବାକୁ ଲାଗିପଡ଼ିଥିଲେ । ହେଲେ ଆଜି ଏ କୁରୁସଭା କୁ ଦୌପଦି କୁ ରକ୍ଷ୍ୟା କରିବା ଲାଗି କୃଷ୍ଣ ଆସିନଥିଲେ । ହଁ ଜଣେ ଆସିଥିଲା ! ସୀତାର ଚିତ୍କାର ଶୁଣି ସନିଆ ଆସିଥିଲା କିନ୍ତୁ ସେ କୃଷ୍ଣ ନଥିଲା ସେ ପିତାମହ ଭୀଷ୍ମ ଭଳି ନିରବ ରହିଥିଲା କାରଣ ଅବଧାନେ ଙ୍କ ପାଖରୁ ସେ ଦୁଇ ବସ୍ତା ଧାନ ସୁଧରେ ଆଣିଥିଲା ଯେ ଏପର୍ଯ୍ୟନ୍ତ ସୁଝିନଥିଲା ।


     ସେହି ରକ୍ତାକ୍ତ ଶରୀର , ସେଦିନ ସିନା ଦୌପ୍ରଦୀ ର ଲଜ୍ଜ୍ୟା ବଞ୍ଚି ଯାଇଥିଲା ହେଲେ ଆଜି ଏ ଅବେହେଳିତ ଗରିବ ସିତା କୁ କେହି ବଞ୍ଚାଇ ନଥିଲେ । ଭଗବାନ କୃଷ୍ଣ ବି ଶାନ୍ତିରେ ସୋଇପଡ଼ିଥିଲେ ସେଦିନ । ଗୁଣିଆ କୁ ଡକାହେଲା । ଚନ୍ଦରା ଗୁଣିଆ କହୁଥାଏ , କେହି ହାତ ବାନ୍ଧି ଛିଡା ହୁଅନି ହାତ ଖୋଲି ଦିଅ । ମନ୍ତ୍ର ଫୁଙ୍କୁ ଥାଏ । ହଳଦୀ ପାଣି , ଗଦ ସାଙ୍ଗକୁ କେତେ କଣ ? ହେଲେ କିଛି ଲାଭ ହେଲାଣି । ହୁଏତ ଏହି ସମୟ ଭିତରେ ହସ୍ପିଟାଲର ଏମରଜେନ୍ସି କକ୍ଷାକୁ ନେଇଯାଇଥିଲେ ବୁଢ଼ା ବୁଢ଼ୀ ଦୁଇଟା ବଞ୍ଚି ଯାଇଥାନ୍ତେ । ଝଡା ଫୁଙ୍କାରେ ଜୀବନଟା ଚାଲିଗଲା ।


        ଛୁଆ ତିନୋଟି ମୁଣ୍ଡ ବାଡେଇ ବାଡେଇ କାନ୍ଦୁଥାନ୍ତି । ଗାଁ ଯାକ ଲୋକ ବି ଏକାଠି ହେଲେଣି । ମାରା ହୋଇଯିବେ ବୋଲି ଅବଧାନେ କି ତାଙ୍କର ପୁଅ ଆସିନଥିଲେ । ହଁ କାହିଁକି ବା ଆସିବେ , ସତେଜ ମାଂସ ଟାକୁ ତ ଝୁଣିଝୁଣି ଖାଇସାରିଥିଲେ ସେତେବେଳେ କାହିଁ ମାରା ହେଲେଣି । ହଁ ଏଇତ ଦୁନିଆ ।  " ମାଲ " କହି ସତେଜ ମାଂସ ଖାଇବାକୁ ସମସ୍ତେ ବ୍ୟାକୁଳ ଥିବେ । ଥରେ ସେ ମାଂସ ରୁ ଜୀବନ ଚାଲିଗଲେ ମୁର୍ଦାର କହି କେହି ଛୁଇଁବେନି । ବାଃ ରେ ମଣିଷ ବାଃ , ମୁର୍ଦାର ଆଉ ମାଲ ଭିତର ଫରକ ଟା ତୋତେ ଭଲ ଭାବେ ଜଣା ।


        ସୀତା ନାନୀ ସେଦିନ ଛାଟିପିଟି ହୋଇ କାନ୍ଦୁଥୁବା ବେଳେ ସେହି ଚିରାଫଟା ଲୁଗା ଭିତରୁ ତାହାର ଅନ୍ତ୍ବ ଶରୀରର ଦୃଶ୍ୟକୁ ଆନନ୍ଦ ନେଉଥାନ୍ତି ଗାଁ ର କିଛି ଯୁବକ, ଆଉ ତା ଭିତରେ ଥାଆନ୍ତି ଗାଁ ର ସବୁଠୁ ଧନିଲୋକ କୃଷ୍ଣ ଦାସ ।


   ମା ବାପାଙ୍କର ଶବ ସଂସ୍କାର ସରିଛି , ଏବେ ଶୁଦ୍ଧିକ୍ରିୟା ନିମନ୍ତେ କିଛି ଟଙ୍କାଦରକାର । ଧାନ ଦୁଇ ବସ୍ତାରେ କଣ ଯେ ହେବ ? ଏହା ଚିନ୍ତି ସୀତା ନାନୀ କୃଷ୍ଣ ଦାସଙ୍କ ଘରକୁ ଗଲା । ହେଲେ କୃଷ୍ଣ ଦାସ କହିଲେ ତୋତେ ଟଙ୍କାଦେଲେ ମୋହର କି ଲାଭ । ଘରେ କେହି ନଥିଲେ । ଏମିତି ରେ ତ ପିନ୍ଧିଥିବା କପଡାରୁ ଅର୍ଦ୍ଧ ନଗ୍ନ ଶରୀର ଦେଖାଯାଉଥିଲା । ଯାହା କିଛି କପଡା ବଂଚିଥିଲା ତାକୁବି ଖୋଲିଦେଲା କୃଷ୍ଣ ଦାସ ଆଗରେ ନିଜ ସ୍ଵଇଚ୍ଛାରେ । ଗୋଟେ କୃଷ୍ଣ କପଡା ଦେଇ କୁରୁସଭାରେ ଜଣଙ୍କର ଲଜ୍ଜ୍ୟା ନିବାରଣ କରିଥିଲେ ଆଉ ଏପଟେ ଆଉ ଜଣେ କୃଷ୍ଣ ସୀତାର ନଗ୍ନ ଶରୀରକୁ ଦେଖିବା ପାଇଁ ଆତୁର ହେଉଥିଲେ । ଜଣେ ସୀତା ପବିତ୍ର ଥିଲେ ଆଉ ଏ ସୀତା ର ମୁଣ୍ଡରେ ଅପବିତ୍ରର କଳଙ୍କିତ ଦାଗ ।


     କେତେଥର ଭାବିଛି କୋଉ ଗଡିଆ ନହେଲେ କୂଅ କୁ ଡେଇଁ ମରିଯିବ । ଯଦି ସେ ମରିଯିବି ତାହେଲେ ତା ଭାଇ ଭଉଣୀ ଦୁଇଟା କଣ କରିବେ ? କୁଆଡ଼କୁ ଯିବେ ? ତା ସାନ ଭଉଣୀଟାକୁ ବି ଏ ସମାଜ ତାଙ୍କ କ୍ରୁର ଆଖିରେ ରନ୍ଧି ଦେବ । ସେ ଚାହେଁନି ତା ଭଳି ଆଉ କେହି ଜନ୍ମ ନିଅନ୍ତୁ । ସେଦିନ ରାତି ଅଧରେ ରମେଶ ପୁଣିଥରେ ଟାଣିନେଲା ସୀତାକୁ ...ସୀତା ଚିତ୍କାର କରି ଡାକୁଥିଲା --- ହେ ଈଶ୍ୱର କଣ ପାଇଁ ଅଧ ଓଳି ମହାଭାରତ ବାକି ରଖିଲ , କଣ ମୋ ଭଳି ସୀତାର ବସ୍ତ୍ରହରଣ ପାଇଁ । ଯଦି ରଖିଛି ଆସ ପ୍ରଭୁ ଆସ ମୋ ଲଜ୍ୟା ନିବାରଣ କର । ଆସ ପ୍ରଭୁ ଆସ ... ଏ ଅଧଓଳି ବାକି ରହିଥିବା ମହାଭାରତର ଅନ୍ତ କରିଦିଅ ।।। ଦେଖୁଦେଖୁ ସାରା ଆକାଶ ଆଲୋକିତ ହୋଇଗଲା , ଶଙ୍ଖ ଚକ୍ର ଗଦା ପଦ୍ମ ଧାରି କେହି ଜଣେ ନିଜର ବିଶ୍ୱରୂପିଙ୍କ ମୁଖ ଦିଶୁଥିଲା ... ଶୂନ୍ୟରେ ଶୁଭୁଥିଲା ...

       ୟଦା ୟଦା ହିଁ ଧର୍ମଶ୍ୟା, ଗ୍ଲାନିର ଭବତି ଭାରତ

      ଅଭ୍ୟୁଥାନମ ଅଧର୍ମଶ୍ୟ , ତଦାତ୍ମାନଂ ସୁଯାମ୍ୟହମ

      ପରିତ୍ରାଣୟ ସାଧୂନାଂ , ବିନାଶ୍ଚ୍ୟୟ ଚ ଦୁସ୍କୃତାମ

      ଧର୍ମସଂସ୍ଥାପନାରଥାୟ , ଶମ୍ଭୟାମି ଯୁଗେ ଯୁଗେ ।।

  ସୀତା ଜାବୁଡିଧରିଥିବା ଶାଢ଼ୀଟାକୁ ଛାଡିଦେଲା ,ଭଗବାନଙ୍କ ଉପରେ ତାହାର ଦୃଢ ବିଶ୍ୱାସ ଆସିଯାଇଥିଲା, ଆଉ ହସି ହସି କହୁଥିଲା ---- ଏ ଅଧ ଓଳି ମହାଭାରତ ର ଶେଷ ସମୟ ଆସିଗଲା .....

    

      


  



Rate this content
Log in

Similar oriya story from Inspirational