STORYMIRROR

Sunanda Mohanty

Drama Thriller Others

3  

Sunanda Mohanty

Drama Thriller Others

ଆସନ୍ତାକାଲି

ଆସନ୍ତାକାଲି

2 mins
405


ସେଦିନ ଲଗ୍ନାର ମନ ଭାରି ଖୁସି ଥିଲା. ଚାରି ଭଉଣୀ ଦୁଇ ଭାଇ ଭିତରେ ସେ ସବୁଠୁ ସାନ ଥିଲା, ଆଉ ସବୁ ଭାଇ ଭଉଣୀ ମାନଙ୍କ ସଙ୍ଗେ ଭିଣୋଇମାନଙ୍କର, ଭାଉଜ ଦୁଇଙ୍କର ସହ ସେମାନଙ୍କ ସବୁରି ଜନ୍ମଦିନ ତାର କଣ୍ଠସ୍ଥ ଥିଲା । ଦିନ ବାର ତିଥି ମନେରଖି ଭାଇଭଉଣୀଙ୍କ ଗ୍ରୁପରେ ପୋଷ୍ଟ କରୁଥିଲା ଆଉ ତା ବେଳକୁ କେହି ମନେ ପକେଇ ଲେଖୁଥିନଥିଲେ ତ ସେଦିନ ତାସର "ଜେ" ଗୁଡା ତାକୁ ଜୋକର ପରି ମନେ ହେଉଥିଲେ ତ "ବ୍ରେ" ଖେଳରେ ତା ଆଡକୁ ଆସୁଥିବା କଳାପାନ, ନାଲିପାନ, ଠିକିରି, ଚିଡ଼ିଆ ଘର ଯେଉଁ ଜେ ଆସିଥାଉ ନା କାହିଁକି ଡାହାଣ ବାଲାକୁ ଦେଇଦେଇ ନିଜ ପାଖେ ଆସିଥିବା ନାଲିପାନବିବିକୁ କାହିଁକି ନିଜ ପାଖେ ରଖୁଥିଲା ବୁଝି ହେଉନଥିଲା ବେଳେ ଡେରିରେ ହେଉ ପଛେ ବଡଅପା ପାଖରୁ ଶୁଭେଚ୍ଛା ମେସେଜ ଆସିଥାଏ ତ ତା ମନ କୁଣ୍ଢେମୋଟ ହୋଇଯାଏ ଆଉ ତାସ ର ଜେ ଗୁଡିକ ତାକୁ ରାଜା ପରି ପ୍ରତୀୟ ମାନ ହୁଏ. 

   ଆଜି ତାସ ଖେଳ ଜମିଛି ଆଉ ଟ୍ୱେଣ୍ଟିନାଇନ ଖେଳ ଚାଲିଛି ତ ପାଖକୁ ଆସୁଥିବା ଜେ ଗୁଡିକ ସହଜେ ରାଜା ପରି ଲାଗିବା ସ୍ୱାଭାବିକ କଥା ହେଲେ ଆଜି ଆଉ ଗୋଟିଏ କାରଣ ଥିଲା ଲଗ୍ନା ପାଇଁ, ତିନିଭଉଣୀ ଦୁଇଭାଇ କେତେ କୁଆଡେ ଟ୍ରେନ ଫ୍ଲାଇଟରେ ମୁମ୍ବାଇ ଦିଲ୍ଲୀ କଲିକତା, ଇତ୍ୟାଦି ମେଟ୍ରୋ ସହର ବୁଲି ଆଡିଥିଲେ ବି ବଡଅପା କ୍ଵଚିତ କୁଆଡେ ଟିକେ ନିମନ୍ତ୍ରଣ ରକ୍ଷା କରି ଯାଏ । ଝିଅ ବାହାଘର ପରେ ଯାଇ ଯାଇ ଦୂର ହେଲେ ବି ଏଇ ଓଡିଶା ଭିତରେ ବୁଲୁଥାଏ । ଆଜି କିନ୍ତୁ ଅପା ଭିଣୋଇ ଦୁହେଁ ପୂଜାଛୁଟିରେ ବୋହୁ ସହ ଫ୍ଲାଇଟରେ ପୁଅ ପାଖକୁ ଦିଲ୍ଲୀ ଯିବା ଖବରଟାରେ ଲଗ୍ନା ମନରେ କେତେ ଯେ ଶୁଭ ଲଗ୍ନ ଉଠୁଥିଲା ତା ହିସାବ କେହି ଦେଖିପାରୁନଥିଲା ବେଳେ ସେ ଦେଖୁଥିଲା ତାସ ପାଲିର ପ୍ରତ୍ୟକ ଜେ ପତା ଭିତରେ, ସବୁ ଜେ ବା ଗୋଲି ଆଜି ରାଜା.

   ଏଇ ଭିତରେ ଦୁଇଭାଇଙ୍କଠୁ ଖବର ଆସିଲା ବୋଉ ହଠାତ ଆଈ. ସି. ୟୁ ରେ ତ ତା ଆଖିକୁ ଗୋଲି ରୂପକ ଜେ ରାଜା ଗୁଡା ଜୋକର ଲାଗୁଥିଲେ, ସମସ୍ତେ ଭୁବନେଶ୍ୱରରେ ପହଁଚିଲା ପରେ ଲଗ୍ନା ଅନୁରୋଧ କରୁଥିଲା ବଡଅପାକୁ ନଜଣେଇବାକୁ, ଆଉ ଠାକୁରଙ୍କୁ କେତେ କଣ ଯାଚଜ୍ଞା କରୁଥିଲା ଆସନ୍ତାକାଲିକୁ ବୋଉର ଆରୋଗ୍ୟ ପାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama