Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyaprakash Sethy, M. A(UGC NET)

Romance

5.0  

Satyaprakash Sethy, M. A(UGC NET)

Romance

ଆରମ୍ଭ

ଆରମ୍ଭ

4 mins
360



ମୁଁ କଲେଜରେ ପଢୁଥାଏ। ଆଉ ସେଇ କଲେଜରେ ରମା ବି ପଢୁଥାଏ। ରମାଟା ଭାରି ସୁନ୍ଦରୀ। ତା ସୌନ୍ଦର୍ଯ୍ୟର ଆଉ କୌଣସି କାରଣ ଥାଉ କି ନଥାଉ କିନ୍ତୁ ତା ଗାଲରେ ଦୁଇଟା ଗର୍ତ୍ତ ଥାଏ, ଯାହା ହୁଏତ ଅନ୍ୟକୁ ବେଶୀ ଆକୃଷ୍ଟ କରୁଥାଇପାରେ। ରମାଟା କିନ୍ତୁ ଭାରି ଘମଣ୍ଡିଟେ। ତା ରୂପ ଯୌବନ ପାଇଁ ତା'ର ଏ ଗର୍ବ କି ପୁଅ ମାନଙ୍କ ପ୍ରତି ତା'ର ବିମୁଖତା ଏହାର କାରଣ ମୁଁ ଠିକ୍ ସେ ବୁଝି ପାରୁ ନଥାଏ। କିନ୍ତୁ ସେ ମୁହଁ ଟେକି କାହାକୁ ତ ଚାହେଁ ନାହିଁ କି କାହା ସହ ସେତେ ବେଶୀ କଥା ହୁଏ ନାହିଁ।ଯେମିତି ସାକ୍ଷାତ୍ ମହା ରାଣୀ ଭିକ୍ଟୋରିଆ ବିରଜମାନ କରିଛନ୍ତି, ସେ ଏକା ସାମ୍ରାଜ୍ଞୀ ଓ ଆମେ ସବୁ ତା'ର ପ୍ରଜା। ମୋତେ କିନ୍ତୁ ତା'ର ଏ ବଡ଼ପଣ ଓ ଭୂୟାଁ ମୁହଁ ଆଦୌ ପସନ୍ଦ ହୁଏ ନାହିଁ। ଇଛା ହୁଏ ଗାଲକୁ ଯାଇ ଗୋଟେ କୁନ୍ଦି ଦେବାକୁ।

ତା ହାବଭାବ ଉପରେ ମୋର କିନ୍ତୁ ନଜରଟା ଜମି ରହିଥାଏ। ଏଇ କୌତୁହଳରୁ ତ ସେଦିନ ଗୋଟେ ଅଘଟଣ ଘଟିଗଲା। 

ମୁଁ କାଳେ ନିର୍ନିମେଷ ନେତ୍ରରେ ତାକୁ ସବୁବେଳେ ଚାହୁଁଥାଏ, ଯେତେ ଦେଖୁଥିଲେ ବି ଆହୁରି କୁଆଡ଼େ ଦେଖିବାକୁ ଇଛା କରୁଥାଏ , ମନ ମୋଟେ ଟୋକାର ଭରୁ ନାହିଁ - ଏମିତି କିଛି କଥା ତ ତା'ର ଏକମାତ୍ର ସାଙ୍ଗ ମିଲି ସେଦିନ ଚୁଗୁଲି କରି ତା କାନରେ ଭରି ଦେଲା। ସେଇଠୁ ସେ ରଣଚଣ୍ଡି ରଣପା ରୂପ ଧାରଣ କଲା। ତା ଅଣ୍ଟିରେ ଓର୍ନିଟାକୁ ଗୁଡାଇ ଆଣି ମର୍ଦ୍ଦ ଭଳିଆ ଛୁଟି ଆସିଲା। ମୋ କଲରଟାକୁ ଭିଡ଼ି ଧରି ବାଘୁଣୀ ପରି ଗର୍ଜି ଉଠିଲା । ସବୁ ପିଲା ହୋ ହୋ ହୋଇ ହସି ଉଠିଲାରୁ କ'ଣ ଭାବିଲା କେଜାଣି ଛାଡି ଦେଲା ।

ମୁଁ ହତବାକ୍ ହୋଇ ଚାହିଁ ରହିଗଲି, କିନ୍ତୁ ଲାଜରେ ଆଉ କ୍ଲାସ୍ ଆସିଲି ନାହିଁ। ପାଖ ବରା ପିଆଜି ଦୋକାନରେ ବସି ଚଣା ଚୋବାଇଲି ।ସେ ସେଇ ବାଟ ଦେଇ ଯେତେବେଳେ ଆସେ ମୁଁ ତାକୁ ନିରିକ୍ଷଣ କରେ। କାରଣ ରାଗଟା ମୋର ଶାନ୍ତ ହୋଇ ନଥାଏ।

ପୁଣି ସେଇ ଭିଲିଏନର ଉପସ୍ଥିତି। ଦିନେ ପୁଣି ତା' ର ସେଇ ନଟଖଟି ସାଙ୍ଗଟା ତାକୁ କହିଲା - ହେଇ! ହେଇ!! ହେଇ ଦେଖ!!! ସେଇ ଟୋକାଟା କେମିତି ଗୁମୁଟି ଭିତରେ ଛପି ରହି ତୋତେ ଦେଖୁଛି। ସେଦିନ ସେ କିଛି କହିଲା ନାହିଁ। କିନ୍ତୁ ତା'ପରଠାରୁ "ମୁଁ ସେଇଠି ବସିଛି କି ନାହିଁ "ଯିବା ଆସିବା ବେଳେ ମୋତେ ସେ ଅନିଷା କରି ଯାଏ, ମୁହଁ ଛିଞ୍ଚାଡି ବାଟ କାଟି ଚାଲିଯାଏ ।

ଦିନେ କହିଲା- ଏ ଟୋକା! ଏଇଠିକୁ ଶୁଣିଲୁ। ତୁ କାହିଁକି କ୍ଲାସକୁ ନଯାଇ ନଖରାମୀ କାଢୁଛୁ ? ମୁଁ କହିଲି - ତୋତେ ଡରିକି। କହିଲା - ତୁ କାହିଁକି ମୋତେ ସବୁବେଳେ ଚାହୁଁଛୁ? ମୁଁ କହିଲି - ତୋ ଗାଲର ଗାତ ଦିଟା ଦେଖିବାକୁ ମୋତେ ଭଲ ଲାଗୁଛି ତ, ସେଇଥି ଲାଗି । ସେ କହିଲା - ତୁଟା ପୂରା ପାଗଳ, ତୋତେ କହି କିଛି ଲାଭ ନାହିଁ। ଡାକ୍ତରଖାନା ଯାଇ ମେଡିସିନ ଖା, ଠିକ୍ ହୋଇଯିବୁ। ମୁଁ କହିଲି - ମୁଁ ଯଦି ପାଗଳ, ତେବେ ଦେଖିବା ଏକଜାମ୍ ତ ଆସୁଛି, କିଏ highest mark ରଖୁଛି ।ସେ କହିଲା - ଚାଲେଞ୍ଜ। ମୁଁ କହିଲି - ଡନ୍।

ପରୀକ୍ଷା ସରିଲା। ରେଜଲ୍ଟ ବି ବାହାରିଲା। ମୋତେ ସମସ୍ତେ ବଧାଇ ଦେଲେ। ରମା କିନ୍ତୁ ଆଉ କଲେଜ ଆସିଲା ନାହିଁ। ଖବର ପାଇଲି ସେ କ୍ଲାସ୍ ନଆସି ଯାଇ ଲାଇବ୍ରେରୀରେ ଏକୁଟିଆ ବସି ବସି ଘରକୁ ଫେରୁଛି। ମୁଁ ତେଣୁ ଦିନେ ଲାଇବ୍ରେରୀ ଯାଇ ତା ପାଖରେ ବସି ପଡ଼ିଲି। ପଚାରିଲି - କ୍ଲାସ୍ କାହିଁକି ଯାଉ ନାହୁଁ ? ରମା କହିଲା- ତୋତେ ଡରିକି। ମୁଁ କହିଲି - ମୁଁ କ'ଣ ବାଘ ନା ଭାଲୁ? ରମା କହିଲା - ସେ କଥା ନୁହେଁ ଯେ! ତୁ କିନ୍ତୁ ବାଜି ଯେ ଜିତି ଯାଇଛୁ। ତେଣୁ ଯଦି ଓଲଟା ସିଧା କିଛି ଶୁଣେଇଲୁ। ମୁଁ କହିଲି - ହଁ ଶୁଣେଇବି ।କାହିଁକି ନା ମୁଁ ପରା ପାଗଳ। ହେଲେ ତୁମକୁ ଆଜି ମୋର ଗୋଟେ ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯାହା ମୋ ଜିଜ୍ଞାସାର ମୂଳ କାରଣ ଓ ସବୁ ବିଘଟଣର ମୁଖ୍ୟ କଥାବସ୍ତୁ ।

ରମା କହିଲା - କ'ଣ?

ମୁଁ ପଚାରିଲି - ତୁମେ କାହିଁକି ଏତେ ଅସ୍ୱାଭାବିକ। ଅନ୍ୟ ପିଲା ପରି ସ୍ୱାଭାବିକ ମନେ ହୁଅ ନାହିଁ। କାହା ସହ କଥା ହୁଅ ନାହିଁ କି କାହା ସହ ମିଶ ନାହିଁ। ସବୁବେଳେ ଚୁପ୍ଚାପ୍। ଶ୍ରେଣୀ ଗୃହ ଭିତରେ ବି ତଳକୁ ମୁହଁ ହାଣି ବସ। ସେଇଟା ତ ମୋ କୌତୁହଳର ମୁଖ୍ୟ ବିଷୟ, ଯାହା ପାଇଁ ମୁଁ ତୁମକୁ ବାରମ୍ବାର ଚାହିଁ ରହି ତୁମ ଗତିବିଧିକୁ ଲକ୍ଷ୍ୟ କରୁଥାଏ । ମନେମନେ ଆଶ୍ଚର୍ଯ୍ୟ ହୁଏ। ତାର ହେତୁ ନିର୍ଦ୍ଧାରଣ ପାଇଁ ତୁମକୁ ଚାହେଁ। ତୁମେ କିନ୍ତୁ ଅନ୍ୟମାନଙ୍କ ପରି ମୋତେ ଭୁଲ ବୁଝିଲ। ଏପରିକି ମୋତେ ବାଡେଇବାକୁ ଆସିଲ। ମୋର କିନ୍ତୁ ସେମିତି କିଛି ଖରାପ ଉଦ୍ଦେଶ୍ୟ ନଥିଲା।

ଏ କଥା ଶୁଣି ରମା ଲଜ୍ଜିତ ହେଲା ଓ କହିଲା - ଦେଖ! ଛୋଟଟି ବେଳୁ ମୋ ରୂପ ଯୌବନର ଅନେକତ୍ର ଅନେକ ପ୍ରକାର ଆଲୋଚନା। ଯିଏ ମୋତେ ଦେଖେ, ଘଡିଏ ଚାହିଁ ରହେ। ମୁଁ କିନ୍ତୁ ଟିକିଏ କାହାକୁ ଚାହିଁ ଦେଲେ କି ଟିକେ ହସି ଦେଲେ ସେ ମୋ ଉପରେ ଲୋଲୁପ ଦୃଷ୍ଟି ପକାଏ। କେତେବାର କେତେ ଅଯଥା ଅପ୍ରୀତିକର ପରିସ୍ଥିତି ମଧ୍ଯ ଘଟିଯାଏ । ଏଇମିତି ମୋ ଜୀବନରେ ଅନେକ ଘଟଣା ଘଟିଛି, ଯାହାକୁ ବୟାନ କରିବା ପାଇଁ ମୋ ପାଖରେ ସେତେଟା ଧୈର୍ଯ୍ୟ ନାହିଁ । ତାହାର କିନ୍ତୁ ବିବରଣ ପ୍ରଦାନ କଲେ, ସେଇ କ୍ରମରେ ଅନେକ ଆସିବେ ଓ ଅନେକ ବର୍ଗର ସମ୍ପୃକ୍ତି ଯୋଡ଼ି ହୋଇଯିବ। ତେଣୁ ମୋ ସୌନ୍ଦର୍ଯ୍ୟ ଅଭିଶାପ କି ଆଶୀର୍ବାଦ ସେ କଥା ମୁଁ କହି ପାରିବି ନାହିଁ । ସାଥୀ ଝିଅମାନେ ବି ମୋତେ ଦେଖି ଇର୍ଷା କରନ୍ତି, ଯେଉଁଥି ପାଇଁକି ମୁଁ ସଦା ବିବ୍ରତ ରହେ ଓ ନୀରବି ଯିବାକୁ ଅଧିକ ଶ୍ରେୟସ୍କର ମନେକରେ । ତେଣୁ ଚୁପ୍ ରହେ। କାହା ସହ ବେଶୀ କିଛି କଥା ହୁଏ ନାହିଁ କି ମିଶେ ନାହିଁ। କାରଣ ମୋତେ ସୁରକ୍ଷା ଦେବା ପାଇଁ ଘରେ ମୋର ବାପା ଭାଇ କେହି ନାହାନ୍ତି। କେବଳ ଯାହା ବିଧବା ମାଆ ମୋର ଏକମାତ୍ର ସାହା। ମୁଁ ତେଣୁ ସମସ୍ତଙ୍କ ପାଖରୁ ଦୂରତ୍ୱ ରକ୍ଷା କରେ ଓ ଯଗିରଖି ହାତେ ମାପି ଚାଖଣ୍ଡେ ଚାଲେ। କିନ୍ତୁ ସେଦିନର ଘଟଣାଟା ତୁମ ସହ ଏମିତି ଘଟିବ ବୋଲି ମୁଁ କେବେ ଜାଣି ନଥିଲି। ଦୟା କରି ମୋତେ କ୍ଷମା କରିଦେବ।

ମୁଁ କହିଲି- ନା.. ମୋଟେ ନୁହେଁ ।ସେଦିନ ଘଟଣାଟା ଏମିତି ଘଟି ନଥିଲେ ତୁମେ କ'ଣ ଆଜି ମନ ଖୋଲି ପ୍ରଗଲ୍ଭ ଭଳି ଏତେ କଥା କହିପାରିଥାନ୍ତ। ବରଂ ଆଜି ଠାରୁ ଆହୁରି ଏମିତି ହରକତ ତୁମ ସହ ଅଧିକ କରିବି... ଉଭୟ ହୋ ହୋ ହୋଇ ହସି ଉଠିଲେ। ହସଟା ଲାଇବ୍ରେରୀ ପ୍ରକୋଷ୍ଠରେ ଗୁଞ୍ଜରିତ ହୋଇ ଗୁଞ୍ଜରଣ ସ୍ରୁଷ୍ଟି କରୁଥିଲା।ହସର ଢେଉ ଉଭୟଙ୍କ ଶରୀରରେ ଉନ୍ମାଦନା ତୋଳୁ ଥିଲା। ରମା ତ ହସି ହସି ଲୋଟୁ ପଡୁଥିଲା, ଯେମିତି କେଉଁ କାଳୁ ସେ ଏମିତି ହସି ନଥିଲା।


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Romance